इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୪୩

ମଦ ପିଇବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?

ମଦ ପିଇବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?

ମଦ ପିଇବା ବିଷୟରେ ସାରା ଦୁନିଆର ଲୋକମାନେ ଅଲଗା ଅଲଗା କଥା କହନ୍ତି । କିଛି ଲୋକଙ୍କୁ ଲାଗେ ଯେ ବେଳେ ବେଳେ ନିଜ ସାଙ୍ଗସାଥୀମାନଙ୍କ ସହ ପିଇବା କିଛି ଖରାପ ନୁହେଁ, କିନ୍ତୁ ଆଉ କିଛି ଲୋକଙ୍କୁ ଲାଗେ ଯେ ମଦ ପିଇବା ବିଲକୁଲ୍‌ ଠିକ୍‌ ନୁହେଁ । ଆଉ କିଛି ଲୋକ ପୂରା ନିଶାରେ ବୁଡ଼ିବା ପର୍ଯ୍ୟନ୍ତ ମଦ ପିଅନ୍ତି । କିନ୍ତୁ ମଦ ପିଇବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?

୧. କʼଣ ମଦ ପିଇବା ଭୁଲ ଅଟେ ?

ବାଇବଲ ମଦ ପିଇବାକୁ ଭୁଲ ବୋଲି କହେନି । ପ୍ରକୃତରେ ଦ୍ରାକ୍ଷାରସ ସେହି ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏ ଅଟେ, ଯାହା ଯିହୋବା ମଣିଷମାନଙ୍କର ଖୁସି ପାଇଁ ଦେଇଛନ୍ତି । ତେଣୁ ବାଇବଲରେ ଲେଖାଅଛି, “ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ ।” ଅର୍ଥାତ୍‌ ଦ୍ରାକ୍ଷାରସ ମନୁଷ୍ୟର ମନକୁ ଖୁସି ଦିଏ । (ଗୀତସଂହିତା ୧୦୪:୧୪, ୧୫) ବାଇବଲରେ ଯେଉଁ ବିଶ୍ୱସ୍ତ ପୁରୁଷ ଓ ସ୍ତ୍ରୀମାନଙ୍କ ବିଷୟରେ କୁହାଯାଇଛି, ସେମାନଙ୍କ ମଧ୍ୟରୁ କିଛି ଲୋକମାନେ ମଧ୍ୟ ଦ୍ରାକ୍ଷାରସ ପିଉଥିଲେ ।​—୧ ତୀମଥି ୫:୨୩.

୨. ମଦ ପିଇବା ବିଷୟରେ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି ?

ବାଇବଲରେ ଲେଖାଅଛି, ‘ଦ୍ରାକ୍ଷାରସରେ ଆସକ୍ତ ଲୋକମାନଙ୍କ ଭଳି ହୁଅ ନାହିଁ ।’ (ହିତୋପଦେଶ ୨୩:୨୦) ଅତ୍ୟଧିକ ମଦ ପିଇବା କିମ୍ବା ମଦ ପିଇ ନିଶାରେ ବୁଡ଼ିଯିବା ଯିହୋବାଙ୍କ ଦୃଷ୍ଟିରେ ଭୁଲ ଅଟେ । (ଗାଲାତୀୟ ୫:୨୧) ତେଣୁ ଆମେ ଏତେ ପିଇବା କଥା ନୁହେଁ ଯେ ଆମେ ଜାଣିପାରିବାନି, ଭୁଲ କʼଣ ଠିକ୍‌ କʼଣ, କʼଣ କହୁଛୁ ଓ କʼଣ କରୁଛୁ କିମ୍ବା ତାʼଯୋଗୁଁ ଆମ ଦେହ ଖରାପ ହୋଇଯିବ । ଯେତେବେଳେ ଆମେ ଏକୁଟିଆ ଥାଉ, ସେତେବେଳେ ମଧ୍ୟ ଆମକୁ ଏକଥା ପ୍ରତି ଧ୍ୟାନ ଦେବା ଜରୁରୀ । ଯଦି ଆମେ ନିଜ ଉପରେ ନିୟନ୍ତ୍ରଣ ରଖିପାରୁନୁ, ତାହେଲେ ମଦ ପିଇବା ପୂରାପୂରି ଛାଡ଼ିଦେବା ଭଲ ହେବ ।

୩. ମଦ ପିଇବା ମାମଲାରେ ଆମେ ଅନ୍ୟମାନଙ୍କର ନିଷ୍ପତ୍ତିଗୁଡ଼ିକୁ କିପରି ଆଦର କରିପାରିବା ?

ଜଣେ ବ୍ୟକ୍ତି ମଦ ପିଇବ ନା ନାହିଁ, ଏହାର ନିଷ୍ପତ୍ତି ତାକୁ ନିଜେ ନେବାକୁ ପଡ଼ିବ । ଯଦି କେହି ନିଜ ସୀମାରେ ରହି ମଦ ପିଏ, ତାହେଲେ ତାକୁ ଆମେ ଭୁଲ କହିବାନି । ଯଦି କେହି ପିଇବାକୁ ଚାହେଁନି, ତାହେଲେ ଆମେ ତାକୁ ପିଇବା ପାଇଁ ବାଧ୍ୟ କରିବାନି । (ରୋମୀୟ ୧୪:୧୦) ଯଦି ଆମେ ମଦ ପିଇଲେ କାହାରିକୁ ଭଲ ଲାଗେନି, ତାହେଲେ ଆମେ ତାʼର ଭାବନାକୁ ଧ୍ୟାନରେ ରଖିବା ଓ ପିଇବାନି । (ରୋମୀୟ ୧୪:୨୧ ପଢ଼ନ୍ତୁ ।) ଯେପରି ବାଇବଲରେ ଲେଖାଅଛି, ଆମେ “ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ ।”​—୧ କରିନ୍ଥୀୟ ୧୦:୨୩, ୨୪ ପଢ଼ନ୍ତୁ ।

ଭାବନ୍ତୁ ଓ ଶିଖନ୍ତୁ

ଏବେ ଆମେ କିଛି ବାଇବଲ ସିଦ୍ଧାନ୍ତ ଉପରେ ଧ୍ୟାନ ଦେବା । ଏଗୁଡ଼ିକ ସାହାଯ୍ୟରେ ଆମେ ନିଷ୍ପତ୍ତି ନେଇପାରିବା ଯେ ଆମେ ମଦ ପିଇବା ନା ନାହିଁ । ଯଦି ଆମେ ପିଇବା ପାଇଁ ନିଷ୍ପତ୍ତି ନେଉଛୁ, ତାହେଲେ କେତେ ପିଇବା ଉଚିତ୍‌ । ଆମେ ଏହା ମଧ୍ୟ ଜାଣିବା ଯେ ଯଦି ଆମକୁ ପିଇବାର ଖରାପ ଅଭ୍ୟାସ ଅଛି, ତାହେଲେ ଆମେ ଏହି ଅଭ୍ୟାସକୁ କିପରି ଛାଡ଼ିପାରିବା ।

୪. ମଦ ପିଇବା ନା ପିଇବାନି, ଏହି ନିଷ୍ପତ୍ତି କିପରି ନେବା ?

ଯୀଶୁ ମଦ ପିଇବା ବିଷୟରେ କʼଣ ଭାବୁଥିଲେ ? ଏହା ତାଙ୍କ ପ୍ରଥମ ଚମତ୍କାରରୁ ଜଣାପଡ଼େ । ଯୋହନ ୨:୧-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ମଦ ଓ ମଦ ପିଉଥିବା ଲୋକମାନଙ୍କ ବିଷୟରେ ଯୀଶୁ କʼଣ ଭାବୁଥିଲେ ?

  • ଯୀଶୁ ମଦ ପିଇବାକୁ ଭୁଲ ବୋଲି କହିଲେ ନାହିଁ । ତାହେଲେ ଜଣେ ଖ୍ରୀଷ୍ଟିୟାନକୁ ସେହି ବ୍ୟକ୍ତି ବିଷୟରେ କʼଣ ଭାବିବା ଉଚିତ୍‌ ଯିଏ ମଦ ପିଇବା ପାଇଁ ନିଷ୍ପତ୍ତି ନିଏ ?

ଜଣେ ଖ୍ରୀଷ୍ଟିୟାନ ମଦ ପିଇପାରେ, କିନ୍ତୁ କʼଣ ଏହାର ଅର୍ଥ ସେ ଯେତେବେଳେ ଇଚ୍ଛା ସେତେବେଳେ ମଦ ପିଇବ ? ହିତୋପଦେଶ ୨୨:୩ ପଢ଼ନ୍ତୁ, ତାʼପରେ ଧ୍ୟାନ ଦିଅନ୍ତୁ ଯେ କʼଣ ଆପଣ ଆଗକୁ ଦିଆଯାଇଥିବା ପରିସ୍ଥିତିରେ ମଦ ପିଇବେ:

  • ଆପଣଙ୍କୁ ଗାଡ଼ି ଚଳାଇବାର ଅଛି କିମ୍ବା କୌଣସି ମେସିନ୍‌ରେ କାମ କରିବାର ଅଛି ।

  • ଆପଣ ଗର୍ଭବତୀ ଅଛନ୍ତି ।

  • ଡାକ୍ତର ଆପଣଙ୍କୁ ମଦ ପିଇବା ପାଇଁ ମନା କରିଛନ୍ତି ।

  • ଆପଣ ଥରେ ପିଇବା ଆରମ୍ଭ କଲେ ନିଜକୁ ରୋକିପାରନ୍ତି ନାହିଁ ।

  • ଆପଣ ଯେଉଁଠାରେ ରହନ୍ତି, ସେଠାର ଆଇନ ମଦ ପିଇବାକୁ ଅନୁମତି ଦିଏ ନାହିଁ ।

  • ଆପଣଙ୍କ ସାଙ୍ଗରେ କୌଣସି ଏପରି ବ୍ୟକ୍ତି ଅଛନ୍ତି, ଯିଏ ବହୁତ କଷ୍ଟରେ ମଦ ପିଇବାର ଅଭ୍ୟାସକୁ ଛାଡ଼ିଛନ୍ତି ।

କʼଣ ଆପଣଙ୍କୁ ବିବାହର ଭୋଜିରେ କିମ୍ବା ଅନ୍ୟ କୌଣସି ଭୋଜିରେ ମଦ ରଖିବା ଉଚିତ୍‌ ? ଏହି ନିଷ୍ପତ୍ତି ନେବା ପାଇଁ କେଉଁ କଥା ଆପଣଙ୍କୁ ସାହାଯ୍ୟ କରିବ ? ଭିଡିଓ ଦେଖନ୍ତୁ 

ରୋମୀୟ ୧୩:୧୩ ୧ କରିନ୍ଥୀୟ ୧୦:୩୧, ୩୨ ପଢ଼ନ୍ତୁ । ପ୍ରତ୍ୟେକ ପଦ ପଢ଼ିବା ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏହି ସିଦ୍ଧାନ୍ତ କିପରି ଆପଣଙ୍କୁ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିପାରେ ?

ଜଣେ ଖ୍ରୀଷ୍ଟିୟାନ ମଦ ପିଇବ ନା ନାହିଁ, ଏହାର ନିଷ୍ପତ୍ତି ତାକୁ ନିଜେ ନେବାକୁ ପଡ଼ିବ । ଆଉ ଯଦି ବି ସେ ପିଏ, ତାହେଲେ ହୁଏତ କିଛି ପରିସ୍ଥିତିରେ ସେ ପିଇବ ନାହିଁ

୫. ଆପଣ କେତେ ପିଇବେ, ତାହା ଆଗରୁ ଭାବନ୍ତୁ

ମନେ ରଖନ୍ତୁ ଯିହୋବା ମଦ ପିଇବାକୁ ଭୁଲ ବୋଲି କହନ୍ତି ନାହିଁ, କିନ୍ତୁ ବହୁତ ବେଶି ମଦ ପିଇବାକୁ ଭୁଲ ବୋଲି କହନ୍ତି । ଏପରି କାହିଁକି ? ହୋଶେୟ ୪:୧୧, ୧୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ବହୁତ ବେଶି ମଦ ପିଇଲେ କʼଣ ହୋଇପାରେ ?

ଆମେ ବହୁତ ବେଶି ମଦ ନ ପିଇବା ପାଇଁ କʼଣ କରିବା ଉଚିତ୍‌ ? ଆମେ ନିଜ ମର୍ଯ୍ୟାଦାରେ ରହିବା ଉଚିତ୍‌ ଅର୍ଥାତ୍‌ ନିଜ ସୀମା ଜାଣିବା ଉଚିତ୍‌ । ହିତୋପଦେଶ ୧୧:୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପିଇବା ମାମଲାରେ ଏକ ସୀମା ରଖିବା କାହିଁକି ଭଲ ହେବ ?

୬. ମଦ ପିଇବାର ଅଭ୍ୟାସକୁ କିପରି ଛାଡ଼ିବା ?

ଜଣେ ବ୍ୟକ୍ତି ବହୁତ ମଦ ପିଉଥିଲା । ଧ୍ୟାନ ଦିଅନ୍ତୁ ଯେ ସେ ଏହି ଅଭ୍ୟାସ କିପରି ଛାଡ଼ିପାରିଲା । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ମଦ ପିଇବା ପରେ ଦିମିତ୍ରୀ କିପରି ହୋଇଯାଉଥିଲା ?

  • କʼଣ ତାʼ ପାଇଁ ମଦ ଛାଡ଼ିବା ସହଜ ଥିଲା ?

  • ଶେଷରେ ସେ ନିଜ ଅଭ୍ୟାସ କିପରି ଛାଡ଼ିପାରିଲା ?

୧ କରିନ୍ଥୀୟ ୬:୧୦, ୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯିହୋବାଙ୍କ ଦୃଷ୍ଟିରେ ମତୁଆଳ ବା ଅତ୍ୟଧିକ ମଦ ପିଇବା କେତେ ଗମ୍ଭୀର କଥା ଅଟେ ?

  • କେଉଁ କଥାରୁ ଜଣାପଡ଼େ ଯେ ଯାହାକୁ ଅତ୍ୟଧିକ ମଦ ପିଇବାର ଅଭ୍ୟାସ ଅଛି, ସେ ବି ଏହା ଛାଡ଼ିପାରେ ?

ମାଥିଉ ୫:୩୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏଠାରେ ହାତକୁ କାଟି ଫୋପାଡ଼ି ଦେବାର ଅର୍ଥ ହେଉଛି, ଯିହୋବାଙ୍କୁ ଖୁସି କରିବା ପାଇଁ ହୁଏତ ଆମକୁ କିଛି ତ୍ୟାଗ କରିବାକୁ ପଡ଼ିବ । ଯଦି ଆପଣ ମଦ ପିଇବାର ଅଭ୍ୟାସ ଛାଡ଼ିପାରୁ ନାହାନ୍ତି, ତାହେଲେ ଆପଣ କʼଣ କରିପାରିବେ ? a

୧ କରିନ୍ଥୀୟ ୧୫:୩୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯଦି ଆପଣ ଏପରି ଲୋକମାନଙ୍କ ସହ ସାଙ୍ଗ ହେଉଛନ୍ତି, ଯେଉଁମାନେ ଅତ୍ୟଧିକ ମଦ ପିଅନ୍ତି, ତାହେଲେ ଏହାର ଆପଣଙ୍କ ଉପରେ କʼଣ ପ୍ରଭାବ ପଡ଼ିପାରେ ?

ହୁଏତ କେହି ପଚାରିପାରନ୍ତି: “କʼଣ ମଦ ପିଇବା ଭୁଲ ?”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ମଦ ସେହି ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏ ଅଟେ, ଯାହା ଯିହୋବା ମଣିଷମାନଙ୍କର ଖୁସି ପାଇଁ ଦେଇଛନ୍ତି । କିନ୍ତୁ ବହୁତ ବେଶି ମଦ ପିଇବା କିମ୍ବା ଅତ୍ୟଧିକ ପିଇ ନିଶାରେ ବୁଡ଼ିବା ତାଙ୍କ ଦୃଷ୍ଟିରେ ଭୁଲ ଅଟେ ।

ଆପଣ କʼଣ କହିବେ ?

  • ମଦ ପିଇବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?

  • ବହୁତ ବେଶି ମଦ ପିଇଲେ କʼଣ ହୋଇପାରେ ?

  • ମଦ ପିଇବା ମାମଲାରେ ଆମେ ଅନ୍ୟମାନଙ୍କର ନିଷ୍ପତ୍ତିକୁ କିପରି ଆଦର କରିପାରିବା ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଯୁବାମାନେ ମଦ ପିଇବା ବିଷୟରେ ସଠିକ୍‌ ନିଷ୍ପତ୍ତି କିପରି ନେଇପାରିବେ ?

ମଦ ପିଇବା ପୂର୍ବରୁ ଭାବନ୍ତୁ ପରିଣାମ ବିଷୟରେ (୨:୩୧)

ମଦ ପିଇବାର ଅଭ୍ୟାସକୁ ଛାଡ଼ିବା ପାଇଁ ଆପଣ କେଉଁ କେଉଁ ପଦକ୍ଷେପ ନେଇପାରିବେ ? ଆସନ୍ତୁ ଜାଣିବା ।

“କʼଣ ମୁଁ ବେଶି ମଦ ପିଉଛି ?” (ପ୍ରହରୀଦୁର୍ଗ ଲେଖା-ହି)

ଲୋକମାନେ ପିଇବା ଆଗରୁ ଚିୟର୍ସ କରନ୍ତି । କʼଣ ଖ୍ରୀଷ୍ଟିୟାନମାନଙ୍କୁ ଏପରି କରିବା ଉଚିତ୍‌ ?

“ପାଠକମାନଙ୍କ ପ୍ରଶ୍ନ” (ପ୍ରହରୀଦୁର୍ଗ ଲେଖା-ହି)

“ମୁଁ ଯେତେ ପିଇଲେ ବି ମୋ ମନ ଭରୁ ନ ଥିଲା,” ଏହି କାହାଣୀରେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ପଢ଼ନ୍ତୁ, ଯିଏ ଯେତେ ପିଇଲେ ବି ଥକୁ ନ ଥିଲେ, କିନ୍ତୁ ପରେ ସେ ପିଇବା ଛାଡ଼ିଦେଲେ ।

“ବାଇବଲ ଜୀବନ ବଦଳାଇ ଦିଏ” (ପ୍ରହରୀଦୁର୍ଗ ଲେଖା-ହି)

a ଯେଉଁମାନଙ୍କୁ ମଦ ପିଇବାର ଅଭ୍ୟାସ ଅଛି, ସେମାନଙ୍କୁ ହୁଏତ ଏହା ଛାଡ଼ିବା ପାଇଁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିପାରେ । ଅନେକ ଡାକ୍ତର କହନ୍ତି ଯେ ଯେଉଁ ଲୋକ ମଦ ପିଇବାର ଅଭ୍ୟାସ ଛାଡ଼ି ସାରିଛି, ତାକୁ ଆଗକୁ ମଧ୍ୟ ବିଲକୁଲ୍‌ ମଦ ପିଇବା ଉଚିତ୍‌ ନୁହେଁ ।