इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୪୪

କʼଣ ଈଶ୍ୱର ସବୁ ପର୍ବପର୍ବାଣୀ ଓ ଦିବସଗୁଡ଼ିକୁ ପସନ୍ଦ କରନ୍ତି ?

କʼଣ ଈଶ୍ୱର ସବୁ ପର୍ବପର୍ବାଣୀ ଓ ଦିବସଗୁଡ଼ିକୁ ପସନ୍ଦ କରନ୍ତି ?

ଯିହୋବା ଚାହାନ୍ତି ଯେ ଆମେ ଜୀବନର ମଜା ନେଉ ଓ ଖୁସି ମନାଉ । ଲୋକମାନେ ପର୍ବପର୍ବାଣୀରେ ନିଜ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହିତ ଖୁସି ମନାନ୍ତି । କିନ୍ତୁ କʼଣ ଯିହୋବା ସବୁ ପର୍ବପର୍ବାଣୀ ଓ ଦିବସଗୁଡ଼ିକୁ ପସନ୍ଦ କରନ୍ତି ? ଏହି ମାମଲାଗୁଡ଼ିକରେ ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ ?

୧. ଯିହୋବା କାହିଁକି ଅଧିକାଂଶ ପର୍ବପର୍ବାଣୀ ଓ ଉତ୍ସବଗୁଡ଼ିକୁ ପସନ୍ଦ କରନ୍ତି ନାହିଁ ?

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଯିହୋବା ଅଧିକାଂଶ ପର୍ବପର୍ବାଣୀ ଓ ଉତ୍ସବଗୁଡ଼ିକୁ ପସନ୍ଦ କରନ୍ତି ନାହିଁ । କାହିଁକି ? କାରଣ ଏଗୁଡ଼ିକ ବାଇବଲର ଶିକ୍ଷା ଉପରେ ଆଧାରିତ ନୁହେଁ ଏବଂ ଏଗୁଡ଼ିକର ଆରମ୍ଭ ମିଥ୍ୟା ଧର୍ମଗୁଡ଼ିକରୁ ହୋଇଛି । ଏହି ପର୍ବଗୁଡ଼ିକ ହୁଏତ ଯାଦୁବିଦ୍ୟା ବା ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ଜଡ଼ିତ ଥାଏ କିମ୍ବା ମଣିଷର ଅମର ଆତ୍ମା ବିଷୟରେ ଥିବା ମିଥ୍ୟା ଧାରଣା ସହ ଜଡ଼ିତ ଥାଏ । କିଛି ଲୋକ ଅନ୍ଧବିଶ୍ୱାସ ଯୋଗୁଁ ପର୍ବ ପାଳନ କରନ୍ତି କିମ୍ବା ନିଜ ଭାଗ୍ୟ ଖୋଲିଯିବ ବୋଲି ଭାବି ଏପରି କରନ୍ତି । (ଯିଶାଇୟ ୬୫:୧୧) କିନ୍ତୁ ଯିହୋବା ନିଜ ସେବକମାନଙ୍କୁ ସତର୍କ କରାଇ କହିଛନ୍ତି, ‘ତୁମ୍ଭେମାନେ ସେଗୁଡ଼ିକରୁ ପୃଥକ୍‌ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ ।’​—୨ କରିନ୍ଥୀୟ ୬:୧୭. a

୨. ମଣିଷମାନଙ୍କୁ ବହୁତ ଆଦର ଓ ସମ୍ମାନ ଦିଆଯାଉଥିବା ଦିବସଗୁଡ଼ିକ ବିଷୟରେ ଯିହୋବା କିପରି ଅନୁଭବ କରନ୍ତି ?

କିଛି ଦିବସଗୁଡ଼ିକ ରାଜା, ରାଜନେତା ଓ ସୈନିକମାନଙ୍କୁ ମନେ ପକାଇବା ପାଇଁ ପାଳନ କରାଯାଏ ଏବଂ ସେମାନଙ୍କୁ ବହୁତ ଆଦର ଓ ସମ୍ମାନ ଦିଆଯାଏ । କିଛି ଦିବସଗୁଡ଼ିକରେ ଦେଶର ସ୍ୱାଧୀନତା ପାଇଁ ଉତ୍ସବ ପାଳନ କରାଯାଏ କିମ୍ବା ରାଷ୍ଟ୍ରୀୟ ଚିହ୍ନ ଓ ପ୍ରତୀକଗୁଡ଼ିକୁ ଭକ୍ତି କରାଯାଏ । (୧ ଯୋହନ ୫:୨୧) ଆଉ କିଛି ଦିବସଗୁଡ଼ିକରେ ରାଜନୈତିକ କିମ୍ବା ସାମାଜିକ ସଂଗଠନଗୁଡ଼ିକର କାମଗୁଡ଼ିକୁ ଗୁଣଗାନ କରାଯାଏ । କିନ୍ତୁ ଯିହୋବା ଆମକୁ “ମନୁଷ୍ୟ ଉପରେ ନିର୍ଭର” ନ ରହିବା ପାଇଁ ଚେତାବନୀ ଦେଇଛନ୍ତି । (ଯିରିମୀୟ ୧୭:୫ ପଢ଼ନ୍ତୁ ।) ଟିକେ ଭାବି ଦେଖନ୍ତୁ, ଯେତେବେଳେ ଆମେ ଅନ୍ୟ କାହାରିକୁ ବହୁତ ଆଦର ଓ ସମ୍ମାନ ଦେବା, ବିଶେଷ କରି କୌଣସି ଏପରି ମଣିଷ କିମ୍ବା ସଂଗଠନକୁ ଯେଉଁମାନଙ୍କ ଚିନ୍ତାଧାରା ଯିହୋବାଙ୍କ ଇଚ୍ଛା ବିରୁଦ୍ଧରେ ଅଟେ, ସେତେବେଳେ ଯିହୋବାଙ୍କୁ କିପରି ଲାଗିବ ?

୩. ପର୍ବପର୍ବାଣୀ ଓ ଉତ୍ସବଗୁଡ଼ିକରେ ଲୋକମାନେ କʼଣ କରନ୍ତି, ଯାହା ଯିହୋବା ବିଲକୁଲ୍‌ ପସନ୍ଦ କରନ୍ତି ନାହିଁ ?

ବାଇବଲରେ ଅତ୍ୟଧିକ ମଦ ପିଇବା, ରଙ୍ଗରସ ଓ ମଦ ନିଶାରେ ବୁଡ଼ି ରହିବା ଭଳି କାମକୁ ଭୁଲ ବୋଲି କୁହାଯାଇଛି । (୧ ପିତର ୪:୩) କିଛି ପର୍ବପର୍ବାଣୀ ଓ ଉତ୍ସବଗୁଡ଼ିକରେ ଲୋକମାନେ ଏତେ ମଜାମସ୍ତି କରନ୍ତି ଯେ ସେମାନେ କʼଣ କରୁଛନ୍ତି ତାହା ବି ଜାଣିପାରନ୍ତିନି ଏବଂ ଅଶ୍ଳିଳ କାମ କରନ୍ତି । ଯଦି ଆମେ ଯିହୋବାଙ୍କ ସହ ନିଜ ସମ୍ପର୍କ ଭଲ ରଖିବାକୁ ଚାହୁଁ, ତାହେଲେ ଆମକୁ ଏପରି ଖରାପ ଚାଲିଚଳନରୁ ଦୂରେଇ ରହିବା ଉଚିତ୍‌ ।

ଭାବନ୍ତୁ ଓ ଶିଖନ୍ତୁ

ପର୍ବପର୍ବାଣୀ ଓ ଦିବସଗୁଡ଼ିକ ବିଷୟରେ ଭାବିଚିନ୍ତି ନିଷ୍ପତ୍ତି ନେଲେ, ଆମେ ଯିହୋବାଙ୍କୁ ଖୁସି କରିପାରିବା । ଆସନ୍ତୁ ଜାଣିବା ଯେ ଆମେ ଏହା କିପରି କରିପାରିବା ।

୪. ଯେଉଁ ପର୍ବପର୍ବାଣୀ ଓ ଉତ୍ସବଗୁଡ଼ିକୁ ଯିହୋବା ପସନ୍ଦ କରନ୍ତି ନାହିଁ, ସେଗୁଡ଼ିକରୁ ଦୂରେଇ ରହନ୍ତୁ

ଏଫିସୀୟ ୫:୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କୌଣସି ପର୍ବ ପାଳନ କରିବା ନା ନାହିଁ, ତାହା ନିଷ୍ପତ୍ତି ନେବା ପୂର୍ବରୁ ଆମେ କʼଣ ଯାଞ୍ଚ କରିବା ଉଚିତ୍‌ ?

  • ଆପଣଙ୍କ ଅଞ୍ଚଳରେ ଲୋକମାନେ କେଉଁ କେଉଁ ପର୍ବ ପାଳନ କରନ୍ତି ?

  • କʼଣ ଆପଣଙ୍କୁ ଲାଗେ ଯେ ଯିହୋବା ସେହି ପର୍ବଗୁଡ଼ିକୁ ପସନ୍ଦ କରନ୍ତି ?

ଉଦାହରଣ ପାଇଁ, କʼଣ ଆପଣ କେବେ ଭାବିଛନ୍ତି ଯେ ଜନ୍ମଦିନ ପାଳନ କରିବା ବିଷୟରେ ଯିହୋବା କʼଣ ଭାବନ୍ତି ? ବାଇବଲରେ ଏହା କେଉଁଠାରେ ବି ଲେଖା ନାହିଁ ଯେ ଯିହୋବାଙ୍କର କୌଣସି ସେବକ ନିଜ ଜନ୍ମଦିନ ପାଳନ କଲେ । କିନ୍ତୁ ବାଇବଲରେ ଏପରି ଦୁଇଜଣ ଲୋକଙ୍କର ଜନ୍ମଦିନ ବିଷୟରେ କୁହାଯାଇଛି, ଯେଉଁମାନେ ଯିହୋବାଙ୍କ ସେବକ ନ ଥିଲେ । ଆଦି ପୁସ୍ତକ ୪୦:୨୦-୨୨ ମାଥିଉ ୧୪:୬-୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହି ଦୁଇଟି ଜନ୍ମଦିନରେ କେଉଁ କେଉଁ କଥା ଏକାଭଳି ଥିଲା ?

  • ବାଇବଲର ଏହି ଘଟଣାଗୁଡ଼ିକୁ ପଢ଼ି ଆପଣ କʼଣ ଭାବନ୍ତି, ଯିହୋବା ଜନ୍ମଦିନ ବିଷୟରେ କିପରି ଅନୁଭବ କରନ୍ତି ?

ତଥାପି ହୁଏତ ଆପଣ ଭାବିପାରନ୍ତି, ‘ମୁଁ ଜନ୍ମଦିନ କିମ୍ବା କୌଣସି ପର୍ବପର୍ବାଣୀ ପାଳନ କରେ ବା ନ କରେ, କʼଣ ଏଥିରୁ ସତରେ ଯିହୋବାଙ୍କୁ କିଛି ଫରକ ପଡ଼େ ?’ ଯାତ୍ରା ପୁସ୍ତକ ୩୨:୧-୮ ପଢ଼ନ୍ତୁ । ତାʼପରେ ଭିଡିଓ ଦେଖନ୍ତୁ ଓ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଆମେ କାହିଁକି ସବୁବେଳେ ଯାଞ୍ଚ କରିବା ଉଚିତ୍‌ ଯେ ଯିହୋବା କʼଣ ପସନ୍ଦ କରନ୍ତି ?

  • ଆମେ ଏହା କିପରି କରିପାରିବା ?

କେଉଁଭଳି ପର୍ବପର୍ବାଣୀ ଓ ଦିବସଗୁଡ଼ିକୁ ଯିହୋବା ପସନ୍ଦ କରନ୍ତି ନାହିଁ ?

  • କʼଣ ଏହି ପର୍ବ ବାଇବଲ ଉପରେ ଆଧାରିତ ? ଏହି ପର୍ବଗୁଡ଼ିକର ଆରମ୍ଭ କିପରି ହେଲା, ତାହା ଜାଣିବା ପାଇଁ ଖୋଜାଖୋଜି କରନ୍ତୁ ।

  • କʼଣ ଏହି ଦିବସଗୁଡ଼ିକରେ କୌଣସି ମଣିଷ, ସଂଗଠନ କିମ୍ବା ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକୁ ବହୁତ ବେଶି ଆଦର ଓ ସମ୍ମାନ ଦିଆଯାଏ ? ଆମେ ଯିହୋବାଙ୍କୁ ସବୁଠୁ ଅଧିକ ଆଦର ଓ ସମ୍ମାନ ଦେଉ । ଆମେ ବିଶ୍ୱାସ କରୁ ଯେ ସେ ହିଁ ଦୁନିଆର ସବୁ ସମସ୍ୟାଗୁଡ଼ିକୁ ଶେଷ କରିବେ ।

  • ଏହି ପର୍ବପର୍ବାଣୀରେ ଲୋକମାନେ ଯେଉଁ ରୀତିନୀତି ମାନନ୍ତି ଓ ଯେପରି ବ୍ୟବହାର କରନ୍ତି, କʼଣ ସେଗୁଡ଼ିକ ବାଇବଲର ସ୍ତର ଅନୁସାରେ ଅଟେ ? ଆମେ ନିଜ ଚାଲିଚଳନ ଶୁଦ୍ଧ ରଖିବା ଉଚିତ୍‌ ।

୫. ଏପରି ବ୍ୟବହାର କରନ୍ତୁ, ଯାହାଫଳରେ ଅନ୍ୟମାନେ ଆପଣଙ୍କ ବିଶ୍ୱାସକୁ ଆଦର କରିବେ

ଯେତେବେଳେ ଅନ୍ୟମାନେ ଆପଣଙ୍କୁ ଏପରି ପର୍ବ ପାଳନ କରିବା ପାଇଁ ବାଧ୍ୟ କରନ୍ତି, ଯାହା ଯିହୋବା ପସନ୍ଦ କରନ୍ତି ନାହିଁ, ସେତେବେଳେ ସେମାନଙ୍କୁ ମନା କରିବା ସହଜ ହୋଇ ନ ପାରେ । କିନ୍ତୁ ସେମାନଙ୍କୁ ପ୍ରେମର ସହ ବୁଝାନ୍ତୁ ଓ ଧୈର୍ଯ୍ୟ ଧରନ୍ତୁ । ଆପଣ ଏହା କିପରି କରିପାରିବେ ? ଜାଣିବା ପାଇଁ ଭିଡିଓ ଦେଖନ୍ତୁ 

ମାଥିଉ ୭:୧୨ ପଢ଼ନ୍ତୁ, ତାʼ ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହି ପଦ ଅନୁସାରେ, ଆପଣଙ୍କ ପରିବାର ଲୋକେ କୌଣସି ପର୍ବ ପାଳନ କରିବେ ନା ନାହିଁ, ଏହି ନିଷ୍ପତ୍ତି କିଏ ନେବା ଉଚିତ୍‌ ?

  • ଏହା ସତ ଯେ ଆପଣ ନିଜ ପରିବାର ଲୋକଙ୍କ ସହ ମିଶି କୌଣସି ପର୍ବ ପାଳନ କରିବେ ନାହିଁ । ତଥାପି ଆପଣ କିପରି ତାଙ୍କୁ ଭରସା ଦେଇପାରିବେ ଯେ ଆପଣ ଏବେ ବି ସେମାନଙ୍କୁ ପ୍ରେମ କରନ୍ତି ଏବଂ ସେମାନଙ୍କର ଚିନ୍ତା କରନ୍ତି ?

୬. ଯିହୋବା ଚାହାନ୍ତି ଯେ ଆମେ ଖୁସି ମନାଉ

ଯିହୋବା ଚାହାନ୍ତି ଯେ ଆମେ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ମିଶି ଖୁସି ମନାଉ । ଉପଦେଶକ ୮:୧୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏ ପଦ ଅନୁସାରେ, ଯିହୋବା ଆମ ପାଇଁ କʼଣ ଚାହାନ୍ତି ?

ଯିହୋବା ଚାହାନ୍ତି ଯେ ତାଙ୍କ ଲୋକମାନେ ସାଙ୍ଗରେ ମିଶି ସମୟ ବିତାନ୍ତୁ ଓ ମଜା କରନ୍ତୁ । ଆମ ଆନ୍ତଃରାଷ୍ଟ୍ରୀୟ ଅଧିବେଶନଗୁଡ଼ିକରେ ଏହା ସ୍ପଷ୍ଟ ଦେଖିବାକୁ ମିଳେ । ଭିଡିଓ ଦେଖନ୍ତୁ 

ଗାଲାତୀୟ ୬:୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କʼଣ ଅନ୍ୟମାନଙ୍କର “ମଙ୍ଗଳ” କରିବା ପାଇଁ ଆମକୁ ପର୍ବପର୍ବାଣୀର ଅପେକ୍ଷା କରିବା ଉଚିତ୍‌ ?

  • ଆପଣଙ୍କୁ କେତେବେଳେ ବେଶି ଖୁସି ମିଳେ, ଯେତେବେଳେ ଆପଣ ନିଜ ଇଚ୍ଛାରେ କାହାରିକୁ କିଛି ଦିଅନ୍ତି ନା ଯେତେବେଳେ ଆପଣଙ୍କୁ ପର୍ବରେ ବାଧ୍ୟ ହୋଇ କାହାରିକୁ କିଛି ନା କିଛି ଦେବାକୁ ପଡ଼େ ?

  • ଖ୍ରୀଷ୍ଟିୟାନ ପିତାମାତାମାନେ ପର୍ବପର୍ବାଣୀର ଅପେକ୍ଷା କରନ୍ତିନି । ସେମାନଙ୍କୁ ଯେତେବେଳେ ଇଚ୍ଛା ହୁଏ, ସେମାନେ ନିଜ ପିଲାମାନଙ୍କ ପାଇଁ କିଛି ଖାସ୍‌ କରନ୍ତି । ବେଳେ ବେଳେ ସେମାନେ ପିଲାମାନଙ୍କୁ ନ କହି ତାଙ୍କ ପାଇଁ ଉପହାର ଆଣି ଦିଅନ୍ତି, ଆଉ ଏଥିରୁ ପିଲାମାନେ ବହୁତ ଖୁସି ହୁଅନ୍ତି । ଯଦି ଆପଣଙ୍କର ପିଲା ଅଛନ୍ତି, ତାହେଲେ ଆପଣ ତାଙ୍କ ପାଇଁ କʼଣ ଖାସ୍‌ କରିପାରିବେ ?

କିଛି ଲୋକ କହନ୍ତି: “ପର୍ବପର୍ବାଣୀ କେଉଁଠୁ ଆରମ୍ଭ ହୋଇଛି, ତାହା କିଏ ଦେଖୁଛି । ଆମେ ଖାଲି ନିଜ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ମିଶି ମଜାମସ୍ତି କରିବାକୁ ଚାହୁଁ ।”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ଯିହୋବା ଚାହାନ୍ତି ଯେ ଆମେ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ମିଶି ଖୁସି ମନାଉ । କିନ୍ତୁ ସେ ଏହା ବି ଚାହାନ୍ତି ଯେ ଆମେ ଏପରି ପର୍ବପର୍ବାଣୀ ପାଳନ ନ କରୁ, ଯାହା ସେ ପସନ୍ଦ କରନ୍ତି ନାହିଁ ।

ଆପଣ କʼଣ କହିବେ ?

  • କୌଣସି ପର୍ବକୁ ଯିହୋବା ପସନ୍ଦ କରନ୍ତି ନା ନାହିଁ, ଏହା ଜାଣିବା ପାଇଁ ଆମେ ନିଜକୁ କେଉଁ କେଉଁ ପ୍ରଶ୍ନ ପଚାରିପାରିବା ?

  • ଆମେ କʼଣ କରିପାରିବା, ଯାହାଫଳରେ ଆମ ପରିବାର ଓ ସାଙ୍ଗମାନେ ବୁଝିପାରିବେ ଯେ ଆମେ କାହିଁକି ପର୍ବପର୍ବାଣୀ ପାଳନ କରି ନ ଥାଉ ?

  • ଆମେ କିପରି ଜାଣୁ ଯେ ଯିହୋବା ଚାହାନ୍ତି ଆମେ ଖୁସିରେ ରହୁ ଓ ମଜା କରୁ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ସତ୍ୟ ଖ୍ରୀଷ୍ଟିୟାନମାନେ କେଉଁ କେଉଁ ପର୍ବପର୍ବାଣୀ କିମ୍ବା ଉତ୍ସବ ପାଳନ କରନ୍ତି ନାହିଁ ? ଆସନ୍ତୁ ଜାଣିବା ।

“ଯିହୋବାଙ୍କ ସାକ୍ଷୀମାନେ କାହିଁକି କିଛି ପର୍ବ କିମ୍ବା ଉତ୍ସବ ପାଳନ କରନ୍ତି ନାହିଁ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଆମେ କାହିଁକି ବିଶ୍ୱାସ କରୁ ଯେ ଜନ୍ମଦିନ ପାଳନ କଲେ ଯିହୋବା ଖୁସି ହୁଅନ୍ତି ନାହିଁ ? ଆସନ୍ତୁ ଏହାର ଚାରୋଟି କାରଣ ଦେଖିବା ।

“ଯିହୋବାଙ୍କ ସାକ୍ଷୀମାନେ ଜନ୍ମଦିନ କାହିଁକି ପାଳନ କରନ୍ତି ନାହିଁ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ ଯିହୋବାଙ୍କୁ ପ୍ରେମ କରୁଥିବା ପିଲାମାନେ କିପରି ପର୍ବ ବା ଉତ୍ସବଗୁଡ଼ିକ ସମୟରେ ତାଙ୍କୁ ଖୁସି କରିପାରିବେ ।

ତମେ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟ ? (୧୧:୩୫)

ଲକ୍ଷ ଲକ୍ଷ ଖ୍ରୀଷ୍ଟିୟାନ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ କ୍ରିସମାସ୍‌ ପାଳନ କରିବେ ନାହିଁ । ନିଜର ଏହି ନିଷ୍ପତ୍ତି ବିଷୟରେ ସେମାନେ କʼଣ କହନ୍ତି ?

“ସେମାନଙ୍କୁ ଏପରି କିଛି ମିଳିଲା, ଯାହା କ୍ରିସମାସ୍‌ରୁ ବି ଭଲ ଥିଲା” (ପ୍ରହରୀଦୁର୍ଗ ଲେଖା-ହି)

a ଯଦି ପର୍ବପର୍ବାଣୀ ସହ ଜଡ଼ିତ କିଛି ସମସ୍ୟା ଆସେ ତାହେଲେ ଆପଣ ତାହା କିପରି ସାମନା କରିପାରିବେ, ତାହା ଜାଣିବା ପାଇଁ ଅଧିକ ବିବରଣୀ ୫ ଦେଖନ୍ତୁ ।