ଭାଗ ୪ରେ ଆପଣ କʼଣ ଶିଖିଲେ ?
ଯିଏ ଆପଣଙ୍କୁ ବାଇବଲ ଶିଖାଉଛନ୍ତି, ତାଙ୍କ ସହ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
୧. ହିତୋପଦେଶ ୧୩:୨୦ ପଢ଼ନ୍ତୁ ।
ଭାବିଚିନ୍ତି ସାଙ୍ଗ ବାଛିବା କାହିଁକି ଜରୁରୀ ?
(ପାଠ ୪୮ ଦେଖନ୍ତୁ ।)
୨. ଯଦି ଆପଣ ଜଣେ ସ୍ୱାମୀ କିମ୍ବା ସ୍ତ୍ରୀ ଅଟନ୍ତି, ତାହେଲେ ବାଇବଲରେ ଆପଣଙ୍କ ପାଇଁ କʼଣ ପରାମର୍ଶ ଦିଆଯାଇଛି ?
ଯଦି ଆପଣ ବାପାମାଆ କିମ୍ବା ପିଲା ଅଟନ୍ତି, ତାହେଲେ ବାଇବଲରେ ଆପଣଙ୍କ ପାଇଁ କʼଣ ପରାମର୍ଶ ଦିଆଯାଇଛି ?
୩. କେଉଁଭଳି କଥାବାର୍ତ୍ତାକୁ ଯିହୋବା ପସନ୍ଦ କରନ୍ତି ? କେଉଁଭଳି କଥାବାର୍ତ୍ତାକୁ ଯିହୋବା ପସନ୍ଦ କରନ୍ତି ନାହିଁ ?
(ପାଠ ୫୧ ଦେଖନ୍ତୁ ।)
୪. ପୋଷାକ ଓ ସଜବାଜ ବିଷୟରେ ଆମେ ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍ ?
(ପାଠ ୫୨ ଦେଖନ୍ତୁ ।)
୫. ଆମେ ଏପରି ମନୋରଞ୍ଜନ କିପରି ବାଛିପାରିବା ଯାହାକୁ ଯିହୋବା ପସନ୍ଦ କରନ୍ତି ?
(ପାଠ ୫୩ ଦେଖନ୍ତୁ ।)
୬. ମାଥିଉ ୨୪:୪୫-୪୭ ପଢ଼ନ୍ତୁ ।
“ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” କିଏ ?
(ପାଠ ୫୪ ଦେଖନ୍ତୁ ।)
୭. ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ସମୟ, ଶକ୍ତି, ପଇସା ଓ ଜିନିଷଗୁଡ଼ିକୁ ବ୍ୟବହାର କରିପାରିବା ?
(ପାଠ ୫୫ ଦେଖନ୍ତୁ ।)
୮. ଗୀତସଂହିତା ୧୩୩ :୧ ପଢ଼ନ୍ତୁ ।
ମଣ୍ଡଳୀର ଏକତା ପାଇଁ ଆପଣ କʼଣ କରିପାରିବେ ?
(ପାଠ ୫୬ ଦେଖନ୍ତୁ ।)
୯. ଯଦି ଆମେ କୌଣସି ଗମ୍ଭୀର ପାପ କରୁ, ତାହେଲେ ଯିହୋବାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆମେ କʼଣ କରିପାରିବା ?
(ପାଠ ୫୭ ଦେଖନ୍ତୁ ।)
୧୦. ୧ ବଂଶାବଳୀ ୨୮:୯ ପଢ଼ନ୍ତୁ ।
ଯେତେବେଳେ ଅନ୍ୟମାନେ ସତ୍ୟ ଉପାସନାର ବିରୋଧ କରନ୍ତି କିମ୍ବା ଯିହୋବାଙ୍କୁ ଛାଡ଼ି ଦିଅନ୍ତି, ସେତେବେଳେ ଆପଣ କିପରି ଦେଖାଇପାରିବେ ଯେ ଆପଣ ସମ୍ପୂର୍ଣ୍ଣ ହୃଦୟରୁ ଯିହୋବାଙ୍କର ବିଶ୍ୱସ୍ତ ଅଟନ୍ତି ?
ଯିହୋବାଙ୍କର ବିଶ୍ୱସ୍ତ ରହିବା ପାଇଁ ଓ ମିଥ୍ୟା ଧର୍ମରୁ ପୂରାପୂରି ଦୂରେଇ ରହିବା ପାଇଁ କʼଣ ଆପଣଙ୍କୁ କିଛି ପରିବର୍ତ୍ତନ କରିବାର ଅଛି ?
(ପାଠ ୫୮ ଦେଖନ୍ତୁ ।)
୧୧. ଅତ୍ୟାଚାରର ସାମନା କରିବା ପାଇଁ ଆପଣ ଏବେଠାରୁ କʼଣ କରିପାରିବେ ?
(ପାଠ ୫୯ ଦେଖନ୍ତୁ ।)
୧୨. ଯିହୋବାଙ୍କ ସହ ନିଜ ସମ୍ପର୍କ ମଜବୁତ୍ କରିବା ପାଇଁ ଆପଣ କʼଣ କରିବା ପାଇଁ ଭାବିଛନ୍ତି ?
(ପାଠ ୬୦ ଦେଖନ୍ତୁ ।)