इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କʼଣ ମୁଁ ପ୍ରସ୍ତୁତ ଅଛି ?

କʼଣ ମୁଁ ପ୍ରସ୍ତୁତ ଅଛି ?

କʼଣ ମୁଁ ମଣ୍ଡଳୀ ସହିତ ପ୍ରଚାର କରିବା ପାଇଁ ପ୍ରସ୍ତୁତ ଅଛି ?

ଆପଣ ବାପ୍ତିସ୍ମରହିତ ପ୍ରଚାରକ ହେବା ପାଇଁ ପ୍ରସ୍ତୁତ ଅଛନ୍ତି ନା ନାହାନ୍ତି, ତାହା ଜାଣିବା ପାଇଁ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ:

  • କʼଣ ମୁଁ ନିୟମିତ ଭାବେ ବାଇବଲ ଅଧ୍ୟୟନ କରେ, ପ୍ରାର୍ଥନା କରେ ଏବଂ ମଣ୍ଡଳୀର ସଭାକୁ ଯାଏ ?

  • କʼଣ ମୋତେ ବାଇବଲର ଶିକ୍ଷାଗୁଡ଼ିକ ଭଲ ଲାଗେ ଓ ମୁଁ ସେଗୁଡ଼ିକୁ ପାଳନ କରେ ଏବଂ ଅନ୍ୟମାନଙ୍କୁ ମଧ୍ୟ କହିବାକୁ ଚାହେଁ ?

  • କʼଣ ମୁଁ ଯିହୋବାଙ୍କୁ ପ୍ରେମ କରେ ଏବଂ ତାଙ୍କର ଲୋକମାନଙ୍କ ସହ ସାଙ୍ଗ ହେବାକୁ ଚାହେଁ ?

  • କʼଣ ମୁଁ ରାଜନୈତିକ ସଂଗଠନ ଏବଂ ମିଥ୍ୟା ଧର୍ମରୁ ପୂରାପୂରି ସମ୍ପର୍କ ଭାଙ୍ଗି ଦେଇଛି ?

  • କʼଣ ମୁଁ ଯିହୋବାଙ୍କ ସ୍ତର ଅନୁସାରେ କାମ କରେ ଏବଂ ଯିହୋବାଙ୍କ ସାକ୍ଷୀ ହେବାକୁ ଚାହେଁ ?

ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ମଣ୍ଡଳୀ ସହ ପ୍ରଚାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଯେଉଁ ଭାଇ କିମ୍ବା ଭଉଣୀ ଆପଣଙ୍କୁ ବାଇବଲରୁ ଶିଖାଉଛନ୍ତି, ତାଙ୍କୁ କହନ୍ତୁ । ତାʼପରେ ପ୍ରାଚୀନମାନେ ଆପଣଙ୍କୁ ଭେଟିବେ ଏବଂ ଆପଣଙ୍କ ସହ ଚର୍ଚ୍ଚା କରିବେ ଯେ ଆପଣଙ୍କୁ ପ୍ରଚାରକ ହେବା ପାଇଁ କʼଣ କରିବାକୁ ପଡ଼ିବ ।

କʼଣ ମୁଁ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛି ?

ଆପଣ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ନା ନାହାନ୍ତି, ତାହା ଜାଣିବା ପାଇଁ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ:

  • କʼଣ ମୁଁ ଜଣେ ବାପ୍ତିସ୍ମରହିତ ପ୍ରଚାରକ ଅଟେ ?

  • କʼଣ ମୁଁ ଲଗାତାର ପ୍ରଚାର କରେ ଏବଂ ମୋ ଦ୍ୱାରା ଯେତେ ହୋଇପାରେ ସେତେ ପ୍ରଚାର କରିବାକୁ ଚେଷ୍ଟା କରେ ?

  • କʼଣ ମୁଁ ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସର’ ନିର୍ଦ୍ଦେଶକୁ ପାଳନ କରେ ଓ ତାକୁ ପୂରା ସହଯୋଗ କରେ ?—ମାଥିଉ ୨୪:୪୫-୪୭.

  • କʼଣ ମୁଁ ପ୍ରାର୍ଥନା କରି ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିଛି ? କʼଣ ମୁଁ ସର୍ବଦା ଯିହୋବାଙ୍କ ସେବା କରିବାକୁ ଚାହେଁ ?

ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଯେଉଁ ଭାଇ କିମ୍ବା ଭଉଣୀ ଆପଣଙ୍କୁ ବାଇବଲରୁ ଶିଖାଉଛନ୍ତି, ତାଙ୍କୁ କହନ୍ତୁ । ତାʼପରେ ପ୍ରାଚୀନମାନେ ଆପଣଙ୍କୁ ଭେଟିବେ ଏବଂ ଆପଣଙ୍କ ସହ ଚର୍ଚ୍ଚା କରିବେ ଯେ ଆପଣଙ୍କୁ ବାପ୍ତିସ୍ମ ନେବା ପାଇଁ କʼଣ କରିବାକୁ ପଡ଼ିବ ।