इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୪

ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା

ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା

ଏବ୍ରୀ ୮:୧

ସାରାଂଶ: ଆପଣଙ୍କ ଶ୍ରୋତାମାନେ ଆପଣଙ୍କ ଭାଷଣ ସହ ଆଗେଇବା ପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ପ୍ରତ୍ୟେକ ମୁଖ୍ୟ କଥାର, ଆପଣଙ୍କ ଉଦ୍ଦେଶ୍ୟ ଓ ବିଷୟବସ୍ତୁ ସହିତ କିପରି ସମ୍ପର୍କ ରହିଛି, ତାହା ସ୍ପଷ୍ଟ କରନ୍ତୁ ।

ଏହା କିପରି କରିପାରିବେ:

  • ଏକ ଉଦ୍ଦେଶ୍ୟ ରଖନ୍ତୁ । ଧ୍ୟାନରେ ରଖନ୍ତୁ ଯେ ଆପଣଙ୍କ ଭାଷଣ ଦେବାର ଉଦ୍ଦେଶ୍ୟ କʼଣ । କʼଣ ଆପଣ କିଛି ତଥ୍ୟ ଦେବେ, କୌଣସି କଥାକୁ ସତ୍ୟ ପ୍ରମାଣିତ କରିବେ, ନା ଆପଣ କୌଣସି ପଦକ୍ଷେପ ନେବା ପାଇଁ ଶ୍ରୋତାମାନଙ୍କୁ ପ୍ରେରିତ କରିବେ ? ତାʼ ପରେ ସେହି ଉଦ୍ଦେଶ୍ୟ ଅନୁଯାୟୀ ଭାଷଣକୁ ପ୍ରସ୍ତୁତ କରନ୍ତୁ । ନିଶ୍ଚିତ ହୁଅନ୍ତୁ ଯେ ସମସ୍ତ ମୁଖ୍ୟ କଥାଗୁଡ଼ିକ ଯେପରି ଆପଣଙ୍କ ଉଦ୍ଦେଶ୍ୟକୁ ହାସଲ୍‌ କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ ।

  • ଆପଣଙ୍କ ଭାଷଣର ବିଷୟବସ୍ତୁ ଉପରେ ଜୋର୍‌ ଦିଅନ୍ତୁ । ଭାଷଣର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଷୟବସ୍ତୁକୁ ଉଲ୍ଲେଖ କରନ୍ତୁ । ଆପଣ ବିଷୟବସ୍ତୁର ମୁଖ୍ୟ ଶବ୍ଦଗୁଡ଼ିକୁ ଦୋହରାଇବା କିମ୍ବା ସେଗୁଡ଼ିକର ପ୍ରତିଶବ୍ଦ ବ୍ୟବହାର କରିବା ଦ୍ୱାରା ଏପରି କରିପାରିବେ ।

  • ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ ଓ ସରଳ କରନ୍ତୁ । କେବଳ ଏପରି ମୁଖ୍ୟ କଥାଗୁଡ଼ିକୁ ବାଛନ୍ତୁ, ଯାହାର ଆପଣଙ୍କ ବିଷୟବସ୍ତୁ ସହିତ ସମ୍ପର୍କ ରହିଛି ଏବଂ ଯାହା ଆପଣ ନିର୍ଦ୍ଧାରିତ ସମୟ ଭିତରେ ଫଳପ୍ରଦ ଭାବେ ଶିଖାଇପାରିବେ । ସବୁ ମୁଖ୍ୟ କଥା ଉପରେ ଆଲୋଚନା କରିବା ଜରୁରୀ ନୁହେଁ । କିନ୍ତୁ ଆପଣ କହୁଥିବା ପ୍ରତ୍ୟେକ ମୁଖ୍ୟ କଥାକୁ ସ୍ପଷ୍ଟ ଭାବେ କୁହନ୍ତୁ । ଗୋଟିଏ ମୁଖ୍ୟ କଥାରୁ ଆଉ ଗୋଟିଏ ମୁଖ୍ୟ କଥାକୁ ଯିବା ବେଳେ ଟିକେ ରୁହନ୍ତୁ ଏବଂ ଗୋଟିଏ ମୁଖ୍ୟ କଥାକୁ ସ୍ପଷ୍ଟ କଲା ପରେ ହିଁ ଅନ୍ୟ ମୁଖ୍ୟ କଥାକୁ ଯାʼନ୍ତୁ ।