इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୬

ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା

ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା

ଆୟୁବ ୧୬:୫

ସାରାଂଶ: ସମସ୍ୟାଗୁଡ଼ିକ ପରିବର୍ତ୍ତେ ସମାଧାନଗୁଡ଼ିକ ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରନ୍ତୁ ଏବଂ ସେମାନଙ୍କୁ କିପରି ପ୍ରେରିତ କରିପାରିବେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଏହା କିପରି କରିପାରିବେ:

  • ଶ୍ରୋତାମାନଙ୍କ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରଖନ୍ତୁ । ଭରସା ରଖନ୍ତୁ ଯେ ଆମ ଭାଇଭଉଣୀମାନେ ଯିହୋବାଙ୍କୁ ଖୁସି କରିବାକୁ ଚାହାନ୍ତି । ଅନେକ ସମୟରେ ଆପଣଙ୍କୁ ପରାମର୍ଶ ଦେବାକୁ ପଡ଼େ କିମ୍ବା ଅନ୍ୟକୁ ସୁଧାରିବାକୁ ହୁଏ । ଏପରି ସମୟରେ ଯଦି ସମ୍ଭବ, ପ୍ରଥମେ ହୃଦୟର ସହିତ ପ୍ରଶଂସା କରନ୍ତୁ ।

  • ନକରାତ୍ମକ କଥାଗୁଡ଼ିକୁ କମ୍‌ କୁହନ୍ତୁ । କୌଣସି ବିଷୟର ନକରାତ୍ମକ କଥାଗୁଡ଼ିକୁ କେବଳ ସେତିକି ମାତ୍ରାରେ ସାମିଲ୍‌ କରନ୍ତୁ, ଯାହାଦ୍ୱାରା ଆପଣଙ୍କ କୌଣସି ଉଦ୍ଦେଶ୍ୟକୁ ହାସଲ୍‌ କରିବାରେ ସେଗୁଡ଼ିକ ସାହାଯ୍ୟ କରିପାରିବ । ଆପଣଙ୍କ ଉପସ୍ଥାପନା ମୋଟାମୋଟି ଭାବେ ସକାରାତ୍ମକ ହେବା ଉଚିତ୍‌ ।

  • ଈଶ୍ୱରଙ୍କ ବାକ୍ୟର ସଠିକ୍‌ ବ୍ୟବହାର କରନ୍ତୁ । ଯିହୋବା ମାନବଜାତି ପାଇଁ ଯାହା କରିଛନ୍ତି, ବର୍ତ୍ତମାନ ଯାହା କରୁଛନ୍ତି ଏବଂ ଆଗକୁ ଯାହା କରିବେ, ତାʼ ପ୍ରତି ସେମାନଙ୍କର ଧ୍ୟାନ ଆକର୍ଷଣ କରନ୍ତୁ । ଶ୍ରୋତାମାନଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କ ମନୋବଳ ବଢ଼ାନ୍ତୁ ।