ଅଧ୍ୟୟନ ୧୭
ଅନ୍ୟମାନେ ବୁଝିବା ପାଇଁ ସହଜ କରିବା
ଏହା କିପରି କରିପାରିବେ:
-
ଆପଣଙ୍କ ତଥ୍ୟକୁ ଧ୍ୟାନର ସହିତ ଅଧ୍ୟୟନ କରନ୍ତୁ । ଆପଣଙ୍କ ବିଷୟଟିକୁ ଭଲ ଭାବେ ବୁଝନ୍ତୁ, ଯାହାଫଳରେ ଆପଣ ତାକୁ ସରଳ ଭାବେ ଏବଂ ନିଜ ଶବ୍ଦରେ ବୁଝାଇପାରିବେ ।
-
ଛୋଟ ଛୋଟ ବାକ୍ୟ ଏବଂ ସରଳ ଶବ୍ଦଗୁଡ଼ିକ ବ୍ୟବହାର କରନ୍ତୁ । ଯଦିଓ ଆପଣ ଲମ୍ବା ବାକ୍ୟଗୁଡ଼ିକ କହିପାରିବେ, ତଥାପି ଛୋଟ ଛୋଟ ବାକ୍ୟ ଓ ବାକ୍ୟାଂଶ ବ୍ୟବହାର କରି ମୁଖ୍ୟ କଥାଗୁଡ଼ିକୁ କୁହନ୍ତୁ ।
-
ଅପରିଚିତ ଶବ୍ଦଗୁଡ଼ିକୁ ସ୍ପଷ୍ଟ କରନ୍ତୁ । ଯଦି ସମ୍ଭବ, ଆପଣଙ୍କ ଶ୍ରୋତାମାନେ ପରିଚିତ ନ ଥିବା ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣଙ୍କୁ କୌଣସି ଅପରିଚିତ ଶବ୍ଦ, ବାଇବଲ ଚରିତ୍ର, ପ୍ରାଚୀନ ପ୍ରଥା କିମ୍ବା ମାପ ପ୍ରକ୍ରିୟା ବିଷୟରେ କହିବାକୁ ପଡ଼େ, ତେବେ ସେଗୁଡ଼ିକୁ ସ୍ପଷ୍ଟ ଭାବେ ବୁଝାନ୍ତୁ ।