इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୮

ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା

ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା

୧ କରିନ୍ଥୀୟ ୯:୧୯-୨୩

ସାରାଂଶ: ଏପରି ତଥ୍ୟ ଦିଅନ୍ତୁ, ଯାହା ଆପଣଙ୍କ ଶ୍ରୋତାମାନଙ୍କୁ ଗଭୀର ଭାବେ ଚିନ୍ତନ କରିବା ପାଇଁ ସାହାଯ୍ୟ କରିବ । ସେମାନଙ୍କୁ ଲାଗିବା ଉଚିତ୍‌ ଯେ ସେମାନେ ଯାହା ଶିଖିଲେ, ସେଥିରୁ ସେମାନଙ୍କର ନିଶ୍ଚୟ ଲାଭ ହେବ ।

ଏହା କିପରି କରିପାରିବେ:

  • ଆପଣଙ୍କ ଶ୍ରୋତାମାନେ ଆଗରୁ ଯାହା ଜାଣିଛନ୍ତି, ତାକୁ ଧ୍ୟାନରେ ରଖନ୍ତୁ । ଶ୍ରୋତାମାନେ ପୂର୍ବରୁ ଯାହା ଶୁଣିଛନ୍ତି କେବଳ ସେଗୁଡ଼ିକୁ ଦୋହରାଇବା ଯଥେଷ୍ଟ ନୁହେଁ, ବରଂ ସେମାନଙ୍କୁ ବିଷୟଟିକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାରେ ସାହାଯ୍ୟ କରନ୍ତୁ ।

  • ଗବେଷଣା ଓ ଚିନ୍ତନ କରନ୍ତୁ । ଯଦି ସମ୍ଭବ, ମୁଖ୍ୟ କଥାଗୁଡ଼ିକୁ ବୁଝାଇବା ପାଇଁ ସାମ୍ପ୍ରତିକ ଘଟଣାଗୁଡ଼ିକୁ ସାମିଲ୍‌ କରନ୍ତୁ କିମ୍ବା ଏପରି ତଥ୍ୟଗୁଡ଼ିକୁ ସଂଗ୍ରହ କରି ସାମିଲ୍‌ କରନ୍ତୁ, ଯାହା ସହ ଶ୍ରୋତାମାନେ କମ୍‌ ପରିଚିତ ଅଟନ୍ତି । ଆପଣଙ୍କଠାରେ ଉପଲବ୍ଧ ଥିବା ତଥ୍ୟ ଉପରେ ଗଭୀର ଭାବେ ଚିନ୍ତନ କରନ୍ତୁ । ଏହା ସହିତ, ସେହି ତଥ୍ୟ ଏବଂ ଆପଣ ସଂଗ୍ରହ କରି ସାମିଲ୍‌ କରୁଥିବା ତଥ୍ୟ ମଧ୍ୟରେ କʼଣ ସମ୍ବନ୍ଧ ରହିଛି, ସେବିଷୟରେ ମଧ୍ୟ ଗଭୀର ଭାବେ ଚିନ୍ତନ କରନ୍ତୁ ।

  • ଆପଣଙ୍କ ବାର୍ତ୍ତା ଶ୍ରୋତାମାନଙ୍କ କାମରେ କିପରି ଆସିବ, ତାହା ଦେଖାନ୍ତୁ । ବାଇବଲ ଯାହା ଶିଖାଏ, ତାହା ଆପଣଙ୍କ ଶ୍ରୋତାମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ କିପରି ସାହାଯ୍ୟ କରିପାରିବ, ସେବିଷୟରେ ବୁଝାନ୍ତୁ । ଆପଣଙ୍କ ଶ୍ରୋତାମାନେ କେଉଁ କେଉଁ ପରିସ୍ଥିତିର ସାମନା କରନ୍ତି, ନିର୍ଦ୍ଦିଷ୍ଟ ପରିସ୍ଥିତିରେ କିଭଳି ମନୋଭାବ ଦେଖାନ୍ତି ଏବଂ ନିର୍ଦ୍ଦିଷ୍ଟ କାମଗୁଡ଼ିକୁ କିଭଳି ଭାବେ କରିଥାʼନ୍ତି, ତାହା ଆଲୋଚନା କରନ୍ତୁ ।