इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୯

ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା

ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା

ହିତୋପଦେଶ ୩:୧

ସାରାଂଶ: ଆପଣଙ୍କ ଶ୍ରୋତାମାନେ ଯାହା ଶିଖନ୍ତି, ତାʼର ମହତ୍ତ୍ୱକୁ ବୁଝିବାରେ ଏବଂ ତାକୁ ଲାଗୁ କରିବାରେ ସେମାନଙ୍କୁ ସାହାଯ୍ୟ କରନ୍ତୁ ।

ଏହା କିପରି କରିପାରିବେ:

  • ନିଜକୁ ଯାଞ୍ଚ କରିବାରେ ଶ୍ରୋତାମାନଙ୍କୁ ସାହାଯ୍ୟ କରନ୍ତୁ । ଶ୍ରୋତାମାନେ ନିଜ ଭାବନାଗୁଡ଼ିକୁ ଯାଞ୍ଚ କରିବା ପାଇଁ ସେମାନଙ୍କୁ ଏପରି ପ୍ରଶ୍ନଗୁଡ଼ିକ ପଚାରନ୍ତୁ, ଯାହାଫଳରେ ସେମାନେ ଭାବିବା ପାଇଁ ବାଧ୍ୟ ହେବେ ।

  • ଉତ୍ତମ ଉଦ୍ଦେଶ୍ୟ ରଖିବା ପାଇଁ ଶ୍ରୋତାମାନଙ୍କୁ ସାହାଯ୍ୟ କରନ୍ତୁ । ଶ୍ରୋତାମାନଙ୍କୁ ଏହା ଯାଞ୍ଚ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ ଯେ ସେମାନେ ଭଲ କାମଗୁଡ଼ିକୁ କାହିଁକି କରନ୍ତି । ଯିହୋବା ଓ ଲୋକମାନଙ୍କ ପାଇଁ ପ୍ରେମ, ଆଉ ବାଇବଲର ଶିକ୍ଷାଗୁଡ଼ିକ ପ୍ରତି ଆଦର ଭଳି ଉତ୍ତମ ଉଦ୍ଦେଶ୍ୟ ରଖି ପ୍ରତ୍ୟେକ କାମ କରିବା ପାଇଁ ସାହାଯ୍ୟ କରନ୍ତୁ । ବାଇବଲରେ କେତେ ଜ୍ଞାନ ଭରି ରହିଛି, ତାହା ଜାଣିବାରେ ଶ୍ରୋତାଙ୍କୁ ସାହାଯ୍ୟ କରନ୍ତୁ । ଭାଷଣ ଝାଡ଼ନ୍ତୁ ନାହିଁ । ସେମାନଙ୍କୁ ଲଜ୍ଜିତ କରିବା ପରିବର୍ତ୍ତେ, ଏପରି ଅନୁଭବ କରାନ୍ତୁ, ଯେପରି ଆପଣଙ୍କ ଉପସ୍ଥାପନାର ଶେଷରେ ସେମାନେ ଉତ୍ସାହିତ ମନେ କରିବେ ଏବଂ ଯାହା ଶିଖିବେ ତାକୁ ଉତ୍ତମ ଭାବେ ଲାଗୁ କରିବା ପାଇଁ ପ୍ରେରିତ ହେବେ ।

  • ଯିହୋବାଙ୍କ ପ୍ରତି ଶ୍ରୋତାମାନଙ୍କ ଧ୍ୟାନ ଆକର୍ଷଣ କରନ୍ତୁ । ବାଇବଲର ଶିକ୍ଷା, ସିଦ୍ଧାନ୍ତ ଓ ଆଜ୍ଞାଗୁଡ଼ିକରେ କିପରି ଯିହୋବାଙ୍କ ଗୁଣ ଏବଂ ଆମ ପ୍ରତି ତାହାଙ୍କ ପ୍ରେମ ଦେଖିବାକୁ ମିଳେ, ତାʼ ଉପରେ ଜୋର୍‌ ଦିଅନ୍ତୁ । ଯିହୋବାଙ୍କ ଭାବନାଗୁଡ଼ିକୁ ଧ୍ୟାନରେ ରଖିବା ଏବଂ ତାହାଙ୍କୁ ଖୁସି କରିବା ପାଇଁ ଶ୍ରୋତାମାନଙ୍କ ମନରେ ଇଚ୍ଛା ବଢ଼ାନ୍ତୁ ।