इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧

ଫଳପ୍ରଦ ଆରମ୍ଭ କରିବା

ଫଳପ୍ରଦ ଆରମ୍ଭ କରିବା

ପ୍ରେରିତ ୧୭:୨୨

ସାରାଂଶ: ଆପଣ ଯେଭଳି ଭାବେ କଥାବାର୍ତ୍ତା ଆରମ୍ଭ କରନ୍ତି, ସେଥିରୁ ଆପଣଙ୍କ ଶ୍ରୋତାମାନଙ୍କ ମନରେ ଆଗ୍ରହ ବଢ଼ିବା ଉଚିତ୍‌, ଆପଣଙ୍କ ବିଷୟ ସ୍ପଷ୍ଟ ଜଣାପଡ଼ିବା ଉଚିତ୍‌ ଏବଂ ବିଷୟଟି କାହିଁକି ସେମାନଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ, ତାହା ସେମାନେ ଜାଣିବା ଉଚିତ୍‌ ।

ଏହା କିପରି କରିପାରିବେ:

  • ଆଗ୍ରହ ବଢ଼ାନ୍ତୁ । ଏପରି ଗୋଟେ ପ୍ରଶ୍ନ, ବାସ୍ତବିକ ଅନୁଭୂତି କିମ୍ବା ଖବର ବାଛନ୍ତୁ, ଅଥବା ଏପରି କିଛି କଥା କୁହନ୍ତୁ, ଯାହା ଆପଣଙ୍କ ଶ୍ରୋତାମାନଙ୍କ ପାଇଁ ପସନ୍ଦର ବିଷୟ ହେବ ।

  • ଆପଣଙ୍କ ବିଷୟକୁ ସ୍ପଷ୍ଟ କରନ୍ତୁ । ଏପରି ଭାବେ କଥାବାର୍ତ୍ତା ଆରମ୍ଭ କରନ୍ତୁ, ଯାହାଫଳରେ ଆପଣଙ୍କ କଥାବାର୍ତ୍ତାର ବିଷୟ ଓ ଉଦ୍ଦେଶ୍ୟ ଆପଣଙ୍କ ଶ୍ରୋତାମାନଙ୍କୁ ସ୍ପଷ୍ଟ ଜଣାପଡ଼ିବ ।

  • ବିଷୟଟି କାହିଁକି ମହତ୍ତ୍ୱପୂର୍ଣ୍ଣ ତାହା ଜଣାନ୍ତୁ । ଆପଣଙ୍କ ଶ୍ରୋତାମାନଙ୍କ ପ୍ରକୃତ ଆବଶ୍ୟକତା ଅନୁଯାୟୀ କଥା ହୁଅନ୍ତୁ । ସେମାନେ ସ୍ପଷ୍ଟ ଭାବେ ବୁଝିବା ଉଚିତ୍‌ ଯେ ବିଷୟଟି ସେମାନଙ୍କୁ କିପରି ବ୍ୟକ୍ତିଗତ ଭାବେ ସାହାଯ୍ୟ କରିପାରିବ ।