इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୨୦

ଫଳପ୍ରଦ ସମାପ୍ତି କରିବା

ଫଳପ୍ରଦ ସମାପ୍ତି କରିବା

ଉପଦେଶକ ୧୨:୧୩, ୧୪

ସାରାଂଶ: ଆପଣଙ୍କ ଭାଷଣର ଶେଷ ଆଡ଼କୁ ନିଜ ଶ୍ରୋତାମାନଙ୍କୁ ପ୍ରେରିତ କରନ୍ତୁ ଯେ ସେମାନେ ଯାହା ଶିଖିଛନ୍ତି, ତାକୁ ଯେପରି ସ୍ୱୀକାର କରିବେ ଏବଂ ଆଗକୁ ଯାଇ ଲାଗୁ କରିବେ ।

ଏହା କିପରି କରିପାରିବେ:

  • ଆପଣ ଶେଷ ଆଡ଼କୁ ଯାହା କହନ୍ତି, ତାକୁ ମୁଖ୍ୟ ବିଷୟ ସହିତ ସଂଯୋଗ କରନ୍ତୁ । ଆପଣଙ୍କ ବିଷୟବସ୍ତୁ ଓ ମୁଖ୍ୟ କଥାଗୁଡ଼ିକୁ ପୁଣିଥରେ କୁହନ୍ତୁ, କିମ୍ବା ସେଗୁଡ଼ିକୁ ଅନ୍ୟ ଶବ୍ଦରେ ଦୋହରାନ୍ତୁ ।

  • ଆପଣଙ୍କ ଶ୍ରୋତାମାନଙ୍କୁ ପ୍ରେରିତ କରନ୍ତୁ । ଶ୍ରୋତାମାନଙ୍କୁ କୁହନ୍ତୁ ଯେ ସେମାନେ କʼଣ କରିବା ଉଚିତ୍‌ ଏବଂ ଏପରି କରିବା ପଛରେ କʼଣ ଠୋସ୍‌ କାରଣ ରହିଛି । ଏପରି ଭାବେ କୁହନ୍ତୁ ଯାହା ଦେଖାଇବ ଯେ ଆପଣ ନିଜ କଥା ଉପରେ ଦୃଢ଼ ବିଶ୍ୱାସ କରନ୍ତି ଏବଂ ଏହା କେତେ ଜରୁରୀ, ତାହା ଆପଣ ଜାଣନ୍ତି ।

  • ଆପଣ ଶେଷ ଆଡ଼କୁ ଯାହା କହନ୍ତି, ତାକୁ ସରଳ ଓ ସଂକ୍ଷିପ୍ତ ରଖନ୍ତୁ । ନୂଆ ମୁଖ୍ୟ କଥାଗୁଡ଼ିକୁ ସାମିଲ୍‌ କରନ୍ତୁ ନାହିଁ । ଆବଶ୍ୟକ ଅନୁଯାୟୀ କମ୍‌ରୁ କମ୍‌ ଶବ୍ଦ ବ୍ୟବହାର କରି ଶେଷଥର ପାଇଁ ନିଜ ଶ୍ରୋତାମାନଙ୍କୁ ପଦକ୍ଷେପ ନେବା ପାଇଁ ପ୍ରେରିତ କରନ୍ତୁ ।