इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୨

କଥାବାର୍ତ୍ତାର ଶୈଳୀରେ କହିବା

କଥାବାର୍ତ୍ତାର ଶୈଳୀରେ କହିବା

୨ କରିନ୍ଥୀୟ ୨:୧୭

ସାରାଂଶ: ସ୍ୱାଭାବିକ ଭାବେ ଓ ଆନ୍ତରିକତାର ସହ କଥା ହୁଅନ୍ତୁ । କାରଣ ଏଥିରୁ ଜଣାପଡ଼େ ଯେ ଆପଣ ଆଲୋଚନାର ପ୍ରସଙ୍ଗ ଏବଂ ଆପଣଙ୍କ ଶ୍ରୋତାମାନଙ୍କ ବିଷୟରେ କିପରି ଅନୁଭବ କରନ୍ତି ।

ଏହା କିପରି କରିପାରିବେ:

  • ପ୍ରାର୍ଥନାପୂର୍ବକ ଓ ଧ୍ୟାନର ସହିତ ପ୍ରସ୍ତୁତି କରନ୍ତୁ । ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ ଯେ ଆପଣ ଯେପରି ନିଜ ଉପରେ ଧ୍ୟାନ କେନ୍ଦ୍ରିତ ନ କରି ଆପଣଙ୍କ ବାର୍ତ୍ତା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଆପଣ ଯେଉଁ ମୁଖ୍ୟ କଥାଗୁଡ଼ିକ ବିଷୟରେ କହିବାକୁ ଚାହାନ୍ତି, ସେଗୁଡ଼ିକୁ ନିଜ ମନରେ ରଖନ୍ତୁ । ଆମ ପ୍ରକାଶନଗୁଡ଼ିକରେ ଯେପରି ଲେଖାଥାଏ, ତାʼକୁ ଅବିକଳ ଭାବେ ନକଲ ନ କରି, ଆପଣଙ୍କ ନିଜ ଶବ୍ଦରେ କଥାଗୁଡ଼ିକୁ କୁହନ୍ତୁ ।

  • ହୃଦୟରୁ କଥା କୁହନ୍ତୁ । ଆପଣଙ୍କ ଶ୍ରୋତାମାନେ ବାର୍ତ୍ତାକୁ ଶୁଣିବା କାହିଁକି ଜରୁରୀ, ସେବିଷୟରେ ଭାବନ୍ତୁ । ସେମାନଙ୍କ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ । ତାʼପରେ ଆପଣଙ୍କ ଅଙ୍ଗଭଙ୍ଗୀ ଓ ମୁହଁର ହାବଭାବରେ ଆନ୍ତରିକତା ଓ ବନ୍ଧୁତା ସ୍ପଷ୍ଟ ଝଲକିବ ।

  • ଆପଣଙ୍କ ଶ୍ରୋତାମାନଙ୍କୁ ଦେଖନ୍ତୁ । ଯେଉଁ ପରିସ୍ଥିତିରେ କିମ୍ବା ଯେଉଁ ଅଞ୍ଚଳରେ ଆଖିରେ ଆଖି ମିଶାଇ କଥା ହେବା ଅପମାନଜନକ ବୋଲି ଧରାଯାଏ ନାହିଁ, ସେଠାରେ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ । ଯେତେବେଳେ ଆପଣ ଭାଷଣ ଦିଅନ୍ତି, ସେତେବେଳେ ଏକାସାଙ୍ଗେ ସମସ୍ତ ଶ୍ରୋତାମାନଙ୍କୁ ଦେଖିବା ପରିବର୍ତ୍ତେ, ଗୋଟିଏ ସମୟରେ ଜଣକୁ ହିଁ ଦେଖନ୍ତୁ ।