इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୭

ସଠିକ୍‌ ଓ ଯୁକ୍ତିଯୁକ୍ତ ପ୍ରମାଣ ଦେବା

ସଠିକ୍‌ ଓ ଯୁକ୍ତିଯୁକ୍ତ ପ୍ରମାଣ ଦେବା

ଲୂକ ୧:୩

ସାରାଂଶ: ଆପଣଙ୍କ ଶ୍ରୋତାମାନଙ୍କୁ ସଠିକ୍‌ ସିଦ୍ଧାନ୍ତରେ ପହଞ୍ଚିବାରେ ସାହାଯ୍ୟ କରିବା ପାଇଁ ଭରସାଯୋଗ୍ୟ ପ୍ରମାଣ ବ୍ୟବହାର କରନ୍ତୁ ।

ଏହା କିପରି କରିପାରିବେ:

  • ଭରସାଯୋଗ୍ୟ ସ୍ରୋତରୁ ତଥ୍ୟ ନିଅନ୍ତୁ । ଆପଣଙ୍କ ଟିପ୍ପଣୀ ଈଶ୍ୱରଙ୍କ ବାକ୍ୟ ଆଧାରରେ ହେବା ଉଚିତ୍‌ ଏବଂ ଯଦି ସମ୍ଭବ ସିଧାସଳଖ ବାଇବଲରୁ ପଢ଼ନ୍ତୁ । ଯଦି ଆପଣ ବିଜ୍ଞାନ ସମ୍ବନ୍ଧୀୟ କୌଣସି ତଥ୍ୟ, କୌଣସି ଖବର, କାହାରି ଅନୁଭୂତି, କିମ୍ବା ଆପଣଙ୍କ ବିଷୟକୁ ସତ୍ୟ ପ୍ରମାଣିତ କରୁଥିବା ତଥ୍ୟ ଦିଅନ୍ତି, ତେବେ ପୂର୍ବରୁ ଯାଞ୍ଚ କରନ୍ତୁ ଯେ ଆପଣ ଯେଉଁ ସ୍ରୋତରୁ ତଥ୍ୟ ନେଉଛନ୍ତି, ତାହା ଏବେକାର ଓ ଭରସାଯୋଗ୍ୟ ।

  • ସ୍ରୋତଗୁଡ଼ିକର ସଠିକ୍‌ ବ୍ୟବହାର କରନ୍ତୁ । ପଦଗୁଡ଼ିକର ସନ୍ଦର୍ଭ, ବାଇବଲର ମୁଖ୍ୟ ବାର୍ତ୍ତା ଏବଂ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଦ୍ୱାରା ପ୍ରକାଶିତ ପ୍ରକାଶନ ଅନୁଯାୟୀ ପଦଗୁଡ଼ିକୁ ବୁଝାନ୍ତୁ । (ମାଥି. ୨୪:୪୫) ସାଂସାରିକ ସ୍ରୋତଗୁଡ଼ିକର ବ୍ୟବହାର କରିବା ସମୟରେ, ସେଗୁଡ଼ିକର ମୂଳ ସନ୍ଦର୍ଭ ଏବଂ ଲେଖକ ଯେଉଁ ଉଦ୍ଦେଶ୍ୟରେ ଲେଖିଛନ୍ତି, ତାକୁ ବିଚାରକୁ ନିଅନ୍ତୁ ।

  • ପ୍ରମାଣ ଆଧାରରେ ତର୍କ କରନ୍ତୁ । କୌଣସି ପଦ ପଢ଼ିବା କିମ୍ବା କୌଣସି ସ୍ରୋତରୁ କିଛି ଉଲ୍ଲେଖ କରିବା ପରେ, ଶ୍ରୋତାମାନେ ନିଜେ ସଠିକ୍‌ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ କୁଶଳତାର ସହ ପ୍ରଶ୍ନ ପଚାରନ୍ତୁ, ଅଥବା ଦୃଷ୍ଟାନ୍ତ, ଆଳଙ୍କାରିକ ଭାଷା କିମ୍ବା ଅନ୍ୟ କୌଣସି ଉପାୟ ସାହାଯ୍ୟରେ ବିଷୟଟିର ଅର୍ଥ ଭଲ ଭାବେ ବୁଝାନ୍ତୁ ।