इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୯

ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା

ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା

ଆଦି ପୁସ୍ତକ ୧୫:୫

ସାରାଂଶ: ମୁଖ୍ୟ କଥାଗୁଡ଼ିକୁ ଭଲ ଭାବେ ବୁଝାଇବା ପାଇଁ ଆପଣ ଦେଖାଉଥିବା ଜିନିଷଗୁଡ଼ିକର ସଠିକ୍‌ ବ୍ୟବହାର କରନ୍ତୁ ।

ଏହା କିପରି କରିପାରିବେ:

  • ଏପରି ଜିନିଷ ଦେଖାନ୍ତୁ, ଯାହାଦ୍ୱାରା ଆପଣ ଆହୁରି ଭଲ ଭାବେ ଶିଖାଇପାରିବେ । ଚିତ୍ର, ମାନଚିତ୍ର, ନକ୍ସା, ସମୟରେଖା, ଭିଡିଓ କିମ୍ବା ଅନ୍ୟାନ୍ୟ ଉପକରଣଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ଉପରେ ଜୋର୍‌ ଦେବା ପାଇଁ ବ୍ୟବହାର କରନ୍ତୁ, ଛୋଟ ଛୋଟ ତଥ୍ୟ ଉପରେ ଜୋର୍‌ ଦେବା ପାଇଁ ନୁହେଁ । ଶ୍ରୋତାମାନେ କେବଳ ଆପଣ ଦେଖାଉଥିବା ଜିନିଷକୁ ମନେ ନ ରଖି ସେଥିରୁ ମିଳୁଥିବା ଶିକ୍ଷାକୁ ମଧ୍ୟ ଯେପରି ମନେ ରଖିବେ, ତାʼ ପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତୁ ।

  • ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯାହା ଦେଖାନ୍ତି, ତାହା ଆପଣଙ୍କ ଶ୍ରୋତାମାନେ ଯେପରି ଦେଖିପାରିବେ ।