इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଶ୍ନ ୧୬

ଜୀବନରେ ଆସୁଥିବା ଚିନ୍ତାଗୁଡ଼ିକୁ ଆମେ କିପରି ଦୂର କରିପାରିବା ?

ଜୀବନରେ ଆସୁଥିବା ଚିନ୍ତାଗୁଡ଼ିକୁ ଆମେ କିପରି ଦୂର କରିପାରିବା ?

“ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ ।”

ଗୀତସଂହିତା ୫୫:୨୨

“କର୍ମଶୀଳର ସଙ୍କଳ୍ପରୁ କେବଳ ପ୍ରଚୁରତା ଜନ୍ମେ; ମାତ୍ର ପ୍ରତ୍ୟେକ ହଠାତ୍‌ କର୍ମକାରୀ କେବଳ ଅଭାବ ଆଡ଼େ ଯାଏ ।”

ହିତୋପଦେଶ ୨୧:୫

“ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା ।”

ଯିଶାଇୟ ୪୧:୧୦

“ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ଦଣ୍ଡେ ବୃଦ୍ଧି କରି ପାରେ ?”

ମାଥିଉ ୬:୨୭

“ଅତଏବ, କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ । ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ ।”

ମାଥିଉ ୬:୩୪

‘ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରି ପାର ।’

ଫିଲିପ୍‌ପୀୟ ୧:୧୦

“କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ ।”

ଫିଲିପ୍‌ପୀୟ ୪:୬, ୭