इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଶ୍ନ ୧୪

ଆମେ ନିଜ ସମ୍ପତ୍ତିକୁ କିପରି ଠିକ୍‌ ଭାବେ ବ୍ୟବହାର କରିପାରିବା ?

ଆମେ ନିଜ ସମ୍ପତ୍ତିକୁ କିପରି ଠିକ୍‌ ଭାବେ ବ୍ୟବହାର କରିପାରିବା ?

“ଯେଉଁ ଲୋକ ଆମୋଦ ଭଲ ପାଏ, ସେ ଦରିଦ୍ର ହେବ; ପୁଣି, ଯେ ଦ୍ରାକ୍ଷାରସ ଓ ତୈଳ ଭଲ ପାଏ, ସେ ଧନବାନ୍‌ ହେବ ନାହିଁ ।”

ହିତୋପଦେଶ ୨୧:୧୭

“ଧନବାନ୍‌ ଦରିଦ୍ର ଉପରେ କର୍ତ୍ତୃତ୍ୱ କରଇ, ପୁଣି ଋଣୀ ମହାଜନର ଦାସ ହୁଏ ।”

ହିତୋପଦେଶ ୨୨:୭

“ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରହରୀଗୃହ ନିର୍ମାଣ କରିବାକୁ ଇଚ୍ଛା କରି ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ତାହାର ଅର୍ଥବଳ ଅଛି କି ନାହିଁ, ଏହା ପ୍ରଥମେ ବସି ବ୍ୟୟହିସାବ ଦେଖିବ ନାହିଁ ? କାଳେ ସେ ମୂଳଦୁଆ ବସାଇ ଶେଷ କରି ନ ପାରିଲେ, ଯେତେ ଲୋକ ତାହା ଦେଖିବେ, ସମସ୍ତେ ତାହାକୁ ପରିହାସ କରି କହିବାକୁ ଲାଗିବେ, ଏ ଲୋକଟା ତୋଳିବାକୁ ଆରମ୍ଭ କରି ଶେଷ କରି ପାରିଲା ନାହିଁ ।”

ଲୂକ ୧୪:୨୮-୩୦

“ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର ।”

ଯୋହନ ୬:୧୨