इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଶ୍ନ ୧୭

ବାଇବଲ ଆପଣଙ୍କ ପରିବାରକୁ କିପରି ସାହାଯ୍ୟ କରିପାରିବ ?

ବାଇବଲ ଆପଣଙ୍କ ପରିବାରକୁ କିପରି ସାହାଯ୍ୟ କରିପାରିବ ?

ସ୍ୱାମୀ/ପିତାମାନେ

‘ଠିକ୍‌ ସେହିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ରେମ କରିବା କଥା । ନିଜ ଶରୀରକୁ ପ୍ରେମ କରିଲା ଭଳି ପ୍ରେମ କରିବା କଥା । ଯେଉଁ ଲୋକ ନିଜ ପତ୍ନୀକୁ ପ୍ରେମ କରେ, ସେ ନିଜ ଶରୀରକୁ ପ୍ରେମ କରେ । କୌଣସି ଲୋକ ନିଜ ଶରୀରକୁ କେବେହେଲେ ଘୃଣା କରେ ନାହିଁ । ପ୍ରତ୍ୟେକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ . . . ତୁମ୍ଭ ଭିତରୁ ପ୍ରତ୍ୟେକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ ।’

ଏଫିସୀୟ ୫:୨୮, ୨୯, ୩୩ (ଇଜି ଟୁ ରିଡ୍‌ ଭର୍ସନ୍‌)

“ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର ।”

ଏଫିସୀୟ ୬:୪

ପତ୍ନୀମାନେ

“ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ ।”

ଏଫିସୀୟ ୫:୩୩ (ଇଜି ଟୁ ରିଡ୍‌ ଭର୍ସନ୍‌)

“ହେ ଭାର୍ଯ୍ୟାମାନେ, ପ୍ରଭୁଙ୍କ ସହଭାଗିତାର ଉପଯୁକ୍ତ ଆଚରଣ ଅନୁସାରେ ଆପଣା ଆପଣା ସ୍ୱାମୀମାନଙ୍କ ବଶୀଭୂତ ହୁଅ ।”

କଲସୀୟ ୩:୧୮

ପୁଅଝିଅମାନେ

“ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ; କାରଣ ତାହା ଯଥାର୍ଥ । ଆପଣା ପିତାମାତାଙ୍କୁ ସମାଦର କର (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା), ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ ।”

ଏଫିସୀୟ ୬:୧-୩

“ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର ।”

କଲସୀୟ ୩:୨୦