ବାଇବଲର ବାର୍ତ୍ତା-ଏକ ସାରାଂଶ
୧ ଯିହୋବା ଆଦମ ଓ ହବାଙ୍କୁ ପାରାଦୀଶରେ ଅନନ୍ତ ଜୀବନର ଉଦ୍ଦେଶ୍ୟରେ ସୃଷ୍ଟି କଲେ । ଶୟତାନ ଈଶ୍ୱରଙ୍କ ନାମର ଅପବାଦ କରେ ଓ ତାହାଙ୍କ ଶାସନ କରିବାର ଅଧିକାର ଉପରେ ପ୍ରଶ୍ନ ଉଠାଏ । ଏହି ବିଦ୍ରୋହରେ ଆଦମ ଓ ହବା ଶୟତାନ ସହ ମିଶିଲେ, ଯାହାଫଳରେ ସେମାନେ ନିଜ ପାଇଁ ଓ ତାହାଙ୍କ ବଂଶଧରମାନଙ୍କ ପାଇଁ ପାପ ଓ ମୃତ୍ୟୁକୁ ନେଇଆସିଲେ
୨ ଯିହୋବା ଏହି ବିଦ୍ରୋହୀଙ୍କୁ ଶାସ୍ତି ଦେଲେ ଏବଂ ପ୍ରତିଜ୍ଞାକରି କହିଲେ ଯେ ଜଣେ ଉଦ୍ଧାରକର୍ତ୍ତା ବା ପ୍ରତିଜ୍ଞାତ ବଂଶ ଆସିବେ ଯିଏ ଶୟତାନକୁ ବିନାଶ କରିବେ ଏବଂ ପାପ ଓ ବିଦ୍ରୋହର ପ୍ରଭାବକୁ ଦୂର କରିଦେବେ
୩ ଯିହୋବା, ଅବ୍ରହାମ ଓ ଦାଉଦଙ୍କୁ ପ୍ରତିଜ୍ଞାକରି କହିଲେ ସେମାନେ ସେହି ପ୍ରତିଜ୍ଞାତ ବଂଶ ବା ମସୀହଙ୍କର ପୂର୍ବପୁରୁଷ ହେବେ ଯିଏ ଚୀରକାଳ ପାଇଁ ରାଜାରୂପେ ଶାସନ କରିବେ
୪ ଯିହୋବାଙ୍କ ଅନୁପ୍ରାଣିତରେ ତାହାଙ୍କ ଭବିଷ୍ୟବକ୍ତାମାନେ କହିଲେ ମସୀହ, ପାପ ଓ ମୃତ୍ୟୁକୁ ସମାପ୍ତ କରିବେ । ସେ ତାହାଙ୍କ ଶାସକଙ୍କ ସହିତ ଈଶ୍ୱରଙ୍କ ରାଜ୍ୟରେ ଶାସନ କରିବେ ଯାହା ଯୁଦ୍ଧ, ରୋଗ, ଏଭଳିକି ମୃତ୍ୟୁକୁ ମଧ୍ୟ ଦୂର କରିବ
୫ ଯିହୋବା ତାହାଙ୍କ ପୁତ୍ର ଯୀଶୁଙ୍କୁ ପୃଥିବୀକୁ ପଠେଇଲେ ଏବଂ ତାହାଙ୍କୁ ମସୀହ ବୋଲି ଚିହ୍ନିତ କଲେ । ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କଲେ ଏବଂ ନିଜ ଜୀବନକୁ ବଳିରୂପେ ଉତ୍ସର୍ଗ କଲେ । ଏହାପରେ ଯିହୋବା ତାହାଙ୍କୁ ଜଣେ ଆତ୍ମିକ ବ୍ୟକ୍ତିରୂପେ ପୁନରୁତ୍ଥିତ କଲେ
୬ ଯିହୋବା ତାହାଙ୍କ ପୁତ୍ରଙ୍କୁ ସ୍ୱର୍ଗରେ ରାଜାରୂପେ ନିଯୁକ୍ତି କରନ୍ତି, ଯାହା ଏହି ବିଧିବ୍ୟବସ୍ଥାର ଶେଷକାଳର ଆରମ୍ଭକୁ ସଂକେତ କରେ । ସାରାଜଗତରେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଘୋଷଣା କରିବା ସମୟରେ ଯୀଶୁ ତାହାଙ୍କ ପାର୍ଥିବ ଅନୁଗାମୀମାନଙ୍କୁ ପଥ ଦେଖାନ୍ତି
୭ ଯିହୋବା ତାହାଙ୍କ ପୁତ୍ରଙ୍କୁ ପୃଥିବୀ ଉପରେ ତାହାର ରାଜ୍ୟର ଶାସନ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ । ସେହି ରାଜ୍ୟ ସମସ୍ତ ଦୁଷ୍ଟ ସରକାରଗୁଡ଼ିକୁ ବିନଷ୍ଟ କରିବ, ପୃଥିବୀରେ ପୁଣିଥରେ ପାରାଦୀଶର ସ୍ଥାପନ କରିବ ଏବଂ ବିଶ୍ୱସ୍ତ ମାନବଙ୍କୁ ସିଦ୍ଧ କରିବ । ଯିହୋବାଙ୍କ ଶାସନ ଅଧିକାର ସମ୍ପାଦିତ ହେବ ଏବଂ ତାହାଙ୍କ ନାମ ସଦାସର୍ବଦା ପାଇଁ ପବିତ୍ର ହେବ