इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୧୫

ଜଣେ ଭାବବାଦୀ ବନ୍ଦୀ ଥିବା ବେଳେ ଭବିଷ୍ୟତ ବିଷୟରେ କିଛି ଝଲକ ପାଇଲେ

ଜଣେ ଭାବବାଦୀ ବନ୍ଦୀ ଥିବା ବେଳେ ଭବିଷ୍ୟତ ବିଷୟରେ କିଛି ଝଲକ ପାଇଲେ

ଦାନିଏଲ ଈଶ୍ୱରଙ୍କ ରାଜ୍ୟ ଏବଂ ମସୀହଙ୍କ ଆଗମନ ବିଷୟରେ ଭବିଷ୍ୟତବାଣୀ କରିଥିଲେ । ବାବିଲର ପତନ ହେଲା

ଦାନିଏଲ, ଯିଏ କି ଜଣେ ଅତି ସଚ୍ଚୋଟ ଯୁବକ ଥିଲା ତାହାଙ୍କୁ ଯିରୁଶାଲମର ଧ୍ୱଂସ ହେବା ପୂର୍ବେ ବାବିଲକୁ ବନ୍ଦୀ କରି ନିଆ ଯାଇଥିଲା । ସେ ଓ କେତେକ ଯିହୂଦୀ, ଯାହାକୁ ପରିତ୍ୟକ୍ତ ଯିହୂଦା ରାଜ୍ୟରୁ ବନ୍ଦୀକରି ନିଆଯାଇଥିଲା, ସେମାନେ ତାହାଙ୍କ ବନ୍ଦୀ ହାକିମମାନଙ୍କଠାରୁ କିଛି ଅଧିକ ସ୍ୱାଧୀନ ପାଇଥିଲେ । ବାବିଲରେ ବହୁତ ବର୍ଷ କଟେଇବା ପରେ ଦାନିଏଲଙ୍କୁ ଈଶ୍ୱର ବହୁତ ଆଶୀର୍ବାଦ କରିଥିଲେ, ଏପରି କି ତାହାଙ୍କୁ ସିଂହ ଗାତରୁ ମୃତ୍ୟୁମୁଖରୁ ଉଦ୍ଧାର କରିଥିଲେ ଏବଂ ଭବିଷ୍ୟତ ବିଷୟରେ ଜାଣିବା ପାଇଁ କିଛି ଝଲକ ଦେଇଥିଲେ । ଦାନିଏଲଙ୍କ ପ୍ରସିଦ୍ଧ ଭବିଷ୍ୟତବାଣୀ ହେଲା ମସୀହ ଓ ତାହାଙ୍କ ଶାସନ ।

ଦାନିଏଲ ଜାଣିପାରିଥିଲେ ମସୀହଙ୍କ କେବେ ଆଗମନ ହେବ । ଦାନିଏଲଙ୍କୁ କୁହାଯାଇଥିଲା ଯେ ଈଶ୍ୱରଙ୍କ ଲୋକଙ୍କର, “ଅଧିପତି ଅଭିଷିକ୍ତ ବ୍ୟକ୍ତିଙ୍କ” ଆଗମନ କେବେ ହେବ ? ଏହା ଥିଲା ଯିରୁଶାଲମ ପ୍ରାଚୀରର ପୁନଃସ୍ଥାପନ ଓ ନିର୍ମାଣ କରିବା ପାଇଁ ଆଦେଶ ଦେବାର ଠିକ୍‌ ୬୯ ସପ୍ତାହ ବର୍ଷ ପରେ । ସାଧାରଣତଃ ଏକ ସପ୍ତାହରେ ସାତ ଦିନ ହୋଇଥାଏ; ଯଦି ଏକ ଦିନକୁ ଏକ ବର୍ଷ ବୋଲି ଧରି ନିଆଯାଏ ତେବେ ଏକ ସପ୍ତାହ ହେବ ସାତ ବର୍ଷ । ଏହି ଆଦେଶଟି ଦାନିଏଲଙ୍କ ସମୟଠାରୁ ବହୁବର୍ଷ ପରେ ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ୪୫୫ରେ ଦିଆଯାଇଥିଲା । ସେହି ବର୍ଷରୁ ଆରମ୍ଭ କରି ଯଦି ଆମେ ୬୯ ସପ୍ତାହ ବର୍ଷ ବା ୪୮୩ବର୍ଷ ଗଣିବା ତେବେ ଏହାର ସମାପ୍ତି ୨୯ଖ୍ରୀଷ୍ଟାଦ୍ଦରେ ହୁଏ । ଏହି ପୁସ୍ତିକାର ପର ପୃଷ୍ଠାଗୁଡ଼ିକରେ ଆମେ ଦେଖିବା ଯେ ସେହି ବର୍ଷରେ କʼଣ ସବୁ ଘଟିଥିଲା । ଦାନିଏଲ ପୂର୍ବରୁ ଏହା ମଧ୍ୟ ଦେଖିଥିଲେ ମସୀହଙ୍କୁ ପାପର ପ୍ରାୟଶ୍ଚିତ ନିମନ୍ତେ “ଉଚ୍ଛିନ୍ନ” ବା ହତ୍ୟା କରା ଯିବ ।—ଦାନିଏଲ ୯:୨୪-୨୬.

ମସୀହ ସ୍ୱର୍ଗରେ ରାଜା ହେବେ । ଦାନିଏଲ ଗୋଟିଏ ଅସାଧାରଣ ସ୍ୱର୍ଗର ଦର୍ଶନ ଦେଖିଲେ ଯେଉଁଠାରେ ସ୍ୱୟଂ ଯିହୋବାଙ୍କ ସିଂହାସନ ନିକଟରେ ମସୀହ “ମନୁଷ୍ୟପୁତ୍ର ନ୍ୟାୟ ଏକ ପୁରୁଷ” ଉପସ୍ଥିତ ହେଲେ । ଯିହୋବା ତାହାଙ୍କୁ “କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ” ଦେଲେ । ତାହାଙ୍କ ରାଜ୍ୟ ଚୀରକାଳ ସ୍ଥାୟୀ ହେବ । ଏହା ବ୍ୟତୀତ ଦାନିଏଲ ମସୀହଙ୍କ ରାଜ୍ୟ ବିଷୟକ ଆଉ କେତେକ ରୋମାଞ୍ଚକ ତଥ୍ୟ ଜାଣିବାକୁ ପାଇଲେ, ଯେ ରାଜା ନିଜ ସହ ଆଉ ଅନ୍ୟ କେତେକଙ୍କୁ ଶାସନ ଭାର ଦେବେ ଯାହାକୁ “ସର୍ବୋପରିସ୍ଥଙ୍କର ପବିତ୍ର ଲୋକ” କୁହାଯାଏ ।—ଦାନିଏଲ ୭:୧୩, ୧୪, ୨୭.

ସେହି ରାଜ୍ୟ ଏହି ପୃଥିବୀର ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରିବ । ଈଶ୍ୱର ଦାନିଏଲଙ୍କୁ ଗୋଟିଏ ସ୍ୱପ୍ନର ଅର୍ଥ କହିବାର କ୍ଷମତା ଦେଇଥିଲେ ଯାହାକି ବାବିଲର ରାଜା ନବୂଖଦ୍‌ନିତ୍ସରଙ୍କୁ ବ୍ୟତିବ୍ୟସ୍ତ କରିଥିଲା । ରାଜା ଗୋଟିଏ ବିରାଟ ମୂର୍ତ୍ତି ଦେଖିଲେ ତାର ମସ୍ତକ ଶୁଦ୍ଧ ସୁବର୍ଣ୍ଣରେ, ଛାତି ଓ ବାହୁ ଦ୍ୱୟ ରୁପାରେ, ପେଟ ଓ ଜଙ୍ଘ ପିତଳରେ, ଗୋଡ଼ଗୁଡ଼ିକ ଲୁହାରେ ଏବଂ ପାଦ ଦୁଇଟିର କିଛି ଅଂଶ ଲୁହା ଓ କିଛି ଅଂଶ ମାଟିରେ ନିର୍ମିତ ହୋଇଥିଲା । ପାହାଡ଼ରୁ କଟା ଯାଇଥିବା ଗୋଟିଏ ପଥର ଖଣ୍ଡ ଆସି ସେହି ମୂର୍ତ୍ତିର ପାଦରେ ଆଘାତ କଲା ଏବଂ ତାହା ଖଣ୍ଡବିଖଣ୍ଡ ହୋଇ ଚୂରମାର ହେଲା । ଦାନିଏଲ ସେହି ମୂର୍ତ୍ତିର ଅଂଶଗୁଡ଼ିକ ବିଷୟରେ କହିଲେ ଯେ ଏହା ଗୋଟିଏ ପରେ ଗୋଟିଏ ଉଠି ଆସିବା ବିଶ୍ୱଶକ୍ତିଗୁଡ଼ିକୁ ବୁଝାଏ ଯାହା ସ୍ୱର୍ଣ୍ଣ ମସ୍ତକ ବାବିଲରୁ ଆରମ୍ଭ ହୋଇଥିଲା । ଦାନିଏଲ ଏହା ମଧ୍ୟ ଜାଣି ପାରିଥିଲେ ଯେ ଏହି ଦୁଷ୍ଟ ସଂସାରର ଶାସନକାଳରେ ଶେଷ ବିଶ୍ୱଶକ୍ତିର ଶାସନ ସମୟରେ ଈଶ୍ୱରଙ୍କ ରାଜ୍ୟ ହସ୍ତକ୍ଷେପ କରିବ । ଏହା ପୃଥିବୀର ସମସ୍ତ ମାନବ ସରକାର ଗୁଡ଼ିକକୁ ଧ୍ୱଂସ କରିବ । ତାʼପରେ ଏହା ଚୀରକାଳ ପାଇଁ ଶାସନ କରିବ ।—ଦାନିଏଲ, ଅଧ୍ୟାୟ ୨.

ବହୁବର୍ଷ ବଞ୍ଚିବା ଫଳରେ ଦାନିଏଲ ବାବିଲର ପତନ ଦେଖିଥିଲେ । ଭବିଷ୍ୟତବକ୍ତା କହିବା ଅନୁସାରେ କୋରସ ରାଜା ସେହି ନଗରକୁ ପରାଜୟ କରିଥିଲେ । କଛି ସମୟ ପରେ, ଭବିଷ୍ୟତବାଣୀ ଅନୁଯାଇ ଠିକ୍‌ ୭୦ବର୍ଷ ସେମାନଙ୍କ ଜନ୍ମଭୂମି ପରିତ୍ୟକ୍ତ ରହିବା ପରେ ଯିହୂଦୀମାନେ ମୁକ୍ତି ପାଇଲେ । ବିଶ୍ୱସ୍ତ ଅଧ୍ୟକ୍ଷ, ଯାଜକ ଏବଂ ଭାବବାଦୀଙ୍କ ଅନୁଶାସନ ଯୋଗୁଁ ଯିହୂଦୀମାନେ ଶେଷରେ ଯିରୁଶାଲମକୁ ପୁନଃନିର୍ମାଣ କଲେ ଏବଂ ଯିହୋବାଙ୍କ ମନ୍ଦିରର ପୁନଃସ୍ଥାପନ କରିଥିଲେ । କିନ୍ତୁ ୪୮୩ବର୍ଷ ପରେ କʼଣ ହେବ ?

ଏହା ଦାନିଏଲ ପୁସ୍ତକ ଉପରେ ଆଧାରିତ ।