ଆଉ କିଛି ପରାମର୍ଶ—ଗ
ଖୁସିଭରା ଜୀବନ ବହିରୁ ବାଇବଲ ଅଧ୍ୟୟନ କିପରି କରାଇବି ?
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିକୁ ବହୁତ ପରିଶ୍ରମ କରି ତିଆରି କରାଯାଇଛି । ଏହାକୁ ପ୍ରସ୍ତୁତ କରିବା ସମୟରେ ଭାଇମାନେ ବହୁତ ଅନୁସନ୍ଧାନ କଲେ ଓ ବହୁତ ପ୍ରାର୍ଥନା କଲେ । ଏହାର ଭଲଭାବେ ବ୍ୟବହାର କରିବା ପାଇଁ ଆପଣ ବାଇବଲ ଅଧ୍ୟୟନ କରାଇବା ବେଳେ ଆଗକୁ ଦିଆଯାଇଥିବା ଉପାୟଗୁଡ଼ିକୁ ଆପଣାଇ ପାରିବେ ।
ଅଧ୍ୟୟନ ପୂର୍ବରୁ
-
୧. ଭଲ ପ୍ରସ୍ତୁତି କରନ୍ତୁ । ନିଜ ବିଦ୍ୟାର୍ଥୀର ଆବଶ୍ୟକତାଗୁଡ଼ିକ ବିଷୟରେ ଭାବନ୍ତୁ । ତାʼ ପରିସ୍ଥିତି ବିଷୟରେ ଭାବନ୍ତୁ । ଏହା ବି ଭାବନ୍ତୁ ଯେ ସେ କʼଣ ମାନି ଆସୁଛି । ଏହା ଦେଖିବା ପାଇଁ ଚେଷ୍ଟା କରନ୍ତୁ ଯେ ଏପରି କେଉଁ କଥା ଅଛି ଯାହା ତାକୁ ବୁଝିବା ଓ ମାନିବା ପାଇଁ କଷ୍ଟ ଲାଗିବ । ଭାବନ୍ତୁ ଯେ “ଅଧିକ ଜାଣନ୍ତୁ” ଭାଗର କେଉଁ କଥାଗୁଡ଼ିକ ତାʼ କାମରେ ଆସିପାରେ ଓ ସେବିଷୟରେ କହିବା ପାଇଁ ପ୍ରସ୍ତୁତ ରହନ୍ତୁ ।
ଅଧ୍ୟୟନ ସମୟରେ
-
୨. ଯଦି ବିଦ୍ୟାର୍ଥୀକୁ ଅସୁବିଧା ହୁଏନି, ତାହେଲେ ଆରମ୍ଭରେ ଓ ଶେଷରେ ପ୍ରାର୍ଥନା କରନ୍ତୁ ।
-
୩. ନିଜେ ବେଶି କହନ୍ତୁ ନାହିଁ । ବହିରେ ଯାହା ଦିଆଯାଇଛି, ତାʼ ଉପରେ ହିଁ ଆଲୋଚନା କରନ୍ତୁ ଓ ବିଦ୍ୟାର୍ଥୀକୁ କହିବାକୁ ଦିଅନ୍ତୁ ।
-
୪. ବହିର କୌଣସି ନୂଆ ଭାଗ ଆରମ୍ଭ କରିବା ପୂର୍ବରୁ ତାହା କେଉଁ ବିଷୟରେ ଅଛି, ତାହା ପ୍ରଥମେ ପଢ଼ନ୍ତୁ ଓ ସେହି ଭାଗରେ ଦିଆଯାଇଥିବା କୌଣସି ବିଶେଷ କଥା ବିଷୟରେ କହନ୍ତୁ ।
-
୫. ଯେବେ କୌଣସି ଭାଗ ଶେଷ ହୁଏ, ତେବେ ତାହାର ଶେଷରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ । ଏପରି କଲେ ବିଦ୍ୟାର୍ଥୀ ସେହି ଭାଗରେ ଯାହା ଶିଖିଲା ତାହା ମନେ ରଖିପାରିବ ।
-
୬. ଅଧ୍ୟୟନ କରାଇବା ପାଇଁ:
-
କ. ପାରାଗ୍ରାଫ ପଢ଼ନ୍ତୁ ।
-
ଖ. ସେହି ସବୁ ପଦଗୁଡ଼ିକୁ ପଢ଼ନ୍ତୁ, ଯାହା ଆଗରେ “ପଢ଼ନ୍ତୁ” ଲେଖାଅଛି ।
-
ଗ. ଯଦି ଆବଶ୍ୟକ ଲାଗେ, ତାହେଲେ ଅନ୍ୟ ପଦଗୁଡ଼ିକୁ ମଧ୍ୟ ପଢ଼ନ୍ତୁ ।
-
ଘ. ସେହି ସବୁ ଭିଡିଓଗୁଡ଼ିକୁ ଦେଖନ୍ତୁ ଯାହା ଆଗରେ “ଭିଡିଓ ଦେଖନ୍ତୁ” ଲେଖାଅଛି (ଯଦି ଉପଲବ୍ଧ ଅଛି ତାହେଲେ) ।
-
ଙ. ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ପଚାରନ୍ତୁ ।
-
ଚ. “ଭାବନ୍ତୁ ଓ ଶିଖନ୍ତୁ” ଭାଗରେ ଦିଆଯାଇଥିବା ଚିତ୍ରଗୁଡ଼ିକୁ ଦେଖିବା ପାଇଁ କହନ୍ତୁ ଓ ବିଦ୍ୟାର୍ଥୀକୁ ପଚାରନ୍ତୁ ଯେ ସେଥିରେ କʼଣ କୁହାଯାଇଛି ।
-
ଛ. ପ୍ରତି ପାଠରେ ଦିଆଯାଇଥିବା “ଲକ୍ଷ୍ୟ” ଭାଗ ଦେଖିବା ପାଇଁ କହନ୍ତୁ । ବିଦ୍ୟାର୍ଥୀକୁ କହନ୍ତୁ ଯେ ସେ ସେଥିରେ ଦିଆଯାଇଥିବା ଲକ୍ଷ୍ୟ ରଖିପାରେ ଏବଂ ଆଉ କିଛି ଲକ୍ଷ୍ୟ ମଧ୍ୟ ରଖିପାରେ । ଏପରି କଲେ ସେ ନିଜେ ଦେଖିପାରିବ ଯେ ସେ ଆଗକୁ ବଢ଼ୁଛି ନା ନାହିଁ ।
-
ଜ. ବିଦ୍ୟାର୍ଥୀକୁ ପଚାରନ୍ତୁ ଯେ କʼଣ ଅଧ୍ୟୟନର ପ୍ରସ୍ତୁତି କଲାବେଳେ ତାକୁ “ଅଧିକ ଜାଣନ୍ତୁ” ଭାଗରୁ କୌଣସି ଭିଡିଓ କିମ୍ବା ଲେଖା ଭଲ ଲାଗିଲା ।
-
ଝ. ଥରକରେ ଗୋଟିଏ ପାଠ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ ।
-
ଅଧ୍ୟୟନ ପରେ
-
୭. ନିଜ ବିଦ୍ୟାର୍ଥୀ ବିଷୟରେ ସବୁବେଳେ ଭାବନ୍ତୁ । ଆପଣଙ୍କ ବିଦ୍ୟାର୍ଥୀର ପରିଶ୍ରମ ଉପରେ ଯିହୋବାଙ୍କ ଆଶିଷ ପାଇଁ ଓ ସେ ଆଗକୁ ବଢ଼ିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ଯିହୋବାଙ୍କୁ ବୁଦ୍ଧି ମଧ୍ୟ ମାଗନ୍ତୁ ଯାହାଫଳରେ ଆପଣ ନିଜ ବିଦ୍ୟାର୍ଥୀକୁ ସାହାଯ୍ୟ କରିପାରିବେ ।