କଥାବାର୍ତ୍ତା ଆରମ୍ଭ କରିବା
ପାଠ ୩
ହୃଦୟରୁ ଚିନ୍ତା କରନ୍ତୁ
ସିଦ୍ଧାନ୍ତ: “ପ୍ରେମ . . . କୃପା କରେ ।”—୧ କରି. ୧୩:୪ NWT.
ଯୀଶୁ କʼଣ କଲେ ?
୧. ଭିଡିଓ ଦେଖନ୍ତୁ କିମ୍ବା ଯୋହନ ୯:୧-୭ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:
-
କ. ଯୀଶୁ ପ୍ରଥମେ କʼଣ କଲେ ?—ସେହି ଅନ୍ଧ ବ୍ୟକ୍ତିକୁ ଠିକ୍ କଲେ ନା ତାକୁ ସାକ୍ଷ୍ୟ ଦେଲେ ?—ଯୋହନ ୯:୩୫-୩୮ ଦେଖନ୍ତୁ ।
-
ଖ. ଯୀଶୁ ଯାହା କଲେ ସେଥିରୁ ସେହି ବ୍ୟକ୍ତି ଉପରେ ତାହାର କʼଣ ପ୍ରଭାବ ପଡ଼ିଲା ? ସେ ବ୍ୟକ୍ତି କʼଣ କରିବା ପାଇଁ ପ୍ରସ୍ତୁତ ହୋଇଗଲା ?
ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?
୨. ଆମେ ଯାହା ସହ କଥା ହେଉ ଯଦି ତାକୁ ଅନୁଭବ ହୁଏ ଯେ ଆମେ ତାʼର ଚିନ୍ତା କରୁ, ତେବେ ତାକୁ ଆମ କଥା ଶୁଣିବା ପାଇଁ ଇଚ୍ଛା ହେବ ।
ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍ ?
୩. ଲୋକଙ୍କ କଷ୍ଟକୁ ବୁଝନ୍ତୁ । ଭାବନ୍ତୁ ଯଦି ଆପଣ ତାʼ ଜାଗାରେ ଥାʼନ୍ତେ, ତାହେଲେ ଆପଣଙ୍କୁ କିପରି ଲାଗନ୍ତା ।
-
କ. ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ: ‘ତାʼର କʼଣ ଚିନ୍ତା ଥିବ ? ତାକୁ କେଉଁ କଥାରୁ ସାନ୍ତ୍ୱନା ମିଳିବ କିମ୍ବା କେଉଁ କଥା ଶୁଣିଲେ ତାକୁ ଭଲ ଲାଗିବ ?’ ଯେବେ ଆମେ ଏହି କଥାଗୁଡ଼ିକ ବିଷୟରେ ଭାବିବା, ତେବେ ଆମେ ତାʼ କଷ୍ଟକୁ ବୁଝିପାରିବା ଓ ଦେଖାଇପାରିବା ଯେ ଆମେ ପ୍ରକୃତରେ ତାʼର ଚିନ୍ତା କରୁ ।
-
ଖ. କାହାରି ସହ କଥା ହେଲା ବେଳେ ଯଦି ସେ ତାʼର ଚିନ୍ତା ବିଷୟରେ କୁହେ ବା ତାʼ ମନରେ କʼଣ ଚାଲୁଛି ତାହା କୁହେ, ତେବେ ଧ୍ୟାନ ଦେଇ ଶୁଣନ୍ତୁ । କଥାକୁ ବଦଳାନ୍ତୁ ନାହିଁ ।
୪. ପ୍ରେମ ଓ ଆଦରର ସହ କଥା ହୁଅନ୍ତୁ । ଆପଣ ଯେପରି ଭାବରେ କଥା ହେବେ ସେଥିରୁ ଜଣାପଡ଼େ ଯେ ଆପଣ ସେହି ବ୍ୟକ୍ତି ବିଷୟରେ ଚିନ୍ତା କରନ୍ତି, ଆଉ ତାʼର ସାହାଯ୍ୟ କରିବା ପାଇଁ ଚାହାନ୍ତି । ଧ୍ୟାନ ଦେଇ ଭାବନ୍ତୁ ଯେ ଆପଣ କʼଣ କହିବେ ଓ କିପରି କହିବେ । ଏପରି କିଛି କହନ୍ତୁ ନାହିଁ ଯେଉଁଥିରୁ ସେହି ବ୍ୟକ୍ତିକୁ ଖରାପ ଲାଗିପାରେ ।
୫. ସାହାଯ୍ୟ କରନ୍ତୁ । କାହାରି ସହ କଥା ହେବା ବେଳେ ଏହା ଦେଖିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣ ତାକୁ କିପରି ସାହାଯ୍ୟ କରିପାରିବେ । ଯେବେ ସେ ଦେଖିବ ଯେ ଆପଣ ତାକୁ ସାହାଯ୍ୟ କରୁଛନ୍ତି, ତେବେ ହୁଏତ ଏହା ଯୋଗୁଁ ଏକ ଭଲ କଥାବାର୍ତ୍ତା ଆରମ୍ଭ ହୋଇପାରିବ ।