इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପୁଣିଥରେ ଭେଟିବା ସମୟରେ

ପାଠ ୭

ହାର୍‌ ମାନନ୍ତୁ ନାହିଁ

ହାର୍‌ ମାନନ୍ତୁ ନାହିଁ

ସିଦ୍ଧାନ୍ତ: ‘ସେମାନେ ପ୍ରତିଦିନ ଶିକ୍ଷା ଦେବାରୁ ଓ ସୁସମାଚାର ପ୍ରଚାର କରିବାରୁ କ୍ଷାନ୍ତ ହେଲେ ନାହିଁ ।’—ପ୍ରେରି. ୫:୪୨.

ପାଉଲ କʼଣ କଲେ ?

୧. ଭିଡିଓ ଦେଖନ୍ତୁ କିମ୍ବା ପ୍ରେରିତ ୧୯:୮-୧୦ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1.   କ. ଯେବେ ଗୋଟିଏ ଅଞ୍ଚଳର ଲୋକମାନେ ପାଉଲଙ୍କ କଥା ଶୁଣିବା ପାଇଁ ମନା କରିଦେଲେ, ତେବେ ପାଉଲ କʼଣ କଲେ ?

  2.  ଖ. ଯେଉଁ ଲୋକମାନେ ପାଉଲଙ୍କ କଥା ଶୁଣିବା ପାଇଁ ଚାହୁଁଥିଲେ, ସେମାନଙ୍କୁ ଶିଖାଇବା ପାଇଁ ପାଉଲ କେତେଥର ଯାଉଥିଲେ ? ସେ ଏପରି କେବେ ଯାଏ କଲେ ?

ପାଉଲଙ୍କଠାରୁ ଆମେ କʼଣ ଶିଖୁ ?

୨. ଯଦି ଆମେ ଚାହୁଁ ଯେ ପୁନଃସାକ୍ଷାତ କଲା ବେଳେ ଲୋକମାନେ ଆମର କଥା ଶୁଣନ୍ତୁ ଆଉ ବାଇବଲ ଅଧ୍ୟୟନ କରିବା ପାଇଁ ରାଜି ହୋଇଯାʼନ୍ତୁ, ତେବେ ଏଥିରେ ସମୟ ଓ ପରିଶ୍ରମ ଲାଗିବ ।

ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ସେସମୟରେ ଯାʼନ୍ତୁ ଯେବେ ଲୋକଙ୍କ ପାଖରେ ସମୟ ଥାଏ । ଭାବନ୍ତୁ: ‘ତାʼ ପାଖରେ ମୋʼ ସହ କଥା ହେବା ପାଇଁ କେବେ ସମୟ ହେବ ? ସେ କେଉଁ ଜାଗାରେ ଭେଟିବା ପାଇଁ ଚାହିଁବ ?’ ଯଦି ସେସମୟରେ ଆପଣଙ୍କର କିଛି କାମ ରୁହେ, ତେବେ ବି ଆପଣ ତାʼ ସହ ଭେଟିବା ପାଇଁ ଚେଷ୍ଟା କରନ୍ତୁ ।

୪. ନିଜ ସେଡ୍ୟୁଲରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ପୂର୍ବରୁ ସମୟ ସ୍ଥିର କରନ୍ତୁ । ପ୍ରତିଥର କଥାବାର୍ତ୍ତା ଶେଷ ହେବା ପୂର୍ବରୁ ହିଁ ସମୟ ସ୍ଥିର କରନ୍ତୁ ଯେ ଆପଣ ଆର ଥରକୁ କେବେ ଭେଟିବେ । ଆଉ ଯେଉଁ ସମୟ ସ୍ଥିର କରିଛନ୍ତି, ସେହି ସମୟରେ ହିଁ ଯାଆନ୍ତୁ ।

୫. ନିରାଶ ହୁଅନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତି ଅଧିକାଂଶ ସମୟ ଘରେ ରହେ ନାହିଁ କିମ୍ବା ସେ ବ୍ୟସ୍ତ ରହେ, ତାହେଲେ ଏହା ଭାବନ୍ତୁ ନାହିଁ ଯେ ସେ ଶିଖିବା ପାଇଁ ଚାହେଁ ନାହିଁ । (୧ କରି. ୧୩:୪,) ଚେଷ୍ଟା କରିବା ଜାରି ରଖନ୍ତୁ, କିନ୍ତୁ ଏଥିରେ ହିଁ ନିଜର ସବୁ ସମୟ ନଷ୍ଟ କରନ୍ତୁ ନାହିଁ ।—୧ କରି. ୯:୨୬.