इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୧୧

ଯିହୋବା ଆମ କଥା ଶୁଣନ୍ତି କି?

ଯିହୋବା ଆମ କଥା ଶୁଣନ୍ତି କି?

ଯିହୋବା ଆମର ପ୍ରାର୍ଥନା ଶୁଣନ୍ତି। ୧ ପିତର ୩:୧୨

ଯିହୋବା “ପ୍ରର୍ଥାନାଶ୍ରବଣକାରୀ” ଈଶ୍ୱର ଅଟନ୍ତି। (ଗୀତସଂହିତା ୬୫:୨) ତାହାଙ୍କ ଇଚ୍ଛା କି ଆମେ ତାʼଙ୍କୁ ପୂର୍ଣ୍ଣ ହୃଦୟର ସହ କଥା କହୁ।

କେବଳ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ, ଅନ୍ୟ କାହାକୁ ନୁହେଁ।

ଭିନ୍ନ ଭିନ୍ନ ବିଷୟରେ ଆମେ ପ୍ରାର୍ଥନା କରି ପାରିବା। ୧ ଯୋହନ ୫:୧୪

ସ୍ୱର୍ଗ ଓ ପୃଥିବୀରେ ଈଶ୍ୱରଙ୍କ ଇଚ୍ଛା ସଫଳ ହେବା ପାଇଁ ପ୍ରାର୍ଥନା କରନ୍ତୁ।

ଭଲକାମ କରିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ। ଖାଦ୍ୟ, ବସ୍ତ୍ର, ବାସଗୃହ, ରୋଜଗାର ଓ ଭଲ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରି ପାରନ୍ତି।

ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ଦ୍ୱାରା ଆପଣ ଦେଖାଇଥାନ୍ତି ଯେ, ଆପଣ ଯୀଶୁଙ୍କ କରିଥିବା କାମ ପ୍ରତି କୃତଜ୍ଞ।