इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୪

ପଇସାର କିପରି ସଠିକ୍‌ ବ୍ୟବହାର କରିବେ

ପଇସାର କିପରି ସଠିକ୍‌ ବ୍ୟବହାର କରିବେ

“ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ ।”—ହିତୋପଦେଶ ୨୦:୧୮

ପରିବାରର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ପଇସା ଦରକାର ହୁଏ । (ହିତୋପଦେଶ ୩୦:୮) ବାଇବଲ କହେ ଯେ ‘ଧନ ଆଶ୍ରୟ ସ୍ୱରୂପ ଅଟେ ।’ (ଉପଦେଶକ ୭:୧୨) ପଇସା ବିଷୟରେ କଥା ହେବା ହୁଏତ ଆପଣ ଉଭୟ ପତି-ପତ୍ନୀଙ୍କୁ କଠିନ ଲାଗିପାରେ, କିନ୍ତୁ ପଇସାକୁ ଆପଣଙ୍କ ବୈବାହିକ ଜୀବନରେ ସମସ୍ୟାଗୁଡ଼ିକର କାରଣ ହେବାକୁ ଦିଅନ୍ତୁ ନାହିଁ । (ଏଫିସୀୟ ୪:୩୨) ପଇସା କିପରି ଭାବେ ଖର୍ଚ୍ଚ କରାଯିବ, ତାହା ସ୍ଥିର କରିବା ସମୟରେ ପତି-ପତ୍ନୀ ପରସ୍ପର ଉପରେ ଭରସା କରିବା ଉଚିତ୍‌ ଏବଂ ଦୁହେଁ ମିଶି ନିଷ୍ପତ୍ତି ନେବା ଉଚିତ୍‌ ।

୧ ଭାବିଚିନ୍ତି ଯୋଜନା ପ୍ରସ୍ତୁତ କରନ୍ତୁ

ବାଇବଲ କʼଣ କହେ: “ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରହରୀଗୃହ ନିର୍ମାଣ କରିବାକୁ ଇଚ୍ଛା କରି ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ତାହାର ଅର୍ଥବଳ ଅଛି କି ନାହିଁ, ଏହା ପ୍ରଥମେ ବସି ବ୍ୟୟହିସାବ ଦେଖିବ ନାହିଁ ।” (ଲୂକ ୧୪:୨୮) ଆପଣଙ୍କ ପଇସାକୁ କିପରି ବ୍ୟବହାର କରିବେ, ତାʼ ବିଷୟରେ ଦୁହେଁ ମିଶି ନିଷ୍ପତ୍ତି ନେବା ଅତି ଜରୁରୀ ଅଟେ । (ଆମୋଷ ୩:୩) ଆପଣଙ୍କୁ କʼଣ କିଣିବା ଦରକାର ଏବଂ ଆପଣ ଏଥିପାଇଁ କେତେ ପଇସା ଖର୍ଚ୍ଚ କରିପାରିବେ, ତାହା ସ୍ଥିର କରନ୍ତୁ । (ହିତୋପଦେଶ ୩୧:୧୬) ଯଦି ଆପଣଙ୍କ ପାଖରେ କୌଣସି ଜିନିଷ କିଣିବା ପାଇଁ ପଇସା ଅଛି, ତାʼର ଅର୍ଥ ଏହା ନୁହେଁ ଯେ ଆପଣଙ୍କୁ ସେହି ଜିନିଷଟିକୁ କିଣିବା ଉଚିତ୍‌ ହେବ । ତାʼ ଛଡ଼ା, ଋଣ ନେବାଠାରୁ ଦୂରେଇ ରହନ୍ତୁ । ଆପଣଙ୍କ ପାଖରେ ଯାହା ପଇସା ଅଛି, ସେଥିରୁ ହିଁ ଖର୍ଚ୍ଚ କରନ୍ତୁ ।—ହିତୋପଦେଶ ୨୧:୫; ୨୨:୭.

ଆପଣ କʼଣ କରିପାରିବେ:

  • ଯଦି ମାସ ଶେଷରେ ଆପଣଙ୍କ ପାଖରେ କିଛି ପଇସା ବଳି ଯାଇଛି, ତେବେ ଦୁହେଁ ମିଶି ସ୍ଥିର କରନ୍ତୁ ଯେ ଆପଣ ସେହି ପଇସାରେ କʼଣ କରିବେ

  • ଯଦି ଆପଣଙ୍କୁ ପଇସା ନିଅଣ୍ଟ ହୁଏ, ତେବେ ଆପଣଙ୍କ ଖର୍ଚ୍ଚ କମ୍‌ କରିବାକୁ କିଛି ବ୍ୟବହାରିକ ପଦକ୍ଷେପ ନିଅନ୍ତୁ । ଉଦାହରଣସ୍ୱରୂପ, ହୋଟେଲ୍‌ରେ ଖାଇବା ପରିବର୍ତ୍ତେ ଆପଣ ଘରେ ହିଁ ରୋଷେଇ କରି ଖାଇପାରିବେ

୨ ସଚ୍ଚୋଟ ରହନ୍ତୁ ଏବଂ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ

ବାଇବଲ କʼଣ କହେ: ‘କେବଳ ଈଶ୍ୱରଙ୍କ ଦୃଷ୍ଟିରେ ନୁହେଁ, କିନ୍ତୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ ଯାହାସବୁ ଉତ୍ତମ, ସେହିସବୁ ବିଚାର କର ।’ (୨ କରିନ୍ଥୀୟ ୮:୨୧) ନିଜ ଜୀବନସାଥୀଙ୍କୁ ସଚ୍ଚୋଟତାର ସହିତ କହନ୍ତୁ ଯେ ଆପଣ କେତେ ରୋଜଗାର କରନ୍ତି ଏବଂ କେତେ ଖର୍ଚ୍ଚ କରନ୍ତି ।

ପଇସା ସହ ଜଡ଼ିତ କୌଣସି ବଡ଼ ନିଷ୍ପତ୍ତି ନେବା ସମୟରେ ସର୍ବଦା ନିଜ ଜୀବନସାଥୀଙ୍କ ସହିତ ପରାମର୍ଶ କରନ୍ତୁ । (ହିତୋପଦେଶ ୧୩:୧୦) ପଇସା ବିଷୟରେ ଖୋଲାଖୋଲି କଥା ହେବା ଦ୍ୱାରା ଆପଣ ଦୁହିଙ୍କ ମଧ୍ୟରେ ଶାନ୍ତି ବଜାୟ ରହିବ । ଆପଣ ଯାହା ରୋଜଗାର କରନ୍ତି, ତାହା କେବଳ ଆପଣଙ୍କ ପଇସା ନୁହଁ, ବରଂ ନିଜ ପରିବାରର ପଇସା ବୋଲି ଭାବନ୍ତୁ ।—୧ ତୀମଥି ୫:୮.

ଆପଣ କʼଣ କରିପାରିବେ:

  • ଦୁହେଁ ମିଶି ଏକ ନିର୍ଦ୍ଦିଷ୍ଟ ପରିମାଣ ସ୍ଥିର କରନ୍ତୁ, ଯେଉଁ ପଇସାକୁ ଆପଣ ପରସ୍ପରକୁ ବିନା ପଚାରି ଖର୍ଚ୍ଚ କରିପାରିବେ

  • ପଇସା ବିଷୟରେ କଥାବାର୍ତ୍ତା ହେବା ପାଇଁ ସମସ୍ୟା ଦେଖା ଦେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ