इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ବାପ୍ତିସ୍ମ ଶନିବାର ସକାଳ କାର୍ଯ୍ୟକ୍ରମ ପରେ ବାପ୍ତିସ୍ମ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଆପଣଙ୍କ ମଣ୍ଡଳୀର ପ୍ରାଚୀନମାନେ ଆପଣଙ୍କ ଅଞ୍ଚଳର ପରିସ୍ଥିତିକୁ ଧ୍ୟାନରେ ରଖି ଏହି ବ୍ୟବସ୍ଥା କରିଛନ୍ତି ।

ଦାନ ଏହି ଅଧିବେଶନର କାର୍ଯ୍ୟକ୍ରମର ଅନୁବାଦ ୪୦୦ରୁ ବି ଅଧିକ ଭାଷାରେ କରାଯାଇଛି । ବିଶ୍ୱବ୍ୟାପୀ କାମକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ସ୍ୱେଚ୍ଛାଦାନରୁ ସାହାଯ୍ୟ ମିଳେ । ଆପଣ ଅନଲାଇନ୍‌ ମଧ୍ୟ ଦାନ ଦେଇପାରିବେ । ତାʼ ପାଇଁ donate.pr418.com ଯାଆନ୍ତୁ । ଆପଣ ଯେଉଁ ଦାନ ଦିଅନ୍ତି, ସେଥିପାଇଁ ଆମେ ହୃଦୟର ସହିତ ଧନ୍ୟବାଦ ଜଣାଉଛୁ । ବିଶ୍ୱବ୍ୟାପୀ କାମକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଉଦାରପୂର୍ଣ୍ଣ ସାହାଯ୍ୟ ପାଇଁ ପ୍ରଶାସନ ଦଳ ଆପଣଙ୍କଠାରେ କୃତଜ୍ଞ ।

ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ ଯେଉଁ ଅଗ୍ରଦୂତମାନଙ୍କ ବୟସ ୨୩ ରୁ ୬୫ ମଧ୍ୟରେ ହୋଇଥିବ ଏବଂ ଯେଉଁମାନେ ଯିହୋବାଙ୍କ ସେବାରେ ଆହୁରି ଅଧିକ କରିବା ପାଇଁ ଚାହାନ୍ତି, ସେମାନେ ନିଜ ମଣ୍ଡଳୀର ସଚିବଙ୍କ ସହ ସମ୍ପର୍କ କରିପାରିବେ । ତାʼସହ ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଉପସ୍ଥିତ ହେବା ପାଇଁ ଅନଲାଇନ୍‌ ଫର୍ମ ଭରିପାରିବେ ।

ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳ ଦ୍ୱାରା ଆୟୋଜିତ

© 2021 Watch Tower Bible and Tract Society of Pennsylvania