इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଉପକ୍ରମ

ଉପକ୍ରମ

ଉପକ୍ରମ

ପାଠକଙ୍କ ପ୍ରତି:

ଆପଣଙ୍କର ନିଜସ୍ୱ କିଛି ସମସ୍ୟା ଅବଶ୍ୟ ରହିଥିବ ବୋଲି ଆମେ ସୁନିଶ୍ଚିତ । ପ୍ରତ୍ୟେକଙ୍କ ଜୀବନରେ ତାହା ରହିଛି । ବିଦ୍ୟାଳୟରେ ହେଉ ଅବା କାର୍ଯ୍ୟକ୍ଷେତ୍ରରେ, ଆପଣ ଏଭଳି କେତେକ କୌତୁହଳପୂର୍ଣ୍ଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଯାହାକି ଆପଣଙ୍କୁ ଆହ୍ୱାନ ପ୍ରଦାନ କରିଥାଏ । ତେବେ, ଅନ୍ୟାନ୍ୟ ସମସ୍ୟାସବୁ ଅବଶ୍ୟ ଅଧିକ ଗୁରୁତର ହୋଇଥାଏ । ଯେବେ ଆପଣ ଦରିଦ୍ର ହୋଇଥାʼନ୍ତି, ତାହାହେଲେ ମୁଠାଏ ଖାଦ୍ୟ ପାଇବାଟା ଆପଣଙ୍କ ଜୀବନରେ ଏକ ନିରନ୍ତର ଆହ୍ୱାନ ରୂପେ ଦେଖା ଦେଇ ପାରେ । ପରିବାର ମଧ୍ୟରେ ରୋଗବ୍ୟାଧି ହେଲେ ତ ପରିସ୍ଥିତି ଆହୁରି ଶୋଚନୀୟ ହୋଇ ଉଠିଥାଏ । ପୁଣି, ଅସୁଖୀ ବିବାହ, କୁସଂସ୍କାର, ବଦଭ୍ୟାସ, ରାଜନୈତିକ ଅସ୍ଥିରତା ତଥା ଅର୍ଥନୈତିକ ଅନିଶ୍ଚିତତା ଦ୍ୱାରା ଜୀବନଟା ଆହୁରି କ୍ଳେଶପୂର୍ଣ୍ଣ ହୋଇ ଉଠେ ।

ଏସବୁ ସମସ୍ୟା କʼଣ ସମାଧାନ ହୋଇପାରିବ ? ଏହା ହିଁ ହେଉଛି ଏହି ପୁସ୍ତିକାର ବିଷୟବସ୍ତୁ । ପ୍ରଶ୍ନଟି ଦୁଇଟି ପରିବାର ମଧ୍ୟରେ କଥୋପକଥନ ଛଳରେ ଆଲୋଚିତ ହୋଇଛି । ତେବେ, କଥୋପକଥନ ଏବଂ ପରିବାର ଦ୍ୱୟ କାଳ୍ପନିକ ଅଟନ୍ତି, ମାତ୍ର ଆଲୋଚିତ ହୋଇଥିବା ସମସ୍ୟାସବୁ କିନ୍ତୁ ବାସ୍ତବ ଅଟେ, ପୁଣି ଯେଉଁ ସମାଧାନସକଳ ଉପସ୍ଥାପିତ କରାଯାଇଛି, ତାହା ପ୍ରକୃତରେ ଫଳପ୍ରଦ ଅଟେ । ଆପଣ ଯେବେ ଏହି ପୁସ୍ତିକାଟିକୁ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଏଥିର ମତାମତସବୁକୁ ଆପଣଙ୍କ ଜୀବନରେ ପ୍ରୟୋଗ କରନ୍ତି, ତେବେ, ତାହା ଆପଣଙ୍କ ଜୀବନରେ ମଙ୍ଗଳଦାୟକ ସିଦ୍ଧ ହେବ । ୩୦ ପୃଷ୍ଠାରେ କେତେକ ପ୍ରଶ୍ନ ରହିଛି, ଯାହାକି ବିଷୟବସ୍ତୁର ପୁନରାଲୋଚନା ଦିଗରେ ସହାୟକ ହେବ ।

ଅନ୍ୟ ସୂଚନା ବ୍ୟତିତ ଏହାର ସବୁ ଉଦ୍ଧୃତି ପବିତ୍ର ବାଇବଲ ଗ୍ରନ୍ଥର ଶୁଦ୍ଧ ଓଡ଼ିଆ ଭାଷା ଅନୁବାଦରୁ ଗୃହୀତ ।

[୨ ପୃଷ୍ଠାରେ ଚିତ୍ର]

ଆପଣ କହି ପାରିବେ କି  ?