ସେସବୁ ସମାଧାନ କରିବାରେ କିଏ ଆମକୁ ସାହାଯ୍ୟ କରିବ ?
ସେସବୁ ସମାଧାନ କରିବାରେ କିଏ ଆମକୁ ସାହାଯ୍ୟ କରିବ ?
ଆବୁଡ଼ାଖାବୁଡ଼ା ରାସ୍ତା ଦେଇ ରାମୁ ତାʼର ପଡ଼ୋଶୀଙ୍କ ଘରକୁ ଯିବା ବେଳକୁ ଆକାଶରେ କଳା ମେଘ ଘୋଟେଇ ଆସୁଥିଲା । ତାʼ ମନରେ ମଧ୍ୟ ଭୟର ମେଘ ଘୋଟି ଆସିଥିଲା । ତାʼର ପରୀକ୍ଷା ଖୁବ୍ ପାଖେଇ ଆସୁଥାଏ ଏବଂ କେତେଗୁଡ଼ିଏ ଅଙ୍କକୁ ସେତେବେଳ ପର୍ଯ୍ୟନ୍ତ ସୁଦ୍ଧା ସେ ବୁଝି ପାରି ନ ଥାଏ । ତାʼର ମା ଅବଶ୍ୟ ତାକୁ ପରାମର୍ଶ ଦେଇ ଚାଲିଥିଲେ ଯେ, ସିଏ ତାଙ୍କ ପଡ଼ୋଶୀଙ୍କ ପାଖକୁ ଯାଇ ସାହାଯ୍ୟ ମାଗୁ, ମାତ୍ର ରାମୁ ସେତେ ପର୍ଯ୍ୟନ୍ତ ଗୁରୁଜୀଙ୍କୁ କିଛି କଥା କହି ନ ଥିଲା, ଯିଏ କି, ସହରର ଗୋଟିଏ ବିଦ୍ୟାଳୟରେ ଗଣିତ ଶିକ୍ଷା ଦେଉଥିଲେ । ମା କହିଥିଲେ ଯେ ଗୁରୁଜୀଙ୍କ ପରିବାରଟି ଥିଲା ଖୁବ ବନ୍ଧୁତ୍ୱପୂର୍ଣ୍ଣ ଏବଂ ଗୁରଜୀ ମଧ୍ୟ ତାକୁ ଆନନ୍ଦରେ ଅଙ୍କ ବୁଝାଇ ଦେବେ । ମାʼଙ୍କର ଅବସ୍ଥା ଦେଖି ଗୁରୁଜୀଙ୍କର ସ୍ତ୍ରୀ କʼଣ ଥରେ କଣ୍ଟ୍ରୋଲ୍ ଦୋକାନରୁ ମାʼଙ୍କର ଗହମ ବୋହି ଆସି ନ ଥିଲେ କି ?
ରାମୁ ତାʼର ମାʼଙ୍କ ବିଷୟରେ ଭାବୁଥିଲା ଯେ ମାʼକିପରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି । ଅତି ଶିଘ୍ର ସେମାନଙ୍କ ଘରେ ଆଉ ଗୋଟିଏ ନୂଆ ସଦସ୍ୟ ଆସିବ, ଯାହାକୁ କି ଖୁଆଇବା, ପିଆଇବା ଏବଂ ଯତ୍ନ ନେବାକୁ ପଡ଼ିବ । ତାʼର ବାପା ଅବଶ୍ୟ ତାକୁ ଦିନରାତି ବୁଝାଇ ଚାଲିଥାʼନ୍ତି ଯେ, ସେ ମନ ଦେଇ ପଢ଼ିଲେ ଗୋଟାଏ ଭଲ କାମ ପାଇ ପାରିବ ଏବଂ ପରିବାରକୁ ସାହାଯ୍ୟ ମଧ୍ୟ କରିପାରିବ ।
ସେ ଆସି ପହଞ୍ଚିଥିଲା ଗୁରୁଜୀଙ୍କ ଘରେ । ଘରର କବାଟ ପାଖରେ ସେ ଇତସ୍ତତଃଭାବେ ଛିଡ଼ା ହୋଇଥିବା ବେଳେ ଘର ଭିତରୁ ଏକ ଦୟାପୂର୍ଣ୍ଣ ସ୍ୱର ଶୁଣାଗଲା, “ଆସ, ଭିତରକୁ ଆସ,” ରାମୁ ଭିତରକୁ ଗଲା ।
କିଛି ସମୟ ପରେ ରାମୁର ବାପା ଆନନ୍ଦ, କାମରୁ ଫେରିବା ବେଳେ ନିଜ ପୁଅକୁ ଗୁରୁଜୀଙ୍କ ଗୃହରୁ ବାହାରି ଯାଉଥିବାର ଦେଖି ପାରିଲେ । ରାମୁ ଖୁବ୍ ପ୍ରଫୁଲ୍ଲ ଦେଖାଯାଉ ଥିଲା ଏବଂ ସେ ଖୁବ୍ ଖୁସିରେ ଡେଇଁ ଡେଇଁ ଯାଉଥିଲା । ଆନନ୍ଦ ଗୁରୁଜୀଙ୍କ ଘର ନିକଟରେ ପହଞ୍ଚିବା ବେଳେ ସତେ ଯେପରି ଆକାଶର ଦ୍ୱାରସବୁ ଫିଟିଗଲା ଏବଂ ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା । ରାମୁ ନିଜ ଘରକୁ ଧାଇଁ ଯାଉଥିବାରୁ, ଗୁରୁଜୀ ଠିଆ ହୋଇ ଦେଖୁଥିବା ବେଳେ ଆନନ୍ଦ ଆସିବାରୁ ସେ ତାକୁ ଘର ଭିତରକୁ ଡାକି ନେଇ ପ୍ରବଳ ବର୍ଷାରୁ ରକ୍ଷା ପାଇବା ନିମନ୍ତେ ଗୃହ-ଦ୍ୱାର ବନ୍ଦ କରିଦେଲେ ।
ଆମ ପ୍ରତ୍ୟେକଙ୍କୁ ଯେଉଁ ସମସ୍ୟାର ସମୁଖୀନ୍ନ ହବାକୁ ପଡ଼ୁଛି
ସାରାଦିନ ନିଜ ସାଇକଲ-ମରାମତି ଦୋକାନରେ କାମକରିବା ପରେ, କ୍ଳାନ୍ତ ହୋଇଥିବା ଆନନ୍ଦ ଗୁରୁଜୀଙ୍କ ସ୍ତ୍ରୀ, ମରିୟମଙ୍କ ଦ୍ୱାରା ପ୍ରସ୍ତୁତ କପେ ଗରମ ଚାହାକୁ ଆନନ୍ଦରେ ଗ୍ରହଣ କଲେ । ଯେତେବେଳେ ଗୁରୁଜୀଙ୍କ ସ୍ତ୍ରୀ ମେସିନ ପାଖକୁ ସିଲାଇ କରିବାକୁ ଗଲେ ଓ ଗୁରୁଜୀଙ୍କ ପିଲାଦୁଇଟି ପାଉଲ ଓ ରାହେଲ, ନିଜ ପାଠ ପଢ଼ିବାକୁ ବସିଥିଲେ, ସେତେବେଳେ ଆନନ୍ଦ ଗୁରୁଜୀଙ୍କର ପରିଷ୍କାର ଗୃହରେ ଆଖି ଘୁରାଉଥିଲେ । ହଠାତ୍ ଆନନ୍ଦର ମନଟି ତିକ୍ତତାରେ ଭରି ଉଠିବାରୁ, ସେ କହି ଉଠିଲେ, “ମୁଁ ଦେଖି ପାରୁଛି, ମୋʼଭଳି ସମସ୍ୟା ଆପଣଙ୍କ ଜୀବନରେ ନାହିଁ, ଯେଉଁଟାକି ମତେ ପ୍ରତ୍ୟେକଦିନ ସମ୍ମୁଖୀନ୍ନ କରିବାକୁ ପଡ଼ୁଛି । ଆପଣମାନେ ବେଶ୍ ଶାନ୍ତି ତଥା ତୃପ୍ତିରେ ଅଛନ୍ତି । ଆପଣଙ୍କ ପ୍ରତି ମତେ କେତେ ଈର୍ଷା ଲାଗୁଛି !” ଗୁରୁଜୀ ଟିକେ ହସିଦେଇ କହିଲେ, “ଆନନ୍ଦ, ଆମର ମଧ୍ୟ ତୁମପରି ଅନେକ ସମସ୍ୟା, ଆମ ଜୀବନରେ ମଧ୍ୟ ରହିଛି । କିନ୍ତୁ କେଉଁ ବିଷୟଟି ତୁମକୁ ବିଶେଷକରି କଷ୍ଟ ଦେଉଛି ?”
ଗୁରୁଜୀଙ୍କ ସହାନୁଭୂତିଭରା କଥାରେ ଉଷ୍ମାହିତ ହୋଇଉଠି ଆନନ୍ଦ ନିଜ ମନର ବ୍ୟଥା ବଖାଣି ବସିଲା । ଟଙ୍କାପଇସା, ତାହା ହିଁ ଥିଲା ପ୍ରଧାନ ବିଷୟ । ଟିକେ ଶାନ୍ତିରେ ଚଳିବା ପାଇଁ ସେମାନଙ୍କୁ କଦାପି ଯଥେଷ୍ଟ ପଇସାପତ୍ର ମିଳୁ ନ ଥିଲା । ଏଣେ ଘରବାଲା ଘରଭଡ଼ା ବଢ଼ାଇ ଚାଲିଛି; ତେଣେ ସ୍କୁଲ ଦରମା, ବହିପତ୍ରର ଦାମ୍ ଏବଂ ସ୍କୁଲ-ପୋଷାକର ମୂଲ୍ୟ ବୃଦ୍ଧି ହୁ ହୁ ହୋଇ ବଢ଼ି ଚାଲିଛି । ପ୍ରତ୍ୟେକଥର ସ୍ତ୍ରୀ ନିର୍ମଳା ବଜାରରୁ ଫେରି ସାଧାରଣ ଦରକାରୀ ଜିନିଷର ଦାମ ବଢ଼ିଯାଉଥିବାର ଅଭିଯୋଗ କରନ୍ତି । ସେ ପୁଣିଥରେ ଗର୍ଭବତୀ ହୋଇ ପଡ଼ିଛି ଏବଂ ରକ୍ତହୀନତା ହେତୁ ସେ କିଛି ଟନିକ୍ ଖାଇବା ଆବଶ୍ୟକ, ଡାକ୍ତର କହିଛନ୍ତି । ତେବେ, ଏସବୁ ପାଇଁ ଟଙ୍କା କେଉଁଠାରୁ ଆସିବ ? ତାʼର ପୁଅ ରାମୁର ପାଠପଢ଼ା ସରିବାକୁ ଆହୁରି ବେଶ୍ କିଛି ବର୍ଷ ଲାଗିବ, ପୁଣି ତାକୁ ଗୋଟାଏ ଭଲ ସ୍କୁଲରେ ପଢ଼ାଇବାର ଯଥେଷ୍ଟ ଖର୍ଚ୍ଚ ବହନ କରିସାରିବା ପରେ ମଧ୍ୟ ସେଯେ ଗୋଟାଏ ଭଲ ଚାକିରି ପାଇବ, ଏଥିରେ କʼଣ କୌଣସି ନିଶ୍ଚିତତା ଅଛି ? ଆଜିକାଲି ତ ଅନେକ ଡିଗ୍ରୀ ହାସଲ କରିଥିବା ଗ୍ରାଜୁଏଟ୍ମାନେ ସୁଦ୍ଧା ଚାକିରି ନ ପାଇ ବୁଲୁଛନ୍ତି । ତେବେ, ଜଣେ ସାଇକଲମେକାନିକ୍ର ପୁଅ ଯେ ଚାକିରିଟିଏ ପାଇ ସେମାନଙ୍କ ଜୀବନର ଗତିପଥ ବଦଳାଇ ଦେବ, ଏ ବିଷୟରେ କʼଣ କିଛି ଆଶା ଥାଇପାରେ ? ପୁଣି, ତାʼର ଝିଅମାନଙ୍କୁ ଯୌତୁକ ଦେବା ନିମନ୍ତେ ତାʼ ପାଖରେ ଅର୍ଥ ନ ଥିବା ହେତୁ ସେମାନଙ୍କୁ ସେ କିପରିବା ବିବାହ ଦେଇ ପାରିବ ? ଯୌତୁକ-ପ୍ରଥା ବେନିୟମ ହୋଇଥିଲେ ମଧ୍ୟ ଲୋକେ ତଥାପି କୌଣସି ନା କୌଣସି ପ୍ରକାରେ ସୁଦ୍ଧା ଯୌତୁକ ଦାବୀ କରି ଚାଲିଛନ୍ତି ।
ଆନନ୍ଦ ନିଜକୁ ଯଥାସମ୍ଭବ ସଚ୍ଚୋଟ ଭାବୁ ଥିଲା । ତାʼର ପିତାମାତା ତାକୁ ମିଥ୍ୟା ନ କହିବାକୁ କିମ୍ବା କାହାରିକି ନ ଠକିବାକୁ ଶିକ୍ଷା ଦେଇଥିଲେ । ମାତ୍ର ଏସବୁ ଦ୍ୱାରା ତାʼର କʼଣ ବା ଲାଭ ହୋଇଛି ? ଯେ, ସେ କୌଣସି ଅସାଧୁ କାର୍ଯ୍ୟ କରିବାକୁ ନ ଚାହିଁଲେ ମଧ୍ୟ ବର୍ତ୍ତମାନ ସେ ବେଶ୍ ଉପଲବ୍ଧି କରିପାରୁଛି ଯେ, ସେ ସଚ୍ଚୋଟ ରହିଲେ ଜୀବନରେ ଆଦୌ ଉନ୍ନତି କରିପାରିବ ନାହିଁ । ଅନ୍ୟ ସାଇକଲ-ମେକାନିକ୍ମାନେ ଚୋରା ସାଇକଲ ବେପାର ଏବଂ ପୁରୁଣା ସାଇକଲ ପାର୍ଟସବୁକୁ ନୂଆ ଦାମ୍ରେ ବିକ୍ରି କରି, ବେଶ୍ ଅର୍ଥ ଉପାର୍ଜ୍ଜନ କରି ଚାଲିଛନ୍ତି । ସେ ତେବେ କାହିଁକି ସେଭଳି କରିବ ନାହିଁ ଯେ ? ଆଉ ଟିକେ ଅଧିକ ଟଙ୍କା ଅର୍ଜ୍ଜନ କଲେ ତ ସେମାନଙ୍କର ଅନେକ ଭାର ହାଲୁକା ହୋଇଯିବ ।
ଆନନ୍ଦ ନିଜ ଦୁଃଖର କଥା କହିସାରିବା ପର୍ଯ୍ୟନ୍ତ ଗୁରୁଜୀ ଧୀରସ୍ଥିରଭାବେ ଓ ସହାନୁଭୂତିଶୀଳ ହୋଇ ଶୁଣି ଚାଲିଥିଲେ ।
ଗୁରୁଜୀ ପଚାରିଲେ, “ଆନନ୍ଦ, ତୁମେ କʼଣ ଭାବୁଛ ଯେ, ଟଙ୍କାପଇସା ହିଁ ତୁମର ସମସ୍ୟାସବୁକୁ ଦୂରେଇ ଦେଇ ପାରିବ ? ପୁଣି, ତୁମେ କʼଣ ମନେ କରୁଛ ଯେ, ସବୁ ଧନୀ ଲୋକେ ସୁଖୀ ଏବଂ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ସେମାନଙ୍କର କୌଣସି ସମସ୍ୟା ନ ଥାଏ ? ସେମାନେ କʼଣ ଆଦୌ ରୋଗଗ୍ରସ୍ତ ହୁଅନ୍ତି ନାହିଁ ? ପୁଣି, ସେମାନଙ୍କ ପିଲାମାନେ କʼଣ ନିଶାଖୋର୍, ଦୁଷ୍ଟ ତଥା ଅବାଧ୍ୟ ହେଉ ନାହାନ୍ତି ? ସର୍ବୋପରି, ଯେଉଁଠାରେ ଟଙ୍କାପଇସାର ସ୍ରୋତ ବହିଚାଲିଛି, ସେଭଳି ତଥାକଥିତ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଅସାଧୁ କାର୍ଯ୍ୟ, ଲାଞ୍ଚ ଗ୍ରହଣ, ବେକାରୀ ସମସ୍ୟା ଏବଂ କ୍ରମବର୍ଦ୍ଧିଷ୍ଣୁ ହିଂସାକାଣ୍ଡ ବିଷୟ କʼଣ ଆମର କର୍ଣ୍ଣଗୋଚର ହେଉ ନାହିଁ ? ନା ଆନନ୍ଦ, କେବଳ ଟଙ୍କାପଇସା ଯେ ତୁମର କିମ୍ବା ମୋର ସମସ୍ୟାସବୁକୁ ସମାଧାନ କରି ଦେଇ ପାରିବ, ଏ ବିଷୟରେ ମୁଁ ତୁମ ସହ ଏକମତ ହୋଇ ପାରୁ ନାହିଁ ।”
ଆନନ୍ଦ ପଚାରି ଉଠିଲା, “କିନ୍ତୁ ଆପଣଙ୍କର ପୁଣି ସମସ୍ୟା କʼଣ ?”
“ଆନନ୍ଦ, ତୁମର ଯେମିତି ସମସ୍ୟା, ଆମର ମଧ୍ୟ ସେମିତି ସମସ୍ୟା । ମୁଁ ଜାଣିବାରେ ଆପଣ ଜାଣନ୍ତି ଆମ ମଧ୍ୟରୁ ଅନେକଙ୍କର ସମାନ ସମସ୍ୟାସବୁ ରହିଛି ।”
“ମାତ୍ର ଆପଣ ତ ମୋʼ ପରି କଷ୍ଟ ପାଉ ନାହାନ୍ତି । ମୁଁ ବେଶ୍ ଦେଖି ପାରୁଛି, ଆପଣଙ୍କ ପରିବାରଟି ଖୁବ୍ ସୁଖଶାନ୍ତିରେ ଅଛନ୍ତି । ଏଥିରେ ରହସ୍ୟ କʼଣ, ଗୁରୁଜୀ ?”
“ହଁ ଆନନ୍ଦ, ଏକ ପରିବାର ହିସାବରେ ଆମର ଦୃଢ଼ ବିଶ୍ୱାସ ରହିଛି ଯେ, ଖୁବ୍ ଶୀଘ୍ର ଜଣେ ଆମର ସବୁ ସମସ୍ୟା ସମାଧାନ କରିବାକୁ ଯାଉଛନ୍ତି ।”
“ତାହାହେଲେ ଆପଣ କାହିଁକି ପ୍ରଚୁର ଧନସମ୍ପତ୍ତିର ଉତ୍ତରାଧିକାରୀ ହେବେ ବୋଲି ଆଶାରଖି ଛନ୍ତି ?”
ଗୁରୁଜୀ ହସି ହସି କହିଚାଲିଲେ, “ଆରେ ନା, ତାହା ନୁହେଁ ।” “ଆନନ୍ଦ ଆମେ ବିଶ୍ୱାସ କରୁ ଯେ, ଈଶ୍ୱର ଖୁବ୍ ଶୀଘ୍ର ଜଗତର ବ୍ୟାପାରରେ ହସ୍ତକ୍ଷେପ କରିବେ ଏବଂ ଏଭଳି ଏକ ପରିବର୍ତ୍ତନ ଆଣିଦେବେ ଯେ, ଶାନ୍ତିପ୍ରେମୀ ଲୋକେ ଦରଦାମ ବୃଦ୍ଧି, ରୋଗବ୍ୟାଧି, ଅନ୍ୟାୟ ଅପରାଧ, ବାସଗୃହର ଅଭାବ, ବେକାରୀ ସମସ୍ୟା, ହିଂସାକାଣ୍ଡ ଅବା ସାମାଜିକ ଅସ୍ଥିରତା ବିଷୟ ନେଇ ଆଉ ଚିନ୍ତିତ ହେବେ ନାହିଁ ।”
ଆନନ୍ଦ କିଛିଟା ବିସ୍ମିତ ହେବା ଭଳି ଜଣା ପଡ଼ିଲା । “ଆପଣ ଠିକ୍ ମୋʼ ମାʼଙ୍କ ଭଳି କହୁଛନ୍ତି: ‘ଈଶ୍ୱରଙ୍କଠାରେ ସବୁ ବିଷୟ ସମର୍ପଣ କରିଦେ; ତାହାଙ୍କର ହାତରେ ତୋର ଭାଗ୍ୟ ରହିଛି ।’ କିନ୍ତୁ ଗୁରୁଜୀ, ଆପନଙ୍କ ଭଳି ଜଣେ ଶିକ୍ଷିତ ଲୋକଠାରୁ ମୁଁ ଏସବୁ ଶୁଣିବି ବୋଲି ଆଶା କରି ନ ଥିଲି । ମୁଁ ଜାଣେ, ଆପଣ ଜଣେ ଖ୍ରୀଷ୍ଟିୟାନ, ମାତ୍ର ମୁଁ ଜାଣିଥିବା ଅନ୍ୟ ଖ୍ରୀଷ୍ଟିୟାନମାନେ ତ କାହିଁ ଆପଣଙ୍କ ପରି ନୁହନ୍ତି । ସେମାନେ ରାଜନୀତି ଏବଂ ନାନା ଜନହିତକର କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ
କରି ସେମାନଙ୍କ ନିଜ ଚେଷ୍ଟାରେ ଉନ୍ନତିମୂଳକ କାର୍ଯ୍ୟସବୁ କରି ଚାଲିଛନ୍ତି; ପରିସ୍ଥିତି ବଦଳିଯିବା ନିମନ୍ତେ ସେମାନେ କେବଳ ‘ଈଶ୍ୱରଙ୍କଠାରେ ସବୁ ବିଷୟ ସମର୍ପଣ’ କରି ଦେଉ ନାହାନ୍ତି ।”“ଆନନ୍ଦ, ଏ ବିଷୟରେ ବୋଧହୁଏ ମୁଁ ତୁମକୁ ଏହା ବୁଝାଇ ଦେବାଟା ଉଚିତ୍ ହେବ ଯେ, ମୋର ପରିବାର ଓ ମୁଁ ଯାହା ବିଶ୍ୱାସ କରୁଁ ଏବଂ ଗିର୍ଜାମାନଙ୍କ ଦ୍ୱାରା ଯେଉଁ ବିଷୟ ଶିକ୍ଷା ଦିଆଯାଏ ଓ ଯାହା କାର୍ଯ୍ୟକାରୀ କରାଯାଇଥାଏ, ତହିଁ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ରହିଛି । ତୁମେ ଜାଣିଥିବ, ଏଇ ସହରରେ ଏଭଳି ଅନେକ ଭିନ୍ନ ଭିନ୍ନ ଲୋକ-ଦଳ ଅଛନ୍ତି, ଯେଉଁମାନେ ନିଜକୁ ଖ୍ରୀଷ୍ଟିୟାନ ବୋଲି ଦାବି କରିଥାʼନ୍ତି, ସେମାନେ କହିଥାʼନ୍ତି ଯେ, ସେମାନେ ଖ୍ରୀଷ୍ଟଙ୍କର ଏବଂ ବାଇବଲର ଶିକ୍ଷାସକଳର ଅନୁଗମନ କରନ୍ତି । ତଥାପି ସୁଦ୍ଧା, ତୁମେ ଯେତେବେଳେ ସେମାନଙ୍କର ବିଶ୍ୱାସ-ମତସବୁକୁ ପରୀକ୍ଷା କରି ଦେଖିବ, ସେତେବେଳେ ଜାଣିବାକୁ ପାଇବ ଯେ, ସେମାନଙ୍କର ଅନେକଗୁଡ଼ିଏ ଶିକ୍ଷା ଖ୍ରୀଷ୍ଟଙ୍କର ଶିକ୍ଷା ଅପେକ୍ଷା ଭିନ୍ନ ଅଟେ । ଉଦାହରଣସ୍ୱରୂପ, ଖ୍ରୀଷ୍ଟ ତାହାଙ୍କର ଅନୁଗାମୀମାନଙ୍କୁ ଅହିଂସକ ହେବାକୁ ଏବଂ ସେମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କରିବାକୁ ଶିକ୍ଷା ଦେଇଅଛନ୍ତି । ତେବେ, ତଥାକଥିତ ଖ୍ରୀଷ୍ଟିୟାନ ରାଷ୍ଟ୍ରଗଣ କʼଣ ଏହି ଶିକ୍ଷାର ବାଧ୍ୟ ହେଉଛନ୍ତି ? ସେମାନେ କʼଣ ଦୁଇଟି ବିଶ୍ୱ-ଯୁଦ୍ଧରେ ଏବଂ ଆଣବିକ ଅସ୍ତ୍ର ଉତ୍ପାଦନରେ ମୁଖ୍ୟ ଭୂମିକା ଗ୍ରହଣ କରିନାହାନ୍ତି ? ପୁଣି, ବିଶ୍ୱସ୍ତ ସୂତ୍ରରୁ ଜଣାଯାଏ ଯେ, ଗିର୍ଜାସମୂହ ସେମାନଙ୍କୁ ଏଦିଗରେ ସମର୍ଥନ ଜଣାଇ ଅଛନ୍ତି । ତେଣୁ, ଅଖ୍ରୀଷ୍ଟିୟାନ ଦେଶଗୁଡ଼ିକକୁ ସେମାନେ ଯେତେବେଳେ ସେମାନଙ୍କ ମିସନାରୀଗଣଙ୍କୁ ପ୍ରେରଣ କରିଥାʼନ୍ତି, ସେତେବେଳେ ସେମାନେ ଯେ ସବୁବେଳେ ଖ୍ରୀଷ୍ଟଙ୍କର ଶିକ୍ଷାଗୁଡ଼ିକ ବୋହି ନେଇ ଥାʼନ୍ତି ଏହାର କୌଣସି ନିଶ୍ଚିତତା ନାହିଁ ।
“ଯାହାହେଉ ନା କାହିଁକି, ସାରା ପୃଥିବୀରେ ଏଭଳି ଅନେକ ବ୍ୟକ୍ତି ରହିଛନ୍ତି, ଯେଉଁମାନେ କି ଆମ ପରି ବିଶ୍ୱାସ କରନ୍ତି ଯେ, ଈଶ୍ୱର ଖୁବ୍ ଶୀଘ୍ର ଆମ ସମସ୍ୟାସବୁର ସମାଧାନ କରିଦେବେ । ବାଇବଲ୍ରେ ବହୁ କାଳ ପୂର୍ବରୁ ଲିଖିତ ହୋଇଥିବା ଭବିଷ୍ୟଦ୍ ବାଣୀ ଉପରେ ଆମର ଏହି ଆଶା ଆଧାରିତ ଅଟେ । ଏହି ଭବିଷ୍ୟଦ୍ ବାଣୀସମୂହ ହିଁ ଆମର ଦୃଢ଼ ବିଶ୍ୱାସ ଜାତ କରାନ୍ତି ଯେ, ସମଗ୍ର ବିଶ୍ୱରେ ଏକ ପରିବର୍ତ୍ତନ ଖୁବ୍ ଶୀଘ୍ର ଘଟିବାକୁ ଯାଉଛି, ତେଣୁ ଏହି ସୁସମ୍ବାଦକୁ ଆମ ପ୍ରତିବାସୀମାନଙ୍କୁ ଜଣାଇବା ଦିଗରେ ଆମେ ଆମର ସାଧ୍ୟମତେ ପରିଶ୍ରମ କରିଥାଉ । ଯେହେତୁ ଏହି ପରିବର୍ତ୍ତନ ଘଟିବାର ପ୍ରତିଜ୍ଞା ଯେ କରିଅଛନ୍ତି, ବାଇବଲ୍ର ସେହି ଈଶ୍ୱର ଯିହୋବା ନାମରେ ସୁଖ୍ୟାତ ଅଟନ୍ତି, ସେହେତୁ ଆମେ ନିଜକୁ ଯିହୋବାଙ୍କର ସାକ୍ଷୀଗଣ ବୋଲି କହିଥାଉ ।”
“ଗୁରୁଜୀ, ମୁଁ ଆଜି ନୂଆ କରି ଏହା ଶୁଣିଲି । ଆଉ ଦିନେ ଏ ବିଷୟରେ ଅଧିକ କିଛି ଆପଣଙ୍କଠାରୁ ଶୁଣିବାକୁ ଆସିବି ।”
ପୃଥିବୀରେ ସୁଖୀ ହେବା ନିମନ୍ତେ ଇଚ୍ଛା
“ଈଶ୍ୱରଙ୍କଠାରେ ସେମାନେ ତ ବିଶ୍ୱାସ କରନ୍ତି,” ନିର୍ମଳା ନିଜ ଶଶୁରଙ୍କୁ କହିଉଠିଲା ।
“ନିର୍ମଳା, ତୁ କେଉଁ ବିଷୟରେ କହୁଛୁ ?”
“ତୁମେ ଭାବୁଥିବ ଯେ, ଗୁରୁଜୀ ଓ ତାଙ୍କ ପରିବାରଟି ମନ୍ଦିର ଅବା ମସ୍ଜିଦ୍ କିମ୍ବା ଗିର୍ଜାକୁ ଯାଉ ନ ଥିବା ଏବଂ ସେମାନଙ୍କ ଗୃହରେ କୌଣସି ପ୍ରତିମା କିଅବା ଧର୍ମଗତ ଛବି ରଖୁ ନ ଥିବା କାରଣରୁ ଯୋହନ ୪:୨୪) ତେଣୁ ସେମାନେ କୌଣସି ଦୃଶ୍ୟ ବସ୍ତୁର ବ୍ୟବହାର ବିନା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି । ସେମାନେ ନିଜକୁ ଯିହୋବାଙ୍କର ସାକ୍ଷୀଗଣ ବୋଲି କହିଥାʼନ୍ତି ।
ଈଶ୍ୱରଙ୍କଠାରେ ସେମାନଙ୍କର ବିଶ୍ୱାସ ନାହିଁ । କିନ୍ତୁ ନା, ସେମାନଙ୍କର ସେହି ବିଶ୍ୱାସ ଅବଶ୍ୟ ରହିଛି । ଆମ ଘରେ ଯେଉଁ ନୂଆ ଶିଶୁଟି ଜନ୍ମ ହେବାକୁ ଯାଉଛି, ତାʼନିମନ୍ତେ କିଭଳିଭାବେ ଲୁଗାପଟା ସିଲାଇ କରିହେବ, ସେ ବିଷୟଟି ମତେ ବୁଝାଇ ଦେଉ ଦେଉ ମରିୟମ ସେମାନଙ୍କ ବିଶ୍ୱାସ ସମ୍ବନ୍ଧରେ କହୁଥିଲା । ସେ କହିଲା ଯେ, ସେମାନେ ଏକ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ଯେ କି ସବୁ ବିଷୟର ସୃଷ୍ଟିକର୍ତ୍ତା ଅଟନ୍ତି, ପୁଣି ତାହାଙ୍କରନାମ ଯିହୋବା ଅଟେ । ଆଉ, ଯେହେତୁ ସେ ଅଦୃଶ୍ୟ ଅଟନ୍ତି ଏବଂ କେହି ହେଲେ ତାହାଙ୍କୁ ଆଦୌ ଦେଖି ନାହିଁ, ସେହେତୁ ସେମାନେ ତାହାଙ୍କର ପ୍ରତିମା କିମ୍ବା ଛବି ପ୍ରସ୍ତୁତ କରନ୍ତି ନାହିଁ । ସେ ମତେ କହିଲା ଯେ, ସେମାନଙ୍କର ପବିତ୍ର ଶାସ୍ତ୍ର ବାଇବଲ ପ୍ରକାଶ କରେ “ଈଶ୍ୱର ଆତ୍ମା, ପୁଣି ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ଆତ୍ମାରେ ଓ ସତ୍ୟରେ ଉପାସନା କରିବା ସେମାନଙ୍କର ଉଚିତ ।” (“ପୁଣି, ସତ୍ୟ ସହକାରେ ଈଶ୍ୱରଙ୍କର ଉପାସନା ବିଷୟରେ ମଧ୍ୟ ମରିୟମ ଗୋଟାଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ କଥା କହିଲା । ସେ କହିଲା ଯେ, ସତ୍ୟର ଅର୍ଥ ହେଉଛି, ବିଷୟସକଳର ଅସଲ ସ୍ୱରୂପ ପ୍ରକାଶ କରିବା, ମାତ୍ର ପୌରାଣିକ କିମ୍ବା କାଳ୍ପନିକ ଭାବରେ ନୁହେଁ । ସେଥିସକାଶେ, ସେମାନେ ମନୁଷ୍ୟନିର୍ମିତ ପରମ୍ପରାଗତ ରୀତିନୀତିସବୁରେ ବିଶ୍ୱାସ କରନ୍ତି ନାହିଁ, ଯାହା ବାସ୍ତବ ବିଷୟ ସହିତ ସେସବୁର କୌଣସି ସମ୍ପର୍କ ନ ଥାଏ । (ମାର୍କ ୭:୭, ୮) ଗୋଟିଏ ଉଦାହରଣ ଦେବାକୁ ଯାଇ ସେ କହିଲା, ଅଧିକାଂଶ ଧର୍ମସବୁ ଯେତେବେଳେ ଶିକ୍ଷା ଦେଇଥାʼନ୍ତି ଯେ, ଆମର ଚରମ ଲକ୍ଷ୍ୟ ହେଉଛି ଏହି ପୃଥିବୀ ପରିତ୍ୟାଗ କରିବା ଏବଂ ଈଶ୍ୱରଙ୍କର ସହିତ ସମ୍ମିଳିତ ହେବା କିମ୍ବା ମୃତ୍ୟୁପର ଜୀବନରେ ଏକ ଆତ୍ମା ରୂପରେ ପୁରସ୍କୃତ ହେବା, ସେତେବେଳେ ସେମାନେ ବାସ୍ତବ ବିଷୟସକଳ ସହିତ ସମ୍ମତ ହୋଇ ନ ଥାʼନ୍ତି, କାରଣ ସେସବୁ ମନୁଷ୍ୟର ସହଜାତ ପ୍ରବୃତ୍ତି ମଧ୍ୟ ନୁହେଁ । ମରିୟମ ଆହୁରି ମଧ୍ୟ ଗୁରୁତ୍ୱ ସହକାରେ କହିଲା ଯେ, ମନୁଷ୍ୟ ପକ୍ଷରେ ଯାହାସବୁ ଅତ୍ୟାବଶ୍ୟକ, ସେସବୁ ହେଉଛି ଏକ ଉତ୍ତମ ଗୃହ, ସୁସ୍ୱାସ୍ଥ୍ୟ, ଗୋଟିଏ ସୁଖୀ ପରିବାର ଏବଂ ସ୍ନେହଶୀଳ ବନ୍ଧୁଗଣ । ଲୋକେ ଯେତେବେଳେ ସୁଖୀ ଥାʼନ୍ତି, ସେତେବେଳେ ସେମାନେ ମୃତ୍ୟୁଭୋଗ କରିବାକୁ ଏବଂ ସ୍ୱର୍ଗକୁ ଯିବାକୁ କିଅବା ନିର୍ବାଣ କିମ୍ବା ମୋକ୍ଷ ପାଇବାକୁ ଚାହାନ୍ତି ନାହିଁ, କାରଣ ତଦ୍ଦ୍ୱାରା ସେମାନେ ନିଜର ବ୍ୟକ୍ତିତ୍ୱ ହରାଇ ବ୍ୟକ୍ତିଗତଭାବେ ନିଜ ସ୍ଥିତିକୁ ହରାଇ ବସିବାର ଭୟ ରହିଥାଏ । ‘ପୃଥିବୀରେ ମନୁଷ୍ୟ ସୁଖରେ ଜୀବନ ଯାପନ କରିବା ନିମନ୍ତେ କିଏ ତେବେ ତାକୁ ଇଚ୍ଛା ପ୍ରଦାନ କରିଥାଆନ୍ତି ?’ ମରିୟମ ମତେ ପଚାରିଲା । ନିଶ୍ଚୟ ସେ ତାହାର ସୃଷ୍ଟିକର୍ତ୍ତା ଅଟନ୍ତି । ତେଣୁ ବାଇବଲରେ ଦେଖାଏ ଯେ ଅନନ୍ତକାଳ ପାଇଁ ସୁଖରେ ବାସ କରିବା ଉଦ୍ଦେଶ୍ୟରେ ହିଁ ଯିହୋବା ଈଶ୍ୱର ମନୁଷ୍ୟକୁ ନିର୍ମାଣ କରିଅଛନ୍ତି । ଆଉ, ଯେହେତୁ ଏହା ହିଁ ମନୁଷ୍ୟର ସ୍ୱାଭାବିକ ଅଭିଳାଷ ଅଟେ, ସେହେତୁ ସେ ଦାବି ସହକାରେ କହିଲା ଯେ, ବାଇବଲର ଏହି ଶିକ୍ଷାଟି ପ୍ରକୃତ ବିଷୟସବୁର ଅସଲ ସ୍ୱରୂପ ବର୍ଣ୍ଣନା କରୁଥିବାରୁ ତାହାକୁ ସତ୍ୟ ଆଖ୍ୟା ଦିଆ ଯାଇଥାଏ ।”
“ଆଚ୍ଛା ନିର୍ମଳା, ଏହା ଯଦି ସତ୍ୟ ହୋଇଥାଏ, ତାହାହେଲେ ତ ଈଶ୍ୱର ତାହାଙ୍କର ଉଦ୍ଦେଶ୍ୟ
ସାଧନରେ ବିଫଳ ହୋଇଅଛନ୍ତି ବୋଲି କୁହାଯିବ । ଲୋକେ ଏହି ପୃଥିବୀରେ ସୁଖରେ ନାହାନ୍ତି । ଏଠାରେ କେବଳ ସମସ୍ୟା ତଥା ଯନ୍ତ୍ରଣା ଭରି ରହିଛି ଏବଂ ଆମେ ଏଠାରୁ କୌଣସି ପ୍ରକାରେ ପଳାଇ ଯାଇପାରିଲେ ହିଁ ସେସବୁରୁ ମୁକ୍ତି ପାଇପାରିବା । ଯାହାହେଉ, ଆନନ୍ଦ ତ କହିଛି, ଗୁରୁଜୀ ଏବଂ ତାଙ୍କ ପରିବାରଟି ଆଜିରାତିରେ ଆମ ଘରକୁ ବୁଲି ଆସୁଛନ୍ତି । ତେବେ, ଗୁରୁଜୀ ଆମର ଏହି କଥାର ପ୍ରସଙ୍ଗରେ କʼଣ କହୁଛନ୍ତି ଦେଖିବା ।”ସମସ୍ତ ସମସ୍ୟାର ସମାଧାନ କରିବାକୁ ଯିଏ ପ୍ରତିଜ୍ଞା କରିଅଛନ୍ତି
ପାଣିପାଗ ଏବଂ ପିଲାମାନଙ୍କର ଆଗାମୀ ପରୀକ୍ଷା ସମ୍ବନ୍ଧରେ କିଛି କଥାବାର୍ତ୍ତା ହେବା ପରେ, ଦାଦାଜୀ ତାଙ୍କର ସେହି ପ୍ରସଙ୍ଗଟି ଉପସ୍ଥାପିତ କଲେ, ଯାହା ବିଷୟରେ କି ସେ ସେଦିନ କିଛି ସମୟ ପୂର୍ବରୁ ନିର୍ମଳା ସହିତ ଆଲୋଚନା କରୁଥିଲେ । ଗୁରୁଜୀ କିଛି ସମୟ ଚିନ୍ତା କଲା ପରେ ଆନନ୍ଦର ମାʼଙ୍କୁ ପଚାରିଲେ, “ଆଚ୍ଛା ଦାଦି, ଆପଣଙ୍କ ପରିବାରରେ କାହାକୁ ମ୍ୟାଲେରିଆ ହେଲେ ଆପଣ କʼଣ କରିଥାʼନ୍ତି ?”
ସେ ଆଶ୍ଚର୍ଯ୍ୟ ହୋଇଉଠି ଉତ୍ତର ଦେଲେ, “ମୁଁ ତାକୁ ଅବଶ୍ୟ ଔଷଧ ଦିଏ । ଆମ ପରିବାରରେ ପ୍ରାୟ ସମସ୍ତଙ୍କୁ ମ୍ୟାଲେରିଆ ହୋଇଥିବା ହେତୁ, ସେଥି ନିମନ୍ତେ କେଉଁ ଆବଶ୍ୟକୀୟ ଔଷଧ ଦୋକାନରୁ ଆଶିବାକୁ ପଡ଼ିବ ମୁଁ ଜାଣେ ।”
ଗୁରୁଜୀ, ଆନନ୍ଦର ପିତାଙ୍କ ଆଡ଼କୁ ବୁଲିପଡ଼ି କହିଲେ, “ଦେଖିଲେ ତ ଦାଦାଜୀ, ଆପଣଙ୍କର ଯନ୍ତ୍ରଣାଭୋଗ ସମୟରେ ତାହା ହିଁ ହେଉଛି ସୁଉପଯୁକ୍ତ କର୍ତ୍ତବ୍ୟ; ସୁସ୍ଥ ହେବା ନିମନ୍ତେ ଆପଣ ଔଷଧ ସେବନ କରିଥାʼନ୍ତି । ସେତେବେଳେ ଆପଣ କହିନ ଥାʼନ୍ତେ, ‘ମତେ ମରିବାକୁ ଛାଡ଼ିଦିଅ, ତାହାହେଲେ ମୁଁ ଏ ପୃଥିବୀରୁ ଖସି ଯାଇ ପାରିବି ।’ ତେବେ ମନେ କରନ୍ତୁ, ଏହି ପୃଥିବୀ ପୃଷ୍ଠରେ ସକଳ ପ୍ରକାରର ଯନ୍ତ୍ରଣାର ଦୂରୀକରଣ ତଥା ଆମର ସବୁ ସମସ୍ୟାର ସମାଧାନ ନିମନ୍ତେ ଯଦି ଆମ ନିକଟରେ ସଠିକ୍ ‘ଔଷଧ’ ଥାʼନ୍ତା । ତାହାହେଲେ ଆମେ ମୃତ୍ୟୁଭୋଗ କରି ଆମର ପ୍ରିୟଜନମାନଙ୍କୁ ପରିତ୍ୟାଗ କରିବା ପରିବର୍ତ୍ତେ ବରଂ ଏଇଠାରେ ହିଁ ରହିବାକୁ କʼଣ ପସନ୍ଦ କରନ୍ତୁ ନାହିଁ ?
“ସ୍ପଷ୍ଟଭାବେ ଦେଖିବାକୁ ଗଲେ, ନିଜର ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ମନୁଷ୍ୟର ସାମର୍ଥ୍ୟ ନାହିଁ । ତେଣୁ, ପୃଥିବୀ ପୃଷ୍ଠରେ ମାନବଜାତି ଦୀର୍ଘ ଦିନ ଧରି ଯନ୍ତ୍ରଣା ଭୋଗ କରି ଆସୁଛନ୍ତି । ମାତ୍ର ଆପଣଙ୍କ ନିଜର ବିଶ୍ୱାସ କʼଣ ଆପଣଙ୍କୁ ଶିକ୍ଷା ଦିଏ ନାହିଁ ଯେ, କଳିଯୁଗରେ ଈଶ୍ୱର ଏହି ପୃଥିବୀ ପୃଷ୍ଠରେ ସତ୍ୟଯୁଗ ଅଣିବା ସକାଶେ ଅବତାର ଗ୍ରହଣ କରିବା ଆବଶ୍ୟକ ହୋଇଥାଏ ? ପୁଣି, ଏଥିରୁ କʼଣ ପ୍ରକାଶିତ ହୋଇ ନଥାଏ ଯେ, ଏହିଶିକ୍ଷା ପ୍ରବର୍ତ୍ତନ କରିଥିବା ପ୍ରାଚୀନ ଦାର୍ଶନିକମାନଙ୍କର ମଧ୍ୟ ବିଶ୍ୱାସ ଥିଲା ସେହି ଈଶ୍ୱରଙ୍କର ଉପରେ, ଯେଉଁ ଈଶ୍ୱର ଚାହିଁଥିଲେ ଏହି ପୃଥିବୀ ପୃଷ୍ଠରେ ମନୁଷ୍ୟ ସୁଖୀ ହେଉ ?
“ଆଚ୍ଛା ଦାଦାଜୀ, ଏହି ଭଡ଼ାଘରଗୁଡ଼ିକ ବିଷୟରେ ଟିକେ ଚିନ୍ତା କରନ୍ତୁ ତ ! ଏଗୁଡ଼ିକ ଯେତେବେଳେ ପ୍ରଥମେ ନିର୍ମିତ ହେଲା, ସେତେବେଳେ ଖୁବ୍ ସୁନ୍ଦର ଦେଖାଯାଉନଥିଲା, ନୁହେଁ କି ? କିନ୍ତୁ ଆଜି ସେଗୁଡ଼ିକ ଆଡ଼କୁ ଟିକେ ଚାହିଁ ଦେଖନ୍ତୁ ତ ! ଏସବୁରେ ଏତେ ସଂଖ୍ୟକ ଭଡ଼ାଟିଆ ଆସି, ରହି, ପୁଣି
ଚାଲି ଯାଇଛନ୍ତି, ଯେଉମାନେ କି ଅନ୍ୟମାନଙ୍କ ବିଷୟରେ ଆଦୌ ମନୋଯୋଗୀ ହୋଇ ନାହାନ୍ତି । ସେମାନେ ରାସ୍ତାର ବତୀଗୁଡ଼ିକୁ ଭାଙ୍ଗି ଦେଇଛନ୍ତି, ନିଜର ଇଚ୍ଛା ଅନୁଯାୟୀ ଏଣେତେଣେ ଅଳିଆ ଆବର୍ଜନାସବୁ ଫିଙ୍ଗିଛନ୍ତି, ଝରକାର କାଚଗୁଡ଼ିକୁ ଚୁରମାର କରି ଦେଇଛନ୍ତି, ପାଣିକଳସବୁ ଚୋରାଇ ନେଇଛନ୍ତି, ଯଦ୍ଦ୍ୱାରାକି ବୃଥାଟାରେ ପାଣି ନଷ୍ଟ ହୋଇ ରାସ୍ତାକୁ କାଦୁଅ କରି ପକାଉଛି । ବର୍ତ୍ତମାନ ଏଠାରେ କʼଣ କରାଯିବା ଆବଶ୍ୟକ ? ହଁ, ଯଦି ସେହି ଅଶିଷ୍ଟ ଭଡ଼ାଟିଆମାନଙ୍କୁ ଏଠାରୁ ବାହାର କରି ଦିଆଯାଇ ଭଡ଼ାଗୃହଗୁଡ଼ିକୁ ଠିକ୍ଠାକ୍ କରି ଦିଆଯାନ୍ତା, ତାହାହେଲେ ଆମେ କʼଣ ଏଠାରେ ଶାନ୍ତିରେ ରହି ପାରନ୍ତେ ନାହିଁ ? ଈଶ୍ୱର ସମୁଦାୟ ଜଗତ ପାଇଁ ପୁଣି ଠିକ୍ ଏହି ପ୍ରତିଜ୍ଞା କରିଅଛନ୍ତି ।“ବାଇବଲ ଅନୁଯାୟୀ ଦେଖି ବାକୁ ଗଲେ, ଈଶ୍ୱର ମନୁଷ୍ୟକୁ ପୂର୍ଣ୍ଣାଙ୍ଗ, ସ୍ୱାସ୍ଥ୍ୟବନ୍ତ ତଥା ସୁଖୀ କରି ସୃଷ୍ଟି କଲେ । ମାତ୍ର ଈଶ୍ୱରଙ୍କର ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା, ମନୁଷ୍ୟମାନେ ବିପଥଗାମୀ ହୋଇ ଦୋଷଯୁକ୍ତ ଜୀବନ ଯାପନ କରୁଛନ୍ତି । (ଦ୍ୱିତୀୟ ବିବରଣ ୩୨:୪, ୫) କେବଳ ଏତିକି ନୁହେଁ, ମାତ୍ର ଆଜି ସେମାନେ ପୃଥିବୀକୁ ସୁଦ୍ଧା ନଷ୍ଟଭ୍ରଷ୍ଟ କରି ଚାଲିଛନ୍ତି, ଯାହାକି ଈଶ୍ୱରଙ୍କର ସୃଷ୍ଟି ଅଟେ । ତେଣୁ, ବାଇବଲ ପ୍ରକାଶ କରେ ଯେ, ଈଶ୍ୱର ପୃଥିବୀରୁ ପ୍ରଥମେ ଦୁଷ୍ଟ ‘ଭାଡ଼ାଟିଆ ମାନଙ୍କୁ’ ବାହାର କରିଦେବେ ଏବଂ ତତ୍ପରେ ସୁଖମୟ ଅବସ୍ଥାକୁ ଫେରାଇ ଆଣିବା ସକାଶେ ଉତ୍ତମ ଲୋକମାନଙ୍କୁ ସାହାଯ୍ୟ କରିବେ ।”—ପ୍ରକାଶିତ ବାକ୍ୟ ୧୧:୧୮.
“କିନ୍ତୁ ଗୁରୁଜୀ, କିଛି ସମୟ ପରେ ପୁଣି ସବୁକିଛି ଗୋଳମାଳିଆ ହୋଇଯିବ । ସେଇଥିସକାଶେ, ଈଶ୍ୱର ପୃଥିବୀକୁ ପରିଷ୍କାର କରି ସତ୍ୟଯୁଗ ଆଣିବା ଉତ୍ତାରେ ଭ୍ରଷ୍ଟାଚାର ପୁଣି ଉପସ୍ଥିତ ହୋଇ କଳିଯୁଗକୁ କଢ଼ାଇ ଆଣିବ । ଅତଏବ, ପୃଥିବୀରୁ କେବଳ ପଳାୟନ କରିବା ଦ୍ୱାରା ହିଁ ସ୍ଥାୟୀ ଶାନ୍ତି ମିଳିପାରିବ । ଦୃଷ୍ଟାନ୍ତ ସ୍ୱରୂପେ, ମୁଁ ମୋର କେତେକ ପାରିବାରିକ ସମସ୍ୟାକୁ ଥରକୁ ଥର ସମାଧାନ କଲେ ହେଁ ସେସବୁ ପୁଣି ଆସି ହାଜର ହୋଇଯାʼନ୍ତି, କିମ୍ବା ସେଗୁଡ଼ିକ ପରିବର୍ତ୍ତେ ଅନ୍ୟ କିଛି ସମସ୍ୟା ଆସି ଉପସ୍ଥିତ ହୋଇଥାଏ ।”
“ହଁ, ଏହା ଆମ ସମସ୍ତଙ୍କ ପ୍ରତି ଘଟିଥାଏ । ମାତ୍ର ଈଶ୍ୱରଙ୍କ ପକ୍ଷରେ କୌଣସି ବିଷୟ ଅସାଧ୍ୟ ନୁହେଁ । ସମସ୍ତ ସମସ୍ୟା ସମାଧାନ କରିବା ଦିଗରେ କେବଳ ଯେ ତାହାଙ୍କର ଶକ୍ତି ରହିଛି ତାହା ନୁହେଁ, ମାତ୍ର ସେହି ସମସ୍ୟାସବୁ ଯେପରି ଆଉ କେବେ ନ ଉପୁଜେ, ତାହା ଦେଖିବା ନିମନ୍ତେ ମଧ୍ୟ ତାହାଙ୍କର ଶକ୍ତି ତଥା ଇଚ୍ଛା ରହିଛି; ସମଗ୍ର ପୃଥିବୀରେ ସ୍ଥାୟୀଭାବେ ଶାନ୍ତି ଏବଂ ନିରାପତ୍ତା ରକ୍ଷା କରିବା ଦିଗରେ ସେ ଶକ୍ତିମନ୍ତ ଅଟନ୍ତି ।”—ନାହୂମ ୧:୯.
ଉକ୍ତ ଆଲୋଚନାକୁ ବର୍ତ୍ତମାନ ପର୍ଯ୍ୟନ୍ତ ନୀରବରେ ଶୁଣି ଚାଲିଥିବା ଆନନ୍ଦ ସହସା କହି ଉଠିଲା: “ଗୁରୁଜୀ, ମୁଁ ଆପଣଙ୍କ ସହିତ ଆଦୌ ଏକମତ ହୋଇ ପାରୁ ନାହିଁ । ଦୀର୍ଘଦିନ ଧରି ଆମେ ଆମ ସମସ୍ୟାସବୁର ସମାଧାନ ଚେଷ୍ଟା କରିଚାଲିଛୁଁ, କିନ୍ତୁ ଈଶ୍ୱର କʼଣ ସେଥିରେ ହସ୍ତକ୍ଷେପ କରିଅଛନ୍ତି ? ନା ! ମୋʼ ମତରେ, କେବଳ ଆମେ ମନୁଷ୍ୟମାନେ ହିଁ ଏକ ପରିବର୍ତ୍ତନ ଆଣି ପାରିବା । ସମୁଦାୟ ଶାସନ-ପ୍ରଣାଳୀକୁ ଆମେ ବଦଳାଇ ଦେବା ସଙ୍ଗେ ସଙ୍ଗେ ଧନୀ ତଥା ଦୁର୍ନୀତ୍ରିଗସ୍ତ ଲୋକଙ୍କ ବିରୁଦ୍ଧରେ ବିଦ୍ରୋହପୂର୍ବକ ସେମାନଙ୍କୁ କ୍ଷମତାରୁ ହଟାଇଦେବା ଆବଶ୍ୟକ । ସାରା ପୃଥିବୀରେ ପଦଦଳିତ ହେଉଥିବା ଲୋକେ ଯେବେ ଅତ୍ୟାଚାର ବିରୁଦ୍ଧରେ ଉଠିବେ, ତେବେ ଯାଇ ଆମେ ଏକ ପରିବର୍ତ୍ତନ ଆଣିପାରିବା । ପୁଣି, ମୋତେ ମଧ୍ୟ ସେତେବେଳେ ରାମୁ ଏବଂ ପ୍ରିୟାକୁ ଗୋଟିଏ ଉତ୍ତମ ବିଦ୍ୟାଳୟରେ ପଢ଼ାଇବା
ସକାଶେ ସମ୍ଭବତଃ ଏକ ବିପୁଳ ପରିମାଣର ଚାନ୍ଦା ଦେବାକୁ ଅବା କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜରିଆରେ ଚାପ ପକାଇବାକୁ ଆବଶ୍ୟକ ହେବ ନାହିଁ ।”“ଆନନ୍ଦ, ତୁମ ଚିନ୍ତାଧାରାକୁ ପ୍ରଶଂସା ନ କରି ମୁଁ ରହିପାରୁ ନାହିଁ । ବାସ୍ତବିକ, ଏ ବିଷୟରେ ବାଇବଲ୍ ଅବଶ୍ୟ ପ୍ରକାଶ କରିଥାଏ ଯେ, ଶତାବ୍ଦୀ ଧରି ‘ଏକ ମନୁଷ୍ୟ ଅନ୍ୟ ଉପରେ ତାହାର ଅମଙ୍ଗଳ ନିମନ୍ତେ କ୍ଷମତାʼ ବ୍ୟବହାର କରି ଆସିଛି ।’”—ଉପଦେଶକ ୮:୯.
“କିନ୍ତୁ ଈଶ୍ୱରଙ୍କର ଇଚ୍ଛା କʼଣ ସେଭଳି ନ ଥିଲା ?” ଆନନ୍ଦ ପଚାରିଲା । “ଉପାସନା-ସ୍ଥଳୀଗୁଡ଼ିକରେ ସୁଦ୍ଧା ଧନୀମାନେ ଦରିଦ୍ରମାନଙ୍କ ଅପେକ୍ଷା ଅଧିକ ସୁବିଧା ସୁଯୋଗ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରି ଚାଲିଛନ୍ତି ।”
“ନା ଆନନ୍ଦ, ଏହା ଆଦୌ ଈଶ୍ୱରଙ୍କର ଇଚ୍ଛା ନ ଥିଲା । ବାଇବଲର ବିବରଣୀ ପ୍ରକାଶ କରିଥାଏ ଯେ, ଈଶ୍ୱର ମନୁଷ୍ୟକୁ ନିର୍ମାଣ କଲେ, ଯେପରିକି ସେ ନିଜ ସହ-ମାନବ ଉପରେ ପ୍ରଭୁତ୍ୱ ବିସ୍ତାର ନ କରି ଜୀବଜନ୍ତୁ, ମତ୍ସ୍ୟ ତଥା ପକ୍ଷୀ ସଦୃଶ ନୀଚ୍ଚତର ପ୍ରାଣୀମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ।”—ଆଦିପୁସ୍ତକ ୧:୨୮.
“ଖୁବ୍ ଭଲ କଥା । ତେବେ, ଏଭଳି ପ୍ରଭୁତ୍ୱ ଯେବେ ଈଶ୍ୱରଙ୍କ ଇଚ୍ଛାର ବିପରୀତ ଅଟେ, ତାହାହେଲେ ବିପ୍ଲବକାରୀମାନେ ଭ୍ରଷ୍ଟାଚାର ତଥା ପ୍ରଭୁତ୍ୱ ବିସ୍ତାର କରୁଥିବା ଲୋକମାନଙ୍କୁ ବିନାଶ କରିବା ଦ୍ୱାରା କʼଣ ଈଶ୍ୱରଙ୍କର ଇଚ୍ଛା ସାଧନ କରିବେ ନାହିଁ ?”
“ମାତ୍ର ସେଭଳି ଲୋକମାନଙ୍କୁ ବିପ୍ଲବକାରୀମାନେ ବିନାଶ କରିଦେବା ଉତ୍ତାରେ କʼଣ ଘଟିବ ଭାବି ପାରୁଛ ? ହଁ, ସେହି ବିପ୍ଲବକାରୀଗଣ ଶାସନ କ୍ଷମତା ହାତକୁ ନେଇ ନିଜେ ଅତ୍ୟାଚାରୀ ହୋଇଉଠିବେ, ଫଳରେ ଆମେ ପୂର୍ବ ସମାନ ଦଶା ଭୋଗ କରିବୁ । କିନ୍ତୁ ନା, କେବଳ ଈଶ୍ୱର ହିଁ ସମସ୍ତ ଦୁଷ୍ଟ କର୍ତ୍ତୃତ୍ୱକୁ ଦୂର କରିବା ସଙ୍ଗେ ସଙ୍ଗେ ଐଶ୍ୱରୀୟ ଶାସନ ପ୍ରତିଷ୍ଠାପୂର୍ବକ ସ୍ଥାୟୀ ଶାନ୍ତି ଆଣିପାରିବେ । ବାଇବଲ ମଧ୍ୟ ଏହା ପ୍ରକାଶ କରି କହିଥାଏ ଯେ, ଯିହୋବା ଈଶ୍ୱର ଏହା ଅତିଶୀଘ୍ର ସାଧନ କରିବେ । ପୁଣି, ମୋର ପରିବାର ଏବଂ ଯିହୋବାଙ୍କର ସହସ୍ର ସହସ୍ର ସାକ୍ଷୀଗଣ ମଧ୍ୟ ଏହା ଦୃଢ଼ଭାବେ ବିଶ୍ୱାସ କରିଥାଉ, ଆଉ ଭବିଷ୍ୟତ ନିମନ୍ତେ ଏହା ଆମମାନଙ୍କ ପ୍ରତି ଏକ ଚମତ୍କାର ଆଶା ମଧ୍ୟ ପ୍ରଦାନ କରିଥାଏ ।”
ସମସ୍ୟାସବୁର ସମାଧାନ କେବେ ହେବ ?
ଆନନ୍ଦ କହିଲା, “ଏହା ଅବଶ୍ୟ ଠିକ୍ କଥା, ମାତ୍ର ମୁଁ କିନ୍ତୁ ପୃଥିବୀପୃଷ୍ଠରେ ପରିବର୍ତ୍ତନ କିମ୍ବା ଉନ୍ନତିର କୌଣସି ଲକ୍ଷଣ ଦେଖି ପାରୁ ନାହିଁ । ତେବେ, ଈଶ୍ୱର ଯେ ମୋର ଜୀବନ-କାଳରେ ଏକ ପରିବର୍ତ୍ତନ ଆଣିବେ, ଏହା ମୁଁ କିଭଳି ବା ବିଶ୍ୱାସ କରିପାରିବି ?”
“ଆନନ୍ଦ ମନେକର, ମୁଁ ତୁମକୁ କହିଲି ଯେ, ତୁମେ ଥରେ ଘରୁ ବାହାରକୁ ଯାଇଥିବା ସମୟରେ ମୁଁ ତୁମ ବଗିଚାରେ ଆମ୍ବ ଟାକୁଆଟିଏ ପୋତି ଦେଇଥିଲି । ତୁମେ ସଙ୍ଗେ ସଙ୍ଗେ ବଗିଚାକୁ ଯାଇ ଦେଖିବାରେ ଲାଗି ପଡ଼ିଲ, ମାତ୍ର ତୁମେ କିଛି ଦେଖି ପାରିଲ ନାହିଁ, ଏପରିକି ସୁଦ୍ଧା ଭୂମିରେ ଆଞ୍ଚୁଡ଼ା ଦାଗଟିଏ ସୁଦ୍ଧା ଦେଖିଲ ନାହିଁ । ପୁଣି, ମୁଁ ତୁମ ପ୍ରତି ଜଣେ ଆଗନ୍ତୁକ । ତୁମେ ହୁଏତ ଭାବି ପାର: ‘ଏହି ଅପରିଚିତ
ଲୋକଟି କାହିଁକି ଯେ କଷ୍ଟସହକାରେ ମୋʼବଗିଚାକୁ ଆସି ଆମ୍ବ ଟାକୁଆଟିଏ ପୋତିବ ?’ ତେବେ, ମୁଁ ଯାହା କହୁଛି, ତାହା ଯେ ବାସ୍ତବରେ କରିସାରିଛି, ଏହା କʼଣ ତୁମେ ବିଶ୍ୱାସ କରିବା ନିମନ୍ତେ ପ୍ରସ୍ତୁତ ହୋଇପାରିବ ?”“ନା, ମୁଁ ସେଭଳି କରିବି ବୋଲି ଭାବିପାରୁ ନାହିଁ । ଅନ୍ତତଃପକ୍ଷେ, ଆପଣ ସେଭଳି କରିଛନ୍ତି ନା ନାହିଁ, ଏହା ଭାବି ବରଂ ମୁଁ ଖୁବ୍ ସଂଶୟାନ୍ୱିତ ହୋଇ ଉଠିବି ।”
“ହଁ, ଠିକ୍ କଥା କହିଛ । ଆଚ୍ଛା ମନେକର, କିଛି ଦିନ ପରେ ଗୋଟିଏ ଗଛ ଉଠିଥିବାର ତୁମେ ଦେଖି ବାକୁ ପାଇଲ । ତତ୍ପରେ ତୁମେ ଉପଲବ୍ଧି କଲ ଯେ, ଗୃହରେ ତୁମର ଅନୁପସ୍ଥିତି ସମୟରେ କେହି ଜଣେ ସେହି ଗଛରେ ନୀରବରେ ଜଳସେଚନ କରିଚାଲିଛି । କ୍ରମେ କ୍ରମେ ସମୟ ଗଡ଼ିଯାଏ, ବର୍ଷ ବିତିଯାଏ । ବର୍ତ୍ତମାନ ତୁମେ ଗଛଟିକୁ ଦେଖି ବେଶ୍ ଜାଣି ପାରିଲ ଯେ, ତାହା ସତରେ ଗୋଟାଏ ଆମ୍ବଗଛ । ପୁଣି, କିଛି ବର୍ଷ ଉତ୍ତାରେ ଆମ୍ବଗଛଟି ବଉଳରେ ଭର୍ତ୍ତି ହୋଇ ଯାଇଥିବାର ତୁମେ ଦେଖିବାକୁ ପାଇଲ । ସେତେବେଳେ ତୁମର ଧାରଣା କʼଣ ହେବ, କହିଲ ?”
“ମୁଁ ଜାଣିବି ଯେ, ଆପଣ ଯାହା କହୁଥିଲେ, ତାହା ସତ । ଆହୁରି ମଧ୍ୟ ଜାଣିବି ଯେ, ଆପଣ ପ୍ରକୃତରେ ଖୁବ୍ ଦୟାଳୁ ଏବଂ ମୋʼ ପ୍ରତି ମନୋଯୋଗୀ ମଧ୍ୟ ଅଟନ୍ତି । ତତ୍ପରେ, ଗଛଟିରେ କେବେ ଫଳ ଧରିବ ବୋଲି ମୁଁ ଆଗ୍ରହର ସହ ଗଛଟିକୁ ଲକ୍ଷ୍ୟ କରି ଚାଲିବି ।”
“ବିଲ୍କୁଲ୍ ଠିକ୍ କହିଛ । ଏ କ୍ଷେତ୍ରରେ ଜଣକର ପ୍ରତିକ୍ରିୟା ହେବା କଥା ତୁମର ମଧ୍ୟ ଠିକ୍ ସେଇୟା ଅଟେ । ଯାହାହେଉ, ଯିହୋବାଙ୍କ ସାକ୍ଷୀଗଣ ଯେ ଖୁବ୍ ଶୀଘ୍ର ସମଗ୍ର ବିଶ୍ୱର ଏକ ବିରାଟ ପରିବର୍ତ୍ତନ କିଭଳି ଆଶା କରନ୍ତି, ଏହା ଥିଲା ତହିଁର ଏକ ଉଦାହରଣ ମାତ୍ର । ବର୍ତ୍ତମାନ ବୁଝାଇ କହୁଛି, ଶୁଣ ।”
“ବାଇବଲ ଲିଖିତ ହେବା ନିମନ୍ତେ ପ୍ରାୟ ୧,୬୦୦ ବର୍ଷ ଲାଗିଥିଲା । ୪୦ ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହାକୁ ୬୬ଟି କ୍ଷୁଦ୍ର ପୁସ୍ତକ ଆକାରରେ ଲେଖିଥିଲେ, ଯାହାକି ପରବର୍ତ୍ତୀ କାଳରେ ଏକତ୍ର କରାଯାଇ ଏକ ବଡ଼ ପୁସ୍ତକରେ ପରିଣତ କରାଗଲା ତେବେ, ତହିଁର କୌଣସି ରଚୟିତା ନିଜ ଚିନ୍ତାଧାରାକୁ ସେଥିରେ କୌଣସି ପ୍ରକାରେ ପ୍ରକାଶ କରିନାହାନ୍ତି ବୋଲି ଦାବୀ ସହକାରେ କହିଛନ୍ତି । ସେମାନେ ବରଂ କହିଛନ୍ତି ଯେ, ଈଶ୍ୱର ଯାହା କହିଅଛନ୍ତି, କେବଳ ତାହା ହିଁ ସେମାନେ ରଚନା କରିଛନ୍ତି ଏବଂ ଏଥି ସମ୍ବନ୍ଧୀୟ ସମସ୍ତ ବୃତ୍ତାନ୍ତ କେବଳ ଈଶ୍ୱରଙ୍କଠାରୁ ହିଁ ଆଗତ ଅଟେ । ସେମାନଙ୍କ ମଧ୍ୟରୁ ଜଣେ ରଚୟିତା, ଯେ କି ଜଣେ ରାଜା ରୂପେ ମଧ୍ୟ-ପ୍ରାଚ୍ୟରେ ରାଜତ୍ୱ କରୁଥିଲେ, ସେ କହିଛନ୍ତି, ‘ମୋʼ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋʼ ଜିହ୍ୱାରେ ଥିଲା ।’—୨ ଶାମୁୟେଲ ୨୩:୨.
“ବାଇବଲର ସର୍ବପ୍ରଥମ ପୁସ୍ତକଟି ସୃଷ୍ଟି ସମ୍ବନ୍ଧରେ ବର୍ଣ୍ଣନା କରେ; ଏହା ପ୍ରକାଶ କରିଥାଏ ଯେ, ଯିହୋବା ଈଶ୍ୱର ମନୁଷ୍ୟକୁ ପୂର୍ଣ୍ଣାଙ୍ଗ କରି ନିର୍ମାଣ କଲେ ଏବଂ ଚାଳନା ପ୍ରଦାନ କରିବା ସକାଶେ ତାକୁ ବ୍ୟବସ୍ଥା ଦେଲେ । ମାତ୍ର ସେଥି ସଙ୍ଗେ ସଙ୍ଗେ ସେ ତାକୁ ସ୍ୱାଧୀନ ଇଚ୍ଛା ମଧ୍ୟ ଦେଲେ, ଯେପରିକି ଈଶ୍ୱରଙ୍କ ବ୍ୟବସ୍ଥାର ସେ ଆଜ୍ଞାବହ ହେବ ନା ନାହିଁ, ଏ ବିଷୟରେ ସେ ନିଷ୍ପତ୍ତି ନେଇପାରିବ । ଏହି ବ୍ୟବସ୍ଥା ସକଳର ଅନୁଗାମୀ ହେବା ଦ୍ୱାରା ସୁଖ ଆଗତ ହେବ; ଏ ସବୁକୁ ଲଂଘନ କଲେ ଶାସ୍ତି ଉପସ୍ଥିତ ହେବ । ତେବେ, ଈଶ୍ୱରଙ୍କ ବ୍ୟବସ୍ଥାକୁ ମନୁଷ୍ୟ ଅବଶେଷରେ ଲଂଘନ କଲା ଏବଂ ଫଳସ୍ୱରୂପେ, ନିଜ ତଥା ନିଜ ସନ୍ତାନ-ସନ୍ତତିଙ୍କ ଉପରକୁ ଯନ୍ତ୍ରଣାଭୋଗ ଓ ମୃତ୍ୟୁକୁ କଢ଼ାଇ ଆଣିଲା । ମାତ୍ର ସେତେବେଳେ, ଈଶ୍ୱର ଏକ ‘ଟାକୁଆ’ ରୋପଣ କଲେ । ହଁ, ତାହା ଥିଲା ଆଶାର ଏକ ‘ଟାକୁଆ,’ ଯେ କି ଦିନେ ଆମର
ସମସ୍ତ ସମସ୍ୟା ସମାଧାନ କରିବା ସଙ୍ଗେ ସଙ୍ଗେ ମାନବ-ଜାତି ପ୍ରତି ସୁଖ ତଥା ଶାନ୍ତିକୁ ଫେରାଇ ଆଣିବେ ।“ଏହି ‘ଟାକୁଆଟି’ ଏକ ପ୍ରତିଜ୍ଞା ରୂପେ ପ୍ରକାଶ କରୁଥିଲା ଯେ, ଈଶ୍ୱର ଏକ ପରିବର୍ତ୍ତନ ଅବଶ୍ୟ ଆଣିବେ । ତେବେ, ସେ ସମୟରେ ଅଧିକାଂଶ ମାନବଜାତି ପ୍ରତି ଈଶ୍ୱର ଥିଲେ ଜଣେ ‘ଅପରିଚିତ ।’ ପୁଣି, ଯିହୋବା ଯେତେବେଳେ ସେହି ମୂଳ ପ୍ରତିଜ୍ଞା ପ୍ରଦାନ କଲେ ଅବା ସେହି ‘ଟାକୁଆଟି’ ରୋପଣ କଲେ, ସେତେବେଳେ ତ ତୁମେ ଏବଂ ମୁଁ ତଥା ଆଜିର ସମସ୍ତ ଲୋକଙ୍କର ଅସ୍ତିତ୍ୱ ହିଁ ନ ଥିଲା । ପୁଣି, ଶତାବ୍ଦୀ ଶତାବ୍ଦୀ ଧରି ସେ ବିଷୟରେ ଅଧିକ ବିବରଣୀ ଉପସ୍ଥାପନପୂର୍ବକ ଯେତେବେଳେ ଈଶ୍ୱର ତାହାଙ୍କର ପ୍ରତିଜ୍ଞାର ପୁନରାବୃତ୍ତି ତଥା ବୃଦ୍ଧିକରଣ ଦ୍ୱାରା ଉକ୍ତ ‘ଟାକୁଆରେ’ ଜଳସେଚନ କରୁଥିଲେ, ସେତେବେଳେ ମଧ୍ୟ ଆମେ ଉପସ୍ଥିତ ନ ଥିଲୁ । ମାତ୍ର ବାଇବଲର ବିଭିନ୍ନ ପୁସ୍ତକରେ ଏଥିର ଏକ ବିବରଣୀ ଅବଶ୍ୟ ଲିପିବଦ୍ଧ ରହିଛି । ବାଇବଲ ଯେତେବେଳେ ସମ୍ପୂର୍ଣ୍ଣ ହେଲା, ସେତେବେଳେ ତାହା ପୂର୍ଣ୍ଣ ରୂପେ ପ୍ରକାଶ କଲା ଯେ, ମାନବ-ଜାତିର ସମସ୍ୟା ସବୁକୁ ଈଶ୍ୱର ଦୂର କରି ଦେବେ ।
“ଆନନ୍ଦ, ଏହା ହିଁ ହେଉଛି ମୋʼ ଦୃଷ୍ଟାନ୍ତର ଉଦ୍ଦେଶ୍ୟ । ଆମେ ଯଦିଓ ସେହି ‘ଟାକୁଆ,’—ଈଶ୍ୱରଙ୍କର ମୂଳ ପ୍ରତିଜ୍ଞା— ରୋପିତ ହେବାର, ଅଥବା ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ଅତିରିକ୍ତ ସମସ୍ତ ବିବରଣ ଦ୍ୱାରା ତାହା ଜଳସେଚିତ ହେବାର ଦେଖି ନ ଥିଲୁ, ତଥାପି ସୁଦ୍ଧା ଆଜି ଆମେ ସେହି ପୂର୍ଣ୍ଣବିକଶିତ ବୃକ୍ଷଟିକୁ ମୁକୁଳିତ ହୋଇଥିବା ଅବସ୍ଥାରେ ଦେଖି ପାରିବା । ଅତଏବ, ସେଥିରେ ଯେ ଫଳ ଧରିବ, ଏ ସମ୍ବନ୍ଧରେ ଆମେ ସୁନିଶ୍ଚିତ ରହିପାରୁ ।”
“ଆପଣ କʼଣ କହିବାକୁ ଚାହାନ୍ତି ? ମୁଁ ତ ଆପଣଙ୍କୁ ପୂର୍ବରୁ କହିସାରିଛି ଯେ, ଗୋଟାଏ ପରିବର୍ତ୍ତନ ଆସୁଛି ବୋଲି କାହିଁ ତ ଲକ୍ଷଣ ମୁଁ ଦେଖି ପାରୁ ନାହିଁ ।”
“ହଁ, ତୁମେ ଦେଖି ପାରୁଛ । ମାତ୍ର ସେଥି ସମ୍ବନ୍ଧରେ କେହି ତୁମକୁ କିଛି ଜଣାଇ ନ ଥିବା ହେତୁ ତୁମେ ତାହାକୁ ଚିହ୍ନି ପାରୁ ନାହଁ । ଈଶ୍ୱର ପୃଥିବୀ ଉପରେ ହସ୍ତକ୍ଷେପ କରିବା ସମୟରେ ପୃଥିବୀର ଅବସ୍ଥା କିଭଳି ହେବ, ସେ ସମ୍ବନ୍ଧରେ ବାଇବଲ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥାଏ । ଏହା ସ୍ପଷ୍ଟରୂପେ ପ୍ରକାଶ କରେ ଯେ, ଏକ ନିର୍ଦ୍ଦିଷ୍ଟ ସମୟର ଲୋକମାନେ କିଛି ଅସାଧାରଣ ଘଟନାବଳୀ ଦେଖିବାକୁ ପାଇବେ ଏବଂ ଯେଉଁମାନେ ଏହି ‘ଚିହ୍ନ’ ଦେଖିବେ, ସେମାନେ ଦୁଷ୍ଟତାର ଅନ୍ତ ଦେଖିବା ସଙ୍ଗେ ସଙ୍ଗେ ଶାନ୍ତିମୟ ଏକ ନୂତନ ପୃଥିବୀର ଅୟମାରମ୍ଭ ମଧ୍ୟ ଦେଖିବେ । (ମାଥିଉ ୨୪:୩) ତେବେ ଆନନ୍ଦ, ଏ ବିଷୟରେ ତୁମେ ବାଇବଲର ବାଣୀ ଶୁଣିବ କି, ଯେପରି ତୁମେ ନିଜ ସମ୍ବନ୍ଧରେ ସିଦ୍ଧାନ୍ତ ନେବା ସଙ୍ଗେ ସଙ୍ଗେ ଉପରୋକ୍ତ ଘଟନାବଳୀ ମଧ୍ୟ ଦେଖି ପାରିବ କି ନାହିଁ, ଏ ସମ୍ପର୍କରେ ନିଶ୍ଚିତ ହୋଇପାରିବ ?”
“ମୁଁ ନିଶ୍ଚୟ ବାଇବଲର ବାଣୀ ଶୁଣିବି ।”
“ଚିହ୍ନ”
“ଗତ ସନ୍ଧ୍ୟାରେ ଆମର ଆଲୋଚନା ବିଷୟ ତୁମର ମନେ ଅଛି ତ, ଯେତେବେଳେ ଆମେ ସ୍ଥାନୀୟ ଅଞ୍ଚଳରେ ହିଂସାକାଣ୍ଡ ବୃଦ୍ଧି ପାଉଥିବା ବିଷୟରେ କଥାବାର୍ତ୍ତା କରିଥିଲୁ ଏବଂ ଏକମତ ହୋଇଥିଲୁ ଯେ, ସ୍ତ୍ରୀ ତଥା ପିଲାମାନେ ଅନ୍ଧକାର ହେବା ଉତ୍ତାରେ ପଦାକୁ ବାହାରିବା ଅନୁଚିତ୍ ହେବ ? ପୂର୍ବେ ସହରର ମାଥିଉ ୨୪:୧୨; ୨ ତୀମଥି ୩:୧-୩
ଏକ ଶାନ୍ତିପୂର୍ଣ୍ଣ ଅଂଶ ହିସାବରେ ପରିଚିତ ଥିବା ଏହି ଅଞ୍ଚଳରେ ଆଜି ଅନେକ ଲୋକ ମାରପିଟ୍ ତଥା ଲୁଣ୍ଠନର ଶିକାର ହୋଇପଡ଼ିଛନ୍ତି । ହଁ, ଏହା ତ ହେଉଛି ଚିହ୍ନର ଏକ ଅଂଶ । ବାଇବଲ ପ୍ରକାଶ କରେ ଯେ, ‘ଅଧର୍ମ ବୃଦ୍ଧି ପାଇବ’ ଏବଂ ଲୋକମାନେ ‘ଧନଲୋଭୀ, . . . ଅଜିତେନ୍ଦ୍ରିୟ, ପ୍ରଚଣ୍ଡ ହେବେ ।’ ନକଲି ଔଷଧନିର୍ମାଣମାନଙ୍କ ଉପରେ ହୋଇଥିବା ସମ୍ପ୍ରତି ଖାନତଲାସ ବିଷୟରେ ମଧ୍ୟ ଆମେ କଥାବାର୍ତ୍ତା କରିଥିଲୁ—କʼଣ ମନେ ପଡ଼ୁଛି ତ ? ଅର୍ଥ ଉପାର୍ଜ୍ଜନ ନିମନ୍ତେ ଲୋକମାନଙ୍କ ଜୀବନକୁ ସଂକଟଜନକ କରି ପକାଇବା ତାହା ନିର୍ମମ ବିଷୟ କି ? ସାଧାରଣତଃ, ରୋଗଗ୍ରସ୍ତ ଲୋକମାନଙ୍କ ପ୍ରତି ବ୍ୟକ୍ତିବିଶେଷ ସହାନୁଭୂତି ପ୍ରକାଶ କରିଥାʼନ୍ତି, ମାତ୍ର ବାଇବଲ ପ୍ରକାଶ କରେ ଯେ, ଏହି ମନ୍ଦ ଜଗତରେ ଅନ୍ତିମ ଦିବସଗୁଡ଼ିକରେ ପରିସ୍ଥିତି ଖୁବ୍ ସଂକଟାପନ୍ନ ହୋଇଉଠିବ, କାରଣ, ଲୋକମାନେ ‘ଆତ୍ମପ୍ରିୟ, . . . ସ୍ନେହଶୂନ୍ୟ, . . . ଉତ୍ତମ ବିଷୟର ଘୃଣାକାରୀ’ ହୋଇପଡ଼ିବେ ।”—ରାମୁ ହଠାତ୍ କହିଉଠିଲା, “ଏହାକୁ ହିଁ ଜେଜେମା କଳିଯୁଗର ଏକ ଚିହ୍ନ ବୋଲି କହନ୍ତି; ସେ କହିଥାʼନ୍ତି ଯେ, କଳିଯୁଗରେ ଲୋକେ ଖୁବ୍ ସ୍ୱାର୍ଥପର ତଥା ଲୋଭୀ ହୋଇଥାʼନ୍ତି । ମାତ୍ର ସେ ଆହୁରି ମଧ୍ୟ କହନ୍ତି ଯେ, ସତ୍ୟଯୁଗ ଆସିବା ନିମନ୍ତେ ତଥାପି ସୁଦ୍ଧା ଦୀର୍ଘ ସମୟ ଲାଗିବ, ଆଉ ତାଙ୍କ ଜୀବନକାଳରେ ଏହା ଆସିବ ନାହିଁ ।”
“ହଁ ରାମୁ, ଜେଜେମାଙ୍କ ଭଳି ଅନେକ ଅନୁଭବ କରିଛନ୍ତି । ସେମାନେ ଉପଲବ୍ଧି କରନ୍ତି ଯେ, ସାଂପ୍ରତିକ ପରିସ୍ଥିତି ଖୁବ୍ ମନ୍ଦ ହୋଇପଡ଼ିଛି ଏବଂ ସେମାନେ ମଧ୍ୟ କିଛି ଗୋଟାଏ ପରିବର୍ତ୍ତନ ଆଶା କରୁଛନ୍ତି, ମାତ୍ର ସେହି ପରିବର୍ତ୍ତନ ଆଗତ ହେବା ସମ୍ବନ୍ଧରେ ଅନେକ ଭିନ୍ନ ଭିନ୍ନ ମତ ପରିଦୃଷ୍ଟ ହୋଇଥାଏ । ତେବେ, ଠିକ୍ ଏହି ସ୍ଥାନରେ ହିଁ ବାଇବଲ ଆମକୁ ସାହାଯ୍ୟ ପ୍ରଦାନ କରିଥାଏ । ହଁ, ବାଇବଲ ଖୁବ୍ ସ୍ପଷ୍ଟଭାବେ ପ୍ରକାଶ କରେ ଯେ, ଉକ୍ତ ପରିବର୍ତ୍ତନଟି ଆମମାନଙ୍କ ଜୀବନ-କାଳ ମଧ୍ୟରେ ହିଁ ଆଗତ ହେବ । ତୁମେ ଜାଣିରଖ ଯେ, ଏହି ଚିହ୍ନରେ କେବଳ ମନୁଷ୍ୟର ବ୍ୟକ୍ତିତ୍ୱ କଳୁଷିତ ହୋଇଯିବା ଅପେକ୍ଷା ଆହୁରି ଅଧିକ କିଛି ରହିଛି ।
“ବାଇବଲରେ ମାଥିଉ ପୁସ୍ତକର ୨୪ ଅଧ୍ୟାୟର ୭ ପଦରେ ଲେଖାଅଛି, ‘କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ ।’ ଏହାହେଉଛି ଚିହ୍ନର ଏକ ଅଂଶ ବିଶେଷ ଯାହାକୁ କି ଯୀଶୁ ଖ୍ରୀଷ୍ଟ ଉପସ୍ଥାପନ କରି ଦେଖାଇ ଦେଇଥିଲେ ଯେ, ମନ୍ଦତାର ଶେଷ ଦିନ ସବୁ ଆସି ଉପସ୍ଥିତ ହୋଇଥିଲା ଏବଂ ଈଶ୍ୱରଙ୍କଠାରୁ ବିନାଶ ମଧ୍ୟ ଘନେଇ ଆସୁଥିଲା । ତେବେ, ଉପରୋକ୍ତ ବିବରଣଟିକୁ ବାଇବଲର ପ୍ରକାଶିତ ବାକ୍ୟ ନାମକ ଶେଷ ପୁସ୍ତକରେ ଦିଆଯାଇଥିବା ସମସାମୟିକ ଏକ ବିବରଣ ସହିତ ତୁଳନା କରି ଦେଖ । ହଁ, ତହିଁର ୬ ଅଧ୍ୟାୟରେ ୪ ରୁ ୮ ପଦରେ ଆମେ ପାଠ କରିବାକୁ ପାଉଁ ଯେ, ଉପରୋକ୍ତ ପରିସ୍ଥିତିସବୁ ସମଗ୍ର ପୃଥିବୀରେ ଦେଖାଯିବ । ପୁଣି, ଯୁଦ୍ଧ ବିଷୟରେ ବର୍ଣ୍ଣନାପୂର୍ବକ ଉକ୍ତ ଶାସ୍ତ୍ରାଂଶ ପ୍ରକାଶ କରେ ଯେ ‘ପୃଥିବୀରୁ ଶାନ୍ତି ଦୂର’ କରାଯିବ । ରାମୁ, ୧୯୧୪ ସାଲରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ବୋଲି ତୁମ ଇତିହାସ ପାଠ୍ୟରୁ ତୁମେ ଯାହା ଶିକ୍ଷା କରିଛ, ତାହା ଅତ୍ୟନ୍ତ ଠିକ୍ କଥା । ଐତିହାସିକଗଣ ସେଥିରେ ଉଲ୍ଲେଖ କରିଥାʼନ୍ତି ଯେ, ସେଇ ଯୁଦ୍ଧ ହିଁ ଇତିହାସର ଗତିପଥକୁ ବଦଳାଇ ଦେଇଥିଲା, କାରଣ ସେହି
ସମୟଠାରୁ ଆମେମାନେ ଗୋଟିକ ପରେ ଗୋଟିଏ ଯୁଦ୍ଧ ଦେଖି ଆସୁଛୁ ଏବଂ ସମୁଦାୟ ପୃଥିବୀରୁ ଶାନ୍ତି ଦୂରୀଭୂତ ହୋଇ ଯାଇଛି ।“ଯୀଶୁ ଯେଉଁ ଦୁର୍ଭିକ୍ଷ ସମ୍ବନ୍ଧରେ କହି ଅଛନ୍ତି, ସେ ସମ୍ବନ୍ଧରେ ପ୍ରକାଶିତ ବାକ୍ୟ ପୁସ୍ତକର ୬ ଅଧ୍ୟାୟରେ ଅଧିକ ବିବରଣୀ ପ୍ରଦତ୍ତ ହୋଇଛି । ଏଥିରେ କୁହାଯାଇଛି ଯେ, ସାରା ଦିନର ପରିଶ୍ରମର ମଜୁରୀ ସ୍ୱରୂପେ କେବଳମାତ୍ର ଅଳ୍ପକିଛି ଗହମ ମିଳିବ । ନିର୍ମଳା ବଜାରରୁ ସଉଦା କିଣି ଆସିବା ପରେ କʼଣ ଏହି ବିଷୟରେ ଅସନ୍ତୋଷ ପ୍ରକାଶ କରି ନ ଥାଏ କି ଆନନ୍ଦ ? ଏପରିକି ସୁଦ୍ଧା, ଅତ୍ୟାବଶ୍ୟକୀୟ ଦ୍ରବ୍ୟଗୁଡ଼ିକର ମୂଲ୍ୟ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଆଫ୍ରିକା ଏବଂ ଏସିଆର ଅନେକ ଅଞ୍ଚଳରେ ଅନାବୃଷ୍ଟି ଦ୍ୱାରା ଘଟିଥିବା ଖାଦ୍ୟାଭାବ ବିଷୟରେ ଟିକେ ଭାବିଲ ଦେଖି । ସେ ସ୍ଥାନମାନଙ୍କରେ ଲକ୍ଷ ଲକ୍ଷ ଲୋକ ରାତ୍ରିରେ ଅନାହାରରେ ନିଦ୍ରା ଯାଇଥାʼନ୍ତି । ପୁଣି, ପୃଷ୍ଟିକର ଖାଦ୍ୟ ଅଭାବରୁ ସଂଘଟିତ ନାନା ରୋଗବ୍ୟାଧି ହେତୁ ଅନେକ ଶିଶୁ ଅକାଳମୃତ୍ୟୁ ଭୋଗ କରିଥାʼନ୍ତି । ହଁ, ଆଜିକାର ସମୟରେ ଖାଦ୍ୟାଭାବ ଏକ ବିଶ୍ୱବ୍ୟାପୀ ସମସ୍ୟା ଅଟେ ।
“ଏହି ଚିହ୍ନର ଆଉ ଗୋଟିଏ ଲକ୍ଷଣ ହେଉଛି ମହାମାରୀ, ଅବା ରୋଗବ୍ୟାଧି । ଚିକିତ୍ସା କ୍ଷେତ୍ରରେ ମନୁଷ୍ୟ ହାସଲ କରିଥିବା ସମସ୍ତ କୃତିତ୍ୱ ସତ୍ତ୍ୱେ ମଧ୍ୟ ଆଜି ମଶା ଦ୍ୱାରା ବ୍ୟାପି ଗ୍ଭଲିଥବା ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ରୋଗବ୍ୟାଧିରୁ ଆମେ ତଥାପି ସୁଦ୍ଧା ମୁକ୍ତି ପାଇ ପାରି ନାଁହୁ । ପୁଣି, ମନୁଷ୍ୟ ଆଜି ପ୍ରତ୍ୟେକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ମଧ୍ୟ ସମ୍ପୂର୍ଣ୍ଣ ଅସମର୍ଥ ହୋଇଛି, ଯଦ୍ଦ୍ୱାରା କି ଟାଇଫଏଡ୍, କଲେରା, ଜଣ୍ଡିସ୍, ଡିସେଣ୍ଟ୍ରି ଅବା ଜୀବାଣୁଜନିତ ରୋଗର ପ୍ରାଦୁର୍ଭାବ ଲାଗି ରହିଛି । ଆଜିର ତଥାକଥିତ ବିକାଶ ପ୍ରାତ୍ପ ଦେଶଗୁଡ଼ିକରେ ଉକ୍ତ ରୋଗ ସବୁ ଖୁବ୍ କ୍ୱଚିତ୍ ଦେଖାଗଲେ ହେଁ କ୍ୟାନ୍ସର୍, ହୃଦ୍ରୋଗ, ଯୌନବ୍ୟାଧି ତଥା ଅନ୍ୟ ଅନେକ ମହାମାରୀ ବଢ଼ି ବଢ଼ି ଚାଲିଛି ।
“ଏଭଳି ପରିପ୍ରେକ୍ଷୀରେ, ବାଇବଲ ଏତାଦୃଶ ଏକ ସମୟର ବର୍ଣ୍ଣନା କରେ, ଯେତେବେଳେ କି ବିନାଶ ଅବଶ୍ୟ ଉପସ୍ଥିତ ହେବ । ପ୍ରିୟା, ମାଥିଉ ପୁସ୍ତକର ୨୪ ଅଧ୍ୟାୟର ୩୨ରୁ ୩୪ ପଦ ଟିକେ ପଢ଼ିଲୁ ଦେଖି ।”
“ଡିମିରି ବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ । ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଦେଖି ଲେ ସେ ଦ୍ୱାରର ସନ୍ନିକଟ, ଏହା ଜାଣ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏ ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।”
“ଧନ୍ୟବାଦ ପ୍ରିୟା । ଏହାର ଅର୍ଥ କʼଣ, ଜାଣିପାରୁଛୁ ତ ? ବୃକ୍ଷଟି ପୁଷ୍ପିତ ହୋଇ ଉଠେ, ଆଉ ତୁ ଜାଣୁ ଯେ, ଗ୍ରୀଷ୍ମକାଳ ପାଖେଇ ଆସୁଛି । ତୁ ଚିହ୍ନ ଦେଖୁ—ଚିହ୍ନ ମଧ୍ୟରେ ଥିବା ସମସ୍ତ ଭିନ୍ନ ଭିନ୍ନ ଘଟଣାଯାକ ଘଟୁଥିବାର ଦେଖୁ—ଆଉ ତୁ ଜାଣିପାରୁ ଯେ, ପୃଥିବୀର ବ୍ୟାପାରକୁ ଆପଣା ହସ୍ତକୁ ନେବା ନିମନ୍ତେ ଈଶ୍ୱରଙ୍କର ସମୟ ନିକଟବର୍ତ୍ତୀ ଅଟେ । ତେବେ, କେତେ ନିକଟବର୍ତ୍ତୀ ? ଯୀଶୁ କହନ୍ତି, ‘ଏ ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।’ କେଉଁ ପୁରୁଷ ? ଯେଉଁ ପୁରୁଷ ସମୁଦାୟ ଚିହ୍ନ ଦେଖେ, ସେହି ପୁରୁଷ । ତେବେ, ଚିହ୍ନର ପ୍ରାରମ୍ଭ କେଉଁଠାରୁ ହେବ ? ଏହା ସେ ସମୟର ଲୋକମାନଙ୍କ ନିମନ୍ତେ ଏକ ଚେତାବନୀ ହେବ, ଯେପରିକି ସେମାନେ ନିଜ ଜୀବନ ରକ୍ଷାର୍ଥେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ । ରେଳଷ୍ଟେସନ୍ରେ ଯେତେବେଳେ ଘଣ୍ଟା ବାଜିଉଠେ, ସେତେବେଳେ ତାହାର ଅର୍ଥ କʼଣ ହୋଇଥାଏ ଯେ, ରେଳଟି ଆସନ୍ତା କାଲି ଆସିବ ? ଆଉ, ସେତେବେଳେ ଆମେ ଆରାମରେ ବସି ଘୁମାଇଥାଉ ? ନା, ବରଂ ଆମେ ନିଜ ନିଜର ଜିନିଷପତ୍ର ଉଠାଉଠି କରି ପ୍ରସ୍ତୁତ ହୋଇ ଯାଇଥାଉ, କାରଣ ଆମେ ଜାଣିଥାଉ ଯେ, ରେଳଟି ଖୁବ୍ ଶୀଘ୍ର ପ୍ଲାଟ୍ଫର୍ମକୁ ଆସୁଛି । ଅତଏବ, ଯୀଶୁଙ୍କର କହିବାର ଅର୍ଥ ଥିଲା ଯେ, ଉପରୋକ୍ତ ଚେତାବନୀ ଚିହ୍ନକୁ ଯେଉଁ ପୁରୁଷ ଦେଖିବ, ସେହି ପୁରୁଷ ହିଁ ଏହି ମନ୍ଦ ଜଗତର ସମ୍ପୂର୍ଣ୍ଣ ବିନାଶ ଦେଖିବ । ଅନ୍ୟ ଅର୍ଥରେ କହିବାକୁ ଗଲେ, ୧୯୧୪ ମସିହାରେ ଉକ୍ତ ଚିହ୍ନର ପ୍ରଥମ ଅଂଶ ପରିଦୃଷ୍ଟ ହେବା ସମୟରେ ଯେଉଁ ଅଳ୍ପ କେତେକ ଲୋକ ବଞ୍ଚି ଥିଲେ ଓ ଦେଖି ସଚେତନ ଥିଲେ, ସେମାନେ ବିନାଶ ଆଗତ ହେବା ସମୟରେ ମଧ୍ୟ ବଞ୍ଚି ରହିଥିବେ ।”
“ଆଚ୍ଛା ଜେଜେବାପା, ଆପଣ ୧୯୧୪ ମସିହା ବେଳକୁ ଜନ୍ମଗ୍ରହଣ କରି ସାରିଥିଲେ କି ?”
“ନା ରାମୁ, ମୁଁ ସେତେ ବୟସର ନୁହେଁ । ମାତ୍ର ମୁଁ ତାହାର ଅଳ୍ପ ସମୟ ପରେ ହିଁ ଜନ୍ମ ହୋଇଥିଲି
ଏବଂ ମୋର ମା ମୋତେ କହୁଥିବାର ବେଶ୍ ମନେ ଅଛି ଯେ, ସେତେବେଳେ ଆମେ ଖୁବ୍ ଦରିଦ୍ର ଥିଲୁ, କାରଣ ମୋର ବାପା ଓ ତାଙ୍କ ପରିବାରର ଅନେକେ ଏଭଳି ଏକ ମାରାତ୍ମକ ବ୍ୟାଧିରେ ପ୍ରାଣତ୍ୟାଗ କରିଥିଲେ, ଯେଉଁ ବ୍ୟାଧି କି ପ୍ରଥମ ବିଶ୍ୱଯୁଦ୍ଧ ପରେ ଆସିଥିଲା । ଉକ୍ତ ବ୍ୟାଧିକୁ ସ୍ପାନିଶ୍ ଇନ୍ଫ୍ଲୁଏଞ୍ଜା ଜ୍ୱର ବୋଲି କୁହାଯାଉଥିଲା ଏବଂ ସେହି ରୋଗ ହେତୁ ସମଗ୍ର ପୃଥିବୀରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁଭୋଗ କରିଥିଲେ ।”“ହଁ ଜେଜେବାପା, ତାହା ଥିଲା ଆମ ଆଲୋଚ୍ୟ ଚିହ୍ନର ଅନ୍ୟ ଏକ ଅଂଶ । ସେହି ସଂକ୍ରାମକ ବ୍ୟାଧିଟି ଏଭଳି ମାରାତ୍ମକ ଥିଲା ଯେ, ଆପଣ ତାହା ବିଷୟରେ ଜାଣିବାକୁ ପାଇ ପାରିଲେ ଏବଂ ତାହା ପ୍ରାୟ ୭୦ ବର୍ଷ ପୂର୍ବେ ଘଟିଥିଲେ ସୁଦ୍ଧା ତାହାର ଫଳାଫଳ ଏ ପର୍ଯ୍ୟନ୍ତ ସୁଦ୍ଧା ଆପଣଙ୍କର ମନେଅଛି ।
“ଯାହାହେଉ, ଈଶ୍ୱର ଯାହା କରିବାକୁ ଯାଉଅଛନ୍ତି, ତାହାଙ୍କର ଅସୀମ ଦୟା ହେତୁ ସେ ବିଷୟରେ ସେ ଆମମାନଙ୍କୁ ସୁସ୍ପଷ୍ଟ ଚେତାବନୀ ପ୍ରଦାନ କରୁଥିଲେ ହେଁ ବାଇବଲ ପ୍ରକାଶ କରେ ଯେ, ଅଧିକାଂଶ ବ୍ୟକ୍ତି ସେହି ଚେତାବନୀକୁ ଅବଜ୍ଞା କରିବେ । ବାଇବଲ ଆମକୁ ଆହୁରି ମଧ୍ୟ କହେ ଯେ, ଅଧିକାଂଶ ବ୍ୟକ୍ତି ସେମାନଙ୍କ ଦୈନନ୍ଦିନ ବ୍ୟାପାରରେ ମାତି ରହି କେବଳ ସେମାନେ କʼଣ ଖାଇବେ, ମାଥିଉ ୨୪:୩୮, ୩୯; ଲୂକ ୨୧:୩୪-୩୬; ୨ ପିତର ୩:୩, ୪.
ପିଇବେ, ସେମାନଙ୍କ ପିଲାମାନେ କାହାକୁ ବିବାହ ହେବେ, ପୁଣି ଏଇଭଳି ଅନ୍ୟାନ୍ୟ ସାଧାରଣ ବିଷୟ ନେଇ ମନୋଯୋଗୀ ହେବେ ଏବଂ ସେମାନଙ୍କ ଉପରକୁ ସହସା ବିପତ୍ତି ମାଡ଼ି ନ ଆସିବା ପର୍ଯ୍ୟନ୍ତ ସେମାନେ ସେ ସମ୍ବନ୍ଧରେ ଆଦୌ ସଚେତନ ହେବେ ନାହିଁ । ବାଇବଲ ଭବିଷ୍ୟଦ୍ ବାଣୀ ପ୍ରକାଶ କରେ ଯେ, ଏଇ ଦୁଷ୍ଟ ଜଗତର ଆଗାମୀ ବିନାଶ ବିଷୟରେ ଯେତେବେଳେ କୁହାଯିବ, ସେତେବେଳେ ଅନେକେ ତାହାକୁ ହସରେ ଉଡ଼ାଇ ଦେବେ । ତେଣୁ, ବାଇବଲ ନମ୍ରମନା ତଥା ବିଶ୍ୱସ୍ତ ଲୋକମାନଙ୍କ ଚେତାବନୀ ପ୍ରଦାନ କରିଥାଏ ଯେ, ସେମାନେ ସେହି ଅଧିକାଂଶ ଲୋକଙ୍କ ଭଳି ନ ହୋଇ ବରଂ ଏହି ଚେତାବନୀକୁ ଗୁରୁତ୍ୱ ସହକାରେ ଗ୍ରହଣ କରିବା ଉଚିତ୍ ।—“ତେବେ, ଆଜି ପୃଥିବୀର ୨୩୨ ଗୋଟି ଦେଶରେ ପ୍ରାୟ ୪୭ ଲକ୍ଷ ବ୍ୟକ୍ତି ଠିକ୍ ଏହା ହିଁ କରିଛନ୍ତି । ସେମାନେ ଉକ୍ତ ଚେତାବନୀକୁ ବିଶ୍ୱାସ କରନ୍ତି ଏବଂ ଈଶ୍ୱର ମନୁଷ୍ୟକୁ ପୃଥିବୀରୂପୀ ଏହି ଯେଉଁ ସୁନ୍ଦର ବାସଗୃହ ଦେଇଅଛନ୍ତି, ତହିଁରେ ଉପଯୁକ୍ତ ‘ଭଡ଼ାଟିଆ’ ରୂପେ ବାସ କରି ଆଗାମୀ ମହାବିନାଶରୁ ବଞ୍ଚି ରହିବା ସକାଶେ ସେମାନେ ଯେ ଯୋଗ୍ୟ ଅଟନ୍ତି, ଏହା ପ୍ରମାଣିତ କରିବା ନିମନ୍ତେ ସମସ୍ତ ଉଦ୍ୟମ କରି
ଚାଲିଛନ୍ତି । ତୁମେ ଜଣିବାକୁ ପାଇବ ଯେ, ଯିହୋବାʼଙ୍କର ସାକ୍ଷୀଗଣ ଯେକୌଣସି ଠାରେ ବାସ କରନ୍ତୁ ନା କାହିଁକି, ସେମାନେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଶ୍ୱବ୍ୟାପୀ ଏକ ବିରାଟ ପରିବାର ଅଟନ୍ତି । ପୁଣି, ଈଶ୍ୱରଙ୍କ ବ୍ୟବସ୍ଥାର ଆଜ୍ଞାବହ ହେବାକୁ ଯାଇ ସେମାନେ ଯୁଦ୍ଧ, ହିଂସାକାଣ୍ଡ, ଆନ୍ଦୋଳନ କିମ୍ବା ରାଜନୈତିକ କାର୍ଯ୍ୟକଳାପରେ କୌଣସି ଅଂଶଗ୍ରହଣ କରନ୍ତି ନାହିଁ ଏବଂ ଏହା ପରିବର୍ତ୍ତେ, ସେମାନେ ସମସ୍ତଙ୍କ ପ୍ରତି ସ୍ନେହଭାବ ଦେଖାନ୍ତି ଏବଂ ଉକ୍ତ ପ୍ରେମର ଏକ ମହତ୍ ପରିପ୍ରକାଶ ସ୍ୱରୂପେ ସେମାନେ ସମସ୍ତେ ନିଜର ସମୟ, ପରିଶ୍ରମ ତଥା ଅର୍ଥ ବ୍ୟୟପୂର୍ବକ ଗୃହକୁ ଗୃହ ବୁଲି ଲୋକମାନଙ୍କୁ ଈଶ୍ୱରଙ୍କର ଚେତାବନୀ ପ୍ରତି ସଚେତନ ହେବା ଦିଗରେ ଉତ୍ସାହ ପ୍ରଦାନ କରିଥାʼନ୍ତି, ଯେପରିକି ସେମାନେ ମଧ୍ୟ ଈଶ୍ୱରଙ୍କର ଶାନ୍ତିପୂର୍ଣ୍ଣ ନୂତନ ପୃଥିବୀରେ ଜୀବନକୁ ଉପଭୋଗ କରିପାରିବେ ।”ଏକ ନୂତନ ପୃଥିବୀ—କେତେ ଭିନ୍ନ ?
ରାମୁ କହି ଉଠିଲା, “ଗୁରୁଜୀ, ଏକ ନୂତନ ପୃଥିବୀ ବିଷୟରେ ଏବଂ ଏଇ ପୃଥିବୀରେ ଈଶ୍ୱର ପରିବର୍ତ୍ତନ ଆଣିବା ସମ୍ବନ୍ଧରେ ଆପଣ କହି ଚାଲିଛନ୍ତି । ତେବେ, ଈଶ୍ୱର କି ପ୍ରକାରର ପରିବର୍ତ୍ତନସବୁ ଘଟାଇବେ ? ମୋʼ କହିବାର ଅର୍ଥ, ଏହି ନୂତନ ପୃଥିବୀରେ କʼଣସବୁ ଭିନ୍ନ ହେବ ?”
“ରାମୁ; ଏ ସମ୍ବନ୍ଧରେ ଆସ, ଆମେ ରାଚେଲକୁ କିଛି ପଚାରିବା । ଆଚ୍ଛା ରାଚେଲ, ଈଶ୍ୱର ଯେତେବେଳେ ମନୁଷ୍ୟର ବ୍ୟାପାରରେ ହସ୍ତକ୍ଷେପ କରିବେ, ସେତେବେଳେ ପୃଥିବୀରେ ଯେଉଁସବୁ ଅବସ୍ଥା ଘଟିବ, ସେଥିମଧ୍ୟରୁ କେତେଟି ବିଷୟରେ ତୁ ବାଇବଲରୁ ଯାହା ପାଠ କରିଛୁ, ସେ ବିଷୟରେ ଟିକେ କହିଲୁ ଦେଖି ? ହଁ, ତୁ ସେହି ଅବସ୍ଥାଗୁଡ଼ିକ ବିଷୟରେ ଆମକୁ କହ, ଯାହା ତୋର ଦୃଷ୍ଟି ଆକର୍ଷଣ କରିଛି ।”
ରାଚେଲ୍ କହିଲା, “ସେହି ଅବସ୍ଥାସବୁ ପ୍ରକାଶ କରୁଥିବା ବାଇବଲ ପଦଗୁଡ଼ିକ ମଧ୍ୟରୁ ମୋତେ ଗୋଟିଏ ପଦ ପଢ଼ିବାକୁ ଖୁବ୍ ଭଲ ଲାଗେ, କାରଣ ଜୀବଜନ୍ତୁମାନଙ୍କ ସହିତ ଖେଳିବାକୁ ମୋର ଖୁବ୍ ଇଚ୍ଛା । ତାହାହେଲେ, ମୁଁ ସେଇଟା ପଢ଼ିବି କି ? ଏହା ହେଉଛି ଯିଶାଇୟ ପୁସ୍ତକର ୧୧, ଅଧ୍ୟାୟର ୬ ରୁ ୮ ପଦ । ଏଥିରେ କୁହାଯାଇଛି: ‘ଆଉ, କେନ୍ଦୁଆ ବାଘ ମେଷଛୁଆ ସଙ୍ଗେ ବାସ କରିବ ଓ ଚିତାବାଘ ଛେଳିଛୁଆ ସଙ୍ଗେ ଶୟନ କରିବ; ବାଛୁରି, ଯୁବାସିଂହ ଓ ହୃଷ୍ଟପୁଷ୍ଟପଶୁ ଏକତ୍ର ରହିବେ; ଆଉ, ଏକ ସାନ ପିଲା ସେମାନଙ୍କୁ ଅଡ଼ାଇବ । ପୁଣି, ଗାଭୀ ଓ ଭଲ୍ଲୁକୀ ଚରିବେ; ସେମାନଙ୍କର ଛୁଆସବୁ ଏକତ୍ର ଶୟନ କରିବେ; ଆଉ, ସିଂହ ବଳଦ ପରି ନଡ଼ା ଖାଇବ । ପୁଣି, ସ୍ତନ୍ୟପାୟୀ ଶିଶୁ କେଉଟିୟା ସର୍ପର ଗର୍ତ୍ତ ଉପରେ ଖେଳିବ ଓ ତ୍ୟକ୍ତସ୍ତନ୍ୟ ବାଳକ କୃଷ୍ଣ ସର୍ପର ଗର୍ତ୍ତ ଉପରେ ହସ୍ତ ଥୋଇବ ।’ ମୁଁ ଭାବୁଛି, ସେତେବେଳେ ଆମେ ଜଙ୍ଗଲକୁ ନିର୍ଭୟରେ ଯାଇପାରିବା, କାରଣ ସେଠାରେ ସିଂହ ଆକ୍ରମଣ କିମ୍ବା ସର୍ପ ଦଂଶନର ଭୟ ନ ଥିବ; ଫଳରେ, ଆମେ ସମସ୍ତ ଜୀବଜନ୍ତୁଙ୍କ ସହିତ ମଜାରେ ଖେଳି ପାରିବା ।
“ମୋତେ ଯେତେବେଳେ ଇନ୍ଫ୍ଳୁଏଞ୍ଜା ଜ୍ୱର କିଅବା ମ୍ୟାଲେରିଆ ଅବା ଥଣ୍ଡାସର୍ଦ୍ଦି ସୁଦ୍ଧା ହୁଏ, ସେତେବେଳେ ମୋର ଏଭଳି ଏକ ପଦ ବିଷୟ ମନେ ପଡ଼େ, ଯାହା କହିଥାଏ ଯେ, ‘ପୁଣି, “ମୁଁ ପୀଡ଼ିତ ଅଛି” ବୋଲି ନିବାସୀଲୋକ କହିବ ନାହିଁ ।’ (ଯିଶାଇୟ ୩୩:୨୪) ଆମ ବିଦ୍ୟାଳୟରେ ଗୋଟିଏ ଝିଅ ପଢ଼େ, ଯିଏକି ଛୋଟୀ, କାରଣ ସେ ଖୁବ୍ ସାନ ଥିଲା ବେଳେ ତାକୁ ପୋଲିଓ ରୋଗ ହୋଇଥିଲା । ସେଥିପାଇଁ ସେ ଏତେ ଯନ୍ତ୍ରଣା ଭୋଗ କରୁଛି ଯେ, ବିଚାରୀ ଆମ ସହିତ ଖେଳିପାରୁ ନାହିଁ । ଦିନେ ମୁଁ ମୋʼ ବାଇବଲଟିକୁ ସ୍କୁଲକୁ ନେଇ ତାକୁ ଯିଶାଇୟ ୩୫:୫ ଏବଂ ୬ ପଦରୁ ଏହା ପଢ଼ି ଶୁଣାଇଥିଲି: ‘ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ । ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ; କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ ।’ ଏହା ଶୁଣି ସେ ଝିଅଟି ଖୁବ୍ ଖୁସି ହେଲା ।
“ପୁଣି ମୋର ମାମୁ, ଯିଏ କି ଆମ ଗାଁରେ ଜଣେ କୃଷକ ଅଟନ୍ତି, ତାଙ୍କ ସମ୍ମୁଖରେ ମୁଁ ଯେତେବେଳେ ପରବର୍ତ୍ତୀ ପଦଟିକୁ ପାଠ କଲି, ସେତେବେଳେ ସେ ମଧ୍ୟ ଖୁବ୍ ଆନନ୍ଦିତ ହୋଇଥିଲେ: ‘ପୁଣି, ମୃଗତୃଷ୍ଣା ଜଳାଶୟ ହେବ’ ଓ ‘ଶୁଷ୍କଭୂମି ନିର୍ଝରମୟ ହେବ ।’ (ଯିଶାଇୟ ୩୫:୭) ଯେତେବେଳେ ମୌସୁମୀ ବାୟୁଜନିତ ବୃଷ୍ଟି ବିଳମ୍ବ ହୁଏ ଏବଂ ତାଙ୍କ ଫସଲ ଶୁଖି ଯାଏ, ସେତେବେଳେ ତାଙ୍କ କଷ୍ଟର ସୀମା ରହେ ନାହିଁ । ମାତ୍ର ବାଇବଲ ପ୍ରକାଶ କରିଥାଏ ଯେ, ଈଶ୍ୱରଙ୍କର ନୂତନ ପୃଥିବୀରେ ପ୍ରତ୍ୟେକଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ଉପଲବ୍ଧ ହେବ—ସେତେବେଳେ କୌଣସି ଶସ୍ୟହାନି ଘଟିବ ନାହିଁ ! ଏହା ଆହୁରି ମଧ୍ୟ ପ୍ରକାଶ କରେ ଯେ, ଯିହୋବା ଈଶ୍ୱର ‘ଯାବତୀୟ ଗୋଷ୍ଠୀ ନିମନ୍ତେ . . . ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ ପ୍ରସ୍ତୁତ କରିବେ’ ଏବଂ ‘ଦେଶ ମଧ୍ୟରେ ପ୍ରଚୁର ଶସ୍ୟ ହେବ ।’ (ଯିଶାଇୟ ୨୫:୬; ଗୀତସଂହିତା ୭୨:୧୬) ଯିହିଜିକଲ ୩୪:୨୭ ଆମମାନଙ୍କୁ କହିଥାଏ: ‘ଆଉ, କ୍ଷେତ୍ରସ୍ଥ ବୃକ୍ଷ ଆପଣାର ଫଳ ଉତ୍ପନ୍ନ କରିବ ଓ ଭୂମି ଆପଣାର ଶସ୍ୟ ଉତ୍ପନ୍ନ କରିବ, ପୁଣି ସେମାନେ ଆପଣାମାନଙ୍କ ଦେଶରେ ନିରାପଦରେ ରହିବେ ।’ ଏହା କʼଣ ଅଦ୍ଭୁତ ବିଷୟ ନୁହେଁ ?”
ଆନନ୍ଦʼର ସବା ସାନ ଝିଅ ଆଶା କହିଉଠିଲା, “ମୁଁ ଯଦି ସତରେ ଗୋଟାଏ ସିଂହ ସହିତ ଖେଳିପାରେ,” ତାହାହେଲେ ପ୍ରକୃତରେ ଖୁବ୍ ମଜା ହେବ । ସିଂହମାନଙ୍କୁ ମୁଁ ଚିଡ଼ିଆଖାନାରେ ଦେଖିଛି, ସେଗୁଡ଼ାକ କିନ୍ତୁ ଭାରୀ ଭୟଙ୍କର ଦେଖାଯାʼନ୍ତି ।”
ଗୁରୁଜୀ କହିଲେ, “ହଁ ଆଶା, ପ୍ରକୃତରେ ଖୁବ୍ ମଜା ହେବ । କʼଣ ଆନନ୍ଦ, ଦେଖିଲ ତ, ଯିହୋବା ଈଶ୍ୱର ଆମର ନିର୍ଦ୍ଦିଷ୍ଟ ସମସ୍ୟା ସବୁକୁ ଜାଣି ସେ ସବୁର ଦୂରୀକରଣ ଦିଗରେ ପ୍ରତିଜ୍ଞା କରିଅଛନ୍ତି ବୋଲି ବାଇବଲ କିଭଳିଭାବେ ପ୍ରକାଶ କରିଥାଏ ? ରୋଗବ୍ୟାଧି, ଅନାବୃଷ୍ଟି ହେତୁ ଖାଦ୍ୟାଭାବ ଏବଂ ଫସଲହାନି, ଏହିସବୁ ବିଷୟ ଆମ ସମସ୍ତଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ । ବାସଗୃହଜନିତ ଦୁରାବସ୍ଥା ମଧ୍ୟ ଏକ ମୁଖ୍ୟ ସମସ୍ୟା ଅଟେ । ଅତ୍ୟଧିକ ଘରଭଡ଼ା ଏବଂ ଜନଗହଳି, ଭଳି ବିଷୟସବୁ ଈଶ୍ୱରʼଙ୍କର ନୂତନ ପୃଥିବୀରେ ଆଦୌ ସ୍ଥାନ ପାଇବ ନାହିଁ । ଯିଶାଇୟ ୬୫:୨୧ ଏବଂ ୨୨ ପଦରେ, ବାସଗୃହ ବିଷୟରେ କୁହାଯାଇଛି: ‘ପୁଣି, ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ । ସେମାନେ ନିର୍ମାଣ କଲେ ଅନ୍ୟ ତହିଁରେ ବାସ କରିବ ନାହିଁ; ସେମାନେ ରୋପଣ କଲେ ଅନ୍ୟ କେହି ଫଳ ଭୋଗ କରିବ ନାହିଁ ।’ ଏହିଭାବେ, ଈଶ୍ୱର ପୃଥିବୀ ପୃଷ୍ଠରେ ପ୍ରତ୍ୟେକଙ୍କ ନିମନ୍ତେ ବାସଗୃହ ତଥା କ୍ଷେତ୍ରର ପ୍ରତିଜ୍ଞା କରିଅଛନ୍ତି ।
“ଯାହାହେଉ ନା କାହିଁକି, ଅଧର୍ମାଚାରୀ ଲୋକେ ଯେପର୍ଯ୍ୟନ୍ତ ଯୁଦ୍ଧ ଚଳାଇଥିବେ ଏବଂ ହିଂସାକାଣ୍ଡ ଘଟାଉଥିବେ, ସେପର୍ଯ୍ୟନ୍ତ ସଂକଟ ଲାଗି ରହିଥିବ । ଆମେ ମଧ୍ୟ ଉପରୋକ୍ତ ସୁଖାବସ୍ଥାକୁ ଗୀତସଂହିତା ୩୭:୧୦ ପ୍ରକାଶ କରେ: ‘ଆଉ ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟଲୋକ ନ ଥିବେ; ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବେ ।’ ଅତଏବ, ଯେହେତୁ ଦୁଷ୍ଟ ଲୋକେ ବିନଷ୍ଟ ହେବେ, ସେହେତୁ ଆମେ ଏହି ପ୍ରତିଜ୍ଞାରେ ବିଶ୍ୱାସ ସ୍ଥାପନ କରିପାରିବା, ‘ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି ।’—ଗୀତସଂହିତା ୪୬:୯.
ଉପଭୋଗ କରିପାରିବା ନାହିଁ । ତେଣୁ, ଈଶ୍ୱର ଏହି ଅଧର୍ମାଚାରୀ ଲୋକମାନଙ୍କୁ ହିଁ ବିନାଶ କରିବେ ।“ଯିହୋବା ଈଶ୍ୱର ଏହି ଅବସ୍ଥାକୁ ଏଭଳି ଏକ ଶାସନତନ୍ତ୍ର ମାଧ୍ୟମରେ କାର୍ଯ୍ୟକାରୀ କରିବେ ବୋଲି ପ୍ରତିଜ୍ଞା କରିଅଛନ୍ତି, ଯାହାକୁ କି ବାଇବଲ ଈଶ୍ୱରʼଙ୍କର ରାଜ୍ୟ ବୋଲି ଆଖ୍ୟା ଦେଇଥାଏ । ତେବେ, ଏହି ଶାସନତନ୍ତ୍ରଟି କୌଣସି ମାନବୀୟ ଶାସନତନ୍ତ୍ର ଅପେକ୍ଷା ଅନେକ ପ୍ରକାରେ ଭିନ୍ନ ହେବ । ତେବେ, ପ୍ରଥମତଃ, ଏହା ଏକ ସ୍ୱର୍ଗୀୟ ଶାସନତନ୍ତ୍ର ହୋଇଥିବା ହେତୁ ଏହା ଦୁର୍ନୀତିଗ୍ରସ୍ତ ହେବା ଅସମ୍ଭବ ହେବ । ଦ୍ୱିତୀୟତଃ, ଏହା ସମସ୍ତଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବ, କେବଳ ଧନୀ ଏବଂ କ୍ଷମତାଶାଳୀମାନଙ୍କ ନିମନ୍ତେ ନୁହେଁ । ଏହି ଶାସନତନ୍ତ୍ରର କାର୍ଯ୍ୟକଳାପ ବିଷୟରେ ବାଇବଲରୁ ଗୋଟିଏ ସୁନ୍ଦର ବିବରଣ ପାଠ କରୁଛି, ଶୁଣ: ‘ସେ ଧର୍ମରେ ଦୀନହୀନମାନଙ୍କର ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେ । . . . ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ୱସ୍ତତା ତାହାଙ୍କ କକ୍ଷର ପଟୁକା ହେବ ।’—ଯିଶାଇୟ ୧୧:୪, ୫.
“ପରିଶେଷରେ, ଈଶ୍ୱରଙ୍କର ରାଜ୍ୟ ଅନ୍ୟ ସମସ୍ତ ଶାସନତନ୍ତ୍ରର ଅବସାନ ଘଟାଇବ, ଯେପରିକି ଏହା ଏକ ପ୍ରକୃତ ବିଶ୍ୱ ଶାସନତନ୍ତ୍ର ହେବ । ଦାନିୟେଲ ପୁସ୍ତକରେ ଏ ବିଷୟରେ ଏକ ଚିତ୍ତାକର୍ଷକ ଭବିଷ୍ୟଦ୍ବାଣୀ ପରିଦୃଷ୍ଟ ହୁଏ: ‘ସେହି ରାଜଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ାଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ, ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ ।’ (ଦାନିୟେଲ ୨:୪୪) ହଁ, ଈଶ୍ୱରଙ୍କର ରାଜ୍ୟ ଯେତେବେଳେ ପୂର୍ଣ୍ଣଭାବେ କାର୍ଯ୍ୟ କରିବ, ସେତେବେଳେ ସମସ୍ତ କିଛି ଅଧିକ ଉନ୍ନତ ଧରଣର ହେବ । ସେଥିପାଇଁ, ଏହାର ଆଗମନ ନିମନ୍ତେ ପ୍ରତୀକ୍ଷାରତ ହେବା ସକାଶେ ଯୀଶୁ ଯେ ଆପଣାର ଅନୁଗାମୀମାନଙ୍କୁ ଶିକ୍ଷା ଦେଇଥିଲେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଈଶ୍ୱରଙ୍କଠାରେ ସେ ସେମାନଙ୍କୁ ଏହିମତେ ପ୍ରାର୍ଥନା କରିବାକୁ ସୁଦ୍ଧା କହିଥିଲେ: ‘ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।’—ମାଥିଉ ୬:୧୦.
“ଅତଏବ, ତୁମେ ଜାଣିରଖ ଯେ, ସର୍ବଶକ୍ତିମାନ ଈଶ୍ୱର, ଯାହାଙ୍କର ନାମ ଯିହୋବା ଅଟେ, ସେ ଆମର ଦୁଃଖଦୁର୍ଦ୍ଦଶା ପ୍ରତି ସମ୍ପୂର୍ଣ୍ଣ ସଚେତନ ଥିବା ସଙ୍ଗେ ସଙ୍ଗେ ଆମ ପ୍ରତି ସହାନୁଭୂତିଶୀଳ ମଧ୍ୟ ଅଟନ୍ତି । ପୁଣି, ସେ ଆମକୁ ଭରସା ପ୍ରଦାନପୂର୍ବକ କହନ୍ତି ଯେ, ଆମ ସମସ୍ୟାର ନିରାକରଣ ଦିଗରେ ସେ ଖୁବ୍ ଶିଘ୍ର ପଦକ୍ଷେପ ନେବେ ।”
ବିଜ୍ଞ ଉପଦେଶରୁ ବର୍ତ୍ତମାନ ମିଳୁଥିବା ଉପକାର
“ଗୁରୁଜୀ, ଏସବୁ ଶୁଣିବାକୁ ଖୁବ୍ ଭଲ ଲାଗୁଛି, ମାତ୍ର ଈଶ୍ୱର ଏକ ପରିବର୍ତ୍ତନ ଆଣି ଦେବେ ବୋଲି କେବଳ ବସିରହି ଅପେକ୍ଷା କରିବା ଦ୍ୱାରା ତ ମୋର ପିଲାମାନଙ୍କୁ ଖାଇବାକୁ ଓ ପିନ୍ଧିବାକୁ ମିଳିଯିବ ନାହିଁ । ସେଥିନିମନ୍ତେ ଆମକୁ ପରିଶ୍ରମ କରିବାକୁ ପଡ଼ିବ । ଆମ ଜୀବନ ଯାପନ ପ୍ରଣାଳୀରେ ଉନ୍ନତି ଆଣିବା ସକାଶେ ଆମେ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ହେବ ।”
“ହଁ ଆନନ୍ଦ, ଆମକୁ ଅବଶ୍ୟ ପରିଶ୍ରମ କରିବାକୁ ପଡ଼ିବ । ବାଇବଲ ଆମକୁ ଶିକ୍ଷା ଦେଇଥାଏ ଯେ, ଆମ ଉପରେ ନିର୍ଭର କରୁଥିବା ଲୋକମାନଙ୍କର ପ୍ରତିପୋଷଣାର୍ଥେ ଆମେ କ୍ଲେଶକର ପରିସ୍ଥିତିରେ ସୁଦ୍ଧା କଠିନ ପରିଶ୍ରମ କରିବା ଆବଶ୍ୟକ । (୧ ତୀମଥି ୫:୮) ବାସ୍ତବରେ ଦେଖିବାକୁ ଗଲେ, ବାଇବଲ ସ୍ପଷ୍ଟ ରୂପେ ପ୍ରକାଶ କରେ: ‘ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ ।’ (୨ ଥେସଲନିକୀୟ ୩:୧୦) ବାଇବଲ ଆମକୁ ଏଭଳି ବ୍ୟବସ୍ଥା, ନିୟମ ଏବଂ ଉପଦେଶମାନ ପ୍ରଦାନ କରିଥାଏ, ଯାହା ମାନି ଚଳିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ତଥା ସୁଖଶାନ୍ତିର ଅଭିବୃଦ୍ଧି ସାଧିତ ହୋଇଥାଏ । ଉଦାହରଣତଃ, ବାଇବଲ ପ୍ରକାଶ କରିଥାଏ ଯେ, ଅତ୍ୟଧିକ ଭୋଜନ ତଥା ମଦ୍ୟପାନକୁ ଈଶ୍ୱର ଅନୁମୋଦନ କରନ୍ତି ନାହିଁ । ଆମେ ଜାଣୁ ଯେ, ଏ ଉଭୟଯାକ ବିଷୟ ଆମ ସ୍ୱାସ୍ଥ୍ୟକୁ ଗୁରୁତର କ୍ଷତିଗ୍ରସ୍ତ କରିବା ସଙ୍ଗେ ସଙ୍ଗେ ଆମର କଷ୍ଟୋପାର୍ଜ୍ଜିତ ଅର୍ଥର ଅପଚୟ ଘଟାଇ ଥାଏ ।
“ବାଇବଲର ନିୟମ ସକଳ ଆମକୁ ଆହୁରି ମଧ୍ୟ ଶିକ୍ଷା ଦିଏ ଯେ, ଆମେ ତମାଖୁ ଏବଂ ଗୁଆ ବ୍ୟବହାରକୁ ପରିତ୍ୟାଗ କରିବା ନିତାନ୍ତ ଆବଶ୍ୟକ, କାରଣ ଏହା ଦ୍ୱାରା ଆମ ଶରୀର ଘୋର କ୍ଷତିଗ୍ରସ୍ତ ହୋଇଥାଏ । ଡାକ୍ତରମାନେ ମଧ୍ୟ ଏ ବିଷୟରେ ଏକମତ ଅଟନ୍ତି । ପୁଣି, ଏଥିରେ ଯେଉଁ ଅର୍ଥର ଅପଚୟ ଘଟିଥାଏ, ତଦ୍ଦ୍ୱାରା ଆମେ ଆମ ଋଣ ପରିଶୋଧ କରିବା କିମ୍ବା ନିଜ ପରିବାର ନିମନ୍ତେ ଖାଦ୍ୟଦ୍ରବ୍ୟ କିଣିବା ବରଂ ବୁଦ୍ଧିମାନର କାର୍ଯ୍ୟ ଅଟେ । (୨ କରିନ୍ଥୀୟ ୭:୧) ସାଧାରଣ ସ୍ୱାସ୍ଥ୍ୟରକ୍ଷା ଦିଗରେ ମଧ୍ୟ ବାଇବଲ ବର୍ଣ୍ଣିତ ଉଚ୍ଚ ନୈତିକ ମାନ ତଥା ବିଜ୍ଞ ଉପଦେଶର ଅନୁଗାମୀ ହେବା ଦ୍ୱାରା ଆମେ ମାନସିକ ଭାବେ ସୁଖୀ ରହିବା ସଙ୍ଗେ ସଙ୍ଗେ ଅନେକ ରୋଗ ଦାଉରୁ ମଧ୍ୟ ରକ୍ଷା ପାଇଥାଉ । ସେଇଥି ସକାଶେ, ବାଇବଲରେ ଯିହୋବା ଈଶ୍ୱର ଆପଣା ସମ୍ବଦ୍ଧରେ କହିଅଛନ୍ତି, ‘ଆମ୍ଭେ ତୁମ୍ଭକୁ ଉପକାର ଜନକ ଶିକ୍ଷା ଦେଉ’ ଏବଂ ସେ ଆହୁରି ମଧ୍ୟ କହିଥାଆନ୍ତି, ‘ଆଃ, ତୁମ୍ଭେ ଯେବେ ଆମ୍ଭ ଆଜ୍ଞାରେ ଅବଧାନ କରିଥାʼନ୍ତ ! ତେବେ, ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥାʼନ୍ତା ।’—ଯିଶାଇୟ ୪୮:୧୭, ୧୮.
“ଯାହାହେଉ, ଆଜି ଆମେ ସୁଚତୁର କୌଶଳ ପ୍ରୟୋଗ ଦ୍ୱାରା ଆମ ଜୀବନର ମାନକୁ ଯେତେ ଉନ୍ନତ ଧରଣର କରିପାରିଲେ ମଧ୍ୟ ଅନ୍ୟାୟ, ଦୁର୍ନୀତି, ଜାତିଗତ ତଥା ସାମ୍ପ୍ରଦାୟିକ କୁସଂସ୍କାର, ପକ୍ଷପାତିତା, ସାଂଘାତିକ ବ୍ୟାଧି ଏବଂ ମୃତ୍ୟୁ ସଦୃଶ ମହା ସମସ୍ୟା ସବୁର ସମାଧାନ ତଥାପି ସୁଦ୍ଧା କରି ନ ପାରୁ । ଏସବୁର ଚିରସ୍ଥାୟୀ ନିରାକରଣ ନିମନ୍ତେ ସ୍ୱୟଂ ଈଶ୍ୱର ହସ୍ତକ୍ଷେପ କରିବା ଆବଶ୍ୟକ ।”
ଜେଜେମା କହି ଉଠିଲେ, “ମୋର ବିଶ୍ୱାସ ଯେ, ଆମର ସତ୍କୃର୍ମ ଦ୍ୱାରା ଆମେ ମହାନ ମହାନ ପରିବର୍ତ୍ତନସବୁ ଅବଶ୍ୟ ଆଣିପାରିବା । ଆମ ସତ୍କର୍ମ ସବୁର ଅନ୍ୟମାନଙ୍କ ଉପରେ ମଧ୍ୟ ଯଥେଷ୍ଟ
ପ୍ରଭାବ ପକାଇବ, ପୁଣି ଦୈନିକ ଧ୍ୟାନ ଦ୍ୱାରା ଆମେ ବାସ୍ତବ ଶାନ୍ତି ପାଇପାରିବା ସଙ୍ଗେ ସଙ୍ଗେ ଆମ ଜୀବନରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଆମେ ଅବିଚଳିତ ରହିପାରିବା ।”“ହଁ ଜେଜେମା, ଅନେକେ ଆଜି ତୁମରି ଭଳି ଅନୁଭବ କରିଥାʼନ୍ତି, କିନ୍ତୁ ଗୋଟିଏ ବିଷୟ ନିଶ୍ଚିତ ଅଟେ । ଆମ କର୍ମସବୁ ଯେତେ ଉତ୍ତମ ହେଉ ନା କାହିଁକି, ଆମେ କିନ୍ତୁ ପୃଥିବୀରୁ ଦୁଷ୍ଟତାକୁ ଦୂର କରିଦେଇ ନ ପାରୁ । ଆମ କର୍ମସକଳ ଦ୍ୱାରା ଅନ୍ୟମାନେ ଉତ୍ତମ କର୍ମ କରିବାକୁ ପ୍ରଭାବିତ ହେଲେ ହେଁ କେତେକ ଆଦୌ ପରିବର୍ତ୍ତିତ ହେବେ ନାହିଁ । ପ୍ରକୃତରେ ଦେଖିବାକୁ ଗଲେ, କେତେକ ଲୋକ ତୁମ ସତ୍କୃର୍ମରେ ସୁଯୋଗ ନେଇ ଅଧିକ ଭ୍ରଷ୍ଟାଚାର କରିଚାଲିବେ ।
“ପୁଣି, କେବଳ ଈଶ୍ୱରଙ୍କର ଅବତାର ଗ୍ରହଣ ଦ୍ୱାରା ସତ୍ୟଯୁଗ ଆସିପାରିବ ବୋଲି ଅଧିକାଂଶ ହିନ୍ଦୁ ଯାହା ବିଶ୍ୱାସ କରିଥାʼନ୍ତି, ସେଥି ସହିତ ତୁମେ ଏକମତ ହୋଇପାର । ହଁ, ସେମାନଙ୍କର ବିଶ୍ୱାସ ଯେ, ଅଧିକାଂଶ ଲୋକ ଅଧର୍ମାଚାରରେ ମାତି ରହିଥିବା ବେଳେ ଈଶ୍ୱରଙ୍କର ହସ୍ତକ୍ଷେପ ଅତ୍ୟାବଶ୍ୟକ ଅଟେ । ଆଚ୍ଛା ଜେଜେମା, ଟିକେ ଭାବିଲ ଦେଖି, ଧ୍ୟାନ ଦ୍ୱାରା ତୁମେ ବାସ୍ତବ ଶାନ୍ତି ପାଇପାରିଲେ ସୁଦ୍ଧା ଆନନ୍ଦ ଯେ ନିଜ ପରିବାରର ଖାଦ୍ୟ, ବସ୍ତ୍ର ତଥା ଶିକ୍ଷା ଲାଭ ଦିଗରେ ଯଥେଷ୍ଟ ଅର୍ଥ ଉପାର୍ଜ୍ଜନ କରିପାରିବ, ସେ ବିଷୟରେ କʼଣ ତୁମେ ସ୍ଥିରନିଶ୍ଚିତ ହୋଇପାରିବ ? ନା, ଆଦୌ ନୁହେଁ ।
“ଧ୍ୟାନ ସମ୍ବନ୍ଧରେ ତୁମର ଯାହା ଧାରଣା, ତାହା ମଧ୍ୟ ବେଶ୍ କୌତୁହଳପ୍ରଦ । ପ୍ରଥମତଃ, ସଠିକଭାବେ ଧ୍ୟାନ କରିବା ନିମନ୍ତେ ଆମକୁ ଶିଖିବାକୁ ପଡ଼ିବ । ଦୃଷ୍ଟାନ୍ତ ସ୍ୱରୂପ, ଧ୍ୟାନ କରିବା ନିମନ୍ତେ ଆମେ ପ୍ରଥମେ କିଛି ତଥ୍ୟ ହାସଲ କରିବା ଆବଶ୍ୟକ । ସେଥିସକାଶେ, ଆମେ ଆମ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇଥାଉ; ହଁ, ସେମାନଙ୍କ ଅପେକ୍ଷା ଅଧିକ ଜ୍ଞାନବିଶିଷ୍ଟ ଜଣେ ବ୍ୟକ୍ତି ସେମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ ହୋଇଥାଏ । ତତ୍ପରେ ଯାଇ, ପିଲାମାନେ ଶିକ୍ଷା କରିଥିବା ବିଷୟ ଉପରେ ଧ୍ୟାନ କରିପାରିବେ । ତେବେ, ସେମାନଙ୍କୁ ଆମେ କଦାପି କହି ନ ଥାଉ ଯେ, ସେମାନେ କେବଳ ଘରେ ବସିରହି ଧ୍ୟାନ କରନ୍ତୁ, ଫଳରେ ସେମାନଙ୍କ ନିଜ ଭିତରୁ ଜ୍ଞାନ ନିର୍ଗତ ହେବ । ନା, ଏହା ଅସମ୍ଭବ । ବରଂ ଆମେ ଜଣେ ଶିକ୍ଷକ, କିମ୍ବା ଗୁରୁଙ୍କୁ ଆବଶ୍ୟକ କରିଥାଉ, କାରଣ ସେ ଆମଠାରୁ ଅଧିକ ବିଷୟ ଜାଣିଥାʼନ୍ତି । ଅତଏବ, ଯେ ମନୁଷ୍ୟକୁ ସୃଷ୍ଟିକଲେ, ତାହାଙ୍କ ଅପେକ୍ଷା ଆଉ କିଏ ମନୁଷ୍ୟ ଏବଂ ତାʼର ସମସ୍ୟା ସକଳ ବିଷୟରେ ଅଧିକ ଜାଣିପାରେ ? ତାହାହେଲେ, ଏହା ତ ନିଶ୍ଚିତ ଯେ, ଆମର ସୃଷ୍ଟିକର୍ତ୍ତା ମଧ୍ୟ ଆମର ଶିକ୍ଷକ ରୂପେ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଆମ ସମସ୍ୟା ସବୁର ସମାଧାନ ଦିଗରେ ଆମକୁ ଜ୍ଞାନ ପ୍ରଦାନ କରିବେ ବୋଲି ଆମେ ଆଶା କରିପାରିବା । ତୁମେ ତ ଜାଣିଛ, ଆମେ ଆମ ପିଲାମାନଙ୍କୁ ଭଲ ପାଉଥିବା ହେତୁ ସେମାନଙ୍କୁ ଶିକ୍ଷିତ କରାଇଥାଉ । ତେବେ, ଜଣେ ପ୍ରେମମୟ, ସର୍ବଶକ୍ତିମାନ, ସ୍ୱର୍ଗସ୍ଥ ପିତା କʼଣ ସେଭଳି କରିବେ ନାହିଁ ?”
ଜେଜେବାପା କଥା ମଝିରେ ହଠାତ୍ କହିଉଠିଲେ, “ଆପଣଙ୍କ କଥାଗୁଡ଼ାକ ଖୁବ୍ ବିଶ୍ୱାସଯୋଗ୍ୟ ଅଟେ ଗୁରୁଜୀ, ମାତ୍ର ଆପଣଙ୍କ ବୁଝାଇବାର ଶୈଳୀଟି କିନ୍ତୁ ଅତି ସରଳ ଅଟେ । ଆମ ଧର୍ମରେ ଅଧିକ ନିଗୂଡ଼ ଦାର୍ଶନିକ ତତ୍ତ୍ୱ ଭରି ରହିଛି । ଆମ ସାଧୁ ସନ୍ୟାସୀମାନେ ଜୀବନର ଅର୍ଥ ଉପରେ ଅନେକ ବର୍ଷ ଧ୍ୟାନ କରିଛନ୍ତି । ମୁଁ ନିଜେ ମଧ୍ୟ ମୋʼ ସାରା ଜୀବନ ଧରି ପବ୍ରିତ ଶାସ୍ତ୍ରସମୂହ ଅଧ୍ୟୟନ କରିଛି, ତଥାପି ସୁଦ୍ଧା ମୁଁ ବିଶ୍ୱଜଗତ ଏବଂ ଜୀବନ, ପୁଣି ଏଥିର ଉଦ୍ଦେଶ୍ୟ ସମ୍ବନ୍ଧୀୟ ସମସ୍ତ ନିଗୂଡ଼ ବିଷୟକୁ ଆଜି ପର୍ଯ୍ୟନ୍ତ ବୁଝିପାରି ନାହିଁ ।”
ଆୟୁବ ୨୬:୧୪) ମାତ୍ର ଆମେ ଆମ ନ୍ୟୂନତର ମନ ସାହାଯ୍ୟରେ ଈଶ୍ୱରଙ୍କ ବିଷୟରେ ସମସ୍ତ କିଛି ବୁଝି ନ ପାରିଲେ ସୁଦ୍ଧା ଈଶ୍ୱର ସ୍ୱୟଂ ଯେବେ ଇଚ୍ଛା କରନ୍ତି, ତେବେ ଅନ୍ତତଃପକ୍ଷେ ଆମର ଯେତିକି ଜାଣିବା ଆବଶ୍ୟକ ସେତିକି କʼଣ ସେ ଆମକୁ ଶିକ୍ଷା ଦେଇପାରିବେ ନାହିଁ ?
“ଜେଜେବାପା, ଏହା ଅବଶ୍ୟ ସତ୍ୟ ଯେ, ଈଶ୍ୱରଙ୍କର ଜ୍ଞାନ ଆମମାନଙ୍କ ଜ୍ଞାନ ଅପେକ୍ଷା ଯଥେଷ୍ଟ ଶ୍ରେଷ୍ଠ ଅଟେ । ବାଇବଲରେ ଆୟୁବ ନାମକ ଜଣେ ବ୍ୟକ୍ତିଙ୍କ ସମ୍ବନ୍ଧରେ ଉଲ୍ଲେଖିତ ଅଛି, ଯିଏ କି ଈଶ୍ୱର ଏବଂ ତାହାଙ୍କର ସୃଷ୍ଟି ବିଷୟରେ ଦୀର୍ଘ ବର୍ଷ ଧରି ଗଭୀର ଚିନ୍ତା କରିବା ପରେ ସ୍ୱୀକାର କରିଥିଲେ, ‘ଦେଖ ! ଏହିସବୁ ତାହାଙ୍କ ମାର୍ଗର ପ୍ରାନ୍ତଭାଗ ମାତ୍ର; ଆଉ, ତାହାଙ୍କ ବିଷୟରେ ଆମ୍ଭେମାନେ କେଡ଼େ ଈଷତ୍ ଅସ୍ପଷ୍ଟ ସ୍ୱର ଶୁଣୁଥାଉ !’ (“ଉଦାହରଣତଃ, ଜଣେ ପ୍ରବୀଣ ଗଣିତଜ୍ଞ ହିସାବରେ ଖ୍ୟାତି ଅର୍ଜ୍ଜନ କରିଥିବା ଏକ ବିଦ୍ୱାନ୍ ଗଣିତଅଧ୍ୟାପକ ଯଦି କୌଣସି ବେତନ ବିନା ରାମୁକୁ ଶିକ୍ଷା ଦେବା ନିମନ୍ତେ ଆଗେଇ ଆସନ୍ତି, ତାହାହେଲେ ତୁମେ କʼଣ କହିବ, ‘ସେ ଅଧ୍ୟାପକଙ୍କର ଜ୍ଞାନ ତ ଯଥେଷ୍ଟ ଉନ୍ନତ ଧରଣର ଅଟେ; ତେଣୁ ରାମୁ ସେ ସବୁ ଆଦୌ ବୁଝିପାରିବ ନାହିଁ ?’ ନା, ଏହା ତୁମେ ଅବଶ୍ୟ କହିବ ନାହିଁ ! ତୁମେ ଜାଣ ଯେ, ଜଣେ ଅଧ୍ୟାପକ ଯେତେ ବିଦ୍ଦାନ୍ ହୋଇଥାନ୍ତୁ ନା କାହିଁକି, ସେ ଯଦି ପ୍ରକୃତରେ ଏକ ଶିକ୍ଷକ ହୋଇଥାʼନ୍ତି, ତାହାହେଲେ ସେ ଶିଶୁ ଶ୍ରେଣୀର ପିଲାମାନଙ୍କୁ ଏଭଳି ପଢ଼ାଇ ପାରିବେ, ଯଦ୍ଦ୍ୱାରାକି ସେମାନେ ଖୁବ୍ ସହଜରେ ବୁଝିପାରିବେ । ଠିକ୍ ତଦ୍ରୁପେ, ଈଶ୍ୱରଙ୍କର ସନ୍ତାନ ହିସାବରେ ଆମେ ଯାହା ଜାଣିବା ଆବଶ୍ୟକ, ତାହା ସରଳ ଭାଷାରେ ଆମକୁ ବୁଝାଇ ଦେବା ଦିଗରେ ସର୍ବଜ୍ଞାନୀ ଜଣେ ପରମେଶ୍ୱର କʼଣ ଆମକୁ ଶିକ୍ଷା ଦେଇପାରିବେ ନାହିଁ ? ବାଇବଲ ପ୍ରକାଶ କରିଥାଏ ଯେ, ସେ ଅବଶ୍ୟ ପାରିବେ । ହଁ, ବାଇବଲ କହେ: ‘ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ।’ (ଯିଶାଇୟ ୫୪:୧୩) ସେଇଥି ସକାଶେ, ତୁମେ ଦେଖୁଛ ଯେ, ବାଇବଲର ଶିକ୍ଷା ଆମ ମାନବଜାତି ପ୍ରତି ସରଳ ତଥା ବୋଧଗମ୍ୟ ଅଟେ । ପୁଣି, ଏହା ଦୃଷ୍ଟାନ୍ତରେ ପରିପୂର୍ଣ୍ଣ ଅଟେ, ଏଥିରେ ସାଧାରଣ ବ୍ୟକ୍ତିବିଶେଷଙ୍କ ସମ୍ବନ୍ଧରେ ତଥ୍ୟାବଳୀ ରହିଛି ଏବଂ ଦୈନନ୍ଦିନ ଜୀବନର ଘଟନାବଳୀ ମଧ୍ୟ ଏଥିରେ ସନ୍ନିବେଶିତ ଅଟେ । ସର୍ବୋପରି, ଏହା ସରଳ ଭାଷାରେ ଲିଖିତ ଅଟେ, ଯାହାକି ଆମ ମଧ୍ୟରୁ ଯେ କେହି ହେଲେ ବୁଝିପାରିବେ । ଆମ ସମସ୍ୟାସବୁର ସମାଧାନ ଦିଗରେ ଆମକୁ ସାହାଯ୍ୟ ଯୋଗାଇ ଦେବା ନିମନ୍ତେ ଜଣେ ଉଚ୍ଚତର ଜ୍ଞାନବିଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରେ ଏହା ଏକ ଚମତ୍କାର ମାର୍ଗ ଅଟେ ।
“ମାତ୍ର ବର୍ତ୍ତମାନ ଆମେ ଯିବା । ଆମେ ଏକାଠି କିଛି ସମୟ କ୍ଷେପଣ କରିବା ଦ୍ୱାରା ବାସ୍ତବିକ୍ ମୁଁ ଖୁବ୍ ଖୁସି ଅଟେ ଏବଂ ତୁମମାନଙ୍କ ଆତିଥ୍ୟ ପରାୟଣତାକୁ ମଧ୍ୟ ଆମେ ଧନ୍ୟବାଦ ନ ଦେଇ ରହିପାରୁ ନାହିଁ ।”
ନିର୍ଦ୍ଦେଶାବଳୀ ପୁସ୍ତକ
କିଛି ଦିନ ଉତ୍ତାରେ ନିର୍ମଳା ଏବଂ ମରିୟମ ଦୁହେଁ ଯାକ ମରିୟମର ସିଲାଇ ମେସିନ୍ର ନିର୍ଦ୍ଦେଶାବଳୀ ପୁସ୍ତକକୁ ତନ୍ନତନ୍ନ କରି ଦେଖୁଥିଲେ, କାରଣ ମେସିନ୍ଟିରେ କିଛି ଗୋଳମାଳ ଦେଖା ଦେଇଥିଲା । ଯାହାହେଉ, ମେସିନ୍ଟି ଯେତେବେଳେ ସଜଡ଼ା ହୋଇଗଲା, ସେତେବେଳେ ମରିୟମ୍ ନିର୍ମଳାକୁ ପଚାରିଉଠିଲା, “ଯେଉଁ ଈଶ୍ୱର ଆମକୁ ନିର୍ମାଣ କରିଅଛନ୍ତି, ସେ ଆମକୁ ଏକ ନିର୍ଦ୍ଦେଶାବଳୀ ପୁସ୍ତକ ଦେଇଅଛନ୍ତି ବୋଲି ତୁମେ ଜାଣ ତ ? ଆମ ଜୀବନରେ ସମସ୍ୟା ଦେଖା ଦେଲେ ଆମେ ସେହି ପୁସ୍ତକରୁ ଅବଶ୍ୟ ସାହାଯ୍ୟ ପାଇପାରିବା ।”
ନିର୍ମଳା ଆଶ୍ଚର୍ଯ୍ୟ ସହକାରେ ପଚାରିଲା, “ମରିୟମ୍, ତୁମ କହିବାର ଅର୍ଥ କʼଣ ?”
“ଏଇ ସିଲାଇ ମେସିନ୍ଟି ଯେତେବେଳେ ଆମେ କିଣିଲୁ, ସେତେବେଳେ ଏଥିର ନିର୍ମାତା ଆମକୁ ଏକ ନିର୍ଦ୍ଦେଶାବଳୀ ପୁସ୍ତକ ଦେଲେ । ଠିକ୍ ତଦ୍ରୂପେ, ଈଶ୍ୱର, ଯେ କି ମନୁଷ୍ୟର ନିର୍ମାଣକର୍ତ୍ତା ଅଟନ୍ତି, ସେ ଆମକୁ ନିର୍ଦ୍ଦେଶାବଳୀ ପ୍ରଦାନ କରିବାଟା କʼଣ ଯୁକ୍ତିଯୁକ୍ତ ହେବ ନାହିଁ ? ମନୁଷ୍ୟମାନେ ମଧ୍ୟ ସେହି ନିର୍ଦ୍ଦେଶାବଳୀର ବାଧ୍ୟ ହେବା ଦ୍ୱାରା ଯଥେଷ୍ଟ ଉପକୃତ ତ ହେବେ ?”
“ମୁଁ ଭାବୁଛି, ସେହି ନିର୍ଦ୍ଦେଶାବଳୀ ପୁସ୍ତକଟି ବାଇବଲ ବୋଲି ତୁମେ ବିଶ୍ୱାସ କରୁଛ ?”
“ହଁ, ନିର୍ମଳା, ଠିକ୍ ସେଇୟା । ଏଭଳି ଅନେକ ପୁସ୍ତକ ଅଛି, ଯେଉଁସବୁକୁ କି ପବ୍ରିତ ଶାସ୍ତ୍ର ବୋଲି କୁହାଯାଇଥାଏ । ଏଥିମଧ୍ୟରୁ କେତେକକୁ ପୁରାଣ ହିସାବରେ ଗ୍ରହଣ କରାଯାଏ, କେତେକକୁ ବ୍ୟକ୍ତିବିଶେଷଙ୍କର ଦର୍ଶନ ତତ୍ତ୍ୱ ବୋଲି କୁହାଯାଇଥାଏ, ଯେଉଁମାନେ କି ଇତିହାସରେ ଏକ ନିର୍ଦ୍ଦିଷ୍ଟ ସମୟରେ ବାସ କରୁଥିଲେ ଏବଂ ସେମାନଙ୍କ ନିଜର ଚିନ୍ତାଧାରା ଦ୍ୱାରା ହିଁ ଉକ୍ତ ଦର୍ଶନତତ୍ତ୍ୱ ସମ୍ଭବପର ହୋଇପାରିଥିଲା । ପୁଣି, ଅନ୍ୟ କେତେକ ଶାସ୍ତ୍ର ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଏକ ବିଶେଷ ଉଦ୍ଦେଶ୍ୟର ପରିପୂର୍ତ୍ତି ନିମନ୍ତେ ନୀତିଗତ ତଥା ସାମାଜିକ ବ୍ୟବସ୍ଥାସକଳ ପ୍ରକାଶ କରିଥିଲେ । ଏହିସମସ୍ତ ପୁସ୍ତକ ବିଭିନ୍ନ ବିଷୟସବୁ ଶିକ୍ଷା ଦେଇଥାଆନ୍ତି ଏବଂ ଲୋକେ ସେଥିମଧ୍ୟରୁ ନିଜର ପସନ୍ଦମୁତାବକ ବିଷୟସବୁକୁ ଠିକ୍ ସେହିଭଳିଭାବେ ଆଦରି ନେଇଥାʼନ୍ତି, ଯେଉଁଭଳିଭାବେ ଜଣେ ମହିଳା ନିଜ ପସନ୍ଦ ମୁତାବକ ରଙ୍ଗର ଶାଢ଼ୀ ପିନ୍ଧିବାକୁ ବାଛି ନିଏ ।
“ଯାହାହେଉ, ବାଇବଲ କିନ୍ତୁ ଭିନ୍ନ ଅଟେ । ଏଥିପୂର୍ବେ ଆମେ ଆଲୋଚନା କରିସାରିଛୁ ଯେ, କୌଣସି ଲେଖକ ତାଙ୍କ ରଚିତ ବିଷୟବସ୍ତୁକୁ ନିଜ ଚିନ୍ତାଧାରାର ଫଳ ବୋଲି ଦାବି କରି ନ ଥିଲେ । ଜଣେ ଲେଖକ ବୁଝାଇ ଦେଇଥିଲେ ଯେ, ବାଇବଲସ୍ଥିତ ବାର୍ତ୍ତା ‘କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ୱରପ୍ରେରିତ ମନୁଷ୍ୟମାନେ ପବ୍ରିତଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ ।’ (୨ ପିତର ୧:୨୧) ବାଇବଲ ଲିଖିତ ହେବା ବେଳେ ତହିଁର ଉପଦେଶାବଳୀ ଯେତିକି ବ୍ୟବହାର ଯୋଗ୍ୟ ଥିଲା, ଆଜି ବିଂଶ ଶତାବ୍ଦୀରେ ମଧ୍ୟ ତାହା ସେତିକି ବ୍ୟବହାରଯୋଗ୍ୟ ଅଟେ, କାରଣ ଈଶ୍ୱରଙ୍କର ଚାଳନା ଶାଶ୍ୱତଭାବେ ଲାଭଜନକ ଏବଂ ତାହାଙ୍କର ମାନ ପରିବର୍ତ୍ତିତ ହୁଏ ନାହିଁ । ଯେଉଁମାନେ ଏହାର ଅନୁଗମନ କରନ୍ତି, ସେମାନଙ୍କ ଜୀବନରେ ଏହା ସଦାସର୍ବଦା ମଙ୍ଗଳଜନକ ସାବ୍ୟସ୍ତ ହୋଇ ସେମାନଙ୍କ ଜୀବନରେ ମହା ମହା ପରିବର୍ତ୍ତନସବୁ ଘଟାଇବାରେ ସାହାଯ୍ୟ କରିଥାଏ । ସେଇଥି ସକାଶେ, ପ୍ରାୟ ୨,୦୦୦ ବର୍ଷ ତଳେ ବାସ କରୁଥିବା ଜଣେ ବ୍ୟବସ୍ଥାପକ କହିଥିଲେ: ‘କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ।’—ଏବ୍ରୀ ୪:୧୨.
“ନିର୍ମଳା, ଅଧୁନା ଯୁଗରେ ବାସ କରୁଥିବା ଆମମାନଙ୍କ ନିମନ୍ତେ ବାଇବଲର ସମ୍ଭବତଃ ସର୍ବାପେକ୍ଷା ଅସାଧାରଣ ମୂଲ୍ୟ ବୋଧହେଉଛି, ଏହା ଆମର ସମସାମୟିକ ଲୋକମାନଙ୍କୁ ଏଭଳି ଏକ ବଂଶ-ପରମ୍ପରା ବୋଲି ଦାବି କରିଥାଏ, ଯେଉଁମାନେ ଈଶ୍ୱରଙ୍କର ପ୍ରତିଜ୍ଞାତ ପରିବର୍ତ୍ତନକୁ ଦେଖିବେ । ପୁଣି, ବାଇବଲ ଆମକୁ ସେହି ‘ଚିହ୍ନ’ ସମ୍ବନ୍ଧରେ ମଧ୍ୟ କହିଥାଏ, ଯାହା ସମ୍ବନ୍ଧରେ କି ଆମେ ଗତ କିଛି ଦିନ ପୂର୍ବ ସନ୍ଧ୍ୟାରେ ଆଲୋଚନା କରିଥିଲୁ । ବାଇବଲ ରଚୟିତାଗଣ ଏହି ଚିହ୍ନର ସମୟକୁ ଅପେକ୍ଷା କରିଥିଲେ, ମାତ୍ର ସେମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କ ଦ୍ୱାରା ଲିପିବଦ୍ଧ ହୋଇଥିବା ଭବିଷ୍ୟଦ୍ବାଣୀର ଅର୍ଥକୁ ବୁଝି ନ ଥିଲେ; ତେବେ ମନୁଷ୍ୟର ସମସ୍ୟାସବୁକୁ ଈଶ୍ୱର କିଭଳିଭାବେ ସମାଧାନ କରିବେ, ଏ ସମ୍ବନ୍ଧରେ ସେମାନେ ଯଥେଷ୍ଟ ଉତ୍ସୁକ ଥିଲେ । ଉଦାହରଣ ସ୍ୱରୂପେ, ଦାନିୟେଲ ନାମକ ଜଣେ ଲେଖକଙ୍କୁ ଯାହା ଲେଖିବା ନିମନ୍ତେ କୁହାଯାଇଥିଲା, ସେ ସମ୍ବନ୍ଧରେ ତାଙ୍କୁ ଦୁଝାଇ ଦେବା ଦାନିୟେଲ ୧୨:୪, ୮-୧୦.
ସକାଶେ ସେ ଅନୁରୋଧ କରିଥିଲେ । ମାତ୍ର ତାଙ୍କୁ ଯେଉଁ ଉତ୍ତର ଦିଆଗଲା, ତାହା ଲକ୍ଷ୍ୟ କରନ୍ତୁ: ‘ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର; କାରଣ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟସକଳ ବନ୍ଦ ଓ ମୁଦ୍ରାଙ୍କିତ ହୋଇଅଛି . . . ଜ୍ଞାନୀ ଲୋକମାନେ ବୁଝିବେ ।’ ଆହୁରିମଧ୍ୟ, ତାଙ୍କୁ ଅନ୍ତିମ ସମୟ ସମ୍ବନ୍ଧରେ କୁହାଯାଇଥିଲା, ‘ଅନେକେ ଏଣେତେଣେ ଧାବମାନ ହେବେ ଓ ଜ୍ଞାନର ବୃଦ୍ଧି ହେବ ।’—“ଆଜି ବାସ୍ତବରେ ଏହା ଘଟିଚାଲିଛି । ଶତାବ୍ଦୀ ଶତବ୍ଦୀ ଧରି ବାଇବଲ କେବଳ ତହିଁର ମୌଳିକ ଭାଷାଗୁଡ଼ିକରେ ହିଁ ମିଳୁଥିଲା, ତତ୍ପରେ ଗୋଟିଏ ବା ଦୁଇଟି ଅନ୍ୟ ଭାଷାରେ ଉପଲବ୍ଧ ହେଲା । ଆଉ, ଆଜି ସମଗ୍ର କିମ୍ବା ଆଂଶିକ ବାଇବଲକୁ ଆମେ ୧,୯୦୦ଟି ଭାଷାରେ ପାଇପାରୁଛୁଁ, ପୁଣି ୨୦୦ କୋଟିରୁ ଊର୍ଦ୍ଧ୍ୱ ସଂଖ୍ୟକ ବାଇବଲ ଆଜି ସମୁଦାୟ ବିଶ୍ୱରେ ବିତରିତ ହୋଇସାରିଛି । ସର୍ବୋପରି, ପ୍ରାୟ ୪୭ ଲକ୍ଷରୁ ଊର୍ଦ୍ଧସଂଖ୍ୟକ ଯିହୋବାଙ୍କ ସାକ୍ଷୀଗଣ ଆଜି ଗୃହକୁ ଗୃହ ବୁଲି ବାଇବଲ ବୁଝିପାରିବା ଦିଗରେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି, ଆଉ ଏତଦ୍ଦ୍ୱାରା ପୂର୍ବୋକ୍ତ ଭବିଷ୍ୟଦ୍ବାଣୀ ଯେ କିଭଳିଭାବେ ସଫଳ ହେଉଛି, ଏହା ତୁମେ ବେଶ୍ ଦେଖି ପାରୁଥିବ । ଆଜି ‘ଶେଷ କାଳ’ରେ ‘ଜ୍ଞାନ’ ବୃଦ୍ଧି ପାଉଥିବା ବେଳେ ‘ମୁଦ୍ରାଙ୍କିତ’ ବିଷୟସକଳ ମଧ୍ୟ ବୋଧଗମ୍ୟ ହୋଇ ଚାଲିଛି । ଏହି ମନ୍ଦ ଜଗତର ପରିସମାପ୍ତି ସମୟରେ ବଞ୍ଚି ରହିବା ସକାଶେ ଲୋକମାନଙ୍କୁ ଈଶ୍ୱରଙ୍କର ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ସଚେତନ କରି ତୋଳିବା ଦିଗରେ ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ବାଇବଲ ଅଧ୍ୟୟନ ଦ୍ୱାରା ଲୋକମାନେ ଜାଣିପାରିବେ ଯେ, ଈଶ୍ୱର ଅତୀତରେ ଯେଉଁ ଭବିଷ୍ୟଦ୍ବାଣୀ ସମୂହ ପ୍ରକାଶ କରିଥିଲେ, ତାହା ବାସ୍ତବରେ ଘଟି ଯାଇଛି, ତେଣୁ ଆମ ସମସସ୍ୟାସବୁର ସମାଧାନକୁ ବହି ଆଣୁଥିବା ଏକ ନୂତନ ଜଗତ ସମ୍ବନ୍ଧୀୟ ତାହାଙ୍କର ପ୍ରତିଜ୍ଞାକୁ ସେମାନେ ବିଶ୍ୱାସ କରିପାରିବେ ।”
ବଞ୍ଚିରହିବା ନିମନ୍ତେ ଆମେ କʼଣ କରିବା ଆବଶ୍ୟକ
ଜେଜେମା ଠିକ୍ ତାଙ୍କର ସାନ୍ଧ୍ୟପ୍ରାର୍ଥନା ଶେଷ କରି ସାରିଲା ବେଳକୁ ମରିୟମ ନିର୍ମଳା ସହିତ ଘରକୁ ଆସିଲେ । ଆଗାମୀ ଶିଶୁଟିର ନିମନ୍ତେ ସେ ଦୁହେଁ ଧରିଥିବା ସୁନ୍ଦର ଛୋଟ ଛୋଟ ଜାମାସବୁକୁ ଦେଖି ଜେଜେମା ପ୍ରଶଂସା କରିସାରିବା ପରେ ହଠାତ୍ ନିଜ କଥାର ପ୍ରସଙ୍ଗକୁ ବଦଳାଇଲେ ।
ସେ କହିଲେ, “ଗୁରୁଜୀଙ୍କ କଥା ଯେବେ ଠିକ୍ ହୋଇଥାଏ ଏବଂ ଈଶ୍ୱର ଯେରେ ଖୁବ୍ ଶୀଘ୍ର ଦୁଷ୍ଟମାନଙ୍କୁ ବିନାଶ କରିବାକୁ ଯାଉଥାଆନ୍ତି, ତେବେ ଆମେ ତ ନିରାପଦ ରହିବୁଁ । ଆମେ କାହାକୁ ଠକୁ ନାହୁଁ, କିମ୍ବା ମିଛ କହୁ ନାହୁଁ, ମନ୍ଦିର ଯାଇ ପ୍ରାର୍ଥନା କରୁଁ ଏବଂ ଏହିଭଳିଭାବେ ଆମେ ଏକ ନୈତିକ ଜୀବନ ଯାପନ କରିଥାଉଁ । ତେଣୁ ଆମ ପରିବାର ନିକଟକୁ କୌଣସି ଅନିଷ୍ଟ ଆସି ହିଁ ନ ପାରେ ।”
ମରିୟମ କହିଉଠିଲେ, “ହଁ ଜେଜେମା, ଈଶ୍ୱର ଦୁଷ୍ଟମାନଙ୍କୁ ବିନାଶ କଲା ବେଳେ ବଞ୍ଚି ରହିବାକୁ ହେଲେ ଏକ ନୈତିକ ଜୀବନ ଯାପନ କରିବା ନିଶ୍ଚିତରୂପେ ଆବଶ୍ୟକ ହେବ । କାରଣ ଈଶ୍ୱର ଚାହିଁବେ ଯେ, ତାହାଙ୍କର ନୂତନ ପୃଥିବୀରେ ଲୋକେ ମିଥ୍ୟା କହିବା, ପ୍ରତାରଣା ଏବଂ ବଧକରିବା, ଇତ୍ୟାଦି କାର୍ଯ୍ୟ ନ କରନ୍ତୁ, ନଚେତ୍ ତାହା ବର୍ତ୍ତମାନର ଏହି ଜଗତଠାରୁ କୌଣସି ପ୍ରକାରେ ଭିନ୍ନ ପ୍ରକାଶିତ ବାକ୍ୟ ୧୬:୧୪-୧୬) ଧର୍ମଶାସ୍ତ୍ର ଆମକୁ କହିଥାଏ ଯେ, ଉକ୍ତ ଯୁଦ୍ଧରୁ ବଞ୍ଚିରହିବା ସକାଶେ ନୈତିକଭାବେ ଉତ୍ତମ ହେବା ଅତ୍ୟାବଶ୍ୟକ ଅଟେ । ମାତ୍ର ଈଶ୍ୱର ଅନ୍ୟାନ୍ୟ ବିଶେଷ ନିର୍ଦ୍ଦେଶାବଳୀ ପ୍ରଦାନ କରିଅଛନ୍ତି, ଯାହାକି ଉକ୍ତ ପରିସ୍ଥିତି ସମ୍ବନ୍ଧୀୟ ତାହାଙ୍କର ଜ୍ଞାନ ଉପରେ ଆଧାରିତ । ଆଉ, ଆମେ ଯେବେ ବଞ୍ଚି ରହିବାକୁ ଚ୍ଭାଁହୁଥାଉ, ତେବେ ଏସବୁକୁ ଆମେ ପାଳନ କରିବା ଅବଶ୍ୟ ବାଞ୍ଛନୀୟ ଅଟେ । ଯେଉଁମାନେ ଈଶ୍ୱରଙ୍କର ନିର୍ଦ୍ଦେଶାବଳୀର ଆଜ୍ଞାବହ ହୁଅନ୍ତି, ସେମାନେ ‘ଧାର୍ମିକ,’ ‘ସରଳ’ ଏବଂ ‘ସାଧୁ’ ବିବେଚିତ ହେବେ । ପୁଣି, ଈଶ୍ୱର ଦୁଷ୍ଟମାନଙ୍କର ବିନାଶ ଘଟାଇବା ବେଳେ ସେମାନେ ପୃଥିବୀରେ ସୁସ୍ଥିର ରହିବେ ।”—ହିତୋପଦେଶ ୨:୨୦-୨୨.
ନୋହିବ, ନା କʼଣ କହୁଛ ଜେଜେମା ? ମାତ୍ର ଟିକେ ଭାବିଲ ଦେଖି, ବନ୍ୟା ଭଳି ଏକ ବିପତ୍ତି ସମୟରେ ବଞ୍ଚି ରହିବା ନିମନ୍ତେ ସରକାରୀ ସ୍ତରରେ ଆମକୁ ବିଶେଷ ନିର୍ଦ୍ଦେଶାବଳୀ ଦିଆ ଯାଇଥାଏ । ତେବେ, ଭକ୍ତ ନିର୍ଦ୍ଦେଶାବଳୀ ସରକାରୀ ଲୋକମାନଙ୍କର ଜ୍ଞାନ ଉପରେ ହିଁ ଆଧାରିତ ହୋଇଥାଏ, କାରଣ ପ୍ରକୃତ ପରିସ୍ଥିତି ଉପରେ ଏବଂ ଆଗାମୀ ବିପତ୍ତି ସମ୍ବନ୍ଧରେ ସେମାନଙ୍କର ଯଥେଷ୍ଟ ଜ୍ଞାନ ରହିଥାଏ । ତେବେ, ସେତେବେଳେ ଆମେ ଘରେ ବସିରହି କହିବୁ ନାହିଁ ଯେ, ‘ମୁଁ ଜଣେ ଖୁବ୍ ଭଲ ଲୋକ, ତେଣୁ ମୁଁ ବୁଡ଼ିଯିବି ନାହିଁ,’ ଆମେ କʼଣ ଏହା କହିବା ଉଚିତ୍ ହେବ ? ଯାହାହେଉ, ଈଶ୍ୱର ବର୍ତ୍ତମାନ ଗୋଟାଏ ବନ୍ୟା ଅପେକ୍ଷା ସୁଦ୍ଧା ଏକ ବଡ଼ ବିପତ୍ତି ଆଣିବା ନିମନ୍ତେ ଉଦ୍ୟୋତ ଅଟନ୍ତି । ହଁ, ସେ ଗୋଟାଏ ଯୁଦ୍ଧ ଆଣୁଅଛନ୍ତି, ଯାହାକୁ କି ବାଇବଲରେ ଆରମାଗେଡନ ବୋଲି କୁହାଯାଇଛି । ଏହି ଯୁଦ୍ଧଟି ପୃଥିବୀର ପ୍ରତ୍ୟେକଙ୍କ ଉପରେ ଘୋର ପ୍ରଭାବ ପକାଇବ । (ହଠାତ୍ ଜେଜେବାପା କହିଉଠିଲେ: “ମାତ୍ର ଆମମାନଙ୍କର ବର୍ତ୍ତମାନର ଅବସ୍ଥାକୁ ଦେଖିଲେ ଆମେ ବଞ୍ଚି ରହିବା ନିମନ୍ତେ ଧାର୍ମିକ ଅଟୁ ବୋଲି କିଭଳି ବା ବିବେଚିତ ହୋଇ ପାରିବୁଁ ?”
ମରିୟମ ଉତ୍ତର ଦେଲେ, “ଯିହୋବା ଈଶ୍ୱର ମନୁଷ୍ୟର ସାହାଯ୍ୟାର୍ଥେ ଏକ ଚମତ୍କାର ଆଇନ୍ଗତ ବ୍ୟବସ୍ଥା କରିଅଛନ୍ତି । ଗୋଟିଏ ଦୃଷ୍ଟାନ୍ତ ସାହାଯ୍ୟରେ ମୁଁ ଏହା ବୁଝାଇ ଦେଉଛି, ଶୁଣ । ନିର୍ମଳା, ମନେକର ରାମୁକୁ ତୁମେ ଦଶଟଙ୍କା ଦେଇ କିଲେ ଚିନି କିଣି ଆଣିବା ପାଇଁ ପଠାଇଲ । ସେ ଦୋକାନକୁ ଯାଉ ଯାଉ ବାଟରେ ଅଟକି ଖେଳିବା ବେଳେ ଟଙ୍କା ହଜାଇ ଦେଲା । ତାʼପରେ ସେ ଦୋକାନକୁ ଯାଇ ଚିନି ମାଗିଲେ ଦୋକାନୀ କʼଣ ତାକୁ ଚିନି ଦେବ ?”
“ନା, ଅବଶ୍ୟ ନୁହେଁ,” ନିର୍ମଳା କହିଲା ।
“ରାମୁ ଛିଡ଼ା ହୋଇ କାନ୍ଦିବାରେ ଲାଗିଲା । ସେ ଜାଣେ ଯେ, ଟଙ୍କା ହଜିଯାଇଥିବା ହେତୁ ବର୍ତ୍ତମାନ ତାʼ ପରିବାରର ସମସ୍ତେ କଷ୍ଟ ଭୋଗ କରିବେ । ଇତିମଧ୍ୟରେ, ନିକଟରେ ଠିଆ ହୋଇଥିବା ଜଣେ ଦୟାଳୁ ଭଦ୍ରଲୋକ ତାʼର କାନ୍ଦଣା ଦେଖି ଦୟାପରବଶ ହୋଇ ତାକୁ ଦଶଟଙ୍କା ଦେଲେ । ସେଇ ଟଙ୍କା ସେ ଦୋକାନୀକୁ ଦେଇ ଚିନି ଆଣିଲା ଏବଂ ଏହିମତେ ତୁମର ପରିବାରଟି ସେହି ଚିନି ବ୍ୟବହାର କଲା ।
“ବାଇବଲ ଆମମାନଙ୍କୁ କହିଥାଏ ଯେ, ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ପ୍ରଥମ ନରନାରୀ ଯେତେବେଳେ ସେମାନଙ୍କ ସ୍ୱାଧୀନ ଇଚ୍ଛାର ଅପବ୍ୟବହାର କରିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କର ଜ୍ଞାନପୂର୍ଣ୍ଣ
ନିର୍ଦ୍ଦେଶାବଳୀର ଅନାଜ୍ଞାବହ ହେଲେ, ସେତେବେଳେ ଆମମାନଙ୍କର ସମସ୍ୟା ଆରମ୍ଭ ହେଲା । ତେବେ, ସେମାନଙ୍କର ସେଭଳି କାର୍ଯ୍ୟର ଶାସ୍ତି ସମ୍ବନ୍ଧରେ ଈଶ୍ୱର ସେମାନଙ୍କୁ ଚେତାଇ ଦେଇଥିଲେ—ହଁ, ଉକ୍ତ ଶାସ୍ତି ହେବ ସିଦ୍ଧିହାନି, ସେମାନଙ୍କର ସ୍ୱର୍ଗୀୟ ବାସଗୃହରୁ ସେମାନେ ବଞ୍ଚିତ ହେବେ, ପୁଣି ପୃଥିବୀରେ ସଦାକାଳ ସକାଶେ ବଞ୍ଚି ରହିବା ନିମନ୍ତେ ଥିବା ସେମାନଙ୍କ ଅଧିକାରକୁ ସେମାନେ ହରାଇ ବସିବେ । ଈଶ୍ୱର ତାହାଙ୍କର ବ୍ୟବସ୍ଥାକୁ ଯଥାର୍ଥ ରୂପେ କାର୍ଯ୍ୟକାରୀ କଲେ । ଆଉ, ଏତଦ୍ଦ୍ୱାରା ସେମାନଙ୍କ ପ୍ରତି ମହାକ୍ଷତି ଘଟିବା ଯୋଁଗୁ ସେମାନଙ୍କର ବଂଶଧରମାନେ ଆର୍ତ୍ତନାଦ କରି ଚାଲିଲେ । ମାତ୍ର ଯେହେତୁ ଈଶ୍ୱର ଆପଣାର ନ୍ୟାୟରେ ପ୍ରେମକୁ ସମ୍ମିଳିତ କରିଥାଆନ୍ତି, ସେଥିସକାଶେ ସେ ମନୁଷ୍ୟମାନଙ୍କୁ ସେହିସବୁ ବିଷୟ ପୁଣି ଫେରି ପାଇବା ଦିଗରେ ସେମାନଙ୍କୁ ସୁଯୋଗ ଯୋଗାଇ ଦେବାକୁ ଆଗେଇ ଆସିଲେ, ଯେଉଁସବୁ ବିଷୟକୁ କି ସେହି ପ୍ରଥମ ନରନାରୀ ହରାଇ ବସିଥିଲେ । ଉପରୋକ୍ତ ଦୃଷ୍ଟାନ୍ତରେ ସେହି ଦୟାଳୁ ଭଦ୍ରଲୋକଙ୍କ ଭଳି, ହଜିଯାଇଥିବା ବିଷୟଟି ନିମନ୍ତେ ଈଶ୍ୱର ଯଥାର୍ଥ ମୂଲ୍ୟ ଯୋଗାଇ ଦେଲେ । ହଁ, ପୃଥିବୀରେ ଯୀଶୁ ଖ୍ରୀଷ୍ଟ ନାମରେ ସୁପରିଚିତ ଜଣେ ମାନବ ରୂପରେ ଜନ୍ମଗ୍ରହଣ କରିବା ସକାଶେ ସେ ଆପଣାର ନିଜର ଆତ୍ମାପୁତ୍ରଙ୍କୁ ପଠାଇବା ଦ୍ୱାରା ଏହା ସାଧନ କଲେ । ଆଉ, ପ୍ରଥମ ମାନବ ଆଦମ ଯେଉଁ ଜୀବନକୁ ହରାଇଥିଲେ, ସେହି ଜୀବନ ସହିତ ସମାନ ଥିବା ଜୀବନ, ଅର୍ଥାତ୍ ଆପଣାର ସିଦ୍ଧ ମାନବ ଜୀବନକୁ ଯୀଶୁ ଯେତେବେଳେ ସ୍ୱେଚ୍ଛାପୂର୍ବକ ଉତ୍ସର୍ଗ କଲେ ଏବଂ ସେହି ମୂଲ୍ୟକୁ ଈଶ୍ୱରଙ୍କଠାରେ ସମର୍ପଣ କଲେ, ସେତେବେଳେ ଉକ୍ତ ମୂଲ୍ୟ ଦ୍ୱାରା ମାନବ-ଜାତି ନିମନ୍ତେ ସେହି ବିଷୟ କ୍ରୟ କରାଯାଇ ପାରିଲା, ଯାହାକି ମାନବ-ଜାତି ଦିନେ ହରାଇ ବସିଥିଲା; ଆଉ, ତାହା ଅଟେ ସ୍ୱର୍ଗୋଦ୍ୟାନ-ପୃଥିବୀରେ ଚିରକାଳ ନିମନ୍ତେ ଏକ ସିଦ୍ଧ ଜୀବନ ।”ଆଲୋଚନାର ଠିକ୍ ଏହି ସ୍ଥାନରେ ଗୁରୁଜୀ, ଯିଏକି ଅଳ୍ପକ୍ଷଣ ପୂର୍ବେ ଆନନ୍ଦ ସହିତ ଗୃହକୁ ଆସିଥିଲେ, ସେ କହି ଉଠିଲେ, “ବର୍ତ୍ତମାନ ତୁମେମାନେ ମରିୟମର କଥାରୁ ବେଶ୍ ଜାଣିପାରୁଥିବ ଯେ, ଯୀଶୁ ଈଶ୍ୱରଙ୍କର ଜଣେ ଅବତାର ନ ଥିଲେ, ମାତ୍ର ସେ ଥିଲେ ଈଶ୍ୱରଙ୍କର ଜଣେ ଆତ୍ମାପୁତ୍ର, ପୁଣି ପ୍ରଥମ ନରନାରୀଙ୍କର ଅବାଧ୍ୟତା ହେତୁ ମାନବଜାତି ଯେଉଁ ବିଷୟକୁ ହରାଇ ବସିଥିଲେ, ଉକ୍ତ ବିଷୟକୁ ସେମାନେ ପୁଣି ଥରେ ପ୍ରାପ୍ତ ହେବା ନିମନ୍ତେ ସେମାନଙ୍କ ପାଇଁ ମାର୍ଗ ପ୍ରସ୍ତୁତି ଦିଗରେ ଯୀଶୁ ତାହାଙ୍କର ସିଦ୍ଧ ଜୀବନକୁ ଉତ୍ସର୍ଗ କରିବା ସକାଶେ ଜଣେ ମନୁଷ୍ୟ ରୂପରେ ଜନ୍ମଗ୍ରହଣ କରିଥିଲେ । ଈଶ୍ୱରଙ୍କର କୃତ ଏହି ବ୍ୟବସ୍ଥାକୁ ଆମେ ଯେତେବେଳେ ଗ୍ରହଣ କରିବାକୁ ଆଗେଇ ଆସିଥାଉ, ସେତିକିବେଳେ ହିଁ ଆମେ ଏହି ଦୁଷ୍ଟ ଜଗତର ସମାପ୍ତି ଘଟିବା ବିଷୟରୁ ବଞ୍ଚି ରହିବା ସଙ୍ଗେ ସଙ୍ଗେ ଏକ ଶାନ୍ତିପୂର୍ଣ୍ଣ ତଥା ସମସ୍ୟାବିହୀନ ପୃଥିବୀରେ ଚିରସ୍ଥାୟୀ ଜୀବନ ଉପଭୋଗ କରିବା ସକାଶେ ଉପଯୁକ୍ତ ବିବେଚିତ ହୋଇଥାଉ । ଏହି ଆଶାଟି ଏତେ ଚମତ୍କାର ଅଟେ ଯେ, ସମସ୍ତ ଜାତିର ଲୋକେ ଏସମ୍ବନ୍ଧରେ ଜାଣିବା ପାଇଁ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ସମଗ୍ର ପୃଥିବୀରେ ଥିବା ଯିହୋବାଙ୍କର ସାକ୍ଷୀଗଣ ଅକ୍ଳାନ୍ତ ଉଦ୍ୟମ ଚଳାଇଛନ୍ତି । ଏହା ଅବଶ୍ୟ ସତ ଯେ, ଉକ୍ତ ଆଶାଗୁଡ଼ିକ ଆମମାନଙ୍କ ପ୍ରତି ବିଶ୍ୱାସଯୋଗ୍ୟ ବୋଲି ପ୍ରତିପାଦିତ କରିବା କାର୍ଯ୍ୟଟି ବେଶ୍ ଉଦ୍ୟମ ବହୁଳ ହୋଇଥିଲେ ମଧ୍ୟ ସେଥିରୁ ମିଳୁଥିବା ପୁରସ୍କାରସମୂହ ଦ୍ୱାରା ଆମର ଉକ୍ତ ଉଦ୍ୟମସବୁ ଅବଶ୍ୟ ସାର୍ଥକ ହୋଇ ଉଠିଥାଏ ।”
ଏକ ଉଜ୍ୱଳ ଭବିଷ୍ୟତ
ନିର୍ମଳା ଏବଂ ନବଜାତ ଶିଶୁଟିକୁ ଆନନ୍ଦ ଡାକ୍ତରଖାନାରୁ ଘରକୁ ନେଇ ଆସିଲା ବେଳକୁ ନିର୍ମଳ ନୀଳ ଗଗନରେ ସୂର୍ଯ୍ୟ ରଶ୍ମୀ ଉଦ୍ଭାସିତ ହୋଇ ଉଠିଥାଏ । ଜଣା ପଡ଼ୁଥାଏ, ସତେ ଯେପରି ବର୍ଷାଋତୁ ଶେଷ ହୋଇ ଯିବା ଉପରେ । ଆନନ୍ଦର ପରିବାରରେ ଯଥେଷ୍ଟ ଆନନ୍ଦ ଉନ୍ମାଦନା ଖେଳି ଯାଇଥାଏ, ପୁଣି ନବାଗତ ଶିଶୁଟିକୁ ଦେଖିବା ନିମନ୍ତେ ପଡ଼ୋଶୀ ପ୍ରତିବେଶୀମାନେ ଧାଇଁ ଆସୁଥାʼନ୍ତି । ଆନନ୍ଦ ନୀରବରେ ଘରର ହତା ମଧ୍ୟକୁ ବାହାରିଗଲା ଏବଂ ସେଠାରେ ବସି ଲକ୍ଷ୍ୟ କଲା ଯେ, ଘରଚଟିଆ ଚଢ଼େଇଟିଏ ବସା ତିଆରି କରିବା ନିମନ୍ତେ କାଠିକୁଟାସବୁ ସଂଗ୍ରହ କରିବାରେ ଲାଗିପଡ଼ିଛି । ତାହା ଦେଖି ଆନନ୍ଦ ଭାବି ଉଠିଲା, ‘ମୁଁ ଯେମିତି ମୋʼ ପରିବାର ପାଇଁ ଏକ ସୁରକ୍ଷିତ ଭବିଷ୍ୟତ୍ ନିର୍ମାଣରେ ଲାଗି ପଡ଼ିଛି, ଏଇ ଚଢ଼େଇଟି ମଧ୍ୟ ଠିକ୍ ସେହିଭଳି କରିଚାଲିଛି ।’
ଯାହାହେଉ, ଗୁରୁଜୀ ଯାହାସବୁ କହୁଛନ୍ତି, ସେସବୁ ଯଦି ସତ ହୁଏ ? ତାହାହେଲେ, ଏଇ ଯେଉଁ ନୂତନ ଶିଶୁଟି ତାʼ ଗୃହରେ ଜନ୍ମଗ୍ରହଣ କରିଛି, ତାʼର ସମ୍ମୁଖରେ ଏକ ଉଜ୍ଜ୍ୱଳ ଭବିଷ୍ୟତ୍ ଅଛି । କିଛି ଦିନ ତଳେ ଗୁରୁଜୀଙ୍କ ସହିତ ତାʼର କଥାବାର୍ତ୍ତା ସମୟରେ ଗୁରୁଜୀ ତାକୁ ଯେଉଁ ଶେଷ କେଇପଦ କଥା କହିଥିଲେ, ତାହା ତାʼର ମାନସପଟରେ ଭାସି ଉଠୁଥିଲା । ହଁ, ଗୁରୁଜୀ କହିଥିଲେ, “ମନେକର, ରାମୁର ଶିକ୍ଷା ସମ୍ପୂର୍ଣ୍ଣ ହେବା ପରେ ତୁମେ ଗୋଟିଏ ଚାକିରୀ ନିମନ୍ତେ ଖବରକାଗଜରେ ବିଜ୍ଞାପନଟିଏ ଦେଖିଲ । ଉକ୍ତ ଚାକିରୀଟି ମିଳିବ, ଉତ୍ତମ ବେତନ, ପୁଣି ରାମୁର ପସନ୍ଦମତ ସ୍ଥାନରେ ଉକ୍ତ ଚାକିରୀଟି ମିଳିବ, ଉତ୍ତମ ବାସଗୃହ ସୁବିଧା ରହିଛି, ସର୍ବୋପରି ଚାକିରୀଟି ରାମୁର ଖୁବ୍ ପସନ୍ଦଯୋଗ୍ୟ ଅଟେ । ତେବେ, ତୁମେ କʼଣ କରିବ ? ସେହି ବିଜ୍ଞାପନଟିକୁ ଭୁଲିଯିବ, ଅବା ଉକ୍ତ ଚାକିରୀ ପାଇବା ନିମନ୍ତେ ତୁମର ପ୍ରାଣପଣ ଚେଷ୍ଟା ଚଳାଇବ ?” ଆନନ୍ଦ ଭାବି ଚାଲିଥାଏ, ‘ଓଃ, ଏହାର ଉତ୍ତରଟି ତ ଖୁବ୍ ସୁସ୍ପଷ୍ଟ ।’
ଅତଏବ, ଆଜିକାର ଲୋକମାନଙ୍କୁ ଈଶ୍ୱର ଯାହାସବୁ ଯାଚୁଅଛନ୍ତି, ସେସବୁ ବିଷୟରେ ବାଇବଲ କʼଣ ପ୍ରକାଶ କରିଥାଏ ? ହଁ, ସେସବୁ ହେଉଛି, ଏକ ସ୍ୱର୍ଗୋଦ୍ୟାନ-ପୃଥିବୀ, ଗୋଟାଏ ସୁନ୍ଦର ବାସଗୃହ, ପ୍ରଚୁର ଖାଦ୍ୟଦ୍ରବ୍ୟ, ସନ୍ତୋଷଜନକ ଚାକିରୀ, ପୂର୍ଣ୍ଣ ସ୍ୱାସ୍ଥ୍ୟ ଏବଂ ସମ୍ପୂର୍ଣ୍ଣ ନିରାପତ୍ତା । ମନେକର, ଏସବୁ ସତ ହୋଇଥାʼନ୍ତା କି । ଆନନ୍ଦ ବହୁ ସମୟ ଧରି ଭାବି ଚାଲିଥାଏ ।
ସୂର୍ଯ୍ୟ ନିଜର ପୂର୍ଣ୍ଣ ତେଜ ପ୍ରକାଶ କରିବା ବେଳକୁ ଆନନ୍ଦ ନିଜ ମନକୁ ପ୍ରସ୍ତୁତ କରିସାରିଥିଲା । ସେ ସ୍ୱଗତୋକ୍ତି କରିଉଠିଲା, ‘ହଁ, ଏସବୁ ପରିବର୍ତ୍ତନ ବାସ୍ତବରେ ଆସିବ ନା ନାହିଁ, ଏଥିର ପ୍ରମାଣସବୁକୁ ପରୀକ୍ଷା କରି ଦେଖିବାଟା ହେଉଛି ମୋର ଏବଂ ମୋʼ ପରିବାରର ଅବଶ୍ୟ କର୍ତ୍ତବ୍ୟ । ଆଉ, ତାହା ଯେବେ ମୋର ସନ୍ତୋଷଜନକ ହୁଏ, ତେବେ ଆମେ ଦୁଷ୍ଟତାର ପରିସମାପ୍ତି ଘଟିବା ବିଷୟରୁ ବଞ୍ଚି ରହିବା ଏବଂ ଯେଉଁ ଭବିଷ୍ୟତରେ ଆମର ସମସ୍ତ ସମସ୍ୟାର ସମାଧାନ ହୋଇଯିବ, ସେହି ଭବିଷ୍ୟତକୁ ଉପଭୋଗ କରିବା ଦିଗରେ ଆମର ସାଧ୍ୟମତେ ନିଜକୁ ଯୋଗ୍ୟ କରି ତୋଳିବା ଦିଗରେ ପ୍ରାଣପଣ ଉଦ୍ୟମ କରିବା ଅତ୍ୟାବଶ୍ୟକ ହେବ ।’
ପୁନରାଲୋଚନାମୂଳକ ପ୍ରଶ୍ନସକଳ
ଆମର ସମସ୍ୟା—ସେସବୁ ସମାଧାନ କରିବାରେ କିଏ ଆମକୁ ସାହାଯ୍ୟ କରିବ ?
ଗୁରୁଜୀଙ୍କ ଗୃହକୁ ରାମୁ କାହିଁକି ଗଲା ?
ଆନନ୍ଦ କୁ ଗୁରୁଜୀ କାହିଁକି ନିଜ ଗୃହ ମଧ୍ୟକୁ ଡାକି ନେଲେ ?
ଆମ ପ୍ରତ୍ୟେକଙ୍କ ଜୀବନରେ ସମସ୍ୟା ରହିଛି ?
ଆନନ୍ଦର ମନଟି କାହିଁକି ତିକ୍ତତାରେ ଭରି ଉଠିଲା ?
ତାʼର କେତେକ ସମସ୍ୟା କି ପ୍ରକାରର ଥିଲା ?
ଆନନ୍ଦର ଦୁଃଖର କଥା ଶୁଣି ସାରିବା ପରେ ଗୁରୁଜୀ କʼଣ ଉତ୍ତର ଦେଲେ ?
ଗୁରୁଜୀଙ୍କ ପରିବାରଟି କାହିଁକି ସୁଖୀ ଥିଲା ?
ଗୁରୁଜୀଙ୍କ ପରିବାର ବର୍ଗ ଯେଉଁ ଧର୍ମ ଅବଲମ୍ବନ କରିଥିଲେ, ତାହା କʼଣ ମଣ୍ଡଳୀ ସକଳର ଧର୍ମ ତୁଲ୍ୟ ସମାନ ଥିଲା ? ଯଦି ନୁହେଁ, ତେବେ କାହିଁକି ?
ପୃଥିବୀରେ ସୁଖୀ ହେବା ନିମନ୍ତେ ଇଚ୍ଛା
ଈଶ୍ୱରଙ୍କ ସମ୍ବନ୍ଧରେ ମରିୟମ ନିର୍ମଳାକୁ କʼଣ ବୁଝାଇଲେ ?
“ସତ୍ୟ” କଅଣ ?
କେଉଁଠାରେ ବାସ କରିବା ନିମନ୍ତେ ମନୁଷ୍ୟʼର ସହଜାତ ପ୍ରବୃତ୍ତି ଦେଖା ଦେଇଥାଏ ?
ସମସ୍ତ ସମସ୍ୟାର ସମାଧାନ କର୍ତ୍ତା
ପୃଥିବୀ ପୃଷ୍ଠରେ ବାସ କରିବା ବିଷୟଟି ମନୁଷ୍ୟʼର ସହଜାତ ପ୍ରକୃତି ଅଟେ ବୋଲି ଗୁରୁଜୀ ଦେଇଥିବା ଦୃଷ୍ଟାନ୍ତଟିକୁ ପ୍ରମାଣ କରିବା ନିମନ୍ତେ ତାଙ୍କ ବର୍ଣ୍ଣିତ ଉଦାହରଣକୁ ଉପସ୍ଥାପିତ କରନ୍ତୁ ।
ମନୁଷ୍ୟର ସମସ୍ୟା ସବୁକୁ କିଏ ସମାଧାନ କରିବେ ଏବଂ ତାହା କେତେ ଦିନ ପର୍ଯ୍ୟନ୍ତ ହେବ ବୋଲି ଗୁରୁଜୀ କହିଥିଲେ ?
ଆନନ୍ଦ ଏ ବିଷୟରେ କାହିଁକି ଏକମତ ନ ହେଲା ?
ହିଂସା ଦ୍ୱାରା ମନୁଷ୍ୟʼର ସମସ୍ୟା ସମାଧାନ ହୋଇପାରିବ ନାହିଁ ବୋଲି ଗୁରୁଜୀ କି ଭଳିଭାବେ ଦେଖାଇ ଦେଲେ ?
ସମସ୍ୟାସବୁର ସମାଧାନ କେବେ ହେବ ?
ଆମ୍ବଗଛର ଉଦାହରଣରେ ଗୁରୁଜୀ କʼଣ କରିବାକୁ ଚାହିଁଥିଲେ ?
ପବ୍ରିତ ବାଇବଲ ବିଷୟରେ କେତେକ ତଥ୍ୟ ଉପସ୍ଥାପିତ କରନ୍ତୁ ।
“ଚିହ୍ନ”
(କ) ୨ ତୀମଥି ୩:୧-୩; (ଖ) ମାଥିଉ ୨୪:୭; (ଗ) ପ୍ରକାଶିତ ବାକ୍ୟ ୬:୪-୮-ରେ “ଚିହ୍ନ”ର କି ବିଶେଷ ଲକ୍ଷଣ ସବୁ ପରିଦୃଷ୍ଟ ହୋଇଥାଏ ?
ଯେଉଁ ସମୟରେ ଶେଷ କାଳ ଉପସ୍ଥିତ ହେବ, ସେ ସମ୍ବନ୍ଧରେ ମାଥିଉ ୨୪:୩୨-୩୪ରେ କିଭଳିଭାବେ ବର୍ଣ୍ଣିତ ହୋଇଛି ?
ଦୁଷ୍ଟମାନଙ୍କ ପ୍ରତି ଈଶ୍ୱର ଖୁବ୍ ଶିଘ୍ର ଯାହା କରିବେ, ସେ ସମ୍ପର୍କରେ ଅଧିକାଂଶ ଲୋକଙ୍କର ପ୍ରତିକ୍ରିୟା କି ଭଳି ଅଟେ ?
ଯିହୋବାʼଙ୍କର ସାକ୍ଷୀଗଣ କି ପ୍ରକାରେ ଭିନ୍ନ ଅଟନ୍ତି ?
ଏକ ନୂତନ ପୃଥିବୀ—କେତେ ଭିନ୍ନ ?
ଈଶ୍ୱରଙ୍କର ନୂତନ ପୃଥିବୀ ସମ୍ବନ୍ଧରେ ଯେଉଁ କେତେଟି ବିଷୟ ରାଚେଲର ଦୃଷ୍ଟି ଆକର୍ଷଣ କରିଥିଲା, ସେସବୁ କʼଣ ଅଟେ ?
ବାଇବଲ ଦର୍ଶନରୁ ଯେ, ଈଶ୍ୱର ଆମର ବିଶେଷ ସମସ୍ୟାସବୁକୁ ଜାଣନ୍ତି ଏବଂ ସେ ସବୁର ଦୂରୀକରଣ ନିମନ୍ତେ ସେ ପ୍ରତିଜ୍ଞା କରିଅଛନ୍ତି ।
ଚିଜ୍ଞ ଉପଦେଶରୁ ବର୍ତ୍ତମାନ ମିଳୁଥିବା ଉପକାର
ପରିଶ୍ରମ ବିଷୟରେ ବାଇବଲ କʼଣ ପ୍ରକାଶ କରିଥାଏ ?
ବାଇବଲʼର ବ୍ୟବସ୍ଥା ଏବଂ ନିୟମ ସକଳ କି ରୂପେ ଲାଭଜନକ ଅଟନ୍ତି ?
ବାଇବଲର ଶିକ୍ଷା କାହିଁକି ସରଳ ତଥା ବୋଧଗମ୍ୟ ଅଟେ ?
ନିର୍ଦ୍ଦେଶାବଳୀ ପୁସ୍ତକ
ବାଇବଲ ଯେ ଈଶ୍ୱରଙ୍କର ନିର୍ଦ୍ଦେଶାବଳୀର ପୁସ୍ତକ ଅଟେ, ଏ ସମ୍ପର୍କରେ ମରିୟମ କାହିଁକି ନିଶ୍ଚିତ ?
ଆଜି ଏହା ବିଶେଷତଃ କେଉଁଭାବେ ଆମ ପ୍ରତି ଲାଭଦାୟକ ହୋଇପାରିବ ?
ବଞ୍ଚି ରହିବା ନିମନ୍ତେ ଆମେ କʼଣ କରିବା ଆବଶ୍ୟକ
ବଞ୍ଚି ରହିବା ନିମନ୍ତେ କʼଣ କେବଳ ନୈତିକଭାବେ ଉତ୍ତମ ହେବା ଯଥେଷ୍ଟ ଅଟେ ?
ମରିୟମ ଏହାକୁ କିଭଳିଭାବେ ପ୍ରମାଣିତ କରନ୍ତି ?
ଆମ ନିଜକୁ ମୁକ୍ତ କରିବା ଦିଗରେ ଆମ ମଧ୍ୟରୁ କେହିହେଲେ ଯଥେଷ୍ଟ ସତ୍କୃର୍ମ କରି ନ ପାରୁଥିବା ହେତୁ ଆମେ ବଞ୍ଚି ରହିବା ସକାଶେ ଈଶ୍ୱର ଆଇନଗତ ଭାବେ ଆମ ନିମନ୍ତେ କି ବ୍ୟବସ୍ଥା କରିଅଛନ୍ତି ?
ଏକ ଉଜ୍ଜ୍ୱଳ ଭବିଷ୍ୟତ୍
ନବଜାତ ଶିଶୁଟି ଗୃହକୁ ଅଣାଯିବା ପରେ ଆନନ୍ଦ କେଉଁ ବିଷୟରେ ଚିନ୍ତା କରେ ?
[୫ ପୃଷ୍ଠାରେ ସଂକ୍ଷିଯ୍ତ ବର୍ଣ୍ଣନା]
“ମୁଁଦେଖିପାରୁଛି, ମୋʼ ଭଳି ସମସ୍ୟା ଆପଣଙ୍କ ଜୀବନରେ ନାହିଁ । ଆପଣମାନେ ବେଶ୍ ଶାନ୍ତି ତଥା ତୃପ୍ତିରେ ଅଛନ୍ତି । ଆପଣଙ୍କ ପ୍ରତି ମତେ କେତେ ଈର୍ଷା ଲାଗୁଛି !”
[୭ ପୃଷ୍ଠାରେ ସଂକ୍ଷିଯ୍ତ ବର୍ଣ୍ଣନା]
ମନୁଷ୍ୟ ପକ୍ଷରେ ଯାହା ସବୁ ଅତ୍ୟାବଶ୍ୟକ, ସେସବୁ ହେଉଛି ଏକ ଉତ୍ତମ ଗୃହ, ସୁସ୍ୱାସ୍ଥ୍ୟ, ଗୋଟିଏ ସୁଖୀ ପରିବାର ଏବଂ ସ୍ନେହଶୀଳ ବନ୍ଧୁଗଣ
[୧୩ ପୃଷ୍ଠାରେ ସଂକ୍ଷିଯ୍ତ ବର୍ଣ୍ଣନା]
ଏହି ଚିହ୍ନରେ କେବଳ ମନୁଷ୍ୟʼର ବ୍ୟକ୍ତିତ୍ୱ କଳୁଷିତ ହୋଇଯିବା ଅପେକ୍ଷା ଆହୁରି ଅଧିକ କିଛି ରହିଛି
[୨୦ ପୃଷ୍ଠାରେ ସଂକ୍ଷିଯ୍ତ ବର୍ଣ୍ଣନା]
ଯଦି ସେହି ଅଶିଷ୍ଟ ଭଡ଼ାଟିଆମାନଙ୍କୁ ଏଠାରୁ ବାହାର କରି ଦିଆଯାଇ ଭଡ଼ାଗୃହଗୁଡ଼ିକୁ ଠିକ୍ଠାକ୍ କରି ଦିଆଯାʼନ୍ତା, ତାହାହେଲେ ଆମେ କʼଣ ଏଠାରେ ଶାନ୍ତିରେ ରହି ପାରନ୍ତୁ ନାହିଁ ? ଈଶ୍ୱର ସମୁଦାୟ ଜଗତ ପ୍ରତି ଠିକ୍ ଏହି ପ୍ରତିଜ୍ଞା କରିଅଛନ୍ତି
[୨୩ ପୃଷ୍ଠାରେ ସଂକ୍ଷିଯ୍ତ ବର୍ଣ୍ଣନା]
“ଏହା ଅବଶ୍ୟ ସତ୍ୟ ଯେ, ଈଶ୍ୱରଙ୍କର ଜ୍ଞାନ ଆମମାନଙ୍କ ଜ୍ଞାନ ଅପେକ୍ଷା ଶ୍ରେଷ୍ଠ ଅଟେ”
[୨୭ ପୃଷ୍ଠାରେ ସଂକ୍ଷିଯ୍ତ ବର୍ଣ୍ଣନା]
“ଆମମାନଙ୍କର ବର୍ତ୍ତମାନର ଅବସ୍ଥାକୁ ଦେଖିଲେ ଆମେ ବଞ୍ଚି ରହିବା ନିମନ୍ତେ ଧାର୍ମିକ ଅଛୁ ବୋଲି ବିବେଚିତ ହୋଇ ପାରିବା ?”
[୮ ପୃଷ୍ଠାରେ ଚିତ୍ର]
ପୃଥିବୀ ପୃଷ୍ଠରେ ମାନବ-ଜାତି ଦୀର୍ଘ ଦିନ ଧରି ଯନ୍ତ୍ରଣା ଭୋଗ କରି ଆସୁଛି
[୯ ପୃଷ୍ଠାରେ ଚିତ୍ର]
ଏକ ସୁଖମୟ ଭବିଷ୍ୟତ୍ ନିମନ୍ତେ ସେମାନଙ୍କୁ ସୁଯୋଗ ଯୋଗାଇ ଦେବା ସକାଶେ କʼଣ ଗୋଟାଏ ବିପ୍ଳବର ଆବଶ୍ୟକ ହେବ ?
[୧୪, ୧୫ ପୃଷ୍ଠାରେ ଚିତ୍ର]
ବୃକ୍ଷ ଯେତେବେଳେ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମ କାଳ ସନ୍ନିକଟ ବୋଲି ତୁମେ ଜାଣିଥାଅ । ଠିକ୍ ସେହିପରି, ଯେତେବେଳେ ସମୁଦାୟ ଚିହ୍ନ ସଫଳ ହେବାରେ ଲାଗିଥାଏ, ସେତେବେଳେ ବିନାଶ ସନ୍ନିକଟ ହେଉଥାଏ
[୧୬, ୧୭ ପୃଷ୍ଠାରେ ଚିତ୍ର]
ଈଶ୍ୱରଙ୍କର ଚେତାବନୀକୁ ଗୁରୁତ୍ୱ ସହକାରେ ଗ୍ରହଣ କରିବା ସକାଶେ ବାଇବେଲ ନମ୍ରମନା ତଥା ବିଶ୍ୱସ୍ତ ଲୋକମାନଙ୍କୁ ଚେତାବନୀ ପ୍ରଦାନ କରିଥାଏ
[୨୫ ପୃଷ୍ଠାରେ ଚିତ୍ର]
ବାଇବଲʼର ଉପଦେଶ ଆଜି ମଧ୍ୟ ବ୍ୟବହାର ଯୋଗ୍ୟ, କାରଣ ଈଶ୍ୱରଙ୍କର ବାକ୍ୟ ଶାଶ୍ୱତ ଅଟେ
[୨୯ ପୃଷ୍ଠାରେ ଚିତ୍ର]
“ପ୍ରମାଣସବୁକୁ ପରୀକ୍ଷା କରି ଦେଖିବାଟା ହେଉଛି ମୋର ଏବଂ ମୋʼ ପରିବାରର ଅବଶ୍ୟ କର୍ତ୍ତବ୍ୟ”