इस जानकारी को छोड़ दें

ଯିହୋବାଙ୍କ ସାକ୍ଷୀମାନେ କʼଣ ବିଶ୍ୱାସ କରିଥାʼନ୍ତି ?

ଯିହୋବାଙ୍କ ସାକ୍ଷୀମାନେ କʼଣ ବିଶ୍ୱାସ କରିଥାʼନ୍ତି ?

ଯିହୋବାଙ୍କ ସାକ୍ଷୀମାନେ କʼଣ ବିଶ୍ୱାସ କରିଥାʼନ୍ତି ?

“କିନ୍ତୁ ତୁମେ ଯାହା ବିଶ୍ୱାସ କରୁଛ, ଆମ୍ଭେମାନେ ତାହା ଶୁଣିବାକୁ ଇଚ୍‌ଥାକରୁ, କାରଣ ଆମ୍ଭେମାନେ ଏତିକି ମାତ୍ର ଜାଣୁ ଯେ, ସବୁ ସ୍ଥାନରେ ଏହି ଦଳର ନିନ୍ଦା କରାଯାଉଛି !” (ପ୍ରେରିତ ୨୮:୨୨, ଲିଭିଙ୍ଗ ବାଇବେଲ ଟ୍ରାନ୍‌ସଲେସନ୍‌) ପ୍ରଥମ ଶତାବ୍ଦୀର ରୋମ୍‌ରେ ଉପରୋକ୍ତ ଦଳଟିର ନେତୃବର୍ଗ ଏକ ସୁନ୍ଦର ଉଦାହରଣ ଉପସ୍ଥାପିତ କରିଥିଲେ । ସେମାନେ ବାହ୍ୟ ସମାଲୋଚନା ପ୍ରତି ବିଶେଷ ଗୁରୁତ୍ୱ ନ ଦେଇ ବରଂ ବାସ୍ତବ କ୍ଷେତ୍ରରୁ ସେମାନଙ୍କ ଉତ୍ତରପ୍ରାଯ୍ତିର ଆଶା କରିଥିଲେ ।

ଠିକ୍‌ ସେହିପରି, ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ମଧ୍ୟ ଆଜି ବହୁ ବିରୋଧାଭାଷ ଶୁଣିବାକୁ ମିଳିଥାଏ, ମାତ୍ର କେତେକ କୁସଂସ୍‌କାରାମିକ ଧାରଣା ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ସମ୍ବନ୍ଧରେ କୌଣସି ଭ୍ରାନ୍ତ ଧାରଣା ପୋଷଣ କରିବାଟା ଏକ ମସ୍ତବଡ଼ ଭୁଲ ଅଟେ । ତେଣୁ ଆପଣମାନଙ୍କର ଅବଗତି ସକାଶେ ଆମ୍ଭେମାନେ ଆମ୍ଭମାନଙ୍କର କେତେକ ମୁଖ୍ୟ ବିଶ୍ୱାସମତ ଉପସ୍ଥାପନ କରିବାକୁ ଉଚିତ୍‌ ମନେକରୁଛୁ ।

ବାଇବଲ୍‌, ଯୀଶୁ ଖ୍ରୀଷ୍ଟ, ଏବଂ ଈଶ୍ୱର

ଆମେ ବିଶ୍ୱାସ କରୁ ଯେ, “ସମସ୍ତ ଶାସ୍ତ ଈଶ୍ୱରନିଶ୍ୱଶିତ ଏବଂ ଉପକାରୀ ।” (୨ ତୀମଥି ୩:୧୬) ଆମେ ପ୍ରକୃତରେ ଖ୍ରୀଷ୍ଟିୟାନ ନୋଁହୁ ବୋଲି ଯଦିଚ କେତେକେ ମତ ପ୍ରକାଶ କରିଥାʼନ୍ତି, ବାସ୍ତବ କ୍ଷେତ୍ରରେ କିନ୍ତୁ ସେମାନଙ୍କର ଏଇ ମତ ଠିକ୍‌ ନୁହେଁ ବୋଲି ପ୍ରମାଣିତ ହୋଇ ସାରିଛି ! କାରଣ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ପ୍ରେରିତ ପିଟରଙ୍କ ଉକ୍ତିକୁ ଆମେ ଦୃଢ଼ ଅନୁମୋଦନ କରିଥାଉ: “ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଏପରି ଆଉ କୌଣସି ନାମ ଦିଆଯାଇ ନାଁହି ।”—ପ୍ରେରିତ ୪:୧୨ ।

ସେ ଯାହାହେଉ ନା କାହିଁକି, ଯେହେତୁ ଯୀଶୁ କହିଥିଲେ ଯେ, ସେ “ଈଶ୍ୱରଙ୍କ ପୁତ୍ର” ଏବଂ “ପିତା ମୋତେ ପ୍ରେରଣ କଲେ,” ତେଣୁ ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରନ୍ତି ଯେ, ଯୀଶୁଙ୍କ ଅପେକ୍ଷା ଈଶ୍ୱର ମହତ୍ତର ଅଟନ୍ତି । (ଯୋହନ ୧୦:୩୬; ୬:୫୭) ସ୍ୱୟଂ ଯୀଶୁ ସ୍ୱୀକାର କଲେ: “ପିତା ମୋʼଠାରୁ ମହାନ୍‌ ।” (ଯୋହନ ୧୪:୨୮; ୮:୨୮) ତେଣୁ, ତ୍ରିତ୍ୱ ମତବାଦରେ ଯୀଶୁଙ୍କୁ ପିତାଙ୍କ ସହ ସମାନ ବୋଲି ବର୍ଣ୍‌ଙନା କରାଯାଇ ଥିବା ବିଷୟଟିଙ୍କୁ ଆମେ ବିଶ୍ୱାସ କରି ନ ଥାଉ । ବରଞ୍ଚ, ସେ ଯେ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଥିଲେ ଏବଂ ତାହାଙ୍କର ଅଧୀନସ୍ଥ ଅଟନ୍ତି, ଏହା ଆମେ ବିଶ୍ୱାସ କରିଥାଉ ।—କଲସୀୟ ୧:୧୫; ୧ କରିନ୍ଥୀୟ ୧୧:୩ ।

ଇଂରାଜୀ ଭାଷାରେ ଈଶ୍ୱରଙ୍କ ନାମ ଅଟେ ଯିହୋବା । ବାଇବଲ ପ୍ରକାଶ କରେ: “ତହିଁରେ ଯିହୋବା ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ସମୁଦାୟ ଭୂମଣ୍ଡଲରେ ସର୍ବୋପରିସ୍ଥ ଅଟ ।” (ଗୀତସଂହିତା ୮୩:୧୮, କିଙ୍ଗ୍‌ ଜେମ୍‌ସ୍‌ ଭର୍‌ସନ୍‌) ଏହି ପ୍ରଘୋଷଣାଟି ସହ ସାମଞ୍ଜସ୍ୟ ସ୍ଥାପନପୂର୍ବକ ଯୀଶୁ ଈଶ୍ୱରଙ୍କ ନାମ ପ୍ରତି ବିଶେଷ ଗୁରୁତ୍ୱ ଆରୋପଣ କରି ତାହାଙ୍କ ଶିଷ୍ୟମାନଙ୍କୁ ନିମ୍ନୋକ୍ତମତେ ପ୍ରାର୍ଥନା କରିବାକୁ ଶିକ୍ଷା ଦେଇଥିଲେ: “ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବ୍ରିତ ବୋଲି ମାନ୍ୟ ହେଉ ।” ଆହୁରି ମଧ୍ୟ, ଯୀଶୁ ନିଜେ ଈଶ୍ୱରଙ୍କୁ ପ୍ରାର୍ଥନା କରି କହିଥିଲେ: “ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ, ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି ।”—ମାଥିଉ ୬:୯; ଯୋହନ ୧୭:୬ ।

ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରନ୍ତି ଯେ, ଯୀଶୁଙ୍କ ପରି ସେମାନେ ମଧ୍ୟ ଇଶ୍ୱରଙ୍କ ମହାନ ନାମ ତଥା ତାହାଙ୍କ ଉଦ୍ଦେଶ୍ୟକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବା ଉଚିତ୍‌ । ତେଣୁ ଆମେ ଯିହୋବାଙ୍କ ସାକ୍ଷୀ ନାମଟି ଗ୍ରହଣ କରିଛୁ, କାରଣ ଆମେ ଆମର “ବିଶ୍ୱସ୍ତ ସାକ୍ଷୀ” ଯୀଶୁଙ୍କୁ ଅନୁକରଣ କରିଥାଉ । (ପ୍ରକାଶିତ ବାକ୍ୟ ୧:୫; ୩:୧୪) ଈଶ୍ୱରଙ୍କ ପ୍ରତିନିଧିତ୍ୱପ୍ରାଯ୍ତ ଲୋକମାନଙ୍କ ପ୍ରତି ଯିଶାଇୟ ୪୩:୧୦ ଅତ୍ୟନ୍ତ ଉପଯୁକ୍ତମତେ ପ୍ରକାଶ କରିଥାଏ: “ଯିହୋବା କହନ୍ତି, ‘ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ।’”

ଈଶ୍ୱରଙ୍କ ରାଜ୍ୟ

ଯୀଶୁ ତାହାଙ୍କ ଅନୁଗମନକାରୀମାନଙ୍କୁ ଏପରି ପ୍ରାର୍ଥନା କରିବାକୁ ଶିଖାଇଥିଲେ— “ତୁମ୍ଭର ରାଜ୍ୟ ଆସୁ,” ଆଉ ତଦ୍ଦ୍ୱାରା ସେ ସେହି “ରାଜ୍ୟ” କୁ ତାହାଙ୍କ ଶିକ୍ଷାର ମୁଖ୍ୟ ପ୍ରସଙ୍ଗ ରୂପେ ଉପସ୍ଥାପିତ କରିଥିଲେ । (ମାଥିଉ ୬:୧୦; ଲୂକ ୪:୪୩) ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରନ୍ତି ଯେ, ସେହି “ରାଜ୍ୟ” ହେଉଛି, ସ୍ୱର୍ଗରୁ ଆଗତ ଏକ ବାସ୍ତବ ଶାସନତନ୍ତ୍ର, ଯାହା କି ଏଇ ସଂସାର ଉପରେ କର୍ତ୍ତୃତ୍ୱ କରିବ ଏବଂ ଯୀଶୁ ଖ୍ରୀଷ୍ଟ ହେଉଅଛନ୍ତି, ତାହାର ଏକମାତ୍ର ନିରୂପିତ ଅଦୃଶ୍ୟ ରାଜା । ବାଇବଲ କହେ—“ତାହାଙ୍କ ସ୍‌କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ । ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାଁହି ।”—ଯିଶାଇୟ ୯:୬, ୭, KJ.

ଯାହାହେଉ, ଈଶ୍ୱରଙ୍କ ଶାସନତନ୍ତର୍ର ଏକମାତ୍ର ଶାସକ କେବଳ ଯୀଶୁ ଖ୍ରୀଷ୍ଟ ନୁହନ୍ତି, ମାତ୍ର ସ୍ୱର୍ଗରେ ତାହାଙ୍କ ସହିତ ଅନେକ ସହ-ଶାସକ ମଧ୍ୟ ରହିବେ । ସେଥିସକାଶେ ପ୍ରେରିତ ପାଉଲ ଲେଖିଲେ, “ଯଦି ଆମ୍ଭେମାନେ ଧୈର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ରାଜତ୍ୱ କରିବା ।” (୨ ତିମଥି ୨:୧୨) ବାଇବଲ ସୂଚିତ କରିଥାଏ ଯେ, ଯେଉଁ ମାନବଗଣ ଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗରେ ଶାସନ କରିବାକୁ ଉତ୍‌ଥିତ ହୋଇଛନ୍ତି, ସେମାନେ “ପୃଥିବୀରୁ କ୍ରୀତ ଏକ ଲକ୍ଷ ତ୍ଭୌରାଳିଶ୍‌ ସହସ୍ର ଲୋକରେ ସୀମିତ ଅଟନ୍ତି ।”—ପ୍ରକାଶିତ ବାକ୍ୟ ୧୪:୧, ୩ ।

ଅବଶ୍ୟ, ଯେକୌଣସି ଶାସନତନ୍ତ୍ରରେ ସର୍ବପ୍ରଥମେ ପ୍ରଜାବର୍ଗ ଥିବା ଆବଶ୍ୟକ ଏବଂ ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରିଥାʼନ୍ତି ଯେ, ଉପରୋକ୍ତ ସ୍ୱର୍ଗୀୟ ଶାସକମାନଙ୍କ ବ୍ୟତୀତ ଅନ୍ୟାନ୍ୟ ଲକ୍ଷ ଲକ୍ଷ ବ୍ୟକ୍ତି ମଧ୍ୟ ଅନନ୍ତ ଜୀବନ ଲାଭ କରିବେ । ଅବଶେଷରେ, ଏଇ ପୃଥିବୀ ଏକ ସୁନ୍ଦର ସ୍ୱର୍ଗୋଦ୍ୟାନରେ ରୂପାନ୍ତରିତ ହୋଇ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ପ୍ରଜାଗଣରେ ପରିପୂର୍ଣ୍‌ଙ ହେବ ଏବଂ ସେସମସ୍ତଙ୍କ ଉପରେ ଖ୍ରୀଷ୍ଟ ତଥା ତାହାଙ୍କ ସହ-ଶାସକଗଣ ରାଜତ୍ୱ କରିବେ । ତେଣୁ, ଏଇ ପୃଥିବୀ ଯେ କଦାପି ଲୋପ ହେବ ନାହିଁ ଏବଂ ବାଇବଲର ନିମ୍ନୋକ୍ତ ପ୍ରତିଜ୍ଞାଟି ଯେ ନିଶ୍ଚୟ ସଫଳ ହେବ, ଏହା ଯିହୋବାଙ୍କ ସାକ୍ଷୀମାନେ ଦୃଢ଼ ରୂପେ ବିଶ୍ୱାସ କରନ୍ତି: “ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।”—ଗୀତସଂହିତା ୩୭:୨୯; ୧୦୪:୫ ।

ମାତ୍ର ଈଶ୍ୱରଙ୍କ ରାଜ୍ୟ କିପରି ଆସିବ ? ଈଶ୍ୱରଙ୍କ ଶାସନତନ୍ତ ପ୍ରତି ସମସ୍ତ ବ୍ୟକ୍ତିଙ୍କର ସ୍ୱେଚ୍‌ଥାକୃତ ଅଧୀନତା ସ୍ୱୀକାର ଦ୍ୱାରା ତାହା ଆସିବ କି ? ଅପର ପକ୍ଷରେ, ବାଇବଲ ସ୍ପଷ୍ଟ ରୂପେ ପ୍ରକାଶ କରିଥାଏ ଯେ, ଈଶ୍ୱରଙ୍କ ରାଜ୍ୟର ଆଗମନ ସକାଶେ ଆଜିକାର ପୃଥିବୀର ଗତିଧାରା ଉପରେ ଈଶ୍ୱରଙ୍କ ହସ୍ତକ୍ଷେପର ନିହାତି ଆବଶ୍ୟକତା ରହିଛି: “ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚିତ୍‌ ବିନଷ୍ଟ ହେବ ନାହିଁ । . . . ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ ।”—ଦାନିୟେଲ ୨:୪୪ ।

ଈଶ୍ୱରଙ୍କ ରାଜ୍ୟ କେବେ ଆସିବ ? ଆଜି ସଫଳୀକୃତ ହେଉଥିବା ବାଇବଲ-ଭବିଷ୍ୟବାଣୀ ସକଳକୁ ଭିତ୍ତିକରି ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରନ୍ତି ଯେ, ଏହା ଖୁବ୍‌ ଶୀଘ୍ର ଆସିବ । ତେବେ, ଆଜିକାର ଦୁଷ୍ଟତାପୂର୍ଣ୍‌ଙ ପୃଥିବୀର “ଅନ୍ତିମ କାଳ” ସମ୍ବନ୍ଧରେ ପୂର୍ବରୁ ସୂଚନା ପ୍ରଦାନ କରିଥିବା କେତେକ ଭବିଷ୍ୟବାଣୀକୁ ବିଚାର କରି ଦେଖିବା ସକାଶେ ଆମେ ଆପଣଙ୍କୁ ଆହ୍ୱାନ କରୁ । ସେଗୁଡିକୁ ଆପଣ ମାଥିଉ ୨୪:୩-୧୪; ଲୂକ ୨୧:୭-୧୩, ୨୫-୩୧; ଏବଂ ୨ ତୀମଥି ୩:୧-୫ରେ ପାଇବେ ।

ଯେହେତୁ ଆମେ ‘ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତିଦେଇ ଯିହୋବା ଆମ ଈଶ୍ୱରଙ୍କୁ ଏବଂ ଆମ ପଡୋଶୀଙ୍କୁ ଆମିତୁଲ୍ୟ ପ୍ରେମ କରୁ,’ ସେହେତୁ ଆମେ ଜାତୀୟତାଭାବେ, ଗୋଷ୍ଠୀଗତଭାବେ ଓ ସାମାଜିକଭାବେ ଏକ ତଥା ଅବିଭକ୍ତ ଅଟୁ । (ମାର୍କ ୧୨:୩୦, ୩୧) ପୁଣି, ସବୁ ଦେଶରେ ଥିବା ଆମର ଖ୍ରୀଷ୍ଟୀୟ ଭାଇମାନଙ୍କ ମଧ୍ୟରେ ମହାନ ପ୍ରେମ ସକାଶେ ଆମେ ସର୍ବତ୍ର ସୁବିଦିତ ଅଟୁ । (ଯୋହନ ୧୩:୩୫; ୧ ଯୋହନ ୩:୧୦-୧୨) ଏହି ପ୍ରକାରେ, ଆମେ ଉପରୋକ୍ତ ଦେଶଗୁଡ଼ିକର ରାଜନୈତିକ ଚିନ୍ତାଧାରା ପ୍ରତି ଏକ ନିରପେକ୍ଷ ମନୋଭାବ ପୋଷଣ କରିଥାଉ । ଆମେ ଯୀଶୁଙ୍କର ଆଦ୍ୟ ଶିଷ୍ୟଗଣଙ୍କ ସଦୃଶ ହେବାକୁ ଆପ୍ରାଣ ପ୍ରୟାସ କରିଥାଉ, ଯେଉଁମାନଙ୍କ ସମ୍ବନ୍ଧରେ କି ଯୀଶୁ କହିଥିଲେ: “ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହନ୍ତି ।” (ଯୋହନ ୧୭:୧୬) ଆମେ ବିଶ୍ୱାସ କରୁ ଯେ, ଏଇ ସଂସାରରୁ ପୃଥକ୍‌ ରହିବା ଅର୍ଥ, ଆଜିକାର ଯେତେକ ମନ୍ଦ ଆଚରଣ ଯଥା, ମିଥ୍ୟା, ଚୋରି, ଲମ୍ପଟତା, ବ୍ୟଭିଚାର, ସମଲିଙ୍ଗୀ ଯୌନ ସମ୍ପର୍କ, ରକ୍ତର ଅପବ୍ୟବହାର, ପ୍ରତିମା ପୂଜା ଏବଂ ବାଇବଲବର୍ଣ୍ଣିତ ଏପରି ଅନ୍ୟାନ୍ୟ ଅନେକ ଘୃଣ୍ୟକର୍ମରୁ ଦୂରରେ ରହିବା ।—୧ କରିନ୍‌ଥୀୟ ୬:୯-୧୧; ଏଫିସୀ ୫:୩-୫; ପ୍ରେରିତ ୧୫:୨୮, ୨୯ ।

ଭବିଷ୍ୟତ୍‌ ନିମନ୍ତେ ଆଶା

ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରିଥାʼନ୍ତି ଯେ, ଆମର କେବଳ ଏଇ ଜାଗତିକ ଜୀବନଟି ହିଁ ସବୁକିଛି ନୁହେଁ । ଆମେ ବିଶ୍ୱାସ କରୁ ଯେ, ମାନବଜାତିକୁ ପାପରୁ ମୁକ୍ତ କରି ଈଶ୍ୱରଙ୍କ ସହ ଏକ ଧର୍ମମୟ ଜୀବନ ବିତାଇବା ତଥା ଏକ ଚିର ନୂତନ ମାର୍ଗରେ ସେମାନଙ୍କୁ ଅନନ୍ତ ଜୀବନ ଲାଭ କରାଇବା ଉଦ୍ଦେଶ୍ୟରେ ଯୀଶୁ ଯେପରି ଆପଣା ଜୀବନ ରୁଧିରକୁ ଏକ ମୁକ୍ତିମୂଲ୍ୟ ସ୍ୱରୂପେ ଢାଳି ଦିଅନ୍ତି, ସେଥି ସକାଶେ ଯିହୋବା ତାହାଙ୍କୁ ଏଇ ଧରାପୃଷ୍ଠକୁ ପଠାଇଲେ । ଯୀଶୁଙ୍କର ଜଣେ ପ୍ରେରିତ ଶିଷ୍ୟ ଯେପରି କହିଥିଲେ: “ଆମ୍ଭେମାନେ ଏବେ ତାହାଙ୍କ ରକ୍ତଦ୍ୱାରା ଧାର୍ମିକ ଗଣିତ ହୋଇଅଛୁ ।” (ରୋମୀୟ ୫:୯; ମାଥିଉ ୨୦:୨୮) ତେଣୁ, ଏତାଦୃଶ ଏକ ଭାବୀ ଜୀବନକୁ ସମ୍ଭବ କରିଥିବା ଏଇ ମୁକ୍ତିମୂଲ୍ୟ ନିମନ୍ତେ ଯିହୋବାଙ୍କ ସାକ୍ଷୀମାନେ ଈଶ୍ୱର ଏବଂ ତାହାଙ୍କ ପୁତ୍ରଙ୍କଠାରେ ଅତ୍ୟନ୍ତ କୃତଜ୍ଞ ଅଟନ୍ତି ।

ଈଶ୍ୱରଙ୍କ ରାଜ୍ୟ ଅଧୀନରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନକୁ ଭିତ୍ତିକରି ଯିହୋବାଙ୍କ ସାକ୍ଷୀମାନେ ଏକ ଭବିଷ୍ୟତ୍‌ ଜୀବନ ପ୍ରତି ସମ୍ପୂର୍ଣ୍‌ଙ ବିଶ୍ୱାସ ସ୍ଥାପନ କରିଥାʼନ୍ତି । ବାଇବଲ୍‌ର ଶିକ୍ଷାଧାରା ଅନୁଯାୟୀ ଆମେ ମଧ୍ୟ ବିଶ୍ୱାସ କରିଥାଉ ଯେ, ଜଣେ ମନୁଷ୍ୟ ମୃତ୍ୟୁଭୋଗ କରିବାଦ୍ୱାରା ତାହାର ଅସ୍ଥିତ୍ୱ ପ୍ରକୃତରେ ଲୋପ ପାଇଯାଇଥାଏ ଏବଂ “ସେହିଦିନ ତାହାର ସଂକଳ୍ପସବୁ ନଷ୍ଟ ହୁଏ ।” (ଗୀତସଂହିତା ୧୪୬:୩, ୪; ଯିହିଜିକଲ ୧୮:୪; ଉପଦେଶକ ୯:୫) ହଁ, ଏକ ପୁନରୁତ୍ଥାନରେ ମୃତମାନଙ୍କୁ ଈଶ୍ୱର ସ୍ମରଣ କରିବା ବିଷୟଟି ଉପରେ ସେମାନଙ୍କ ଭବିଷ୍ୟତ୍‌ ଜୀବନ ଆଧାରିତ ଅଟେ ।—ଯୋହନ ୫:୨୮, ୨୯)

ଯାହାହେଉନା କହିଁକି, ଯିହୋବାଙ୍କ ସାକ୍ଷୀଗଣଙ୍କର ଦୃଢ଼ ବିଶ୍ୱାସ ଯେ, ଈଶ୍ୱରଙ୍କ ରାଜ୍ୟ ଯେଉଁ ସମୟରେ ବର୍ତ୍ତମାନର ସମସ୍ତ ଶାସନତନ୍ତର୍ର ପରିସମାଯ୍ତି ଘଟାଇବ, ସେତେବେଳେ ବର୍ତ୍ତମାନର ଜୀବିତମାନଙ୍କ ମଧ୍ୟରୁ ଅନେକେ ତହିଁରୁ ବଞ୍ଚିପାରିବେ ଏବଂ ନୋହ ଓ ତାଙ୍କ ପରିବାରଟି ମହାଜଳପ୍ଳାବନରୁ ରକ୍ଷା ପାଇଥିବା ଭଳି ସେମାନେ ମଧ୍ୟ ଏକ ଶୁଚିକୃତ ପୃଥିବୀରେ ସଦାକାଳ ସକାଶେ ବଞ୍ଚିରହି ଜୀବନର ସ୍ୱାଦ ଉପଭୋଗ କରିବେ । (ମାଥିଉ ୨୪:୩୬-୩୯; ୨ ପିତର ୩:୫-୭, ୧୩) ମାତ୍ର ଆମେ ବିଶ୍ୱାସ କରୁ ଯେ, ଏଇ ବଞ୍ଚିରହିବା ବିଷୟଟି ଆମଠାରୁ ଯିହୋବାଙ୍କର କେତେକ ଦାବୀର ପରିପୂରଣ ଉପରେ ହିଁ ନିର୍ଭରଶୀଳ ଅଟେ, ଯେପରିକି ବାଇବଲ ପ୍ରକାଶ କରେ: “ସଂସାର . . . ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍‌ଥା ପାଳନ କରେ, ସେ ନିତ୍ୟସ୍ଥାୟୀ ।”—୧ ଯୋହନ ୨:୧୭; ଗୀତସଂହିତା ୩୭:୧୧; ପ୍ରକାଶିତ ବାକ୍ୟ ୭:୯, ୧୩-୧୫; ୨୧:୧-୫ ।

ଏହି କ୍ଷୁଦ୍ର ପୁସ୍ତିକାଟିରେ ଅବଶ୍ୟ ଯିହୋବାଙ୍କ ସାକ୍ଷୀଗଣଙ୍କର ସମସ୍ତ ବିଶ୍ୱାସମତ ସମ୍ବନ୍ଧରେ ବର୍ଣ୍‌ଙନା କରିବା ସମ୍ଭବପର ନୁହେଁ, ମାତ୍ର ଏ ସମ୍ପର୍କରେ ଅଧିକ ଜାଣିବା ସକାଶେ ଆମେ ଆପଣଙ୍କୁ ସାଦର ନିମନ୍ତଣ୍ର ଜଣାଉଛୁ ।

ଅନ୍ୟରୂପେ ଦର୍ଶିତ ନହୋଇଥିବା ସମସ୍ତ ବାଇବଲ୍‌ ଉଦ୍ଧୃତାଂଶ ଗୁଡ଼ିକ ଓଡ଼ିଆ ବାଇବଲ୍‌ ଷ୍ଟାଣ୍ଡାର୍ଡ ଟ୍ରାନ୍‌ସଲେଶନ୍‌ରୁ ଆନୀତ ।

[୪ ପୃଷ୍ଠାରେ ସଂକ୍ଷିଯ୍ତ ବର୍ଣ୍ଣନା]

ଆମେ ଯିହୋବାଙ୍କ ସାକ୍ଷୀ ନାମଟି ଗ୍ରହଣ କରୁଛୁ, କାରଣ ଆମେ ଯୀଶୁଙ୍କୁ ଅନୁକରଣ କରିଥାଉ