इस जानकारी को छोड़ दें

ବାଇବଲ ବିଷୟରେ ଆପଣ ଅଧିକ ଜାଣିବାକୁ ଚାହାନ୍ତି କି ?

ବାଇବଲ ବିଷୟରେ ଆପଣ ଅଧିକ ଜାଣିବାକୁ ଚାହାନ୍ତି କି ?

ବାଇବଲ ବିଷୟରେ ଆପଣ ଅଧିକ ଜାଣିବାକୁ ଚାହାନ୍ତି କି ?

ବାଇବଲ କାହିଁକି ପଢ଼ିବା ?

ବାଇବଲ ଏକ ଅତୁଳନୀୟ ପୁସ୍ତକ। ଏଥିରେ ଆମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ଉତ୍ତମ ଉପଦେଶ ଉଲ୍ଲେଖ ଅଛି। (୧ ଥେସଲନିକୀୟ ୨:୧୩) ଯଦି ଆପଣ ବାଇବଲ ଶିକ୍ଷାକୁ ନିଜ ଜୀବନରେ ପ୍ରୟୋଗ କରନ୍ତି, ତେବେ ବହୁତ ଉପକୃତ ହେବେ। ଏହା ଦ୍ୱାରା ଆପଣ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହୋଇ ପାରିବେ ଯିଏ କି ‘ସମସ୍ତ ଉତ୍ତମ [ବିଷୟ] ଓ ସମ୍ପୂର୍ଣ୍ଣ ଦାନର ଦାତା ।’ (ଯାକୁବ ୧:୧୭) ପ୍ରାର୍ଥନା ଦ୍ୱାରା ଆପଣ କିପରି ତାହାଙ୍କଠାରୁ ସାହାଯ୍ୟ ପାଇ ପାରିବେ ଏବଂ ସମଷ୍ୟା ସମୟରେ ମଧ୍ୟ କିପରି ପରମେଶ୍ୱରଙ୍କ ସାହାଯ୍ୟ ଭିକ୍ଷା କରି ପାରିବେ ତାହା ଆପଣ ଜାଣି ପାରିବେ। ଯଦି ଆପଣ ପରମେଶ୍ୱରଙ୍କ ଶିଦ୍ଧାନ୍ତ ଅନୁସାରେ ଜୀବନ ବିତାନ୍ତି, ତେବେ ଆପଣ ଅନନ୍ତ ଜୀବନ ପାଇ ପାରିବେ।—ରୋମୀୟ ୬:୨୩.

ବାଇବଲ ଉଲ୍ଲିଖିତ ସତ୍ୟ ଦ୍ୱାରା ଚକ୍ଷୁ ଉନ୍ମୋଚନ ହୁଏ। ଯେଉଁମାନେ ଏହି ସତ୍ୟଜ୍ଞାନ ପାଆନ୍ତି, ସେମାନେ ଅନ୍ଧବିଶ୍ୱାସରୁ ମୁକ୍ତ ହୁଅନ୍ତି ଯାହା ଆଜି ଲକ୍ଷଲକ୍ଷ ଲୋକଙ୍କୁ ନିଜ ବଳୟରେ ବାନ୍ଧି ରଖିଛି। ଉଦାହରଣସ୍ୱରୁପ ବାଇବଲର ସତ୍ୟଜ୍ଞାନ ଦ୍ୱାରା ଆମେ ଜାଣିପାରୁ ଯେ ମୃତ୍ୟୁ ପରେ ଆମର କଣ ହୁଏ ? ଉଦାହରଣସ୍ୱରୁପ, ମୃତ ବ୍ୟକ୍ତିମାନେ ଆମର କିଛି କ୍ଷତି କରନ୍ତି କିମ୍ବା ମୃତ ଆତ୍ମୀୟମାନେ ନର୍କଯନ୍ତ୍ରଣା ଅନୁଭବ କରନ୍ତି ନାହିଁ ଆଦି ବିଷୟରୁ ଆମେ ମୁକ୍ତ ହୋଇଅଛୁ। (ଯିହିଜିକଲ ୧୮:୪) ଯେଉଁମାନଙ୍କ ପ୍ରିୟଜନମାନେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ ବାଇବଲରେ ଥିବା ପୁନରୁତ୍ଥାନର ଶିକ୍ଷା ସାନ୍ତୋନା ଦେଇଥାଏ। (ଯୋହନ ୧୧:୨୫) ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସମ୍ବନ୍ଧରେ ସତ୍ୟ ବିଷୟ ଜାଣିବା ଦ୍ୱାରା ଆମେ ପ୍ରେତ ଆତ୍ମଆତ୍ମାବାଦୀ ଭୟଙ୍କର ବିପର୍ଯୟରୁ ସାବଧାନ ହେଉ ଓ ପୃଥିବୀରେ ଏତେ ବିପଦ କାହିଁକି ଅଛି, ତାହା ବୁଝିପାରୁ

ବାଇବଲ ଉଲ୍ଲିଖିତ ଐଶିକ ନୀତ ଆମକୁ ବୁଝାଇଥାଏ ଯେ କିପରି ଜୀବନ ଯାପନ କଲେ ଆମ ସ୍ୱାସ୍ଥ୍ୟର ଉପକାର ହେବ। ଉଦାହରଣସ୍ୱରୁପ ଏକ ଆତ୍ମସଂଯମି ବ୍ୟକ୍ତି ସ୍ୱାଥ୍ୟବାନ ରହେ। (୧ ତୀମଥି ୩:୨) ‘ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରିବା’ ଦ୍ୱାରା ଆମେ ନିଜକୁ ସ୍ୱାଥ୍ୟବାନ କରିପାରିବା। (୨ କରିନ୍ଥୀୟ ୭:୧) ବାଇବଲ ଇଲ୍ଲିଖିତ ଈଶ୍ୱରଙ୍କ ଉପଦେଶ ମାନିବା ଦ୍ୱାରା ସଫଳ ବିବାହ ହୁଏ ଓ ଆତ୍ମ ସମ୍ମାନ ବଢ଼େ।—୧ କରିନ୍ଥୀୟ ୬:୧୮.

ଯଦି ଆପଣ ଇଶ୍ୱରଙ୍କ ବାକ୍ୟକୁ ନିଜ ଜୀବନରେ ପ୍ରୟୋଗ କରନ୍ତି, ତେବେ ଆପଣଙ୍କ ଜୀବନ ସୁଖମୟ ହୋଇପାରିବ। ବାଇବଲ ଜ୍ଞାନ ଆମ ମନରେ ଶାନ୍ତି ଓ ସନ୍ତୋଷ ପାଇବା ପାଇଁ ସାହାଯ୍ୟ କରେ, ତତ୍‌ସଙ୍ଗେ ଆମକୁ ଉତ୍ତମ ଭବିଷ୍ୟତର ଆଶା ଦେଖାଏ। ଏହା ଆମକୁ କରୁଣା, ପ୍ରେମ, ଶାନ୍ତି, ଆନନ୍ଦ, ଦୟା ଓ ବିଶ୍ୱାସ ଭଳି ସଦ୍‌ଗୁଣଗୁଡ଼ିକ ଉତ୍ପନ କରିବାରେ ସାହାଯ୍ୟ କରିଥାଏ। (ଗାଲାତୀୟ ୫:୨୨, ୨୩; ଏଫିସୀୟ ୪:୨୪, ୩୨) ଏପରି ଗୁଣ ଆମକୁ ଉତ୍ତମ ସ୍ୱାମୀ ବା ସ୍ତ୍ରୀ ପିତା ବା ମାତା ପୁଅ ବା ଝିଅ ହେବା ପାଇଁ ସାହାଯ୍ୟ କରେ।

ଆପଣ ଭବିଷ୍ୟଦ ବିଷୟରେ ଚିନ୍ତା କରିଛନ୍ତି କି ? ବାଇବଲରେ ଥିବା ଭବିଷ୍ୟଦ ବାଣୀଗୁଡିକ ଦେଖାଏ ଯେ ଆମେ ଆଜି ମାନବ ଇତିହାସର ଘଡ଼ିସନ୍ଧୀ ମୁହୂର୍ତ୍ତରେ ପହଞ୍ଚିଛୁ। ଉଲ୍ଲିଖିତ ଭବିଷ୍ୟଦ ବାଣୀଗୁଡ଼ିକ କେବଳ ବର୍ତ୍ତମାନ ପୃଥିବୀର ପରିସ୍ଥିତି ବିଷୟରେ ଦର୍ଶାଏ, ତାହା ନୁହେଁ କିନ୍ତୁ ପରମେଶ୍ୱର ଯେ ଅତି ଶୀଘ୍ର ଏହି ଦୁଃଖପୂର୍ଣ୍ଣ ପୃଥିବୀକୁ ଏକ ପାରାଦୀଶରେ ପରିଣତ କରିବେ ଏହା ମଧ୍ୟ ଦର୍ଶାଏ।—ପ୍ରକାଶିତ ବାକ୍ୟ ୨୧:୩, ୪.

ବାଇବଲ ବୁଝିବା ନିମନ୍ତେ ସାହାଯ୍ୟ

ସମ୍ଭବତଃ ଆପଣ ବାଇବଲ ପଢ଼ିଥିବେ କିନ୍ତୁ ଏହା ବୁଝିବା କଷ୍ଟକର ହୋଇଥିବ। ହୁଏତ ଆପଣ ବାଇବଲରେ ନିଜ ପ୍ରଶ୍ନର ଉତ୍ତର ଖୋଜିବାରେ ସକ୍ଷମ ହୋଇ ନଥିବେ। ଯଦି ଆପଣଙ୍କ ଏପରି ସମଷ୍ୟା ରହିଛି ତେବେ ଆପଣ ଏକା ନୁହଁନ୍ତି। ଆମେ ସମସ୍ତେ ଈଶ୍ୱରଙ୍କ ବାକ୍ୟ ବୁଝିବା ନିମନ୍ତେ ସାହାଯ୍ୟର ଆବଶ୍ୟକ କରିଥାଉ। ସେଥିପାଇଁ ଯିହୋବା ସାକ୍ଷୀମାନେ ପ୍ରାୟ ୨୩୫ ଦେଶରେ ପରମେଶ୍ୱରଙ୍କ ବାକ୍ୟ ବାଇବଲକୁ ବିନାମୂଲ୍ୟରେ ଲକ୍ଷଲକ୍ଷ ଲୋକଙ୍କୁ ବୁଝିବାରେ ସାହାଯ୍ୟ କରୁଛନ୍ତି। ଆପଣଙ୍କୁ ମଧ୍ୟ ସାହାଯ୍ୟ କରି ସେମାନେ ଖୁସୀ ହେବେ ।

ମୌଳିକ ଶିକ୍ଷାରୁ ଆରମ୍ଭ କରି ବାଇବଲକୁ ନିୟମିତ ରୂପେ ଅଧ୍ୟୟନ କଲେ ଉତ୍ତମ ହେବ। (ଏବ୍ରୀ ୬:୧) ଏପରି ଅଧ୍ୟୟନ କରିବା ଦ୍ୱାରା ଆପଣ “ଗୁରୁପାକ ଖାଦ୍ୟ” ଅର୍ଥାତ ବାଇବଲର ନିଗୁଢ଼ ତଥ୍ୟ ବୁଝିବାରେ ସମର୍ଥ ହୋଇ ପାରିବେ। (ଏବ୍ରୀ ୫:୧୪) ଏହାର ବିଭିନ୍ନ ବିଷୟ ବୁଝିବା ପାଇଁ ଶାସ୍ତ୍ରୀୟ ଆଧାରିତ ପୁସ୍ତିକା ଆମକୁ ସାହାଯ୍ୟ କରିଥାଏ। ଏହାର ନାମ ପରମେଶ୍ୱର ଆମ୍ଭମାନଙ୍କ ଠାରୁ କʼଣ ଚାହାଁନ୍ତି ? ।

ଆପଣ ବାଇବଲ ଅଧ୍ୟୟନ କରିବା ପାଇଁ କିଛି ସମୟ ଦେବାକୁ ଚାହାନ୍ତି କି ?

ଆପଣଙ୍କ ସମୟ ଅନୁସାରେ ବାଇବଲ ଅଧ୍ୟୟନ ନିମନ୍ତେ ସମୟ ଓ ସ୍ଥାନ ନିର୍ଧାରିତ କରାଯିବ। ବାଇବଲ ଅଧ୍ୟୟନ ନିଜ ନିଜ ଘରେ କରାଯାଇ ଥାଏ। ଏପରିକି କେତେକ ଅଧ୍ୟୟନ ଟେଲିଫୋନ ମାଧ୍ୟମରେ କରାଯାଏ। ଏହି ଅଧ୍ୟୟନ କୌଣସି ଶ୍ରେଣୀ ଅଧ୍ୟୟନ ପରି କରାଯାଏ ନାହିଁ, ଯେଉଁଠି ଅନେକ ଲୋକ ଏକାଠି ବସି ଅଧ୍ୟୟନ କରନ୍ତି। ଏହା ଆପଣଙ୍କ ପରିସ୍ଥିତି ଶିକ୍ଷାଗତ ଯୋଗ୍ୟତା ଓ ବୁଝିବାର ଦକ୍ଷତାକୁ ଦୃଷ୍ଟିରେ ରଖି ବନ୍ଦୋବସ୍ତ କରାଯାଏ। ଏଥିରେ କୌଣସି ପରୀକ୍ଷା ନିଆଯାଏ ନାହିଁ, ଯେଉଁଥି ପାଇଁ ଆପଣ ଲଜ୍ଜିତ ହେବେ। ଆପଣଙ୍କ ପ୍ରଶ୍ନର ଉତ୍ତର ବାଇବଲରୁ ଦିଆଯିବ। ଆପଣ ପରମେଶ୍ୱରଙ୍କ ନିକଟବର୍ତ୍ତୀ କିପରି ହେବେ, ତାହା ଶିଖି ପାରିବେ।

ଏହି ବାଇବାଲ ଅଧ୍ୟୟନ ନିମନ୍ତେ କୌଣସି ମୂଲ୍ୟ ଦେବାକୁ ପଡ଼େ ନାହିଁ। (ମାଥିଉ ୧୦:୮) ଏହା ଦ୍ୱାରା ସମସ୍ତ ଲୋକମାନଙ୍କୁ ଓ ଯେଉଁମାନେ କୌଣସି ଧର୍ମକୁ ମାନନ୍ତି ନାହିଁ। ମାତ୍ର ଐଶ୍ୱରିକ ଜ୍ଞାନ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ସେମାନଙ୍କୁ ବିନାମୂଲ୍ୟରେ ଶିକ୍ଷା ଦିଆଯାଏ।

ଏହି ଅଧ୍ୟୟନରେ କେଉଁମାନେ ଭାଗ ନେଇ ପାରିବେ ? ଆପଣଙ୍କ ପରିବାରର ସମସ୍ତ ସଦଶ୍ୟ ଭାଗ ନେଇ ପାରିବେ। ଯଦି ଆପଣ ଚାହାନ୍ତି, ତେବେ ଆପଣ ନିଜ ବନ୍ଧୁବାନ୍ଧବଙ୍କୁ ସେହି ଅଧ୍ୟୟନ ପାଇଁ ଆମନ୍ତ୍ରୀତ କରିପାରନ୍ତି, ଅଥବା ଯଦି ଆପଣ ଏକା ଅଧ୍ୟନୟ କରିବାକୁ ଚାହାନ୍ତି, ତେବେ କେବଳ ଆପଣଙ୍କ ସହିତ ଅଧ୍ୟୟନ କରାଯିବ।

ଅନେକ ଲୋକ ବାଇବଲ ଅଧ୍ୟୟନ ପାଇଁ ଗୋଟିଏ ଘଣ୍ଟା ସମୟ ଦିଅନ୍ତି। ମାତ୍ର ସପ୍ତାହରେ ଆପଣ ଯେତିକି ସମୟ ଦେଇ ପାରିବେ ଯିହୋବା ସାକ୍ଷୀମାନେ ଆପଣଙ୍କୁ ସହାଯ୍ୟ କରିବାରେ ଖୁସି ହେବେ।

ଶିଖିବା ନିମନ୍ତେ ଆହ୍ୱାନ

ଆମେ ଚାହୁଁ ଆପଣ ଯିହୋବା ସାକ୍ଷୀମାନଙ୍କ ସହିତ ଯୋଗାଯୋଗ କରନ୍ତୁ। ଏହାର ଗୋଟିଏ ଉପାୟ ହେଉଛି ଆପଣ ନିମ୍ନରେ ଦିଆଯାଇଥିବା କୌଣସି ନିକଟବର୍ତ୍ତୀ ଠିକଣାରେ ଲେଖନ୍ତୁ। ଯାହାଫଳରେ ଆପଣଙ୍କ ସହିତ ବାଇବଲ ଅଧ୍ୟୟନ କରିବା ପାଇଁ ଜଣକୁ ପଠାଇବାର ବନ୍ଧୋବସ୍ତ କରାଯିବ।

“ପରମେଶ୍ୱର ଆମମାନଙ୍କ ଠାରୁ କʼଣ ଚାହାଁନ୍ତି ?” ଏହି ବିଷୟରେ ମୋ ପାଖକୁ ଅଧିକ ସୂଚନା ପଠାନ୍ତୁ ।

□ ବିନାମୂଲ୍ୟରେ ଅଧ୍ୟୟନ କରିବା ପାଇଁ ମୋ ସହିତ ଯୋଗାଯୋଗ କରନ୍ତୁ ।

ଅନ୍ୟ ସୂଚନା ବ୍ୟତିତ ଏହାର ସବୁ ଉଦ୍ଦୃତି ବାଇବଲ ସୋସାଇଟି ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରକାଶିତ ପବିତ୍ର ବାଇବଲରୁ ନିଆଯାଇଛି ।