इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସତର୍କ ରହନ୍ତୁ !

ସାରା ଦୁନିଆରେ ବଢ଼ୁଥିବା ଦରଦାମ—ଏବିଷୟରେ ପବିତ୍ର ଶାସ୍ତ୍ରରେ କʼଣ ଲେଖାଅଛି ?

ସାରା ଦୁନିଆରେ ବଢ଼ୁଥିବା ଦରଦାମ—ଏବିଷୟରେ ପବିତ୍ର ଶାସ୍ତ୍ରରେ କʼଣ ଲେଖାଅଛି ?

 ୱାଲଡ ବ୍ୟାଙ୍କ ଗ୍ରୁପର ଅଧ୍ୟକ୍ଷ, ଜୁନ ୨୦୨୨ର ଏକ ରିପୋର୍ଟରେ କହିଲେ, “ପୂରା ଦୁନିଆର ଅର୍ଥ ବ୍ୟବସ୍ଥା ପୁଣିଥରେ ଅଚଳ ହୋଇପଡ଼ିଛି । ଗୋଟିଏ ପଟେ ଦରଦାମ ଆକାଶଛୁଆଁ ହୋଇପଡ଼ିଛି, ଆଉ ଅନ୍ୟ ପଟେ ଲୋକଙ୍କ ଘର ଚଳାଇବା ପାଇଁ ଟଙ୍କାପଇସା କମ୍‌ ପଡ଼ୁଛି ।”

 ଆନ୍ତଃରାଷ୍ଟ୍ରୀୟ ମୁଦ୍ରାପାଣ୍ଠି ଅନୁସାରେ, “ପେଟ୍ରୋଲ ଓ ଡିଜେଲ ଏବଂ ଖାଇବା ପିଇବା ଜିନିଷଗୁଡ଼ିକର ଦାମ ଦ୍ରୁତଗତିରେ ବଢ଼ିବାକୁ ଲାଗିଛି । ଆଉ, ଏହାର ପ୍ରଭାବ ସବୁଠୁ ବେଶି ଗରିବ ଦେଶର ଲୋକମାନଙ୍କ ଉପରେ ପଡ଼ୁଛି ।”

 ଦରଦାମ ବୃଦ୍ଧି ଓ ଟଙ୍କାପଇସାର ସମସ୍ୟା କାହିଁକି ଏତେ ବଢ଼ୁଛି ? ଏପରି ସମୟରେ ଆମେ କʼଣ କରିପାରିବା ? ଏବଂ କʼଣ କେବେ ଏପରି ସମୟ ଆସିବ ଯେବେ ଏହି ସମସ୍ୟାଗୁଡ଼ିକ ପୂରାପୂରି ଶେଷ ହୋଇଯିବ ? ବାଇବଲରୁ ଆପଣଙ୍କୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ ।

“ଶେଷକାଳରେ” ବଢ଼ୁଥିବା ଦରଦାମ

  •   ଆମେ ଯେଉଁ ସମୟରେ ବଞ୍ଚୁଛୁ, ତାକୁ ବାଇବଲରେ ‘ଶେଷକାଳ’ କୁହାଯାଇଛି ।—୨ ତୀମଥି ୩:୧.

  •   ଯୀଶୁ କହିଥିଲେ ଯେ ଶେଷକାଳରେ “ଭୟଙ୍କର ଦୃଶ୍ୟ” ଦେଖାଯିବ ଅର୍ଥାତ୍‌ ଏପରି ଘଟଣାଗୁଡ଼ିକ ଘଟିବ ଯାହା ଦେଖି ଆମେ ବହୁତ ଡରିଯିବା । (ଲୂକ ୨୧:୧୧) ଆଉ ଏପରି ହିଁ ହେଉଛି । ଦରଦାମ ବୃଦ୍ଧି ଯୋଗୁଁ ଲୋକଙ୍କର ଡର ବଢ଼ି ବଢ଼ି ଯାଉଛି । ସେମାନଙ୍କୁ ଦିନରାତି ଏକଥାର ଚିନ୍ତା ଲାଗି ରହୁଛି ଯେ ‘କେଜାଣି ଆଗକୁ କʼଣ ହେବ । କʼଣ ମୁଁ ନିଜ ପରିବାର ପାଇଁ ଦୁଇ ଅଳିର ଖାଇବା ଜୁଟାଇପାରିବି ?’

  •   ପ୍ରକାଶିତ ବାକ୍ୟରେ କୁହାଯାଇଛି ଯେ ଶେଷକାଳରେ ଖାଇବା ପିଇବାର ଜିନିଷଗୁଡ଼ିକର ଦରଦାମ ବଢ଼ି ବଢ଼ି ଯିବ । ଏଠାରେ ଲେଖାଅଛି, ‘ମୋତେ ଗୋଟିଏ ସ୍ୱର ଶୁଣାଗଲା ଯାହା କହୁଥିଲା, “ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ ।”’ ଏଠାରେ ସେର ଶବ୍ଦର ଅର୍ଥ ହେଉଛି, ଦିନକର ମଜୁରୀ ।—ପ୍ରକାଶିତ ବାକ୍ୟ ୬:୬.

 ‘ଶେଷକାଳ’ ବିଷୟରେ ଓ ପ୍ରକାଶିତ ବାକ୍ୟରେ ଦିଆଯାଇଥିବା ଭବିଷ୍ୟତବାଣୀ ବିଷୟରେ ଆହୁରି ଜାଣିବା ପାଇଁ ୧୯୧୪ରୁ ଦୁନିଆ ବଦଳି ଗଲା (ହିନ୍ଦୀ) ଭିଡିଓ ଦେଖନ୍ତୁ ଏବଂ “ଚାରି ଅଶ୍ୱାରୋହୀ—ଏମାନେ କିଏ ଅଟନ୍ତି ?” (ହିନ୍ଦୀ) ନାମକ ଲେଖା ପଢ଼ନ୍ତୁ ।

ସବୁ ଆର୍ଥିକ ସମସ୍ୟାର ଗୋଟିଏ ହିଁ ଉପାୟ

  •   “ପୁଣି, ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ । ସେମାନେ ନିର୍ମାଣ କଲେ, ଅନ୍ୟ କେହି ତହିଁରେ ବାସ କରିବ ନାହିଁ; ସେମାନେ ରୋପଣ କଲେ, ଅନ୍ୟ କେହି ଫଳ ଭୋଗ କରିବ ନାହିଁ ।”—ଯିଶାଇୟ ୬୫:୨୧, ୨୨.

  •   “ଦେଶ ମଧ୍ୟରେ ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ ହେବ ।”—ଗୀତସଂହିତା ୭୨:୧୬.

  •   “ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା ।”—ଗୀତସଂହିତା ୧୨:୫. a

 ଖୁବ୍‌ ଶୀଘ୍ର ଈଶ୍ୱର ଏପରି ସବୁ ଆର୍ଥିକ ସମସ୍ୟାଗୁଡ଼ିକୁ ଶେଷ କରିଦେବେ, ଯେଉଁଥିରୁ ଲୋକମାନଙ୍କୁ କଷ୍ଟ ସହିବାକୁ ପଡ଼ୁଛି । ସେ ଏହା କେବଳ ଗୋଟିଏ ଦେଶରେ ନୁହେଁ ବରଂ ସାରା ଦୁନିଆରେ ଏପରି କରିବେ । କିନ୍ତୁ ସେ ଏହା କିପରି କରିବେ ? ଜାଣିବା ପାଇଁ ଏହି ଲେଖା ପଢ଼ନ୍ତୁ, “କʼଣ କେବେ ଏପରି ଅର୍ଥ ବ୍ୟବସ୍ଥା ହେବ ଯାହା ସମସ୍ତଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରିବ ?” (ଇଂରାଜୀ) ଏବଂ “କʼଣ ଦରିଦ୍ରତାକୁ ସବୁଦିନ ପାଇଁ ଶେଷ କରାଯାଇପାରିବ ?” (ହିନ୍ଦୀ)

 କିନ୍ତୁ ବାଇବଲ ସାହାଯ୍ୟରେ ଆମେ ଆଜି ମଧ୍ୟ ବଢ଼ୁଥିବା ଦରଦାମର ସାମନା କରିପାରିବା । ତାହା କିପରି ? ଏଥିରେ କିଛି ପରାମର୍ଶ ଦିଆଯାଇଛି ଯେ ଆମେ କିପରି ଭାବିଚିନ୍ତି ପଇସା ଖର୍ଚ୍ଚ କରିପାରିବା । (ହିତୋପଦେଶ ୨୩:୪, ୫; ଉପଦେଶକ ୭:୧୨) ଏହି ପରାମର୍ଶ ଆପଣଙ୍କ ବି ବହୁତ କାମରେ ଆସିପାରିବ । ଏବିଷୟରେ ଆହୁରି ଜାଣିବା ପାଇଁ ଏହି ଲେଖା ପଢ଼ନ୍ତୁ, “ପଇସା ବିଷୟରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ” (ହିନ୍ଦୀ) ଏବଂ “କମ୍‌ ପଇସାରେ କିପରି ଚଳିପାରିବା ?” (ହିନ୍ଦୀ)

a ଯିହୋବା, ଈଶ୍ୱରଙ୍କ ନାମ ଅଟେ ।—ଗୀତସଂହିତା ୮୩:୧୮.