इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସତର୍କ ରହନ୍ତୁ !

ସ୍କୁଲ ଗୁଳିକାଣ୍ଡ—ଏବିଷୟରେ ପବିତ୍ର ଶାସ୍ତ୍ରରେ କʼଣ ଲେଖାଅଛି ?

ସ୍କୁଲ ଗୁଳିକାଣ୍ଡ—ଏବିଷୟରେ ପବିତ୍ର ଶାସ୍ତ୍ରରେ କʼଣ ଲେଖାଅଛି ?

 ୨୪ ମେ, ୨୦୨୨ରେ ଆମେରିକା ରାଜ୍ୟର ଟେକ୍ସସ୍‌ରେ ଏକ ଛୋଟ ସହର ୟୁୱାଲଡେରେ ଏକ ଭୟଙ୍କର ଘଟଣା ଘଟିଲା । ଦା ନ୍ୟୁ ୟର୍କ ଟାଇମ୍‌ସ ଖବରକାଗଜ ଅନୁସାରେ, ‘ଜଣେ ବ୍ୟକ୍ତି ଗୋଟିଏ ପ୍ରାଥମିକ ସ୍କୁଲରେ (ରୋବ ଏଲିମେନ୍‌ଟ୍ରି ସ୍କୁଲ) ୧୯ ଜଣ ପିଲାଙ୍କୁ ଓ ୨ ଜଣ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କଲା ।’

 ଦୁଃଖର କଥା ଯେ ଏପରି ଲୋମ ଟାଙ୍କୁରି ଉଠୁଥିବା ଘଟଣାଗୁଡ଼ିକ ବହୁତ ସାଧାରଣ ହୋଇଯାଇଛି । ୟୁଏସ୍‌ଏ ଟୁଡେ ଖବରକାଗଜରେ ଏହି ରିପୋର୍ଟ ଦିଆଯାଇଥିଲା ଯେ କେବଳ ଆମେରିକାରେ “ଗତ ବର୍ଷ ସ୍କୁଲରେ ଗୁଳିକାଣ୍ଡର ୨୪୯ଟି ଘଟଣା ଘଟିଛି । ବୋଧେ ୧୯୭୦ରୁ ଏବେ ଯାଏ ଏତିକି ଘଟଣା କୌଣସି ବର୍ଷ ଘଟିନାହିଁ ।”

 ଏପରି ଭୟଙ୍କର ଘଟଣାଗୁଡ଼ିକ କାହିଁକି ହୋଇଥାଏ ? ଆମେ ଏହାର ସାମନା କିପରି କରିପାରିବା ? କʼଣ ଏପରି ହିଂସା କେବେ ଶେଷ ହେବ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ବାଇବଲରେ ଦିଆଯାଇଛି ।

ଆଜି ଦୁନିଆରେ ଏତେ ହଣାକଟା କାହିଁକି ହେଉଛି ?

  •    ବାଇବଲରେ ଲେଖାଯାଇଛି ଯେ “ଶେଷକାଳରେ” ଅନେକ ଲୋକ “ସ୍ନେହଶୂନ୍ୟ”“ପ୍ରଚଣ୍ଡ” ଅର୍ଥାତ୍‌ ହିଂସ୍ରକ ହେବେ । ଆଜି ଆମେ ସେହି ସମୟରେ ବଞ୍ଚୁଛୁ । ସେଥିପାଇଁ ଅନେକ ଲୋକ ନିର୍ଦ୍ଦୟୀ ହୋଇଯାଇଛନ୍ତି ଏବଂ ବିନା ଭାବିଚିନ୍ତି ହଣାକଟା କରୁଛନ୍ତି । କେବଳ ଏତିକି ନୁହେଁ, ବାଇବଲରେ ଲେଖାଯାଇଛି ଯେ ଏପରି ଲୋକ “ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ ।” (୨ ତୀମଥି ୩:୧-୫, ୧୩) ଏବିଷୟରେ ଅଧିକ ଜାଣିବା ପାଇଁ, “ଆଖୀର କ୍ୟୁ ଇତନି ଦୁଃଖ ତାକଲିଫେଁ ହୈ ?” ଲେଖା ପଢ଼ନ୍ତୁ ।

 ଅନେକ ଲୋକଙ୍କ ମନରେ ଏପରି ପ୍ରଶ୍ନ ଉଠେ, ‘ଈଶ୍ୱର ସ୍କୁଲରେ ଘଟୁଥିବା ଗୁଳିକାଣ୍ଡ ଭଳି ଭୟଙ୍କର ଘଟଣାଗୁଡ଼ିକୁ କାହିଁକି ରୋକନ୍ତି ନାହିଁ ?’ ଏବିଷୟରେ ମଧ୍ୟ ବାଇବଲରେ ଦିଆଯାଇଛି । ଏହା ଜାଣିବା ପାଇଁ “ଆଚ୍ଛେ ଲୋଗୋ କେ ସାଥ ବୁରା କ୍ୟୁ ହୋତା ହୈ ?” ଲେଖା ପଢ଼ନ୍ତୁ ।

ଏପରି ହୃଦୟ ବିଦାରକ ଘଟଣାଗୁଡ଼ିକୁ ସାମନା କରିବା ପାଇଁ ଆମେ କʼଣ କରିପାରିବା ?

  •    “ଆମ୍ଭେମାନେ ଯେପରି ଶାସ୍ତ୍ରଲବ୍ଧ ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥିନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହିସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି ।”—ରୋମୀୟ ୧୫:୪.

 ଯେତେବେଳେ ଆମ ଚାରିପଟେ ହିଂସା ହେଉଥାଏ, ତେବେ ଏପରି ପରିସ୍ଥିତିର ସାମନା କରିବା ପାଇଁ ବାଇବଲର ପରାମର୍ଶ ଆମର ବହୁତ କାମରେ ଆସିପାରିବ । ଏବିଷୟରେ ଅଧିକ ଜାଣିବା ପାଇଁ “କ୍ୟା ଏସି ଦୁନିଆ ମୁମକିନ ହୈ, ଜାହାଁ ହିଂସା ନା ହୋ ?” ଲେଖା ପଢ଼ନ୍ତୁ ।

 ଏପରି ଲୋମ ଟାଙ୍କୁରି ଉଠୁଥିବା ଖବରଗୁଡ଼ିକ ଶୁଣି କିମ୍ବା ଦେଖି ଛୋଟ ପିଲାମାନେ ବହୁତ ଡରିଯାʼନ୍ତି । ଏପରି ସମୟରେ ବାପାମାଆ ସେମାନଙ୍କୁ ସାହାଯ୍ୟ କିପରି କରିପାରିବେ ? ଏହା ଜାଣିବା ପାଇଁ “ଆଚ୍ଛେ ରିଶତେ ରାଖେଁ” ଲେଖାର “ବାଚ୍ଚୋଁ କୋ ସାମଝେ ଓର ଉନକି ମାଦାଦ କାରେଁ” ଶୀର୍ଷକ ତଳେ ଦିଆଯାଇଥିବା ତଥ୍ୟ ଏବଂ “ବୁରି ଖାବରୋଁ କା ବାଚ୍ଚୋଁ ପାର ଆସାର” ଲେଖା ପଢ଼ନ୍ତୁ ।

କʼଣ ହିଂସା କେବେ ଶେଷ ହେବ ?

  •    “ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ ।”—ଗୀତସଂହିତା ୭୨:୧୪.

  •    “ସେମାନେ ଆପଣା ଆପଣା ଖଡ଼୍‌ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦା, ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ଼୍‌ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ ।”—ମୀଖା ୪:୩.

 ଈଶ୍ୱର ସେସବୁ କରିବେ, ଯାହା ମଣିଷ କେବେ ବି କରିପାରିବ ନାହିଁ । ସ୍ୱର୍ଗରେ ସ୍ଥିର ତାଙ୍କ ସରକାର ସବୁ ଅସ୍ତ୍ରଶସ୍ତ୍ର ନଷ୍ଟ କରିଦେବ ଏବଂ ସବୁପ୍ରକାର ହିଂସାକୁ ଶେଷ କରିଦେବ । ଈଶ୍ୱରଙ୍କ ସରକାର ଆଉ କʼଣ କʼଣ କରିବ ଏହା ଜାଣିବା ପାଇଁ “ପାରମେଶ୍ୱର କେ ରାଜ ମେଁ ‘ହାର ତାରାଫ ଶାନ୍ତି ରାହେଗି’” ଲେଖା ପଢ଼ନ୍ତୁ ।