ଗୀତ ୧୮
ମୁକ୍ତି ପାଇଁ କୃତଜ୍ଞ
-
୧. ଯିହୋବା କଲ
ଆଜି ନିକଟତର,
ନିଜ ପୁଅକୁ ଦେଇ
କରିଲ ସମ୍ଭବ ।
ଏ ବଳିଦାନ ଦ୍ୱାରା
ଆମେ ବଞ୍ଚିବା ।
ପ୍ରେମର ଏ ପ୍ରମାଣ
ଥିବ ଆଉ କʼଣ ?
(ଘୋଷା)
ପୁତ୍ର ରକ୍ତ ଦେଲେ ଯେବେ,
ପାଇଲୁ ମୁକ୍ତି ଯେ ତେବେ ।
ଏ ଅର୍ପଣ,
କେବେ ବି ଭୁଲିପାରିବୁ ନାହିଁ ।
-
୨. ଦେଲେ ଆନନ୍ଦରେ
ଯୀଶୁ ଭାରି ମୂଲ୍ୟ,
ଥିଲେ ନିର୍ଦ୍ଦୋଷ,
ହେଲେ ବି ଜୀବନ ଦେଲେ ।
ପାଇଲୁ ଆଶା ଯେ
ସିଦ୍ଧ ଜୀବନର,
ଖୋଲିଗଲା ଯେ ଏବେ
ବନ୍ଧନ ମୃତ୍ୟୁର ।
(ଘୋଷା)
ପୁତ୍ର ରକ୍ତ ଦେଲେ ଯେବେ,
ପାଇଲୁ ମୁକ୍ତି ଯେ ତେବେ ।
ଏ ଅର୍ପଣ,
କେବେ ବି ଭୁଲିପାରିବୁ ନାହିଁ ।
(ଏବ୍ରୀ ୯:୧୩, ୧୪; ୧ ପିତ. ୧:୧୮, ୧୯ ମଧ୍ୟ ଦେଖନ୍ତୁ ।)