इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୨୮

ଯିହୋବାଙ୍କ ମିତ୍ର କିଏ ?

ଯିହୋବାଙ୍କ ମିତ୍ର କିଏ ?

(ଗୀତସଂହିତା ୧୫)

  1. ୧. ହେ ଆମ ଈଶ୍ୱର-

    କିଏ ତୁମ ମିତ୍ର ?

    କିଏ ତୁମ ଭରସାଯୋଗ୍ୟ ?

    କିଏ ତୁମ ନିଜ ?

    ରହେ ଯେ ପବିତ୍ର ।

    କରେ ଯେ କାମ ଠିକ୍‌ ।

    ଯିଏ ସଦା ବିଶ୍ୱସ୍ତ ରହେ ।

    ଚାଲେ ସତ୍ୟ ପଥେ ।

  2. ୨. ହେ ପିତା ଯିହୋବା-

    କିଏ ତୁମ ପ୍ରିୟ ?

    କିଏ ଦିଏ ତୁମକୁ ଖୁସି ?

    କାହାର ନାଁ ଜାଣ ?

    କୁହେନି ଯେ ମିଛ ।

    ଯିଏ ମାନେ ଆଜ୍ଞା ।

    ଯିଏ କରେ ଅନ୍ୟକୁ ପ୍ରେମ ।

    ସତ କୁହେ ସଦା ।

  3. ୩. ହେ ମୋହର ପ୍ରଭୁ-

    ଶୁଣ ମୋ ପ୍ରାର୍ଥନା,

    ଜାଣୁଛ ମୋ ଚିନ୍ତାର ଭାର,

    ଯତ୍ନ ନିଅ ମୋର ।

    ମିତ୍ରତା ଆମର,

    ବଢ଼ୁ ଯେ ଗଭୀର ।

    ଯିହୋବା ତୁମ ପରି ମିତ୍ର,

    ପାଇବାନି କେବେ ।

(ଗୀତ. ୧୩୯:୧; ୧ ପିତ. ୫:୬, ୭ ମଧ୍ୟ ଦେଖନ୍ତୁ ।)