ଗୀତ ୨୯
ତୁମ ନାଁ ଉଚ୍ଚ କରିବା !
-
୧. ଯିହୋବା ଅଟ ତୁମେ କେତେ ମହାନ,
ବୁଦ୍ଧିମାନ ଆଉ ସର୍ବଶକ୍ତିମାନ ।
ତୁମ କାମ ଧାର୍ମିକ, ସିଦ୍ଧ, ନ୍ୟାୟ,
ପ୍ରେମର ଗୁଣ ତୁମ ମୁଖ୍ୟ ।
ତୁମ ପରି ନାହିଁ କେହି ଈଶ୍ୱର,
କରିବା ତୁମ ନାଁର ପ୍ରଚାର ।
(ଘୋଷା)
ତୁମ ସାକ୍ଷୀ ଆମେ ହେ ଯିହୋବା,
କରିବା ତୁମ ନାଁ ଉଚ୍ଚ ସଦା ।
-
୨. ମିଶି ଯେବେ କରୁ ପବିତ୍ର କାମ,
ବଢ଼େ ଆମ ଏକତା ଓ ପ୍ରେମ ।
ଦେଖାଉ ଆମେ ସତ୍ୟର ଆଲୋକ,
ମିଳେ ତେବେ ଆନନ୍ଦ ଅଧିକ ।
ତୁମର ନାମ ଦେଇ କଲ ସମ୍ମାନ୍,
କରିବା ଆମେ ତୁମ ନାଁ ସୁନାମ୍ ।
(ଘୋଷା)
ତୁମ ସାକ୍ଷୀ ଆମେ ହେ ଯିହୋବା,
କରିବା ତୁମ ନାଁ ଉଚ୍ଚ ସଦା ।
(ଦ୍ୱିବି. ୩୨:୪; ଗୀତ. ୪୩:୩; ଦାନି. ୨:୨୦, ୨୧ ମଧ୍ୟ ଦେଖନ୍ତୁ ।)