इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୩୩

ଯିହୋବାଙ୍କୁ ଚିନ୍ତାର ଭାର ଦେବା

ଯିହୋବାଙ୍କୁ ଚିନ୍ତାର ଭାର ଦେବା

(ଗୀତସଂହିତା ୫୫)

  1. ୧. ମୋ ପୀଡ଼ା ଦେଖ, ହେ ପିତା !

    ରୁହ ପାଖକୁ ସଦା ।

    ଅତି ଚିନ୍ତାରେ ହୃଦୟ,

    ଦୂର କର ମୋ ଭୟ ।

    (ଘୋଷା)

    ଭରସା ଅଛି ଯିହୋବା,

    କେବେ ବି ଛାଡ଼ିବନି ଏକା ।

    ଜାଣେ ସମ୍ଭାଳିବ ତୁମେ,

    ଚିନ୍ତା ଆସିଲେ ମନେ ।

  2. ୨. ଥାଆନ୍ତା କି ଯଦି ମୋହର,

    ଚଢ଼େଇ ପରି ପର,

    ଉଡ଼ିଯାʼନ୍ତି ମୁଁ ଏପରି,

    ପାଆନ୍ତାନି ଶତ୍ରୁ ଧରି ।

    (ଘୋଷା)

    ଭରସା ଅଛି ଯିହୋବା,

    କେବେ ବି ଛାଡ଼ିବନି ଏକା ।

    ଜାଣେ ସମ୍ଭାଳିବ ତୁମେ,

    ଚିନ୍ତା ଆସିଲେ ମନେ ।

  3. ୩. ଦିଅନ୍ତି ସେ ହିଁ ସାନ୍ତ୍ୱନା,

    ଯିହୋବା ପ୍ରେମୀ ପିତା ।

    ଦେବେ ସହିବାକୁ ଶକ୍ତି,

    ଦେବେ ମନର ଶାନ୍ତି ।

    (ଘୋଷା)

    ଭରସା ଅଛି ଯିହୋବା,

    କେବେ ବି ଛାଡ଼ିବନି ଏକା ।

    ଜାଣେ ସମ୍ଭାଳିବ ତୁମେ,

    ଚିନ୍ତା ଆସିଲେ ମନେ ।

(ଗୀତ. ୨୨:୫; ୩୧:୧-୨୪ ମଧ୍ୟ ଦେଖନ୍ତୁ ।)