ଗୀତ ୩୭
ହୃଦୟରୁ ଯିହୋବାଙ୍କ ସେବା କରିବା
-
୧. ତୁ ଏ ଜଗତର ରାଜା,
ମୋ ଭକ୍ତିରେ ତୋ ଅଧିକାର ।
ମାନିବି ତୋ କଥା ସଦା;
କରିବା ସେବା ସହୃଦୟେ ।
ଚାଲୁଛି ମୁଁ ତୋରି ନିୟମେ,
ତୋ ନିୟମ ମିଠା ଲାଗେ !
(ଘୋଷା)
ଯିହୋବା ତୁ ମୋ ଈଶ୍ୱର,
ମୋ ଭକ୍ତିରେ ତୋ ଅଧିକାର !
-
୨. ସୂର୍ଯ୍ୟ, ଚନ୍ଦ୍ର, ତାରା, ମହି,
ବୁଡ଼ନ୍ତି ତୋ ଗୀତ ସାଗରେ ।
କହେ ହୃଦୟ ତୋ ନାଁକୁ,
କହିବି ମୁଁ ଚୌଦିଗରେ ।
ସତ୍ୟ ଭକ୍ତ ମୁଁ ଯେ ତୋହର
ରହିବି ସଦା ବିଶ୍ୱସ୍ତ ।
(ଘୋଷା)
ଯିହୋବା ତୁ ମୋ ଈଶ୍ୱର,
ମୋ ଭକ୍ତିରେ ତୋ ଅଧିକାର !
(ଦ୍ୱିବି. ୬:୧୫; ଗୀତ. ୪୦:୮; ୧୧୩:୧-୩; ଉପ. ୫:୪; ଯୋହ. ୪:୩୪ ମଧ୍ୟ ଦେଖନ୍ତୁ ।)