इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୫୩

ବାର୍ତ୍ତା ବିତରଣ ପାଇଁ ପ୍ରସ୍ତୁତ

ବାର୍ତ୍ତା ବିତରଣ ପାଇଁ ପ୍ରସ୍ତୁତ

(ଯିରିମୀୟ ୧:୧୭)

  1. ୧. ସୁନ୍ଦର,

    ଏ ସକାଳ,

    ପ୍ରଭୁ ବାର୍ତ୍ତା ଦେବାକୁ ।

    ପାଗ ବଦଳେ !

    ମେଘୁଆ ଦିନରେ,

    ନ ହୁଏ, ଯିବାକୁ ଯେ ମନ,

    ବାହାରେ ।

    (ଘୋଷା)

    ଚିନ୍ତାଧାରା ବଦଳାଇବା,

    ଉତ୍ସାହିତ ହେବା ।

    କରିବା ପ୍ରାର୍ଥନା, ଏ-ପାଇଁ,

    ହେବା ରାଜି ।

    ଆମେ ନୁହେଁ, ଏକା ଏ କାମେ;

    ଦୂତ ମଧ୍ୟ ସଙ୍ଗେ;

    ସତ୍ୟର ସାଙ୍ଗସାଥି ମାନେ,

    ଛାଡ଼ନ୍ତିନି ।

  2. ୨. କଠିନ,

    ପରିଶ୍ରମ,

    ହେବ ନାହିଁ ବେକାର ।

    ଯିହୋବାଙ୍କୁ ଯେ,

    ସବୁ ଅଛି ଜଣା ।

    ଭୁଲିବେ ନାହିଁ, ଏହି କାମ,

    ଆମର

    (ଘୋଷା)

    ଚିନ୍ତାଧାରା ବଦଳାଇବା,

    ଉତ୍ସାହିତ ହେବା ।

    କରିବା ପ୍ରାର୍ଥନା, ଏ-ପାଇଁ,

    ହେବା ରାଜି ।

    ଆମେ ନୁହେଁ, ଏକା ଏ କାମେ;

    ଦୂତ ମଧ୍ୟ ସଙ୍ଗେ;

    ସତ୍ୟର ସାଙ୍ଗସାଥି ମାନେ,

    ଛାଡ଼ନ୍ତିନି ।