ଗୀତ ୫୬
ସତ୍ୟକୁ ନିଜର କର
-
୧. ସତ୍ୟ ପଥଠୁ ଭଲ ପଥ ନା ଆଉ,
କର ଯିହୋବା ଯାହା କହେ ।
ଆମ ପାଇଁ ଯେ କେହି କରିବେ ନାହିଁ,
କରିବାକୁ ହେବ ନିଜେ ।
(ଘୋଷା)
ପଥ ସତ୍ୟର,
ହେବାନି ବାଟବଣା ।
ପ୍ରତି ମୂହୂର୍ତ୍ତ,
ଚାଲିଲେ ପଥେ,
ପାଇବା ଆମେ ଖୁସି ।
-
୨. ଯାହା ଲଗାଉ ଶକ୍ତି ଓ ସମୟ ବି
ସହୃଦୟ ତାଙ୍କ ସେବାରେ,
ଯିହୋବାଙ୍କଠୁ ପୁରସ୍କାର ପାଇବା
କଳ୍ପନା ବାହାରେ ଯାହା
(ଘୋଷା)
ପଥ ସତ୍ୟର,
ହେବାନି ବାଟବଣା ।
ପ୍ରତି ମୂହୂର୍ତ୍ତ,
ଚାଲିଲେ ପଥେ,
ପାଇବା ଆମେ ଖୁସି ।
-
୩. ଆମେ ସନ୍ତାନ ଛୋଟ, ବଡ଼ ତୁମରି
ବଞ୍ଚିବା କଷ୍ଟ ତୋର ବିନା
କଥା ଶୁଣିଲେ, ଯିହୋବାଙ୍କୁ ଜାଣିଲେ
ବରଷାଇବେ ଆଶିଷ ।
(ଘୋଷା)
ପଥ ସତ୍ୟର,
ହେବାନି ବାଟବଣା ।
ପ୍ରତି ମୂହୂର୍ତ୍ତ,
ଚାଲିଲେ ପଥେ,
ପାଇବା ଆମେ ଖୁସି ।
(ଗୀତ. ୨୬:୩; ହିତୋ. ୮:୩୫; ୧୫:୩୧; ଯୋହ. ୮:୩୧, ୩୨ ମଧ୍ୟ ଦେଖନ୍ତୁ ।)