इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୬୯

ରାଜ୍ୟର ବାର୍ତ୍ତା ଜାରି ରଖ !

ରାଜ୍ୟର ବାର୍ତ୍ତା ଜାରି ରଖ !

(୨ ତୀମଥି ୪:୫)

  1. ୧. ଆସ, ରାଜ୍ୟର ବାର୍ତ୍ତା ଦେବା,

    ସବୁ ନମ୍ର ଲୋକଙ୍କୁ

    ପଡ଼ୋଶୀଙ୍କୁ କରିବା ଦୟା,

    ସତ୍ୟତା ଜଣାଇବା

    ଅମୂଲ୍ୟ ଆମ ଏହି ସେବା,

    ପ୍ରତିଦିନ ସାକ୍ଷ୍ୟ ଦେବା ।

    ପ୍ରଚାର, ଜାରି ରଖି ସଦା,

    ‘ପ୍ରଭୁ’ ନାମ ସାକ୍ଷୀ ଦେବା ।

    (ଘୋଷା)

    ନିଡର ହୋଇ ରାଜ୍ୟର,

    ସନ୍ଦେଶ ଶୁଣାଇବା ।

    ଯାହାବି ହେଉ ରହିବା,

    ପ୍ରଭୁଙ୍କର ବିଶ୍ୱସ୍ତ ।

  2. ୨. ଈଶ୍ୱରଙ୍କ ମେଷ, ଏ ପଲ,

    କରି ଏକତ୍ର ସେବା ।

    ଶିଶୁ, ଯୁବକ, ବୃଦ୍ଧାଜନ,

    ଚାଲିବା ଯେ ସତ୍ୟରେ ।

    ଜରୁରୀ, ଲୋକଙ୍କୁ କହିବା,

    ପ୍ରଭୁଙ୍କ ରାଜ୍ୟ ନିକଟେ ।

    ଶକ୍ତି ଦିଅନ୍ତି ଯେ ଈଶ୍ୱର,

    ନାହିଁ ଭୟ କରିବାର ।

    (ଘୋଷା)

    ନିଡର ହୋଇ ରାଜ୍ୟର,

    ସନ୍ଦେଶ ଶୁଣାଇବା ।

    ଯାହାବି ହେଉ ରହିବା,

    ପ୍ରଭୁଙ୍କର ବିଶ୍ୱସ୍ତ ।