इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୭

ଯିହୋବା ଆମ ବଳ

ଯିହୋବା ଆମ ବଳ

(ଯିଶାଇୟ ୧୨:୨)

  1. ୧. କୋମଳ ମାଟିର ମଣିଷ ମୁଁ ।

    ଯିହୋବା ତୋ ବଳେ ଦୃଢ଼ ହୁଏ ।

    ସାକ୍ଷ୍ୟ ଦେବୁ ଆମେ ସାକ୍ଷୀ ତୋର,

    ଶୁଣୁ ବା ନ ଶୁଣୁ ଏ ଜଗତ ।

    (ଘୋଷା)

    ପିତା ତୁ ବଳ ତୁ ମୋର ଶକ୍ତି,

    କହିବା ତୋ ନାଁ ଦିନ ରାତି ।

    ତୁ ମୋ ଦୁର୍ଗ ତୁହିଁ ବଳବାନ !

    ଶକତେ ତୋ କରେ ଅଭିମାନ ।

  2. ୨. ଜୀବନ ମୋ ଅନ୍ଧାରରେ ଥିଲା,

    ସତ୍ୟର ଦୀପ ତୁମେ ଜାଳିଲ ।

    ଦୀପର ପ୍ରକାଶେ ଚାଲୁଥିବା,

    ତୋ ରାଇଜେ ରହିବା ସର୍ବଦା ।

    (ଘୋଷା)

    ପିତା ତୁ ବଳ ତୁ ମୋର ଶକ୍ତି,

    କହିବା ତୋ ନାଁ ଦିନ ରାତି ।

    ତୁ ମୋ ଦୁର୍ଗ ତୁହିଁ ବଳବାନ !

    ଶକତେ ତୋ କରେ ଅଭିମାନ ।

  3. ୩. ମାନିବୁ ସଦା କଥା ତୋହରି,

    ଦୁଷ୍ଟ ନିନ୍ଦାରେ ଧ୍ୟାନ ଦେବାନି ।

    ଚାଲି ଯାଏ ଏ ଜୀବନ ପଛେ,

    କରିବା ତୋ ନାଁ ପ୍ରଶଂସା ସଦା ।

    (ଘୋଷା)

    ପିତା ତୁ ବଳ ତୁ ମୋର ଶକ୍ତି,

    କହିବା ତୋ ନାଁ ଦିନ ରାତି ।

    ତୁ ମୋ ଦୁର୍ଗ ତୁହିଁ ବଳବାନ !

    ଶକତେ ତୋ କରେ ଅଭିମାନ ।