इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୮୩

ଦେଉ ସନ୍ଦେଶ ଘରେ ଘରେ

ଦେଉ ସନ୍ଦେଶ ଘରେ ଘରେ

(ପ୍ରେରିତ ୨୦:୨୦)

  1. ୧. ଯାଇ ଘର-ଘର ଦ୍ୱାରେ,

    ଖୋଜୁ ନମ୍ର ଲୋକ ।

    ଧରି ବାକ୍ୟର ପ୍ରଦୀପ,

    ଦେଖାଉ ଆଲୋକ ।

    ମିଶି ଆମେ ବୃଦ୍ଧ-ଯୁବା,

    ଶୁଣାଉ ଖବର,

    କରିବେ ପିତା ଶାସନ,

    ପୃଥିବୀରେ ଶୀଘ୍ର ।

  2. ୨. ଜାଣୁ ଏ ଜଗତ ସାରା,

    ମିଳିଯିବ ଉଦ୍ଧାର୍‌ ।

    ଯିହୋବାଙ୍କ ପବିତ୍ର ନାଁ,

    କରିବ ଯେ ସ୍ୱୀକାର୍‌ ।

    କେମିତି ଜାଣିବେ ଲୋକେ,

    ନ କହିଲେ ଆମେ ?

    ହେଲେ ଆମେ ଶୁଣାଇବା,

    ସବୁ ଘରେ-ଘରେ ।

  3. ୩. ଆସିବ ପିତାଙ୍କ ରାଜ୍ୟ,

    ଜାଣୁ ଏ ପୃଥିବୀ ।

    ଦେବା ଲୋକଙ୍କୁ ସୁଯୋଗ,

    ଶୁଣିବେ ବା ନାହିଁ ।

    ଅଛନ୍ତି କେତେ ସଂସାରେ,

    ମେଷ ପରି ଲୋକ ।

    କେବେ ବି ହେବାନି ପଛ,

    ଯିବା ଘର-ଘର ।

(ପ୍ରେରି. ୨:୨୧; ରୋମୀ. ୧୦:୧୪ ମଧ୍ୟ ଦେଖନ୍ତୁ ।)