इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଯିହୋବାଙ୍କୁ ଦେବି ମହିମା

ଯିହୋବାଙ୍କୁ ଦେବି ମହିମା

(ଗୀତସଂହିତା ୯୬:୮)

  1. ୧. କିଏ ତୁମ ପରି ପିତା,

    ଅଟ କେତେ ବୁଦ୍ଧିମାନ୍‌ ?

    ତୁମ ଆଗରେ ମୁଁ ଧୂଳି,

    ପିତା ଅଟ କେତେ ମହାନ୍‌ !

    ଦୃଷ୍ଟି କଲେ ଚାରିପାଖେ,

    ଦେଖେ ତୁମର ଶକ୍ତି ।

    ଦେଖାଇଲ ଯେତେ କୃପା,

    ବଦଳେ ମୁଁ କʼଣ ଦେବି ?

    (ଘୋଷା)

    ଗାଇବି ମୁଁ, ଗୀତ ପ୍ରଶଂସାର,

    ତୁମ ପାଇଁ ଯିହୋବା

    ତୁମେ ଅଟ ରାଜା ଅନନ୍ତର ।

    ସଦା କରିବି ପିତା,

    ମହିମା ଓ ପ୍ରଶଂସା ।

  2. ୨. କରିବି ତୁମକୁ ଖୁସି,

    ଅର୍ପିତ ମୋ ଜୀବନ ।

    ତୁମର ନାʼକୁ ପବିତ୍ର,

    କରିବି ମୁଁ ସବୁଦିନ ।

    ହୁଏ ମନ ଆନନ୍ଦିତ,

    ହୁଏ ଏ କାମେ ଗର୍ବ ।

    କରିବାକୁ କାମ ପୂରା,

    ଦେଖାଅ ହେ ପିତା ମାର୍ଗ ।

    (ଘୋଷା)

    ଗାଇବି ମୁଁ, ଗୀତ ପ୍ରଶଂସାର,

    ତୁମ ପାଇଁ ଯିହୋବା

    ତୁମେ ଅଟ ରାଜା ଅନନ୍ତର ।

    ସଦା କରିବି ପିତା,

    ମହିମା ଓ ପ୍ରଶଂସା ।

  3. ୩. ସୂର୍ଯ୍ୟ, ଚନ୍ଦ୍ର, ତାରାଗଣ,

    ଆକାଶ ବା ପର୍ବତ,

    ଦେଖିକି ଲାଗେ ଆଶ୍ଚର୍ଯ୍ୟ ।

    ତୁମ ରଚନା ଅଦ୍ଭୁତ ।

    ଏହି ସବୁ ସୃଷ୍ଟି କହେ,

    ତୁମେ ସର୍ବଶକ୍ତିମାନ୍‌ ।

    କେମିତି କରିବିନି ମୁଁ,

    ତୁମ ଶକ୍ତିର ଅଭିମାନ୍‌ ।

    (ଘୋଷା)

    ଗାଇବି ମୁଁ, ଗୀତ ପ୍ରଶଂସାର,

    ତୁମ ପାଇଁ ଯିହୋବା

    ତୁମେ ଅଟ ରାଜା ଅନନ୍ତର ।

    ସଦା କରିବି ପିତା,

    ମହିମା ଓ ପ୍ରଶଂସା ।

(ଗୀତ. ୯୬:୧-୧୦; ୧୪୮:୩, ମଧ୍ୟ ଦେଖନ୍ତୁ ।)