इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୩୩-୩୪

ଯିହୋବାଙ୍କ ଆକର୍ଷଣୀୟ ଗୁଣ

ଯିହୋବାଙ୍କ ଆକର୍ଷଣୀୟ ଗୁଣ

୩୪:୫-୭

ମୋଶା ଇସ୍ରାଏଲୀୟମାନଙ୍କ ପ୍ରତି ଧୈର୍ଯ୍ୟ ଦେଖାଇପାରିଲେ, କାରଣ ସେ ଯିହୋବାଙ୍କ ଗୁଣଗୁଡ଼ିକୁ ଭଲ ଭାବେ ଜାଣିଥିଲେ । ମୋଶାଙ୍କ ଭଳି ଯଦି ଆମେ ମଧ୍ୟ ଯିହୋବାଙ୍କ ଗୁଣଗୁଡ଼ିକୁ ଗଭୀର ଭାବେ ଜାଣିବାକୁ ଚେଷ୍ଟା କରିବା, ତେବେ ଆମ ଭାଇଭଉଣୀମାନଙ୍କ ପ୍ରତି ଭଲ ବ୍ୟବହାର ଦେଖାଇପାରିବା ।

  • “ସ୍ନେହଶୀଳ ଓ କୃପାମୟ”: ଯେପରି ପିତାମାତା ନିଜ ପିଲାଙ୍କୁ ଲାଳନପାଳନ କରନ୍ତି, ଠିକ୍‌ ସେହିପରି ଯିହୋବା ମଧ୍ୟ ନିଜ ସେବକମାନଙ୍କର ଯତ୍ନ ନିଅନ୍ତି ଏବଂ ସେମାନଙ୍କୁ ପ୍ରେମ କରନ୍ତି

  • “କ୍ରୋଧରେ ଧୀର”: ଯିହୋବା ବହୁତ ଧୈର୍ଯ୍ୟ ଧରନ୍ତି । ଯେତେବେଳେ ତାହାଙ୍କ ସେବକମାନେ ଭୁଲ କରନ୍ତି, ସେ ତୁରନ୍ତ କ୍ରୋଧ କରନ୍ତି ନାହିଁ ବରଂ ସେମାନଙ୍କୁ ସୁଧାର କରିବା ପାଇଁ ସମୟ ଦିଅନ୍ତି

  • “ଅଟଳ ପ୍ରେମରେ ପରିପୂର୍ଣ୍ଣ” (NW ): ଯିହୋବା ନିଜ ଲୋକମାନଙ୍କୁ ପ୍ରକୃତ ପ୍ରେମ କରନ୍ତି । ସେ ସେମାନଙ୍କୁ ପ୍ରେମ କରିବା କେବେ ମଧ୍ୟ ଛାଡ଼ିବେ ନାହିଁ

ନିଜକୁ ପଚାରନ୍ତୁ, ମୁଁ ଯିହୋବାଙ୍କ ଭଳି କିପରି ଦୟା ଓ କୃପା ଦେଖାଇପାରିବି ?