ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ନଭେମ୍ବରରେ ବିଶେଷ ଅଭିଯାନ
ଯୀଶୁ “ଈଶ୍ୱରଙ୍କ ରାଜ୍ୟର ସୁସମାଚାର” ପ୍ରଚାର କଲେ । (ଲୂକ ୪:୪୩) ସେ ଲୋକମାନଙ୍କୁ ଏହି ରାଜ୍ୟ ବିଷୟରେ ପ୍ରାର୍ଥନା କରିବା ମଧ୍ୟ ଶିଖାଇଲେ । (ମାଥି ୬:୯, ୧୦) ନଭେମ୍ବର ମାସରେ ଆମେ ଲୋକଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କହିବାରେ ବହୁତ ପରିଶ୍ରମ କରିବା । (ମାଥି ୨୪:୧୪) କʼଣ ଆପଣ ଏହି ଅଭିଯାନରେ ଅଧିକରୁ ଅଧିକ ଭାଗ ନେବା ପାଇଁ ନିଜ ଦୈନନ୍ଦିନ ଜୀବନର କାମଗୁଡ଼ିକରେ କିଛି ପରିବର୍ତ୍ତନ କରିପାରିବେ ? ପ୍ରଚାରକମାନେ ଚାହିଁଲେ ଏହି ମାସରେ ୩୦ କିମ୍ବା ୫୦ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ।
ଆପଣଙ୍କ ଅଞ୍ଚଳରେ ଅଧିକରୁ ଅଧିକ ଲୋକଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କୌଣସି ପଦ ଦେଖାନ୍ତୁ । ଲୋକଙ୍କ ଧାର୍ମିକ ବିଶ୍ୱାସକୁ ଧ୍ୟାନରେ ରଖି ଚିନ୍ତା କରନ୍ତୁ ଯେ ସେମାନଙ୍କୁ କେଉଁ ପଦ ପଢ଼ି ଶୁଣାଇବା ଠିକ୍ ହେବ । ଯଦି କେହି ପ୍ରଥମ ସାକ୍ଷାତରେ ଆମ ବାର୍ତ୍ତା ପ୍ରତି ଆଗ୍ରହ ଦେଖାନ୍ତି, ତେବେ ତାଙ୍କୁ ପରମେଶ୍ୱରଙ୍କ ତରଫରୁ ଖୁସିର ଖବର ! ପୁସ୍ତିକା ଦିଅନ୍ତୁ ଏବଂ ଏହାର ପାଠ ୭ ପ୍ରତି ତାଙ୍କ ଧ୍ୟାନ ଆକର୍ଷଣ କରନ୍ତୁ । ତାʼପରେ ତାଙ୍କୁ ଯଥାଶୀଘ୍ର ପୁଣିଥରେ ସାକ୍ଷାତ କରି ଏହି ପୁସ୍ତିକାରୁ ବାଇବଲ ଅଧ୍ୟୟନ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ । ଯେଉଁ ସରକାରଗୁଡ଼ିକ ଈଶ୍ୱରଙ୍କ ରାଜ୍ୟର ବିରୋଧ କରନ୍ତି, ସେସବୁକୁ ଈଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର ବିନାଶ କରିଦେବ । (ଦାନି ୨:୪୪; ୧କରି ୧୫:୨୪, ୨୫) ତେଣୁ ଆସନ୍ତୁ ଆମେ ଏହି ବିଶେଷ ଅଭିଯାନରେ ଉତ୍ସାହର ସହ ଭାଗ ନେବା ଏବଂ ଦେଖାଇବା ଯେ ଆମେ ଯିହୋବା ଓ ତାହାଙ୍କ ରାଜ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରୁ !