इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୩୭-୩୮

ପବିତ୍ର ତମ୍ବୁରେ ବେଦିଗୁଡ଼ିକର ଭୂମିକା

ପବିତ୍ର ତମ୍ବୁରେ ବେଦିଗୁଡ଼ିକର ଭୂମିକା

୩୭:୨୫, ୨୯; ୩୮:୧

ଯିହୋବା ଯେପରି କହିଥିଲେ, ପବିତ୍ର ଆବାସ ବା ତମ୍ବୁର ବେଦିଗୁଡ଼ିକୁ ଠିକ୍‌ ସେହିପରି ତିଆରି କରାଯାଇଥିଲା । ଈଶ୍ୱରଙ୍କ ଉପାସନାରେ ସେଗୁଡ଼ିକର ବିଶେଷ ଭୂମିକା ଥିଲା ।

  • ଯେତେବେଳେ ସୁଗନ୍ଧି ଦ୍ରବ୍ୟଗୁଡ଼ିକର ମିଶ୍ରଣରୁ ପ୍ରସ୍ତୁତ କରାଯାଉଥିବା ଧୂପ ଜଳା ଯାଉଥିଲା, ଯିହୋବା ଆନନ୍ଦିତ ହେଉଥିଲେ । ଠିକ୍‌ ସେହିପରି, ଯେତେବେଳେ ଯିହୋବାଙ୍କ ସେବକମାନେ ତାହାଙ୍କୁ ପ୍ରାର୍ଥନା କରନ୍ତି, ଯିହୋବା ଖୁସି ହୁଅନ୍ତି

  • ଯିହୋବା ହୋମବେଦି ଉପରେ ଚଢ଼ାଯାଉଥିବା ବଳିଗୁଡ଼ିକୁ ସ୍ୱୀକାର କରୁଥିଲେ । ଏହି ବେଦି ପବିତ୍ର ସ୍ଥାନର ଦ୍ୱାରର ସମ୍ମୁଖରେ ରଖାଯାଉଥିଲା । ଏଥିରୁ ଆମେ ଶିଖୁ ଯେ ଈଶ୍ୱରଙ୍କ ମଞ୍ଜୁରି ପାଇବା ପାଇଁ ଯୀଶୁଙ୍କ ମୁକ୍ତିର ମୂଲ୍ୟର ବଳିଦାନ ଉପରେ ବିଶ୍ୱାସ କରିବା ବହୁତ ଜରୁରୀ ।—ଯୋହ ୩:୧୬-୧୮; ଏବ୍ରୀ ୧୦:୫-୧୦

ମୁଁ ଏପରି କʼଣ କରିପାରିବି, ଯାହାଫଳରେ ମୋର ପ୍ରାର୍ଥନା ପ୍ରସ୍ତୁତ କରାଯାଇଥିବା ଧୂପ ଭଳି ହେବ ?—ଗୀତ ୧୪୧:୨