ମୂର୍ତ୍ତିପୂଜାରୁ ପଳାୟନ କର
ଇସ୍ରାଏଲୀୟମାନେ ହୁଏତ ସୁନାର ବାଛୁରୀକୁ ଏଥିପାଇଁ ଉପାସନା କରିବାକୁ ଲାଗିଲେ, କାରଣ ସେମାନେ ଦେଖିଥିଲେ ଯେ ମିଶରୀୟମାନଙ୍କ ମଧ୍ୟରେ ମୂର୍ତ୍ତିପୂଜା ଅତି ସାଧାରଣ ଥିଲା । ଆମେ ହୁଏତ ମୂର୍ତ୍ତିଗୁଡ଼ିକୁ ଉପାସନା କରି ନ ଥାଉ, କିନ୍ତୁ ହୁଏତ ନିଜ ସ୍ୱାର୍ଥୀ ଇଚ୍ଛାଗୁଡ଼ିକୁ ପୂରଣ କରିବାରେ ଏତେ ବ୍ୟସ୍ତ ହୋଇଯାଇପାରୁ ଯେ ଯିହୋବାଙ୍କ ସେବା କରିବା ପାଇଁ ଆମ ପାଖରେ ଆଉ ସମୟ ରହିବ ନାହିଁ । ଏପରି କରିବା ମୂର୍ତ୍ତିପୂଜା ସହ ସମାନ ହେବ, କାରଣ ଏହା ଦେଖାଏ ଯେ ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରୁ ନାହୁଁ ।
ଏପରି କାମଗୁଡ଼ିକ କʼଣ ଯାହା ଯିହୋବାଙ୍କ ସେବାରେ ମୋର ଧ୍ୟାନ ଭଙ୍ଗ କରିପାରେ ? ମୁଁ ଏପରି କʼଣ କରିପାରିବି ଯାହାଫଳରେ ଯିହୋବାଙ୍କ ସେବାକୁ ନିଜ ଜୀବନରେ ସବୁଠାରୁ ଅଧିକ ମହତ୍ତ୍ୱ ଦେବି ?