ତୀତସଙ୍କୁ “ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ” ଆଦେଶ ଦିଆଯାଇଥିଲା। ଆଜି ମଧ୍ୟ ସର୍କିଟ ଅଧ୍ୟକ୍ଷମାନେ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବା ସମୟରେ ବାଇବଲର ଏହି ନମୁନାକୁ ଅନୁକରଣ କରିଥାʼନ୍ତି।
ପ୍ରଶାସନ ଦଳ
ଆଜି ପ୍ରଶାସନ ଦଳ ମଧ୍ୟ ପ୍ରଥମ ଶତାବ୍ଦୀର ଏହି ନମୁନାକୁ ଅନୁକରଣ କରେ। ଏହା ପ୍ରାଚୀନ ଓ ସହାୟକ ସେବକମାନଙ୍କୁ ନିଯୁକ୍ତ କରିବାର ଗୁରୁ ଦାୟିତ୍ୱ ସର୍କିଟ ଅଧ୍ୟକ୍ଷମାନଙ୍କୁ ଦେଇଥାଏ।
ସର୍କିଟ ଅଧ୍ୟକ୍ଷ
ପ୍ରତ୍ୟେକ ସର୍କିଟ ଅଧ୍ୟକ୍ଷଙ୍କୁ ପ୍ରାଚୀନମାନଙ୍କ ଦ୍ୱାରା କରାଯାଇଥିବା ସୁପାରିଶ ଉପରେ ଧ୍ୟାନର ସହ ବିଚାର କରିବାକୁ ହେବ। ଏହା ପାଇଁ ସେମାନେ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗିବା ଉଚିତ୍ ଏବଂ ତାʼପରେ ଯୋଗ୍ୟ ଭାଇମାନଙ୍କୁ ନିଯୁକ୍ତ କରିବା ଉଚିତ୍।
ନିଯୁକ୍ତ ପ୍ରାଚୀନ
ପ୍ରାଚୀନ ଭାବେ ନିଯୁକ୍ତ କରାଯିବା ପରେ ମଧ୍ୟ ଜଣେ ଭାଇ ପ୍ରାଚୀନମାନଙ୍କ ପାଇଁ ବାଇବଲରେ ଥିବା ଯୋଗ୍ୟତାଗୁଡ଼ିକ ଅନୁଯାୟୀ ନିଜ ସେବା ଜାରି ରଖିବା ଉଚିତ୍।