ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୁବକଯୁବତୀମାନେ—“ଉତ୍ତମତାରେ ଉଦ୍ଯୋଗୀ” ହୁଅ
ପ୍ରେରିତ ପାଉଲ ଈଶ୍ୱରଙ୍କ ପ୍ରେରଣାରେ ତୀତସଙ୍କୁ ନିଜ ଚିଠିରେ ଲେଖିଲେ ଯେ ତୀତସ ଓ ଅନ୍ୟ ଯୁବକଯୁବତୀମାନେ “ସର୍ବ ବିଷୟରେ . . . ଉତ୍ତମତାର ଆଦର୍ଶ” ଦେଖାଇବା ପାଇଁ ପରିଶ୍ରମ କରିବା ଉଚିତ୍। (ତୀତ ୨:୬, ୭) ତୀତସ ବହିର ଦୁଇ ଅଧ୍ୟାୟର ଶେଷରେ ପାଉଲ କହିଲେ ଯେ “ଉତ୍ତମତାରେ ଉଦ୍ଯୋଗୀ” ହେବା ପାଇଁ ଯିହୋବାଙ୍କ ଲୋକମାନଙ୍କୁ ଶୁଦ୍ଧ କରାଯାଇଛି। (ତୀତ ୨:୧୪) ଉତ୍ତମତାର କାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା, ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବା ଓ ଶିଖାଇବା। ଯଦି ଆପଣ ଜଣେ ଯୁବକ କିମ୍ବା ଯୁବତୀ ଅଟନ୍ତି, ତେବେ କʼଣ ଆପଣ ନିଜ ଯୌବନ ଅବସ୍ଥାର ସାମର୍ଥ୍ୟକୁ ଜଣେ ଅଗ୍ରଦୂତ କିମ୍ବା ସହାୟକ ଅଗ୍ରଦୂତ ଭାବେ ବ୍ୟବହାର କରିବେ ?—ହିତୋ ୨୦:୨୯.
ଯଦି ଆପଣ ଜଣେ ଅଗ୍ରଦୂତ ଭାବେ ସେବା କରିବାକୁ ଚାହାନ୍ତି, ତେବେ ଏହା ପାଇଁ ଏପରି ଏକ ଯୋଜନା ପ୍ରସ୍ତୁତ କରନ୍ତୁ, ଯାହା ଏହି ସେବା କରିବା ପାଇଁ ଆପଣଙ୍କୁ ପ୍ରକୃତରେ ସାହାଯ୍ୟ କରିବ। (ଲୂକ ୧୪:୨୮-୩୦) ଉଦାହରଣ ପାଇଁ, ପୂର୍ଣ୍ଣ ସମୟର ସେବା କରିବା ବେଳେ ଆପଣ କିପରି ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ହୋଇପାରିବେ ? ଏହା ପାଇଁ ଯେତେ ଘଣ୍ଟା ପ୍ରଚାର ସେବାରେ ଦେବାକୁ ହୁଏ, ତାହା ଆପଣ କିପରି ପୂରା କରିବେ ? ପ୍ରାର୍ଥନାରେ ଯିହୋବାଙ୍କୁ ନିଜ ପରିସ୍ଥିତି ବିଷୟରେ ଜଣାନ୍ତୁ। (ଗୀତ ୩୭:୫) ଆପଣଙ୍କ ପିତାମାତାଙ୍କ ସହ ଏବଂ ଯେଉଁ ଭାଇଭଉଣୀମାନେ ସଫଳତାର ସହ ଅଗ୍ରଦୂତ ସେବା କରୁଛନ୍ତି, ସେମାନଙ୍କ ସହିତ ନିଜ ଯୋଜନା ବିଷୟରେ ଆଲୋଚନା କରନ୍ତୁ। ତାʼପରେ ନିଜ ଲକ୍ଷ୍ୟକୁ ପାଇବା ପାଇଁ ପଦକ୍ଷେପ ନିଅନ୍ତୁ। ଯିହୋବାଙ୍କ ସେବାରେ ଆପଣ ଯେଉଁ ଉତ୍ସାହ ଦେଖାନ୍ତି ଏବଂ ପରିଶ୍ରମ କରନ୍ତି, ତାʼ ଉପରେ ସେ ନିଶ୍ଚୟ ଆଶିଷ ଦେବେ !
ଯିହେବାଙ୍କ ମହିମା କରୁଥିବା ଯୁବକଯୁବତୀ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
କିଛି ଭାଇଭଉଣୀ ଅଗ୍ରଦୂତ ସେବା କରିବା ପାଇଁ କେଉଁ ସମସ୍ୟାଗୁଡ଼ିକୁ ଅତିକ୍ରମ କରିଛନ୍ତି ଏବଂ ସେମାନେ ଏହା କିପରି କଲେ ?
-
ପିତାମାତାମାନେ ନିଜ ପିଲାଙ୍କୁ ଅଗ୍ରଦୂତ ହେବା ପାଇଁ କିପରି ସାହାଯ୍ୟ କରିପାରିବେ ?
-
ପ୍ରଚାର ସେବା ପାଇଁ ଏକ ସେଡ୍ୟୁଲ ବା ସୂଚୀ ହେବା କାହିଁକି ଜରୁରୀ ?
-
ମଣ୍ଡଳୀର ଭାଇଭଉଣୀମାନେ ଜଣେ ଅଗ୍ରଦୂତଙ୍କୁ କିପରି ଉତ୍ସାହିତ ଓ ସାହାଯ୍ୟ କରିପାରିବେ ?
-
ଯେଉଁମାନେ ଅଗ୍ରଦୂତ ଭାବେ ସେବା କରନ୍ତି, ସେମାନଙ୍କୁ କʼଣ କʼଣ ଆଶିଷ ମିଳେ ?