ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ଈଶ୍ୱର ମଣିଷମାନଙ୍କୁ କାହିଁକି ସୃଷ୍ଟି କଲେ ?
ପଦ: ଆଦି ୧:୨୮
ଆର ଥରକୁ: ଆମେ କାହିଁକି କହିପାରିବା ଯେ ଈଶ୍ୱର ମଣିଷମାନଙ୍କ ପାଇଁ ଯାହା ଭାବିଛନ୍ତି, ତାହା ନିଶ୍ଚୟ ପୂରଣ କରିବେ ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ଆମେ କାହିଁକି କହିପାରିବା ଯେ ଈଶ୍ୱର ମଣିଷମାନଙ୍କ ପାଇଁ ଯାହା ଭାବିଛନ୍ତି, ତାହା ନିଶ୍ଚୟ ପୂରଣ କରିବେ ?
ପଦ: ଯିଶା ୫୫:୧୧
ଆର ଥରକୁ: ଯେତେବେଳେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ ହେବ, ସେତେବେଳେ ଆମ ଜୀବନ କିପରି ହେବ ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଯେତେବେଳେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ ହେବ, ସେତେବେଳେ ଆମ ଜୀବନ କିପରି ହେବ ?
ପଦ: ଗୀତ ୩୭:୧୦, ୧୧
ଆର ଥରକୁ: ଏପରି ଜୀବନ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?
ସ୍ମାରକ ନିମନ୍ତ୍ରଣ ଅଭିଯାନ (୧୪ ମାର୍ଚ୍ଚ–୭ ଏପ୍ରିଲ୍):
“ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଏକ ବିଶେଷ କାର୍ଯ୍ୟକ୍ରମ ପାଇଁ ଏକାଠି ହେବେ। ଏହି କାର୍ଯ୍ୟକ୍ରମରେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ବାର୍ଷିକ ସ୍ମାରକ ଦିବସ ପାଳନ କରିବୁ। ଆମେ ଚାହୁଁ ଯେ ଆପଣ ମଧ୍ୟ ସେଠାକୁ ଆସନ୍ତୁ।” ତାʼପରେ ସେହି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ଦିଅନ୍ତୁ। “ଏହି ନିମନ୍ତ୍ରଣ ପତ୍ରରେ ଲେଖା ଅଛି ଯେ ଆମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କେବେ ଓ କେଉଁଠି ହେବ। ଏହାର ସପ୍ତାହେ ପୂର୍ବରୁ ଏକ ବିଶେଷ ଭାଷଣ ଦିଆଯିବ। ତାକୁ ଶୁଣିବା ପାଇଁ ମଧ୍ୟ ନିଶ୍ଚୟ ଆସିବେ।”
ଆର ଥରକୁ (ଯଦି ଆଗ୍ରହ ଦେଖାନ୍ତି): ଯୀଶୁ କାହିଁକି ନିଜ ଜୀବନ ଦେଲେ ?