इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୨-୩୩

ଆଶୀର୍ବାଦ ପାଇବା ପାଇଁ କʼଣ ଆପଣ ଯୁଦ୍ଧ କରୁଛନ୍ତି ?

ଆଶୀର୍ବାଦ ପାଇବା ପାଇଁ କʼଣ ଆପଣ ଯୁଦ୍ଧ କରୁଛନ୍ତି ?

୩୨:୨୪-୨୮

ଯିହୋବାଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ଆମକୁ ବହୁତ ସଂଘର୍ଷ କରିବାକୁ ହେବ। ଆମକୁ ତାହାଙ୍କ ସେବାକୁ ଜୀବନରେ ପ୍ରଥମ ସ୍ଥାନ ଦେବାକୁ ହେବ। (୧କରି ୯:୨୬, ୨୭) ଏ କ୍ଷେତ୍ରରେ ଯାକୁବ ଏକ ବଢ଼ିଆ ଉଦାହରଣ। ତାଙ୍କ ବୟସ ଯଥେଷ୍ଟ ହୋଇଯାଇଥିବା ସତ୍ତ୍ୱେ ସେ ଆଶୀର୍ବାଦ ପାଇବା ପାଇଁ ସ୍ୱର୍ଗଦୂତଙ୍କ ସହିତ ବହୁତ ସଂଘର୍ଷ କଲେ। ଆମେ ଖ୍ରୀଷ୍ଟିୟାନ ଭାବେ ନିଜ ଦାୟିତ୍ୱକୁ ପୂରଣ କରିବା ପାଇଁ ଆମଠାରେ ମଧ୍ୟ ସେହିପରି ମନୋଭାବ ହେବା ଉଚିତ୍‌। ଆମେ ଯିହୋବାଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ବହୁତ ସଂଘର୍ଷ କରୁଛୁ ବୋଲି କିପରି ଜଣାପଡ଼େ ?

  • ସଭାଗୁଡ଼ିକ ପାଇଁ ଭଲ ପ୍ରସ୍ତୁତି କଲେ

  • ନିୟମିତ ଭାବେ ପ୍ରଚାର କଲେ

  • ମଣ୍ଡଳୀର ଭାଇଭଉଣୀମାନଙ୍କୁ ସାହାଯ୍ୟ କଲେ

ପରିସ୍ଥିତି ଯେତେ ମଧ୍ୟ କଠିନ ହେଉ ନା କାହିଁକି, ଯିହୋବାଙ୍କୁ ପ୍ରାର୍ଥନା କରିବା ଜାରି ରଖନ୍ତୁ ଏବଂ ତାହାଙ୍କୁ ଅନୁରୋଧ କରନ୍ତୁ ଯେ ସେ ଆପଣଙ୍କ ପରିଶ୍ରମ ଉପରେ ଆଶୀର୍ବାଦ କରିବେ।

ନିଜକୁ ପଚାରନ୍ତୁ, ‘ଯିହୋବାଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ମତେ ଜୀବନର କେଉଁ କେଉଁ କ୍ଷେତ୍ରରେ ଆହୁରି ପରିଶ୍ରମ କରିବାକୁ ହେବ ?’